Jump to content

ଭୁଲେଶ୍ଵର ମନ୍ଦିର

ଭୁଲେଶ୍ୱର ମନ୍ଦିର
ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictPune
ଦେବାଦେବୀShiva
Location
ସ୍ଥାନMalshiras (माळशिरस)
StateMaharashtra
CountryIndia
ଭୁଲେଶ୍ଵର ମନ୍ଦିର is located in Maharashtra
ଭୁଲେଶ୍ଵର ମନ୍ଦିର
Location in Maharashtra
ଭୌଗଳିକ ଅବସ୍ଥିତି18°26′09″N 74°14′28″E / 18.435874°N 74.241081°E / 18.435874; 74.241081
Temple(s)1

ଭୁଲେଶ୍ୱର ମନ୍ଦିର, ଅନ୍ୟ ନାମ ଭୁମେଶ୍ୱର ମନ୍ଦିର ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଯାହା ଭାରତର ମହାରାଷ୍ଟ୍ରରେ ଥିବା ପୁଣେଠାରୁ ୪୫ କିମି ଓ ପୁଣେ ସୋଲାପୁର ହାଇୱେର ୟାବତଠାରୁ ମାତ୍ର ୧୦ କିମି ଦୂରରେ ଅବସ୍ଥିତ । ପାହାଡ଼ ଉପରେ ନିର୍ମିତ ଏହି ମନ୍ଦିରଟି ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିଲା । ମନ୍ଦିର କାନ୍ଥରେ ପାରମ୍ପରିକ କାରୁକାର୍ଯ୍ୟ ଦେଖିବାକୁ ମିଳେ ।[]

ମନ୍ଦିରଟି ଏକ ଲୋକ-କଥା ଯୋଗୁ ଅଧିକ ପରିଚିତ । କୁହାଯାଏ, ଗୋଟିଏ ପେଡ଼ା ଭର୍ତ୍ତି ପାତ୍ର ସେଠାରେ ଶିବ ଲିଙ୍ଗଙ୍କୁ ଅର୍ପଣ କଲେ ଏକ ବା ଏକାଧିକ ପେଡ଼ା ଉଭେଇଯାଏ । ଅଭିନେତା-ପର୍ଯ୍ୟଟନ ଲେଖକ ମିଲିନ୍ଦ ତାଙ୍କ ନିଜ ଅନୁଭୁତିରୁ ଏକ ପୁସ୍ତକ ‘ମିଷ୍ଟିକାଲ, ମ୍ୟାଜିକାଲ ମହାରାଷ୍ଟ୍ର’ ପୁସ୍ତକରେ ଏହି ବିଷୟ ଲିପିବଦ୍ଧ କରିଛନ୍ତି ।[]

ମହିଳା ବେଶରେ ପ୍ରଭୁ ଗଣେଶ, ଶିବ ଓ କାର୍ତ୍ତିକେୟ

ମନ୍ଦିରରେ ଏକ ମହିଳା ପୋଷାକ ପରିହିତ ଗଣେଶଙ୍କ ପ୍ରତିମୂର୍ତ୍ତି ଅଛି । ସେହି ପ୍ରତିମୂର୍ତ୍ତି ବିନାୟକୀ ବା ଗଣେଶ୍ୱରୀ ବା ଲମ୍ବୋଦରୀ ବା ଗଣେଶ୍ୟନୀ ନାମରେ ଲୋକପ୍ରିୟ ଅଛନ୍ତି ।[] ଏହି ମନ୍ଦିରଟି ରାଜା କୃଷ୍ଣଦେବରାୟ ପ୍ରାୟ ଦ୍ୱାଦଶ ଶତାବ୍ଦୀରେ ତୋଳେଇଥିଲେ ।

ସ୍ଥାନ ଓ ତିଆରି

[ସମ୍ପାଦନା]
ମନ୍ଦିରର କାରୁକାର୍ଯ୍ୟ

ହିନ୍ଦୁ ପୁରାଣ ଅନୁସାରେ ଏହି ମନ୍ଦିରକୁ ପାଞ୍ଚ ପାଣ୍ଡବ ନିର୍ମାଣ କରିଥିଲେ । ଭୁଲେଶ୍ୱର ମନ୍ଦିର ପାଖରେ ଥିବା ଭରତଗାଁରେ ରାଜା ଭରତଙ୍କର ଏକ ମନ୍ଦିର ଅଛି । ଯାଦବ ଶାସକମାନେ ୧୨୩୦ ମସିହାରେ ବୁଲେଶ୍ୱର ମନ୍ଦିରର ଜିର୍ନୋଧର ତିଆରି କରିଥିଲେ । ମନ୍ଦିର ଥିବା ଦୁର୍ଗକୁ ଦୌଲତମଙ୍ଗଳ ଦୁର୍ଗ ବା ମଙ୍ଗଳଗଡ଼ କୁହାଯାଏ । କଳା ବାସାଲ୍ଟ ପଥରରେ ଦୁର୍ଗ ନିର୍ମିତ ହୋଇଛି ଯାହା ଆଖପାଖରେ ଥିବା ବାଶାଳ୍ଟ ପଥରର ରଙ୍ଗ ବାଦାମି ଯେଉଁଥିରେ ଅଧିକ ଚୂନ ପରିମାଣ ଥାଏ । ୧୬୨୯ ମସିହାରେ ଆଦିଲଶାହ ଜେନେରାଲ ଦୁର୍ଗ ତିଆରି କରିଥିଲେ ଓ ୧୬୩୦ ମସିହାରେ ମୁରାର ଜଗଦେବ ପୁଣେ ଲୁଟ କରିଥିଲେ । ସହର ଉପରେ ନଜର ରଖିବା ପାଇଁ ଦୁର୍ଗ ତିଆରି ହୋଇଥିଲା ।[]

ଚତୁର୍ପାର୍ଶ୍ୱ

[ସମ୍ପାଦନା]

ଗ୍ରୀଷ୍ମ କାଳରେ ସେଠାରୁ ୧୫ କିମି ଦୂରରେ ଥବା ସ୍ଥାନକୁ ପକ୍ଷୀମାନେ ଆସନ୍ତି। ସୁତରାଂ ପକ୍ଷୀ ଦର୍ଶକମାନେ ବହୁ ସଂଖ୍ୟାରେ ଆସନ୍ତି ।[] ଭୁଲେଶ୍ୱର ମନ୍ଦିର ଆଖପାଖରେ ଅନେକ ଦର୍ଶନୀୟ ସ୍ଥାନ ଅଛି ଏପରିକି ଥେଉର ଗଣପତି ମନ୍ଦିର ଓ ଜେଜୁରି ମନ୍ଦିର ।

ଗ୍ୟାଲେରି

[ସମ୍ପାଦନା]
  1. "List of the protected monuments of Mumbai Circle district-wise" (PDF). Archived from the original on 6 June 2013.{{cite web}}: CS1 maint: unfit URL (link)
  2. 1 2 3 4 Gunaji, Milind (2010). Mystical, Magical Maharashtra. Popular Prakashan. pp. 16–18. ISBN 978-8179914458. Retrieved 7 May 2013.