ମଙ୍ଗଳାଯୋଡ଼ି

ଉଇକିପିଡ଼ିଆ‌ରୁ
(ମଙ୍ଗଳଯୋଡିରୁ ଲେଉଟି ଆସିଛି)
Northern pintails at Mangalajodi

ମଙ୍ଗଳାଯୋଡ଼ି‌, ଭାରତୀୟ ରାଜ୍ୟ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାଟାଙ୍ଗୀ ଅଞ୍ଚଳରେ ଅବସ୍ଥିତ ଏକ ଗ୍ରାମ ।[୧] ଏହା ପ୍ରକୃତିକ ସୁନ୍ଦରତା ଓ ବିବିଧ ପକ୍ଷୀରେ ପରିପୂର୍ଣ ଆର୍ଦ୍ରଭୂମି ପାଇଁ ବିଖ୍ୟାତ ।[୨] 

ପ୍ରକୃତି [ସମ୍ପାଦନା]

ଏଠାରେ ଥିବା ବିଶାଳ ଆର୍ଦ୍ରଭୂମି ଅଞ୍ଚଳରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହେଇଥାଏ । ବର୍ଷକୁ ପ୍ରାୟ ୧.୫ ଲକ୍ଷ ପକ୍ଷୀ ସୁଦୂର ଦେଶ ମାନଙ୍କରୁ ଏଠାକୁ ଆସିଥାନ୍ତି । ଏହାକୁ ଏକ ଅନ୍ତର୍ଜାତିକ ପକ୍ଷୀ ଅଭୟାରଣ୍ୟ ଘୋଷଣା କରାଯାଇଛି । 

ସଂସ୍କୃତି [ସମ୍ପାଦନା]

A purple swamphen

ମଙ୍ଗଳାଯୋଡ଼ି‌ କେବଳ ପକ୍ଷୀ ସଂଗ୍ରହାଳୟ ଭାବରେ ପରିଚିତ ନୁହେ । ଏଠାରେ ଏକ ଅନନ୍ୟା ସାଂସ୍କୃତିକ ପରମ୍ପରାମଧ୍ୟ ରହିଛି । ଚୈତ୍ର ମାସରେ ଏଠାରେ ଦଣ୍ଡ ଯାତ୍ରା ବହୁ ପୁରାକାଳରୁ ପାଳିତ ହୁଏ । ପାଇକ ଆଖଡ଼ା ମଧ୍ୟ ଏଠାରେ ଦର୍ଶନୀୟ ।[୩]

ପୁରାତତ୍ତ୍ୱ [ସମ୍ପାଦନା]

ଏଠାରେ ଥିବା ବହୁ ପୁରାତନ ପତିତାପବନ ମନ୍ଦିର ସହ ଗୁପ୍ତେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ଗୁଡିଶ୍ୱର ଦେବା ପୀଠ, ମାଁ ମଙ୍ଗଳା ମନ୍ଦିର, ମାଁ ତରା ଦେବୀ ମନ୍ଦିର, ମା ବଳିମାଝି ମନ୍ଦିର ସବୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ । ଦର୍ଶନୀୟ ପ୍ରକୃତି ସହ ଏହିସବୁ ମନ୍ଦିର ଗ୍ରାମକୁ ଏକ ପର୍ଯ୍ୟଟକ ସ୍ଥଳୀରେ ପରିଣତ କରେ । [୪]

ଶିଳ୍ପ [ସମ୍ପାଦନା]

ଏଠାରେ ଦେଶୀ ଡଙ୍ଗା ତିଆରି ହୁଏ । 

ପରିବହନ[ସମ୍ପାଦନା]

A boat in the Mangalajodi wetland

ଏଠାରେ ନିକଟରେ ମୁକ୍ତେଶ୍ୱର ରେଳ ଷ୍ଟେସନ ରହିବା ସହ ଜାତୀୟ ରାଜପଥ ୫ ସନ୍ନିକଟରେ ରହିଛି । ଏହା ନିକଟରେ କାଲୁପଡାଘାଟ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ରହିଛି । 

Northen pintail

ପକ୍ଷୀ ଗ୍ୟାଲେରି [ସମ୍ପାଦନା]

ଆଧାର[ସମ୍ପାଦନା]

  1. Lonely Planet; Lindsay Brown, Mark Elliott, Paul Harding, Anna Kaminski, Anirban Mahapatra, Bradley Mayhew, John Noble, Kevin Raub, Sarina Singh, Iain Stewart, Isabella Noble; Michael Benanav (1 October 2017). Lonely Planet India. Lonely Planet Global Limited. pp. 1464–. ISBN 978-1-78701-199-1.{{cite book}}: CS1 maint: multiple names: authors list (link)
  2. "Mangalajodi". khordha.nic.in. ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟ. Retrieved 20 August 2019.
  3. http://mangalajodiecotourism.com/, "‘The Bird’s Paradise’ hosts more than 3,00,000 birds in its marshy waters, especially in winters. Mangalajodi also represents one of its kind ecosystems, whose protection is epitomised by a sustainable lifestyle that is at a brink of extinction in urban settings.
  4. "ଆର୍କାଇଭ୍ କପି". Archived from the original on 2017-02-18. Retrieved 2016-12-04. {{cite web}}: Cite has empty unknown parameter: |1= (help)