ମଞ୍ଜୁ ବନ୍‌ସଲ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ମୋ (ମଞ୍ଜୁ ବନ୍‌ସଲ)[୧] [୨][୩] ପିତା ଆରାମ ଦାୟକ ହରିୟାନାର ଲେକଚରର ଚାକିରି ଛାଡି ଯୁବତୀ ସ୍ତ୍ରୀ ଓ ତିନୋଟି ଛୋଟ ଛୋଟ ପିଲାଙ୍କୁ ନେଇ ସୁଦୂର ହାଇଦରାବାଦକୁ ଯାଇ ଗୋଟିଏ ଅନିଦ୍ଦିଷ୍ଟ କଣ୍ଟ୍ରାକ୍ଟ ଶିକ୍ଷକ ଚାକିରି ବାଛିବା ମୋ ଜୀବନର ଗୋଟିଏ ମାଇଲ ଖୁଣ୍ଟ ହୋଇ ରହିଲା । ନଗରୀ ହାୱା ଓ ବଡ ସ୍କୁଲର ଅଧିକ ପ୍ରତିଯୋଗୀତା ମୋର ପାଠ ପଢିବାରେ ଆଶ୍ଚର୍ଯ୍ୟଜନକ ଭାବେ ମୋତେ ପଢିବାକୁ ଉତ୍ସାହିତ କରିଥିଲା । ପରୀକ୍ଷାରେ ପ୍ରତିଥର ଭଲ କଲାପରେ ମୋର ପିତା ବହି ପୁରସ୍କାର ଦେବାଦ୍ଵାରା ଭାଷା ପ୍ରତି ମୋର ଜୀବନ ବ୍ୟାପୀ ଅଦମ୍ୟ ଇଚ୍ଛା ଅଧିକ ପ୍ରୋତ୍ସାହିତ ହେଲା ।
ସଠିକ ଭାବରେ କେତେବେଳେ ମୁଁ ବିଜ୍ଞାନ ପଢିବାକୁ ଇଚ୍ଛାକଲି ସେ କଥା ମୋର ମନେ ନାହିଁ, କିନ୍ତୁ ଗୋଟିଏ ଘଟଣା ତାର କିଛି ଆଭାସ ଦିଏ । ମୁଁ ପଢୁଥିବା ବାଳିକା ବିଦ୍ୟାଳୟ ଇଚ୍ଛାଧୀନ ଉଚ୍ଚ ଗଣିତକୁ ଉଠେଇ ଦେବାକୁ ସ୍ଥିର କଲେ । ଆମେ କେବଳ ମୌଲିକ ଗଣିତ ପଢିବାକୁ ହେଲା । ଏହାଦ୍ଵାରା ମୁଁ ଅସ୍ଥିର ହେଲି । ଯଦିଓ ମୋର ଇଂଜିନିଯରିଂ ପଢିବା ଇଚ୍ଛା ନ ଥିଲା, ମୁଁ ବାୟୋଲୋଜି ନ ପଢି ଉଚ୍ଚ ଗଣିତ ପଢିବାକୁ ଇଚ୍ଛୁକ ଥିଲି । ଏହି କାରଣ ଯୋଗୁ ମୁଁ ସ୍କୁଲ ଛାଡିବାକୁ ଚାହୁଥିଲା ବେଳେ ପ୍ରିନ୍ସିପାଲ ଦୟା କଲେ । ମୁଁ ଓ ମୋର ସାଥି ନିମନ୍ତେ ସ୍ଵତନ୍ତ୍ର କ୍ଳାସ ବନ୍ଦାବୋସ୍ତ କରିଦେଲେ । ଜଣେ ଅନୁଷ୍ଠାନ ମୁଖ୍ୟ ଏହିଭଳି ବିଚାର କରି ସାହାଯ୍ୟ କରିବା ଆଜିକାଲି ସମୟରେ ଭାବନା ବାହାରେ ।
ଅଳ୍ପ କିଛି ମାସ ପରେ ମୋତେ ଦାର୍ଜିଲିଂ ଯିବାକୁ ହେଲା । ମୁଁ ଦେଖିଲି, ପୂର୍ବ ଘଟଣା କ୍ରମେ ମୁଁ ଗଣିତରେ ବହୁତ ପଛୁଆ ରହିଯାଇଛି । ମୁଁ ନୂଆ ଗଣିତ ଶିକ୍ଷକଙ୍କୁ କିଛି ଅଧିକ ଶିକ୍ଷା ଦେବା ନିମନ୍ତେ ଅନୁରୋଧ କଲି । ଏହି ଶିକ୍ଷକ ମାସେ କାଳ ମୋତେ ଅନୁଧ୍ୟାନ କଲେ ଓ ଦୁଇଟି କ୍ଳାସ କଲା ପରେ ଆଉ ପଢେଇବାକୁ ମନା କଲେ । ସମସ୍ତ ଗଣିତ ନିଜେ ସମାଧାନ କରିବାକୁ କହିଲେ ଓ କେବଳ ନ କରି ପାରୁଥିବା ଗଣିତ ତାଙ୍କଠାରୁ ବୁଝି ନେବାକୁ କହିଲେ । ସେତେବେଳେ ମୁ ଅପମାନିତ ହେଲି ଓ ବହୁତ ରାଗି ଗଲି । ପରେ ମୁଁ ବୁଝି ପାରିଲି, ସେ ମୋତେ କେତେ ଅମୂଲ୍ୟ ଉପହାର ଦେଇଥିଲେ । ମୁଁ ଭଲ ନମ୍ବର ରଖିବାରେ ଏହା ସାହାଯ୍ୟ କଲା ଓ ମୋ ଭିତରେ ସମାଧାନ ପ୍ରବୃତ୍ତି ସୃଷ୍ଟି କଲା ।
ସେତେବେଳେ ପ୍ରିୟ ସଲିଡ ଷ୍ଟେଟ ଫିଜିକ୍ସ (Solid state physics) ଓ ମର୍ଯ୍ୟାଦା ପୂର୍ଣ୍ଣ ନ୍ୟୁକ୍ଲିଆର ଫିଜିକ୍ସ (Nuclear physics) ନ ନେଇ ମାଷ୍ଟର କୋର୍ସରେ ବାୟୋଫିଜିକ୍ସ ପଢିବାକୁ ଇଚ୍ଛା କରିବା ମୋ ଜୀବନର ପରବର୍ତ୍ତୀ ମୁଖ୍ୟ ଘଟଣା ଥିଲା । ସେହି ବର୍ଷ ବାୟୋଫିଜିକ୍ସ ବିଷୟ ୟୁନିଭରସିଟିରେ ବିନା ପ୍ରସ୍ତୁତିରେ ପ୍ରଚଳନ କରା ଯାଇଥିଲା । ସୌଭାଗ୍ୟର ବିଷୟ, ଆମେ କିଛି ଭଲ ପୁସ୍ତକ ଓ ଦୁଇ ଜଣ ଉତ୍ସାହୀ ଶିକ୍ଷକ ପାଇଥିଲୁ । ସ୍କୁଲରେ ମୋତେ ବାୟୋଲୋଜି ନ ପଢିବା ଇଚ୍ଛା ସତ୍ତ୍ୱେ ଏହି ନୂଆ ବିଷୟ ପଢିବାକୁ ମୁଁ ଭଲ ପାଉଥିଲି । ବେଙ୍ଗକୁ କାଟି ତାର ମାଂସ ପେଶୀ ସଂକୋଚନ ଅନୁଶୀଳନ କରିବାକୁ ତଥାପି ଭଲ ଲାଗୁ ନ ଥିଲା । ବାୟୋଲୋଜିଫିଜିକ୍ସର ଅପୂର୍ବ ମିଶ୍ରଣ ମୋତେ ଆକର୍ଷିତ କରିଥିଲା ।
ଇନଷ୍ଟିଚ୍ୟୁଟ ଅଫ ସାଇନସର ମୋଲିକ୍ୟୁଲାର ବାୟୋଫିଜିକ୍ସ (Molecular biophysics) ୟୁନିଟରେ ପୋସ୍ଟଡକ୍ଟରାଲ କାମ ବୋଧ ହୁଏ ମୋଟ ଦୈବ ନିର୍ଦ୍ଧାରିତ ଲକ୍ଷ ଥିଲା । ଏଠାରେ ମଧ୍ୟ ମୋତେ ପ୍ରତିଭା ସମ୍ପର୍ଣ୍ଣ ପ୍ରଫେସର ଜି.ଏନ.ରାମଚନ୍ଦ୍ରନ ଓ ଭି. ଶଶିଶେଖରନଙ୍କ ଭଳି ଲୋକଙ୍କ ସହ କାମ କରିବା ସୁଯୋଗ ମିଳିଲା । ଏହି ଦୁଇ ଚମକପ୍ରଦ ବୈଜ୍ଞାନିକଙ୍କ ବ୍ୟକ୍ତିତ୍ତ୍ଵ ମୋତେ ପ୍ରକୃତ ଗବେଷଣା କଅଣ, ବୁଝେଇ ଦେଲା । ଆରାମ ଦାୟକ ନିର୍ବିବାଦ ବିଷୟକୁ ପଶ୍ଚାଦ୍ଧାବନ ନ କରି ଆଦୃତ ଚିନ୍ତାଧାରାକୁ ପ୍ରଶ୍ନ କରିବା ବେଆରାମ ସ୍ଥିତିରେ କାମ କରିବାହିଁ ପ୍ରକୃତ ଗବେଷଣା ବା ରିସର୍ଚ୍ଚ ।
ବାସ୍ତବ ମନୁଷ୍ୟ ଭୋଗୁଥିବା ବିଭିନ୍ନ ରୋଗମାନଙ୍କୁ ବୁଝିବା ନିମନ୍ତେ ମୌଳିକ ଗବେଷଣାର ମହତ୍ତ୍ଵ ବୁଝିପାରି ମୁଁ ନିଜକୁ ଭାଗ୍ୟବତୀ ମାନେ କରୁଛି । ପ୍ରଫେସର ରାମଚନ୍ଦ୍ରନଙ୍କ ପାଖରେ ପ୍ରୋଟିନ କୋଲାଜେନରେ ହାଇଡ୍ରୋକ୍ଷିପ୍ରୋଲୀନର ଜୈବ ଭୂମିକା ବିଷୟରେ ଗବେଷଣା କଲା ବେଳେ ଏହାର ପ୍ରାଧାନ୍ୟ ମୁଁ ବୁଝିଲି । ଡି.ଏନ.ଏ.ରେ କିଛି ଅନ୍ୟ ବାସ୍ତବ ଆକାର ଥିବା ସମ୍ଭାବନାକୁ ପ୍ରଫେସର ଶଶିଶେଖରନଙ୍କ ନିକଟରେ ମୁଁ ପୋସ୍ଟ ଡକ୍ଟରେଟ ନିମନ୍ତେ ମୁଁ ଗବେଷଣା କରୁଥିଲି ଯେତେବେଳେ ଏ ବିଷୟ ଭାବିବା ଦୋଷାବହ ଥିଲା । ବିଖ୍ୟାତ ୱାଟସନ-କ୍ରିକଙ୍କ ଡବଲ ହେଲିକ୍ସ ଛଡା ଅନ୍ୟ ଆକାର ଅଛି, ଏ ବିଷୟ ବର୍ତ୍ତମାନ ସମସ୍ତେ ଜାଣିଛନ୍ତି । ମୋ ଜୀବନର ପିଛିଲା ୩୦ ବର୍ଷକୁ ଦେଖି ଗଭୀର ଆତ୍ମ ସନ୍ତୋଷ ଲାଭ କରୁଛି ଯେ ପ୍ରକୃତିର ଏହି ଆକାରକୁ ବୁଝିବା ନିମନ୍ତେ ମୋର କିଛି ଅବଦାନ ରହିଛି ।

ଆଧାର[ସମ୍ପାଦନା]

  1. http://www.ias.ac.in/womeninscience/liladaug.html (Manju Bansal.pdf – Adobe Reader )
  2. http://www.ias.ac.in/womeninscience/mbansal.html#13
  3. ମଞ୍ଜୁ ବନ୍‌ସଲଙ୍କଦ୍ଵାରା ଲିଖିତ ଆତ୍ମଲିପି ‘ମୁଁ କିପରି ବାୟୋଫିଜିଶିଷ୍ଟ ହେଲି’ର (How I became a biophysicist ) କିୟଦଂଶ ଅନୁବାଦ କରା ଯାଇଛି ।

ଅଧିକ ତଥ୍ୟ[ସମ୍ପାଦନା]

  • Lilavati's Daughters: The Women Scientists of India