ଭି. ମୋହିନୀ ଗିରି

ଉଇକିପିଡ଼ିଆ‌ରୁ
ଭି. ମୋହିନୀ ଗିରି
The President, Dr. A.P.J. Abdul Kalam presenting Padma Bhushan to Dr. (Smt.) V. Mohini Giri (Social Activist), at an Investiture Ceremony at Rashtrapati Bhavan in New Delhi on March 23, 2007.jpg
୨୩ ମାର୍ଚ୍ଚ ୨୦୦୭ରେ ରାଷ୍ଟ୍ରପତି ଅବଦୁଲ କଲାମ ମୋହିନୀଙ୍କୁ ପଦ୍ମ ଭୂଷଣ ପ୍ରଦାନ କରୁଛନ୍ତି ।
ଜନ୍ମ ଓ ଜନ୍ମସ୍ଥାନ1938 (age 84–85) [୧]
ଜାତୀୟତାଭାରତୀୟ
ଜୀବିକାସମାଜ ସେବୀ, କର୍ମକର୍ତ୍ତା
ଗିଲ୍ଡ ଅପ୍ ସର୍ଭିସେସ୍‌ର ପ୍ରତିଷ୍ଠାତା (୧୯୭୯)

ଡ. ଭି. ମୋହିନୀ ଗିରି (ଜନ୍ମ: ୧୯୩୮) ଜଣେ ଭାରତୀୟ ସମାଜସେବୀ ଓ କର୍ମକର୍ତ୍ତା, ଯିଏକି ନୂଆ ଦିଲ୍ଲୀରେ ଥିବା ଏକ ସେବା ସଂସ୍ଥା, ଗିଲ୍ଡ ଅଫ୍ ସର୍ଭିସେସ୍‌ର ମୁଖ୍ୟ କର୍ମୀ ତଥା ଚେୟାରମାନ । ୧୯୭୯ ମସିହାରେ ସ୍ଥାପିତ ହୋଇଥିବା ଏହି ସେବା ସଂସ୍ଥାଟି, ମହିଳା ଏବଂ ପିଲାମାନଙ୍କର ଶିକ୍ଷା ଅଧିକାର, ଚାକିରୀ, ଆର୍ଥିକ ନିରାପତ୍ତା ଦିଗରେ କାର୍ଯ୍ୟ କରୁଛି ।[୨][୩] ଯୁଦ୍ଧରେ ଭାରତୀୟ ସେନାର ଶହୀଦ ଜବାନମାନଙ୍କର ବିଧବା ପତ୍ନୀଙ୍କୁ ନେଇ ମୋହିନୀ ୧୯୭୨ ମସିହାରେ ନୂଆ ଦିଲ୍ଲୀରେ ଏକ ସଂଘ ପ୍ରଥମେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୧୯୯୫ ମସିହାରୁ ୧୯୯୮ ମସିହା ଯାଏଁ ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୪]

୨୦୦୭ ମସିହାରେ ଭାରତ ସରକାରଙ୍କଦ୍ୱାରା ମୋହିନୀଙ୍କୁ ଭାରତ ବର୍ଷର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।[୫]

ପ୍ରାରମ୍ଭିକ ଜୀବନ ଓ ପରିବାର[ସମ୍ପାଦନା]

ମୋହିନୀ ୧୯୩୮ ମସିହାରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୋଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ହେଉଛନ୍ତି ଡ. ଭି. ଏସ୍. ରାମ । ସେ ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ ।[୬] ମୋହିନୀ ତାଙ୍କର ସ୍ନାତକ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାରତୀୟ ଇତିହାସ ଉପରେ ଗବେଷଣା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜି. ବି. ପାନ୍ତ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ କରିଥିଲେ ।[୭]

ମୋହିନୀ ଗିରିଙ୍କର ଶ୍ୱଶୁର ବରାହଗିରି ଭେଙ୍କଟଗିରି ହେଉଛନ୍ତି, ଭାରତର ପୂର୍ବତନ ରାଷ୍ଟ୍ରପତି ।[୧]

ପେଶା[ସମ୍ପାଦନା]

ମୋହିନୀ ଶିକ୍ଷା ବିଭାଗରେ ପ୍ରଥମେ ଯୋଗ ଦେଇଥିଲେ ଏବଂ ସେଇଠୁ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ପ୍ରଥମେ ଲକ୍ଷ୍ନୋ ବିଶ୍ୱ ବିଦ୍ୟାଳୟରେ ମହିଳା ବିଭାଗରେ ଯୋଗ ଦେଇ ଶିକ୍ଷାଦାନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଯବାନମାନଙ୍କର ବିଧାବା ପତ୍ନୀମାନଙ୍କୁ ନେଇ ପ୍ରଥମେ ୧୯୭୨ ମସିହାରେ ମୋହିନୀ ଏକ ସଂଘ ଆରମ୍ଭ କରିଥିଲେ ।[୮] ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ଏହି ମହିଳାମାନଙ୍କର ଉଦ୍ୟମରେ ନିର୍ମିତ ଦକ୍ଷିଣ ଏସୀୟ ସଂଘର ପ୍ରତିଷ୍ଠାତା ଏବଂ ଟ୍ରଷ୍ଟର ସଦସ୍ୟା ହୋଇଥିଲେ ।[୭]

ଭାରତରେ ଅନାହାର ମୃତ୍ୟୁ ସଂଖ୍ୟା ଅଧିକ ଥିଲା, ତେଣୁ ନ୍ୟୁୟର୍କରେ ପର୍ଯ୍ୟବେଷିତ ଏକ ଆନ୍ତର୍ଜାତୀୟ ସେବା ସଂସ୍ଥା ଭାରତରେ ଏକ ପ୍ରକଳ୍ପ ଆରମ୍ଭ କରିଥିଲା, ଯାହାର ନାମ ହେଉଛି ଦ ହଙ୍ଗର୍ ପ୍ରୋଜେକ୍ଟ । ଏହି ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଥିଲା ଭାରତ ବର୍ଷରୁ ଅନାହାରୁକୁ ଦୂର କରିବା । ଭାରତରେ ଏହି ସଂସ୍ଥାର ବୋର୍ଡ଼ ମେମ୍ବର ଭାବରେ ମୋହିନୀ ଗିରି କାର୍ଯ୍ୟ କରିଥିଲେ ଏବଂ ପରେ ସେ ଏହାର ଚେୟାରମ୍ୟାନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୯]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ମୋହିନୀ ଗିରିଙ୍କର ସମାଜସେବା ଓ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ତାକୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପଦ୍ମ ଭୂଷଣ ହେଉଛନ୍ତି ଭାରତ ବର୍ଷର ତୃତୀୟ ସର୍ବୋଚ୍ଚ ସମ୍ମାନ । ସେତେବଳର ଭାରତୀୟ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମ ମୋହିନୀଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "V. Mohini Giri Profile". Guild for Service. Retrieved 2014-02-11.
  2. Pisharoty, Sangeeta Barooah (27 August 2013). "Silver years defined". The Hindu. Retrieved 2014-02-11.
  3. "Interview with Dr. Mohini Giri". aarpinternational.org. 1 September 2010. Retrieved 2014-02-12.
  4. "Chairpersons of the Commission". NCW Official website. Retrieved 2014-02-11.
  5. "Padma Awards Directory (1954–2009)" (PDF). Ministry of Home Affairs. Archived from the original (PDF) on 10 May 2013. Retrieved 23 March 2013.
  6. "Illustrious alumni recall glorious days at Lucknow University". The Times of India. 26 November 2013. Retrieved 2014-02-12.
  7. ୭.୦ ୭.୧ "Dr. V. Mohini Giri profile". The Hunger Project. Retrieved 2014-02-11.
  8. "History". War Widows Association, New Delhi, India. Retrieved 2014-02-11.
  9. "Global Board of Directors and Officers". The Hunger Project. Archived from the original on 22 February 2014. Retrieved 11 February 2014.

ବାହାର ଆଧାର[ସମ୍ପାଦନା]