ଭିଲ୍ଟୋଲାରସେନ
| Clinical data | |
|---|---|
| Trade names | Viltepso |
| Synonyms | NS-065/NCNP-01 |
| AHFS/Drugs.com | monograph |
| data |
|
| Routes of administration | Intravenous |
| Legal status | |
| Legal status | |
| Chemical and physical data | |
| Formula | C244H381N113O88P20 |
| Molar mass | ୬,୯୨୪.୯୧ g·mol−1 |
ଭିଲ୍ଟୋଲାରସେନ (ଇଂରାଜୀ ଭାଷାରେ Viltolarsen), ଭିଲଟେପ୍ସୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେତେକ ଧରଣର ଡୁଚେନେ ମାଂସପେଶୀ ଡିଷ୍ଟ୍ରୋଫି (DMD) ରୋଗର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଡିଏମଡି (DMD) ସହିତ ପ୍ରାୟ ୮% ଲୋକଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କର ଏକ ମ୍ୟୁଟେସନ୍ ଅଛି ଯାହା ଏକ୍ସନ୍ ୫୩ ସ୍କିପିଙ୍ଗ୍ ପାଇଁ ସହଜ ଅଟେ । ୨୦୨୦ ସୁଦ୍ଧା ଏହା ଉନ୍ନତିରେ ପରିଣତ ହୋଇଛି କି ନାହିଁ ତାହା ଅସ୍ପଷ୍ଟ ଥିଲା ।[୩] ଏହାକୁ ଏକ ଘଣ୍ଟାରୁ ଅଧିକ ସମୟ ଧରି ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଇଞ୍ଜେକସନ ନେବା ସ୍ଥାନରେ ପ୍ରତିକ୍ରିୟା, କାଶ ଏବଂ ଜ୍ୱର ହୋଇପାରେ ।[୨] ଅନ୍ୟାନ୍ୟ ସମ୍ଭାବ୍ୟ ଆଶଙ୍କା ମଧ୍ୟରେ ବୃକ୍କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୨] ଏହା ଏକ ମର୍ଫୋଲିନୋ ଆଣ୍ଟିସେନ୍ସ ଓଲିଗୋନିଉକ୍ଲୋଓଟାଇଡ ।[୨]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିଲ୍ଟୋଲାରସେନ ଅନୁମୋଦିତ ହୋଇଥିଲା ।[୨] ୨୦୨୦ ସୁଦ୍ଧା ୟୁରୋପରେ ଏହା ଅନୁମୋଦିତ ନୁହେଁ, ଯଦିଓ ଅନାଥ ନାମ ରହିଛି ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୫୦ ପ୍ରତି ମିଗ୍ରା ପାଇଁ ପ୍ରାୟ ୧୫୦୦ ଡଲାର ଖର୍ଚ୍ଚ ହେଉଥିଲା ।[୫] ଜଣେ ୩୦ କିଲୋଗ୍ରାମ ବିଶିଷ୍ଟ ବ୍ୟକ୍ତିଙ୍କ ପିଛା ପ୍ରାୟ ୭୩୦,୦୦୦ ଡଲାର୍ ଖର୍ଚ୍ଚ ହେଉଥିଲା ।[୬]
ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;Viltepso FDA labelନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 3 4 5 6 "Viltolarsen Monograph for Professionals". Drugs.com (in ଇଂରାଜୀ). Retrieved 15 September 2021.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;FDA2020Approvନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "EU/3/20/2282: Viltolarsen". Archived from the original on 9 January 2021. Retrieved 15 September 2021.
- ↑ "Viltepso Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 April 2021. Retrieved 15 September 2021.
- ↑ "FDA gives speedy approval to another Duchenne drug". BioPharma Dive (in ଆମେରିକୀୟ ଇଂରାଜୀ). Archived from the original on 2021-06-27. Retrieved 2021-08-03.