Jump to content

ଭୁଞ୍ଜିଆ ଭାଷା

ଉଇକିପିଡ଼ିଆ‌ରୁ
ଭୁଞ୍ଜିଆ
Native toଭାରତ
ଅଞ୍ଚଳଓଡ଼ିଶା, ଛତିଶଗଡ଼
ମାତୃଭାଷୀ
[]
ଇଣ୍ଡୋ-ୟୁରୋପୀୟ
  • ଇଣ୍ଡୋ-ଇରାନ ଭାଷା
    • ଇଣ୍ଡୋ-ଆର୍ଯ୍ୟ ଭାଷା
      • ପୂର୍ବ ଇଣ୍ଡୋ-ଆର୍ଯ୍ୟ ଭାଷା
        • ହଲବୀକ୍ ଭାଷା
          • ଭୁଞ୍ଜିଆ
ଭାଷା କୋଡ୍
ISO ୬୩୯-୩bhu
ଗ୍ଲୋଟୋଲୋଗbhun1242  Bhunjia

ଭୁଞ୍ଜିଆ ହେଉଛି ପୂର୍ବ ଭାରତର ଏକ ପୂର୍ବ ଇଣ୍ଡୋ-ଆର୍ଯ୍ୟ ଭାଷା ଯାହା ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟରେ ବାସ କରୁଥିବା ଭୁଞ୍ଜିଆ ସମ୍ପ୍ରଦାୟ ଦ୍ୱାରା କଥିତ ହୋଇଥାଏ । ଏହି ଭାଷା ହଲବୀକ୍ ଭାଷାର ଏକ ଅଂଶ, ଯାହାକୁ ଓଡ଼ିଆ, ମରାଠୀ ଏବଂ ଛତିଶଗଡ଼ ଭାଷାର ମିଶ୍ରଣ ଭାବରେ ବିବେଚନା କରାଯାଏ ।

୧୯୯୮ ମସିହାରେରେ ଭୁଞ୍ଜିଆ ବକ୍ତାମାନଙ୍କ ସଂଖ୍ୟା ୬୦,୦୦୦ ହେବ ବୋଲି ଆକଳନ କରାଯାଇଥିଲା । ଭାଷା ବର୍ଗୀକରଣ ଅନୁଯାୟୀ ଭୁଞ୍ଜିଆ ଆର୍ଯ୍ୟ ଗୋଷ୍ଠୀରେ ଅଛନ୍ତି । କିନ୍ତୁ ୨୦୦୦ ମସିହା ବେଳକୁ ଏହି ଭାଷାରେ ପ୍ରାୟ ୬୭୯୦ ଲୋକ କଥା ହୋଇଥିଲେ ।[]

ଭୁଞ୍ଜିଆ ସମ୍ପ୍ରଦାୟ

[ସମ୍ପାଦନା]

ଭୁଞ୍ଜିଆ ସମ୍ପ୍ରଦାୟ ଏକ ଅନୁସୂଚିତ ଜାତି ଅଟନ୍ତି ଯେଉଁମାନେ ଭାରତର ଓଡ଼ିଶା ଏବଂ ଛତିଶଗଡ଼ର ସୁନାବେଡା ମାଳଭୂମିରେ ବାସ କରନ୍ତି । ଏହି ଜନଜାତି ବର୍ତ୍ତମାନ ଓଡ଼ିଶାର ନୂଆପଡ଼ା ଜିଲ୍ଲାର କୋମନା ବ୍ଲକରେ ଅବସ୍ଥାପିତ ହୋଇଛନ୍ତି[] ଏବଂ ଛତିଶଗଡ଼ରେ ସେମାନେ ରାୟପୁର ଜିଲ୍ଲାରେ ଦେଖିବାକୁ ମିଳିଥାନ୍ତି ।[]

ଭୁଞ୍ଜିଆ ସମ୍ପ୍ରଦାୟର ସମୃଦ୍ଧ ଲୋକକଥା ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ମୌଳିକ ପୁସ୍ତକ ଓରାଲ ଏପିକ୍ସ ଅଫ୍ କାଲାହାଣ୍ଡି ୨୦୦୭ରେ ବର୍ଣ୍ଣନା କରିଛନ୍ତି ।

  1. ଭୁଞ୍ଜିଆ at Ethnologue (18th ed., 2015)
  2. Bhunjia at Ethnologue (18th ed., 2015)
  3. Mohanty, P.K. (2004). Encyclopaedia of Primitive Tribes in India. Encyclopaedia of Primitive Tribes in India. Kalpaz Publications. p. 104. ISBN 978-81-7835-278-7. Retrieved 2020-11-03.
  4. Singh, K.S.; Anthropological Survey of India (1992). People of India: Odisha (2 pts.). People of India. Anthropological Survey of India. p. 377. ISBN 978-81-7046-293-4. Retrieved 2020-11-07.