ମେକ୍ ଇନ୍ ଇଣ୍ଡିଆ

ଉଇକିପିଡ଼ିଆ‌ରୁ
(ଭାରତରେ ତିଆରିରୁ ଲେଉଟି ଆସିଛି)
ଫାଇଲ:Dr-srinubabu-gedela-ceo-pulsus-make-in-india--144.jpg
Make In India
ମେକ୍ ଇନ୍ ଇଣ୍ଡିଆ
ଉଦ୍ଦେଶ୍ୟରୋଜଗାର ସୃଷ୍ଟି ଏବଂ ଅର୍ଥନୈତିକ ଉନ୍ନତି ଏବଂ ବିଶ୍ୱ ସମୁଦାୟକୁ ଭାରତର ଅର୍ଥନୀତିର ପରିଚୟ ଦେବା ।
ୱେବ୍‌ସାଇଟmakeinindia.com

ମେକ୍ ଇନ୍ ଇଣ୍ଡିଆ ବା ଓଡ଼ିଆରେ ଭାରତରେ ତିଆରି ହେଉଛି ଏକ ଆନ୍ତର୍ଜାତିକ ବିପଣନ ପ୍ରଚାର ସ୍ଲୋଗାନ ଯାହା , ଭାରତର ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦୀ ସାରା ବିଶ୍ୱର ବ୍ୟବସାୟୀମାନଙ୍କୁ ଭାରତରେ ପୁଞ୍ଜି ବିନିଯୋଗ ଏବଂ ନିର୍ମାଣ ନିମିତ୍ତ ଅକୃଷ୍ଟ କରିବା ପାଇଁ ୨୦୧୪ ସେପ୍ଟେମ୍ବର ୨୫ ତାରିଖରେ ପ୍ରଣୟନ କରିଛନ୍ତି ।[୧][୨][୩]

ବୈଶିଷ୍ଟ୍ୟ[ସମ୍ପାଦନା]

Prime Minister Narendra Modi launches Make in India

ଏହା ପଛର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ବୃହତ୍ ଶିଳ୍ପ ଏବଂ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଯାହା ଫଳରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ ।[୪][୫]

ମେକ୍ ଇନ୍ ଇଣ୍ଡିଆ ପ୍ରଣୟନର ମୁଖ୍ୟବିନ୍ଦୁ ଓ ଉଦ୍ଦେଶ୍ୟ[ସମ୍ପାଦନା]

  • ଏହା ଏକ ପ୍ରୟାସ ଯେଉଁଥିରେ ଭାରତରୁ ଉତ୍ପାଦନ, ରପ୍ତାନୀ ଓ ରୋଜଗାରକୁ ଧ୍ୟାନ ଦିଆଯାଇଛି । 'ମେକ୍ ଇନ୍ ଇଣ୍ଡିଆ’ ପ୍ରଚାରରେ ଭାରତକୁ ଉତ୍ପାଦନର କେନ୍ଦ୍ର ଭାବେ ପରିଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନାବଶ୍ୟକ ଆଇନ ଏବଂ ନିୟମାବଳୀଗୁଡ଼ିକୁ ହଟାଇ ବ୍ୟବସାୟିକ ପ୍ରକ୍ରିୟାମାନ ସହଜ ଏବଂ ସୁବିଧା ଯୋଗ୍ୟ କରିବା, ସ୍ୱଚ୍ଛ ଶାସନ, ପ୍ରତିକ୍ରିୟାତ୍ମକ ଏବଂ ଉତ୍ତରଦାୟୀ ସରକାର ହେବାପାଇଁ ପ୍ରୟାସ କରାଯାଇଛି । [୬]
  • ଏହି ସରକାର ସମୟାବଦ୍ଧ ପ୍ରକଳ୍ପଗୁଡ଼ିକୁ ଏକକ ଅନ୍‌ଲାଇନ୍ ପୋର୍ଟାଲ୍ ଦେଇ ମଂଜୁରୀ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତି ଯାହା ପରେ ଆଠଜଣିଆ ଟିମ୍‌ଦ୍ୱାରା ସହାୟତା ମିଳିବ, ଯେଉଁମାନେ କି ନିବେଶକାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଏବଂ ମୁଖ୍ୟ ପ୍ରସଂଗଗୁଡ଼ିକ ଯଥା ଶ୍ରମ ନିୟମ, କାର୍ମିକ ଉତ୍କର୍ଷତା ଏବଂ ନିର୍ମାଣ ଢାଂଚାର ପରାମର୍ଶ ପାଇଁ ପ୍ରସ୍ତୁତ ରହିବେ । [୭]
  • ଏହି ପ୍ରଚାର ସାଧାରଣତଃ ବେରୋଜଗାରୀଙ୍କଠାରେ ଆଶା ସଂଚାର କରେ । ଯେହେତୁ ସେମାନଙ୍କ ପାଇଁ ଉତ୍ପାଦନକାରୀ ସଂସ୍ଥାମାନ ବିପୁଳ ଶ୍ରମ ନିଯୁକ୍ତି ସୃଷ୍ଟି କରିବେ, କିଛି ସମ୍ମାନନୀୟ କାର୍ଯ୍ୟ ଯଦିଓ ଏହା ବିଶେଷ ଭାବେ ବଡ଼ ନୁହେଁ, ଭବିଷ୍ୟତରେ କାମଧନ୍ଦା ମିଳିବା ସମ୍ଭାବନା ସେମାନଙ୍କୁ ଉତ୍ସାହିତ କରେ ।

ଅନ୍ତର୍ଭୁକ୍ତ କ୍ଷେତ୍ର[ସମ୍ପାଦନା]

ଏହି ପ୍ରଚାରରେ ନିମ୍ନଲିଖିତ କ୍ଷେତ୍ରଗୁଡ଼ିକ ଭାରତ ସରକାରଙ୍କଦ୍ୱାରା ଅନ୍ତର୍ଭୁକ୍ତ ହୋଇଛି - [୮]

  • ଅଟୋମୋବାଇଲ୍
  • ଯାନବାହନ ଯନ୍ତ୍ରାଂଶ
  • ବିମାନସେବା
  • ବାୟୋଟେକ୍ନୋଲୋଜି
  • ରସାୟନ
  • ନିର୍ମାଣ
  • ପ୍ରତିରକ୍ଷା ଉତ୍ପାଦନ
  • ବୈଦ୍ୟୁତିକ ଯନ୍ତ୍ରାଂଶ
  • ବୈଦ୍ୟୁତିକ ସିଷ୍ଟମ୍
  • ଖାଦ୍ୟ ପ୍ରକ୍ରିୟାକରଣ
  • ଆଇଟି ଏବଂ ବିପିଏମ୍
  • ଚମଡା
  • ଗଣମାଧ୍ୟମ ଏବଂ ମନୋରଂଜନ
  • ଖଣି
  • ତୈଳ ଏବଂ ଗ୍ୟାସ୍
  • ଫାର୍ମାସୁଟିକାଲ୍
  • ବନ୍ଦର
  • ରେଳବାଇ
  • ପୁନଃନବୀକରଣ ଯୋଗ୍ୟ ଶକ୍ତି
  • ରାସ୍ତାଘାଟ ଏବଂ ରାଜପଥ
  • ମହାକାଶ
  • ବୟନ ଏବଂ ବସ୍ତ୍ର
  • ତାପଜ ଶକ୍ତି
  • ପର୍ଯ୍ୟଟନ ଏବଂ ଆତିଥ୍ୟ
  • ଜନକଲ୍ୟାଣ

ଭାରତ ପାଇଁ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧିର ମୁଖ୍ୟ ବିଷୟ ହେଉଛି ଏହି କ୍ଷେତ୍ରମାନଙ୍କରେ ବିନିଯୋଗ ଏବଂ ବିକାଶ

ଆଧାର[ସମ୍ପାଦନା]

  1. A. V. Ganesan (August 31, 2014). "Come, Make In India". The Hindu. Retrieved 27 September 2014.
  2. "As it happened: PM Modi launches Make in India campaign". The Times of India. Retrieved 27 September 2014.
  3. "PM launches 'Make in India' global initiative Prime Minister of India:". pmindia.gov.in. Retrieved 27 September 2014.
  4. "Focus on Make In India, Ministry Of Heavy Industries & Public Enterprises". business-standard. Retrieved 27 September 2014.
  5. "PM Narendra Modi's 'Make in India' campaign: What India Inc's honchos say". economictimes. Retrieved 27 September 2014.
  6. "Narendra Modi's clarion call to investors – Let's Make in India, soon the world will come to us". Indian Express. Retrieved 28 September 2014.
  7. "'Make in India': Will global companies bite?". CNBC. Friday, 26 Sep 2014. Retrieved 28 September 2014. {{cite news}}: Check date values in: |date= (help)
  8. "Sectors that need attention". Government of India. Archived from the original on 1 October 2014. Retrieved 2 October 2014.

ବାହାର ଲିଙ୍କ[ସମ୍ପାଦନା]

Official website