ଭଙ୍ଗା ଆଙ୍ଗୁଠି
Broken finger | |
---|---|
Finger fracture; phalanx fracture | |
ବିଭାଗ | Emergency medicine, plastic surgery |
ଲକ୍ଷଣ | Pain, bruising, deformity, reduced ability to move the finger[୧] |
କାରଣ | Injury, pathological fracture[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | X-rays[୨] |
ସଠିକ ରୋଗ ନିର୍ଣ୍ଣୟ | Finger dislocation[୨] |
ଚିକିତ୍ସା | Buddy taping, splinting, surgery[୨] |
ପୁନଃପୌନିକ | 1 in 10,000 per year[୨] |
ଭଙ୍ଗା ଆଙ୍ଗୁଠି, ଯାହାକୁ ଆଙ୍ଗୁଠି ଅସ୍ଥିଭଗ୍ନ ମଧ୍ୟ କୁହାଯାଏ, ହେଉଛି ଏକ ଅସ୍ଥି ଭଗ୍ନ ଯେଉଁଥିରେ ବୁଢ଼ା ଆଙ୍ଗୁଠିର ଦୁଇଟି ହାଡ଼ କିମ୍ବା ଅନ୍ୟ ଆଙ୍ଗୁଟିମାନଙ୍କର ତିନୋଟି ହାଡ ଉପରେ ପ୍ରଭାବିତ ହୋଇଥାଏ ।[୨] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ବ୍ରୁଇ ଘାଆ, ବିକଳାଙ୍ଗତା ଏବଂ ଆଙ୍ଗୁଳି ଚଳାଇବା କ୍ଷମତା ହ୍ରାସ ହୋଇପାରେ ।[୧] ଜଟିଳତା ମଧ୍ୟରେ ଦୀର୍ଘକାଳୀନ ଯନ୍ତ୍ରଣା, ଆଙ୍ଗୁଳି କଠିନତା ଏବଂ କାର୍ଯ୍ୟ ହ୍ରାସ ହୋଇପାରେ ।[୩]
ଏହାର କାରଣ ସାଧାରଣତଃ ଏକ ଆଘାତ ଯେପରିକି ସିଧାସଳଖ ପ୍ରହାର, ଦଳନ କିମ୍ବା କର୍ତ୍ତନ ଯୋଗୁ ହୋଇପାରେ ।[୧] [୨] ଏହା ପତନ କିମ୍ବା କ୍ରୀଡା ଆଘାତ ସମୟରେ ମଧ୍ୟ ହୋଇପାରେ ।[୨] ସଂକ୍ରମଣ, ଅର୍ବୁଦ କିମ୍ବା ପାଥୋଲୋଜିକାଲ୍ ଭଗ୍ନତା ଯୋଗୁ ଏହା କମ ଦେଖାଯାଏ ।[୨] ରୋଗ ନିର୍ଣ୍ଣୟ ସାଧାରଣତ ରଞ୍ଜନରଶ୍ମି ଉପରେ ଆଧାରିତ ଥାଏ ।[୨] ପରୀକ୍ଷଣରେ ଗୋଟିଏ ଆଙ୍ଗୁଠି ଉପରେ ଆଉ ଏକ ଆଙ୍ଗୁଠି ଚଢ଼ିଯିବା ବା ବକ୍ରତା ଖୋଜିବା ଉଚିତ ।[୨]
ଚିକିତ୍ସାରେ ବୁଡ୍ଡି ଟ୍ୟାପିଂ, ସ୍ପ୍ଲିଣ୍ଟିଂ କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୨] ସ୍ଥିର ଭଙ୍ଗା ପାଇଁ ଅସ୍ତ୍ରୋପଚାର ସାଧାରଣତଃ ଆବଶ୍ୟକ ହୁଏ ନାହିଁ ଯାହା ଗଣ୍ଠି, ଟୁଫ୍ଟ ଫ୍ରାକଚର୍ ଏବଂ ମାଲେଟ ଆଙ୍ଗୁଠି ସହିତ ଜଡିତ ନୁହେଁ ।[୩] ଗଣ୍ଠି ଜଡିତ ଥିଲେ କିମ୍ବା ଟେଣ୍ଡନ୍ ସମସ୍ୟା ଥିଲେ ଅସ୍ତ୍ରୋପଚାର ଦ୍ୱାରା ଉପକୃତ ହୋଇପାରନ୍ତି |।[୩] ସର୍ଜରୀରେ କିର୍ସନ-ତାର ଦିଆ ଯାଇପାରେ ।[୨] ଫଳାଫଳ ସାଧାରଣତ ଭଲ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୧୦,୦୦୦ ଲୋକଙ୍କ ମଧ୍ୟରୁ ଗୋଟିଏ ଆଙ୍ଗୁଠି ଅପେକ୍ଷାକୃତ ସାଧାରଣ ଭାବରେ ପ୍ରଭାବିତ ହୋଇଥାଏ ।[୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Finger Fractures - OrthoInfo - AAOS". www.orthoinfo.org. Archived from the original on 2023-10-22. Retrieved 2023-10-28.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ McDaniel, Dalton J.; Rehman, Uzma H. (November 2, 2021). "Phalanx Fractures of the Hand". StatPearls. StatPearls Publishing. PMID 32491557. Archived from the original on December 29, 2020. Retrieved October 28, 2023 – via PubMed.
- ↑ ୩.୦ ୩.୧ ୩.୨ Oetgen, Matthew E.; Dodds, Seth D. (December 11, 2007). "Non-operative treatment of common finger injuries". Current Reviews in Musculoskeletal Medicine. 1 (2): 97–102. doi:10.1007/s12178-007-9014-z. PMC 2684218. PMID 19468880.