ଭାରତୀୟ ନୌସେନା ଦିବସ

ଉଇକିପିଡ଼ିଆ‌ରୁ


ପ୍ରତିବର୍ଷ ୪ ଡିସେମ୍ବର ଦିନ ଭାରତୀୟ ନୌସେନା ଦିବସ ପାଳନ କରାଯାଏ । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସେନା ଦିବସ ପ୍ରତିବର୍ଷ ପାଳନ କରାଯାଏ ।[୧]

ଇତିହାସ[ସମ୍ପାଦନା]

୧୬୧୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ଡିସେମ୍ବର ୩, ୧୯୭୧ରେ, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ଭାରତୀୟ ବାୟୁସେନା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣର ମୁକାବିଲା କରି ଭାରତୀୟ ନୌସେନା ସର୍ବାଧିକ ୩ଟି ଯୁଦ୍ଧ ଜାହାଜ (INS Veer, INS Nipat ଏବଂ INS Nirghat), ସର୍ବାଧିକ ବେଗରେ କରାଚି ଆଡକୁ ଗରି କରି ପାକିସ୍ତାନ ନୌସେନାକୁ ଟକ୍କର ଦେଇଥିଲେ । ଏହି ଅପରେସନ୍ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର ୩ଟି ଜାହାଜକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲେ । ଭାରତର ନୌସେନାକୁ ଏହି ସଫଳତା ଦେବା ପଛରେ ଆକ୍ରମଣର ନେତୃତ୍ୱ ନେଇଥିବା କମ୍ମାଣ୍ଡର କେ ପି ଗୋପାଳ ରାଓ ହିଁ ଥିଲେ । ଅପରେସନ ଟ୍ରାଇଡେଣ୍ଟ ନାମରେ ପ୍ରସିଦ୍ଧ ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ନୌସେନା ଦିବସ ପାଳିତ ହେଉଅଛି ।[୨]

ଆଧାର[ସମ୍ପାଦନା]

  1. Bureau, Outlook Web (14 February 2022). "Here's Why December 4 Is Celebrated As The Navy Day In India". www.outlookindia.com/ (in ଇଂରାଜୀ). Retrieved 21 February 2022.
  2. Desk, The Hindu Net (4 December 2017). "Navy Day: Here's a quick look at the Indian Navy today". The Hindu (in Indian English). Retrieved 21 February 2022.