ଭି. ଅନ୍‌ବିଟେବୁଲ୍

ଉଇକିପିଡ଼ିଆ‌ରୁ

ଭି. ଅନ୍‌ବିଟେବୁଲ୍ (ବିକାଶ ଅନ୍‌ବିଟେବୁଲ୍ ଭାବରେ ମଧ୍ୟ ଜଣା) ହେଉଛି ମୁମ୍ବାଇର ଏକ ନୃତ୍ୟ ଦଳ ।[୧][୨] ଏହି ନୃତ୍ୟଦଳଟି ୨୦୧୮ ମସିହାରେ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ନୃତ୍ୟ ଭିତ୍ତକ କାର୍ଯ୍ୟକ୍ରମ ଡ୍ୟାନ୍ସ ପ୍ଲସ୍‌ରେ ଅଂଶଗ୍ରହଣ କରିବାପରେ ଲୋକ ଲୋଚନକୁ ଆସିଥିଲା ଏବଂ ଏହି ପ୍ରତିଯୋଗିତାରେ ୪ର୍ଥ ସ୍ଥାନ ଅକ୍ତିଆର କରିଥିଲା ।[୩][୪] ୨୦୧୯ ମସିହାରେ ସେମାନେ ଯେତେବେଳେ ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟର ଚତୁର୍ଦ୍ଦଶ ଭାଗରେ ଅଂଶଗ୍ରହଣ କରିଥିଲେ ଏବଂ ବାସ୍କେଟବଲ୍ ଖେଳାଳୀ ତଥା ଅତିଥି ବିଚାରପତି ଡ୍ୱାଇନ୍ ୱେଡଙ୍କଠାରୁ ଗୋଲଡେନ୍ ବଜର୍ ପ୍ରାପ୍ତ କରିଥିଲେ, ସେତେବେଳେ ସେମାନେ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧିଲାଭ କରିଥିଲେ ।[୫]

ଫେବୃଆରୀ ୨୦୨୦ରେ, ସେମାନେ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍: ଦ ଚାମ୍ପିଅନ୍ସର ୨ୟ ଭାଗର ବିଜୟୀ ହୋଇଥିଲେ ।[୬]

ଏହି ନୃତ୍ୟଦଳର ନୃତ୍ୟଶିଳ୍ପୀମାନେ ମୁମ୍ବାଇର ବସ୍ତୀ ଅଞ୍ଚଳର, ଯେଉଁମାନେ ସେଠାରେ ବିଦ୍ୟୁତ୍ ବିନା ଖରାପ ଅବସ୍ଥାରେ ରହୁଥିଲେ, ଯାହାଙ୍କ ପାଖରେ ପିଇବା ପାଇଁ ମଧ୍ୟ ବିଶୁଦ୍ଧ ପାନୀୟଜଳ ନଥାଏ ।

ପ୍ରାରମ୍ଭିକ ତଥ୍ୟ[ସମ୍ପାଦନା]

ଅଭ୍ୟାସ ସମୟରେ ଷ୍ଟଣ୍ଟ ପ୍ରଦର୍ଶନ କରି ମୃତ୍ୟୁବରଣ ଏହି ଦଳର କରିଥିବା ପୂର୍ବତନ ସଦସ୍ୟ ବିକାଶ ଗୁପ୍ତାଙ୍କ ପରେ ନାମର ଆରମ୍ଭରେ ଥିବା ଅକ୍ଷର ଭି (V) ଅନୁସାରେ ଏହି ଦଳର ନାମକରଣ କରାଯାଇଛି ।[୭] ୨୦୧୭ ମସିହାରେ ସେମାନେ ପ୍ରଥମେ କଲର୍ସ ଟିଭିରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଇଣ୍ଡିଆ ବନେଗା ମଞ୍ଚରେ ଭାଗନେଇଥିଲେ ।

୨୦୧୮ ମସିହାରେ, ସେମାନେ ଭାରତୀୟ ନୃତ୍ୟ ପ୍ରତିଯୋଗିତା ଡ୍ୟାନ୍ସ ପ୍ଲସରେ ପ୍ରତିଦ୍ୱନ୍ଦ୍ୱିତା କରି ୪ର୍ଥ ସ୍ଥାନରେ ରହିଥିଲେ ।[୩]

ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍[ସମ୍ପାଦନା]

୨୦୧୯ ମସିହାରେ ସେମାନେ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍‌ରେ ଭାଗନେଇଥିଲେ । ସେମାନଙ୍କର ପ୍ରଥମ ନୃତ୍ୟରେ ବିଚାରପତି ହାଓ ମାଣ୍ଡେଲ, ଗାବ୍ରିଏଲ୍ ୟୁନିଅନ୍, ଜୁଲିୟାନ୍ ହଫ୍, ସାଇମନ୍ କୋୱେଲ୍ ଏବଂ ଅତିଥି ବିଚାରପତି ଡ୍ୱାଇନ୍ ୱେଡ୍ ସମସ୍ତେ ସେମାନଙ୍କୁ ଛିଡ଼ା ହୋଇ ପ୍ରସଂଶା କରିଥିଲେ । ସେମାନଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ଅତିଥି ବିଚାରପତି ୱେଡ୍ ଗୋଲଡେନ ବଜର୍ ଦବାଇଥିଲେ ଏବଂ ସେମାନଙ୍କୁ ସିଧାସଳଖ କ୍ୱାର୍ଟର ଫାଇନାଲକୁ ପଠାଇଥିଲେ । ଏହାପରେ ସେମାନେ କ୍ୱାଟର ଫାଇନାଲ୍ ଏବଂ ସେମିଫାଇନାଲରେ ସଫଳ ହୋଇ ଫାଇନାଲ୍‌ରେ ପହଞ୍ଚିଥିଲେ, ମାତ୍ର ୪ର୍ଥ ସ୍ଥାନ ରହିଥିଲେ ।

ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍: ଦ ଚାମ୍ପିଅନ୍ସ[ସମ୍ପାଦନା]

ଭି. ଅନ୍‌ବିଟେବୁଲ୍ ୨୦୨୦ ମସିହାରେ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍: ଦ ଚାମ୍ପିଅନ୍ସରେ ଭାଗନେଇଥିଲେ ଏବଂ ଆରମ୍ଭରୁ ହାଓ ମାଣ୍ଡେଲଙ୍କଠାରୁ ଗୋଲଡେନ୍ ବଜର୍ ପାଇ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିଥିଲେ । ଫାଇନାଲ୍‌ରେ ସେମାନେ ଟ୍ରାଭିସ୍ ବରକରଙ୍କ ସହ ମିଶି ନୃତ୍ୟକଳା ପ୍ରଦର୍ଶନ କରିଥିଲେ ଏବଂ ଏହି ପ୍ରତିଯୋଗିତାକୁ ଜିତି "ବିଶ୍ୱ ଚାମ୍ପିଅନ" ଆକ୍ଷା ପାଇଥିଲେ ।[୬]

ଦୂରଦର୍ଶନ[ସମ୍ପାଦନା]

ବର୍ଷ ନେଟୱାର୍କ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୧୮ କଲର୍ସ ଟିଭି ଭାରତ ବାନେଗା ମଞ୍ଚ ନୃତ୍ୟ
୧୦୧୯ ଷ୍ଟାର୍ ପ୍ଲସ୍ ଡ୍ୟାନ୍ସ ପ୍ଲସ୍ ୪ ନୃତ୍ୟ ୪ର୍ଥ ସ୍ଥାନ[୮]
୨୦୧୯ ଏନ୍.ବି.ସି. ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍ (୧୪ଶ ସଂସ୍କରଣ) ନୃତ୍ୟ ୪ର୍ଥ ସ୍ଥାନ
୨୦୨୦ ଏନ୍.ବି.ସି. ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍: ଦ ଚାମ୍ପିଅନ୍ସ ନୃତ୍ୟ ବିଜେତା
୨୦୨୦ ଷ୍ଟାର୍ ପ୍ଲସ୍ ଡ୍ୟାନ୍ସ ପ୍ଲସ୍ ୫ ଅତିଥି -

ଆଧାର[ସମ୍ପାଦନା]

  1. Bhandara, Neville (14 August 2019). "How a hip-hop dance crew from Mumbai made it to America's Got Talent". Elle (magazine) (in ଆମେରିକୀୟ ଇଂରାଜୀ). Retrieved 2019-08-21.
  2. "Indian dance group V. Unbeatable stuns with their latest act in America's Got Talent". The Indian Express (in Indian English). 2019-08-21. Retrieved 2019-08-21.
  3. ୩.୦ ୩.୧ "All you want to know about hip-hop crew V. Unbeatable that took America's Got Talent by storm". India Today (in ଇଂରାଜୀ). 29 May 2019. Retrieved 2019-08-21.
  4. "America's Got Talent: Indian dance crew V. Unbeatable wows judges with amazing moves in quarter finals". India Today (in ଇଂରାଜୀ). 21 August 2019. Retrieved 2019-08-21.
  5. Lisa Respers France (24 July 2019). "Dance crew honors friend on 'America's Got Talent' and gets golden buzzer". CNN. Retrieved 2019-08-21.
  6. ୬.୦ ୬.୧ Cydney Henderson (17 February 2020). "'AGT: The Champions' finale: Mumbai dance group V. Unbeatable wins Season 2". USA Today. Retrieved 2020-02-18.
  7. Aakanksha, Raghuvanshi (26 July 2019). "Mumbai Dance Group V. Unbeatable Dedicates America's Got Talent Performance To Friend Who Died". NDTV. Retrieved 2019-08-21.
  8. "Indian dance group V Unbeatable reaches America's Got Talent final". India Today. 12 September 2019. Retrieved 2019-09-19.