Jump to content

ଭାଜିନିସମସ

ଉଇକିପିଡ଼ିଆ‌ରୁ
ଭାଜିନିସମସ (Vaginismus)
ଭାଜିନିଜ୍‌ମ (Vaginism), ଜେନିଟୋ-ପେଲଭିକ ଯନ୍ତ୍ରଣା ବେମାରୀ (genito-pelvic pain disorder)[]
Muscles included
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Gynecology)
ଲକ୍ଷଣଯୌନ‌ କ୍ରିୟା ସମୟରେ ଯନ୍ତ୍ରଣା (Pain with sex)[]
ଆକ୍ରାନ୍ତ ସମୟପ୍ରଥମ ଯୌନ‌କ୍ରିୟା ସମୟରେ (sexual intercourse)[]
କାରଣକଷ୍ଟର ଭୟ[]
ବିପଦ କାରକଯୌନ ଆକ୍ରମଣର (sexual assault) ଇତିହାସ, ଏଣ୍ଡୋମେଟ୍ରିଓସିସ (endometriosis), ଭାଜିନାଇଟିସ (vaginitis), ପୂର୍ବରୁ ଏପିସିଓଟୋମି ଅପରେଶନ (episiotomy)[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ଓ ପେଲଭିକ ପରୀକ୍ଷା (examination)[]
ସଠିକ ରୋଗ ନିର୍ଣ୍ଣୟକଷ୍ଟଦାୟକ ସଙ୍ଗମ (Dyspareunia)[]
ଚିକିତ୍ସାବ୍ୟବ‌ହାରିକ ଥେରାପି (Behavior therapy), କ୍ରମିକ ଯୋନୀ ପ୍ରସାରଣ vaginal dilatation[]
Prognosisସାଧାରଣତଃ ଚିକିତ୍ସାରେ ସୁଫଳ []
ପୁନଃପୌନିକ୦.୫% ମହିଳାଙ୍କର []

ଭାଜିନିସମସ (ଇଂରାଜୀ ଭାଷାରେ Vaginismus) ଏକ ଅବସ୍ଥା ଯେଉଁଥିରେ ଯୌନ ସଙ୍ଗମ କାଳରେ ଲିଙ୍ଗର ଯୋନୀ ପ୍ରବେଶ (vaginal penetration) ସମୟରେ ମହିଳାଙ୍କର ସ୍ୱତଃଜାତ ପେଶୀ ସ୍ପାଜ୍ମ (muscle spasm) ହୋଇଯାଏ ।[] ଫଳରେ ସଙ୍ଗମ ସମୟରେ ଯନ୍ତ୍ରଣା (pain with attempts at sex) ହୁଏ ।[] ପ୍ରଥମ ଯୌନ ସଙ୍ଗମ (sexual intercourse) କାଳରେ ଏହା ଅଧିକ ହୁଏ । []

ସାଧାରଣତଃ ପ୍ରଥମ ସଙ୍ଗମ ପୂର୍ବରୁ ମହିଳାମାନଙ୍କ ମନରେ ଲିଙ୍ଗର ପ୍ରବେଶ ଜନିତ ଅହେତୁକ ଯନ୍ତ୍ରଣା ହେବାର ଭୟ ଥିବା ଯୋଗୁ ଭାଜିନିସମସ ହୁଏ ।[] ଯୌନ ଆକ୍ରମଣର (sexual assault) ଇତିହାସ, ଏଣ୍ଡୋମେଟ୍ରିଓସିସ (endometriosis), ଭାଜିନାଇଟିସ (vaginitis), ପୂର୍ବରୁ ଏପିସିଓଟୋମି ଅପରେଶନ (episiotomy) ଇତ୍ୟାଦି ଏହି ଅବସ୍ଥାର ସଙ୍କଟ କାରକ ବିବେଚିତ ହୋଇଥାଆନ୍ତି । [] ଲକ୍ଷଣ ଅନୁସାରେ ଓ ପେଲଭିକ ପରୀକ୍ଷା (examination) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ଏହି ନିର୍ଣ୍ଣୟ ନିମନ୍ତେ କୌଣସି ଗଠନ (anatomical) ବା ଶାରୀରିକ ସମସ୍ୟା ନଥିବା ଓ ମହିଳା ମନରେ ଲିଙ୍ଗ ପ୍ରବେଶ ଇଚ୍ଛା ଥିବା ଆବଶ୍ୟକ । [][]

ବ୍ୟବ‌ହାରିକ ଥେରାପି (Behavior therapy) ଯେପରିକି ଗ୍ରାଜୁଏଟେଡ ଏକ୍ସପୋଜର ଥେରାପି (graduated exposure therapy) ଓ କ୍ରମିକ ଯୋନୀ ପ୍ରସାରଣ vaginal dilatation ଉପାୟ ଅବଲମ୍ବନ କରାଯାଏ ।[][] ସାଧାରଣତଃ ଅପରେଶନ ଆବଶ୍ୟକ ହୁଏନାହିଁ ।[] ବୋଟୁଲିନମ ଟକ୍ସିନର (Botulinum toxin) ଉପକାରୀତା ଉପରେ ଅନୁଶୀଳନ ଚାଲିଛି ।[] ପ୍ରାୟ ୦.୫% ମହିଳାଙ୍କର ଏହି ସମସ୍ୟା ହୁଏ ।[] ଚିକିତ୍ସାର ଫଳାଫଳ ବ‌ହୁତ ଭଲ ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. Maddux, James E.; Winstead, Barbara A. (2012). Psychopathology: Foundations for a Contemporary Understanding (in ଇଂରାଜୀ). Taylor & Francis. p. 332. ISBN 9781136482847.
  2. 1 2 3 4 5 6 7 8 9 10 11 12 Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1330. ISBN 9780323448383.
  3. 1 2 3 4 5 6 "Vaginismus". Merck Manuals Professional Edition. April 2013. Archived from the original on 18 January 2021. Retrieved 15 October 2018.
  4. Domino, Frank J. (2010). The 5-Minute Clinical Consult 2011 (in ଇଂରାଜୀ). Lippincott Williams & Wilkins. p. 1394. ISBN 9781608312597.
  5. 1 2 3 "Vaginismus". NHS. Retrieved 15 October 2018.
  6. Braddom, Randall L. (2010). Physical Medicine and Rehabilitation E-Book (in ଇଂରାଜୀ). Elsevier Health Sciences. p. 665. ISBN 1437735630.

ଅଧିକ ପଢ଼ନ୍ତୁ

[ସମ୍ପାଦନା]

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ