ଭରତେନ୍ଦ୍ର ଶେଖର ଦେଓ

ଉଇକିପିଡ଼ିଆ‌ରୁ
ଭରତେନ୍ଦ୍ର ଶେଖର ଦେଓ
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧ ସେପ୍ଟେମ୍ବର ୧୯୯୪
ପୂର୍ବ ଅଧିକାରୀହରିହର ପଟେଲ
ପର ଅଧିକାରୀକିଶୋର ଚନ୍ଦ୍ର ପଟେଲ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1957-09-04)୪ ସେପ୍ଟେମ୍ବର ୧୯୫୭
ମୃତ୍ୟୁ୧ ସେପ୍ଟେମ୍ବର ୧୯୯୪(1994-09-01) (ବୟସ ୩୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀପଦ୍ମିନୀ ଶେଖରେ ଦେଓ
ବୃତ୍ତିରାଜନୀତିଜ୍ଞ

ଭରତେନ୍ଦ୍ର ଶେଖର ଦେଓ (୪ ସେପ୍ଟେମ୍ବର ୧୯୫୭ - ୧ ସେପ୍ଟେମ୍ବର ୧୯୯୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୫ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭରତେନ୍ଦ୍ର ଶେଖର ଦେଓ ୧୯୫୭ ମସିହାର ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପଦ୍ମିନୀ ଶେଖରେ ଦେଓ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭରତେନ୍ଦ୍ର ଶେଖର ଦେଓ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିରେ ଏବଂ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଭରତେନ୍ଦ୍ର ଶେଖର ଦେଓ ୧୯୯୪ ମସିହାର ସେପ୍ଟେମ୍ବର ୧ ତାରିଖରେ ୩୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Bharatendra Sekhar Deo". odishaassembly.nic.in. Odisha Assembly. Retrieved 2 July 2021.