ଭୁଲେଶ୍ଵର ମନ୍ଦିର

Coordinates: 18°26′09″N 74°14′28″E / 18.435874°N 74.241081°E / 18.435874; 74.241081
ଉଇକିପିଡ଼ିଆ‌ରୁ
ଭୁଲେଶ୍ୱର ମନ୍ଦିର
ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictPune
ଦେବାଦେବୀShiva
Location
ସ୍ଥାନMalshiras (माळशिरस)
StateMaharashtra
CountryIndia
ଭୁଲେଶ୍ଵର ମନ୍ଦିର is located in Maharashtra
ଭୁଲେଶ୍ଵର ମନ୍ଦିର
Location in Maharashtra
ଭୌଗଳିକ ଅବସ୍ଥିତି18°26′09″N 74°14′28″E / 18.435874°N 74.241081°E / 18.435874; 74.241081
Temple(s)1

ଭୁଲେଶ୍ୱର ମନ୍ଦିର, ଅନ୍ୟ ନାମ ଭୁମେଶ୍ୱର ମନ୍ଦିର ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଯାହା ଭାରତର ମହାରାଷ୍ଟ୍ରରେ ଥିବା ପୁଣେଠାରୁ ୪୫ କିମି ଓ ପୁଣେ ସୋଲାପୁର ହାଇୱେର ୟାବତଠାରୁ ମାତ୍ର ୧୦ କିମି ଦୂରରେ ଅବସ୍ଥିତ । ପାହାଡ଼ ଉପରେ ନିର୍ମିତ ଏହି ମନ୍ଦିରଟି ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିଲା । ମନ୍ଦିର କାନ୍ଥରେ ପାରମ୍ପରିକ କାରୁକାର୍ଯ୍ୟ ଦେଖିବାକୁ ମିଳେ ।[୧]

ମନ୍ଦିରଟି ଏକ ଲୋକ-କଥା ଯୋଗୁ ଅଧିକ ପରିଚିତ । କୁହାଯାଏ, ଗୋଟିଏ ପେଡ଼ା ଭର୍ତ୍ତି ପାତ୍ର ସେଠାରେ ଶିବ ଲିଙ୍ଗଙ୍କୁ ଅର୍ପଣ କଲେ ଏକ ବା ଏକାଧିକ ପେଡ଼ା ଉଭେଇଯାଏ । ଅଭିନେତା-ପର୍ଯ୍ୟଟନ ଲେଖକ ମିଲିନ୍ଦ ତାଙ୍କ ନିଜ ଅନୁଭୁତିରୁ ଏକ ପୁସ୍ତକ ‘ମିଷ୍ଟିକାଲ, ମ୍ୟାଜିକାଲ ମହାରାଷ୍ଟ୍ର’ ପୁସ୍ତକରେ ଏହି ବିଷୟ ଲିପିବଦ୍ଧ କରିଛନ୍ତି ।[୨]

ମହିଳା ବେଶରେ ପ୍ରଭୁ ଗଣେଶ, ଶିବ ଓ କାର୍ତ୍ତିକେୟ

ମନ୍ଦିରରେ ଏକ ମହିଳା ପୋଷାକ ପରିହିତ ଗଣେଶଙ୍କ ପ୍ରତିମୂର୍ତ୍ତି ଅଛି । ସେହି ପ୍ରତିମୂର୍ତ୍ତି ବିନାୟକୀ ବା ଗଣେଶ୍ୱରୀ ବା ଲମ୍ବୋଦରୀ ବା ଗଣେଶ୍ୟନୀ ନାମରେ ଲୋକପ୍ରିୟ ଅଛନ୍ତି ।[୨] ଏହି ମନ୍ଦିରଟି ରାଜା କୃଷ୍ଣଦେବରାୟ ପ୍ରାୟ ଦ୍ୱାଦଶ ଶତାବ୍ଦୀରେ ତୋଳେଇଥିଲେ ।

ସ୍ଥାନ ଓ ତିଆରି[ସମ୍ପାଦନା]

ମନ୍ଦିରର କାରୁକାର୍ଯ୍ୟ

ହିନ୍ଦୁ ପୁରାଣ ଅନୁସାରେ ଏହି ମନ୍ଦିରକୁ ପାଞ୍ଚ ପାଣ୍ଡବ ନିର୍ମାଣ କରିଥିଲେ । ଭୁଲେଶ୍ୱର ମନ୍ଦିର ପାଖରେ ଥିବା ଭରତଗାଁରେ ରାଜା ଭରତଙ୍କର ଏକ ମନ୍ଦିର ଅଛି । ଯାଦବ ଶାସକମାନେ ୧୨୩୦ ମସିହାରେ ବୁଲେଶ୍ୱର ମନ୍ଦିରର ଜିର୍ନୋଧର ତିଆରି କରିଥିଲେ । ମନ୍ଦିର ଥିବା ଦୁର୍ଗକୁ ଦୌଲତମଙ୍ଗଳ ଦୁର୍ଗ ବା ମଙ୍ଗଳଗଡ଼ କୁହାଯାଏ । କଳା ବାସାଲ୍ଟ ପଥରରେ ଦୁର୍ଗ ନିର୍ମିତ ହୋଇଛି ଯାହା ଆଖପାଖରେ ଥିବା ବାଶାଳ୍ଟ ପଥରର ରଙ୍ଗ ବାଦାମି ଯେଉଁଥିରେ ଅଧିକ ଚୂନ ପରିମାଣ ଥାଏ । ୧୬୨୯ ମସିହାରେ ଆଦିଲଶାହ ଜେନେରାଲ ଦୁର୍ଗ ତିଆରି କରିଥିଲେ ଓ ୧୬୩୦ ମସିହାରେ ମୁରାର ଜଗଦେବ ପୁଣେ ଲୁଟ କରିଥିଲେ । ସହର ଉପରେ ନଜର ରଖିବା ପାଇଁ ଦୁର୍ଗ ତିଆରି ହୋଇଥିଲା ।[୨]

ଚତୁର୍ପାର୍ଶ୍ୱ[ସମ୍ପାଦନା]

ଗ୍ରୀଷ୍ମ କାଳରେ ସେଠାରୁ ୧୫ କିମି ଦୂରରେ ଥବା ସ୍ଥାନକୁ ପକ୍ଷୀମାନେ ଆସନ୍ତି। ସୁତରାଂ ପକ୍ଷୀ ଦର୍ଶକମାନେ ବହୁ ସଂଖ୍ୟାରେ ଆସନ୍ତି ।[୨] ଭୁଲେଶ୍ୱର ମନ୍ଦିର ଆଖପାଖରେ ଅନେକ ଦର୍ଶନୀୟ ସ୍ଥାନ ଅଛି ଏପରିକି ଥେଉର ଗଣପତି ମନ୍ଦିର ଓ ଜେଜୁରି ମନ୍ଦିର ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "List of the protected monuments of Mumbai Circle district-wise" (PDF). Archived from the original on 6 June 2013.{{cite web}}: CS1 maint: unfit URL (link)
  2. ୨.୦ ୨.୧ ୨.୨ ୨.୩ Gunaji, Milind (2010). Mystical, Magical Maharashtra. Popular Prakashan. pp. 16–18. ISBN 978-8179914458. Retrieved 7 May 2013.