Jump to content

ଭିଟାବାଇ ଭାଉ ମଙ୍ଗ ନାରାୟଣଗାଓଙ୍କର

ଉଇକିପିଡ଼ିଆ‌ରୁ
ଭିଟାବାଇ ଭାଉ ମଙ୍ଗ ନାରାୟଣଗାଓଙ୍କର
ଫାଇଲ:Photo of Vithabai Bhau Mang Narayangaonkar.jpg
ଜନ୍ମ(1935-07-01)୧ ଜୁଲାଇ ୧୯୩୫
ପନ୍ଧରପୁର, ଭାରତ
ମୃତ୍ୟୁ୧୫ ଜାନୁଆରୀ ୨୦୦୨(2002-01-15) (ବୟସ ୬୬)
ଜାତୀୟତାIndian
ବୃତ୍ତିPerforming artist
ବୈବାହିକ-ସାଥୀAnna Sawant Merchant
ସନ୍ତାନMangala Bansode
(Daughter)
ପିତାମାତା
  • Bhau Bapu Narayangaonkar (ବାପା)
  • Shantabai Narayangaonkar (ମାଆ)
ସମ୍ପର୍କୀୟNarayan Khude
(grandfather)
Ramabai Narayangaonkar
(sister)
Kesharbai Narayangaonkar
(sister)

ଭିଟାବାଇ ଭାଉ ମଙ୍ଗ ନାରାୟଣଗାଓଙ୍କର (ଜୁଲାଇ ୧୯୩୫ – ୧୫ ଜାନୁଆରୀ ୨୦୦୨) ଜଣେ ଭାରତୀୟ ନର୍ତ୍ତକୀ, ଗାୟିକା ଓ ତାମସା (Tamasha) କଳାକାର ଥିଲେ ।

ପ୍ରାକ୍ ଜୀବନ ଓ ବୃତ୍ତି

[ସମ୍ପାଦନା]

ଭିଟାବାଇ ଗୋଟିଏ କଳାକାର ପରିବାରରେ ଜନ୍ମଗ୍ରହଣ କରି ବଢ଼ିଥିଲେ । ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଥିବା ପନ୍ଧରପୁର ସ‌ହରରେ ସେ ଜନ୍ମ ହୋଇଥିଲେ । ତାଙ୍କ ପିତା ଓ ମାମୁଁ (uncle) ଗୋଟିଏ ପାରିବାରିକ ଦଳ ଗଠନ କରିଥିଲେ ଯାହାର ନାମ ଥିଲା ଭାଉ-ବାପୁ ମଙ୍ଗ ନାରାୟଣଗାଓଙ୍କର ଥିଲା । ତାଙ୍କର ଅଜା ନାରାୟନ ଖୁଡ଼େ ସେହି ଦଳ ଗଠନ କରିଥିଲେ । ତାଙ୍କ ଅଜା ପୁଣେ ଜିଲ୍ଲାର ଶିରପୁର ତାଲୁକାରେ ଥିବା କଭାତେ ଯାମାଇ (Kavathe Yamai) ବାସିନ୍ଦା ଥିଲେ ।[] ପିଲାଦିନୁ ଭିଟାବାଇ ବିଭିନ୍ନ ଧରଣରେ ଗୀତ ଯେପରିକି ଲାବଣ୍ୟ, ଗବଲନ, ଭେଦିକ ଇତ୍ୟାଦି ସଂସ୍ପର୍ଶରେ ଆସିଥିଲେ । ଛାତ୍ରୀ ଭାବରେ ସେ ବିଦ୍ୟାଳୟରେ ଭଲ କଲେନି କିନ୍ତୁ ମଞ୍ଚରେ ସେହି ଅଳ୍ପ ବୟସରେ ସେ ସ‌ହଜ ଭାବରେ କୌଣସି ପ୍ରଶିକ୍ଷଣ ବିନା ସୁନ୍ଦର ପ୍ରଦର୍ଶନ କରୁଥିଲେ ।[]

ତାଙ୍କର ପିଲା ଜନ୍ମ ହେବା ବିଷୟରେ ଏକ ଉଲ୍ଲେଖନୀୟ ଘଟଣା ଘଟିଥିଲା । ଦର୍ଶକମାନଙ୍କ ସାମନାରେ ସେ ପ୍ରଦର୍ଶନ କରୁଥିଲା ବେଳେ ସେ ୯ ମାସର ଗର୍ଭବତୀ ଥିଲେ । ଏହି ପ୍ରଦର୍ଶନ ଚାଲୁଥିବା ବେଳେ ସେ ପ୍ରସବ କରିବା ସମୟ ଆସନ୍ନ ବୋଲି ଜାଣିପାରିଲେ । ସେ ସୁସ୍ଥ, ଧୈର୍ଯ୍ୟଶୀଳା ଓ ସାହସୀ ମହିଳା ଥିଲେ ଓ ମଞ୍ଚ ପଛପାଖକୁ ଯାଇ ପ୍ରସବ କରିଥିଲେ, ଗୋଟିଏ ପଥର ସାହାଯ୍ୟରେ ନାହି କାଟିସାରି ପୁନର୍ବାର ମଞ୍ଚକୁ ଆସି ପ୍ରଦର୍ଶନ କରିଥିଲେ । ଦର୍ଶକମାନେ ପେଟ ଫୁଲା ଦେଖି ନ ପାରି ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ । ତାଙ୍କର ସାହସିକ ଓ ସମର୍ପିତ ଭାବନା ଦେଖିବା ପରେ ପ୍ରଦର୍ଶନ ବନ୍ଦ କରିଦେଲେ । ପ୍ରଦର୍ଶନ ଚାଲୁ ରଖିବା ମନୋବୃତି ଦେଖି ଦର୍ଶକମାନେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ ଓ ବିଶ୍ରାମ ଦେବାକୁ ଉପଦେଶ ଦେଲେ । ମହାରାଷ୍ଟ୍ରର ନାରାୟଣ ଗାଁରୁ ଜନ୍ମ ହୋଇଥିବା ସେହି ମହାନ ତାମସା କଳାକାର ଏକ କିମ୍ବଦନ୍ତୀ ହୋଇଗଲେ ।

ତାଙ୍କର କଳା ନିମନ୍ତେ ସେ ୧୯୫୭ ଓ ୧୯୯୦ ମସିହାରେ ଭାରତର ରାଷ୍ଟ୍ରପତିଙ୍କଠାରୁ ମେଡାଲ ଗ୍ରହଣ କରିଥିଲେ ।[] ତାଙ୍କର ଖ୍ୟତି ଓ ସମ୍ମାନ ପାଇଥିଲେ ମଧ୍ୟ ସେ ଆର୍ଥିକ ଅଭାବରେ ଥିଲେ ଓ କେହି ତାଙ୍କ କଥା ଭାବି ତାଙ୍କର ଯତ୍ନ ନେଇ ନଥିଲେ ।[] ତାଙ୍କର ମୃତ୍ୟୁ ପରେ କିଛି ଦାତା ଚାନ୍ଦା କରି ଡାକ୍ତରଖାନାର ପାଉଣା ଭରଣା କରିଥିଲେ । []

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ତାଙ୍କର ତାମସା ଶ୍ରେଣୀର କଳା ପ୍ରଦର୍ଶନ ନିମନ୍ତେ ତାଙ୍କ ଦଳକୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା । ତାଙ୍କର ଫ୍ୟାନ ତାଙ୍କୁ ତାମସା ସାମ୍ରାଜ୍ଞୀ କ‌ହୁଥିଲେ ଓ ସରକାର ତାଙ୍କୁ ସମ୍ମାନ ଦେଉଥିଲେ । [][]

ମହାରାଷ୍ଟ୍ର ସରକାର ୨୦୦୬ ମସିହାରେ ତାଙ୍କ ସମ୍ମାନାର୍ଥେ ବାର୍ଷିକ 'ଭିଟାବାଇ ନାରାୟଣଗାଓଙ୍କର ଆଜୀବନ କୃତି ପୁରସ୍କାର' ସ୍ଥାପନ କରିଥିଲେ । ତାମସା କଳାକୁ ସଂରକ୍ଷିତ ଓ ପ୍ରଚାର କରିବାରେ ଅହରହ ଚେଷ୍ଟିତ ଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯାଏ । ଏହି ପୁରସ୍କାର ୨୦୦୬ ମସିହାରୁ ଦିଆଯାଉଛି ଓ ଏହାର ଗ୍ରହିତାମାନଙ୍କ ନାମ ମଧ୍ୟରେ ଶ୍ରୀମତୀ କଣ୍ଟାବାଇ ସତରକର, ବସନ୍ତ ଅବସରିକାର, ଶ୍ରୀମତୀ ସୁଲୋଚନା ନଲୱାଡ଼େ, ହରିଭାଉ ବଢେ, ଶ୍ରୀମତୀ ମଙ୍ଗଳା ବନସୋଡେ (ଭିଟାବାଇଙ୍କ ଝିଅ), ସାଧୁ ପତସୁତେ, ଅଙ୍କଶ ଖଡ଼େ, ପ୍ରଭା ଶିବାନେକର, ଗଙ୍ଗାରାମ କଭାତେକର ଇତ୍ୟାଦି ଉଲ୍ଲେଖନୀୟ । ଲୋକ୍ଷାହିର ବଶିର ମୋମିନ କଭାତେକରଙ୍କୁ[] ଲୋକ କଳା, ଲବଣୀ ଓ ତାମସା ଇତ୍ୟାଦିରେ ତାଙ୍କର ଅବଦାନ ଯୋଗ ଏହି ସମ୍ମାନ ୨୦୧୮ ମସିହାର ପ୍ରଦାନ କରାଯାଇଥିଲା ।[]

ଲବଣୀ ଓ ତାମସା କ୍ଷେତ୍ରରେ ଅବଦାନ ଯୋଗୁ ଗୁଲାବ ସଙ୍ଗମନେରକର ଏହି ପୁରସ୍କର ୨୦୧୯ ମସିହାରେ ଗ୍ରହଣ କରିଥିଲେ ।[]

  1. Abp Majha (2016-09-08), माझा कट्टा: लावणी सम्राज्ञी मंगला बनसोडे, retrieved 2016-12-18
  2. Lakshmi, C.S. (3 February 2002). "Life and times of a kalakaar". The Hindu. Archived from the original on 25 January 2013. Retrieved 23 August 2012.
  3. "Bowing out - Indian Express". archive.indianexpress.com. Retrieved 2016-12-18.
  4. Bendix, Regina F.; Hasan-Rokem, Galit (2012-03-12). A Companion to Folklore (in ଇଂରାଜୀ). John Wiley & Sons. ISBN 9781444354386.
  5. 1 2 "Lavani Legend Vithabai is no more". The Times of India. Pune, India. Times News Network. 17 July 2002. Retrieved 23 August 2012.
  6. "लाज धरा पाव्हणं..." marathibhaskar. 2012-03-03. Retrieved 2016-12-18.
  7. बी. के. मोमीन कवठेकर यांना विठाबाई नारायणगावकर पुरस्कार जाहीर “Sakal, a leading Marathi Daily”, 2-Jan-2019
  8. तमाशासम्रादणी विठाबाई नारायणगावकर जीवनगौरव पुरस्कार बशीर कमरूद्दीन मोमीन यांना घोषित "लोकमत, a leading Marathi language Daily", 2-Jan-2019
  9. ज्येष्ठ लोककलावंत गुलाबबाई संगमनेरकर यांना विठाबाई नारायणगावकर जीवनगौरव पुरस्कार जाहीर “Sakal, a leading Marathi Daily”, 24-Jun-2020