ମାଲେଟ ଫିଙ୍ଗର

ଉଇକିପିଡ଼ିଆ‌ରୁ
(Mallet fingerରୁ ଲେଉଟି ଆସିଛି)
ମାଲେଟ ଫିଙ୍ଗର (Mallet finger)
ଏକ୍ସଟେନସର ଟେଣ୍ଡନ ଇଞ୍ଜୁରି ଆଟ ଦି ଡିଆଇପି ଜଏଣ୍ଟ (Extensor tendon injury at the DIP joint),[୧] ବେସବଲ ଫିଙ୍ଗର (Baseball finger)[୨]
ମଝି ଆଙ୍ଗୁଠିର ମାଲେଟ ଫିଙ୍ଗର, ଆଙ୍ଗୁଠିର ଅଗ୍ରଭାଗ ତଳ ଦିଗକୁ ବଙ୍କା ଅଛି ।
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine), ପ୍ଲାସ୍ଟିକ ଶଲ୍ୟ ବିଭାଗ (plastic surgery)
ଲକ୍ଷଣଆଙ୍ଗୁଠି ଅଗ ସିଧା କରିହେଉନାହିଁ, ଯନ୍ତ୍ରଣା ଓ ବ୍ରୁଇସିଙ୍ଗ [୨]
କାରଣଆଘାତ ଜନିତ ଆଙ୍ଗୁଠି ଟିପ ହାଇପରଫ୍ଲେକସନ (over bending) ଯୋଗୁ ହୁଏ ।[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ଏକ୍ସ-ରେ (X-rays)[୨]
ଚିକିତ୍ସା୮ସପ୍ତାହ ନିମନ୍ତେ ସ୍ପ୍ଲିଣ୍ଟ, ଅପରେଶନ [୨]
Prognosisଭଲ ହେବାକୁ ୬-୧୦ ସପ୍ତାହ ଲାଗେ । [୨]
ପୁନଃପୌନିକଅପେକ୍ଷାକୃତ ସାଧାରଣ[୧]

ମାଲେଟ ଫିଙ୍ଗର (ଇଂରାଜୀ ଭାଷାରେ mallet finger) ରୋଗ ଇଣ୍ଟରଫାଲାଞ୍ଜିଆଲ ଗଣ୍ଠି (farthest away finger joint) ପାଖରେ ଏକ୍ସଟେନସନ ଡିଜିଟୋରମ ଟେଣ୍ଡନ (extensor tendon) ଆଘାତ ଯୋଗୁ ହୁଏ ।[୧] ଏହି ଆଘାତ ଫଳରେ ଆଙ୍ଗୁଠି ଟିପ ସିଧା କରିହୁଏନାହିଁ ।[୨] ଏହା ଯୋଗୁ ଆଙ୍ଗୁଠିର ଶେଷ ତ‌ଥା ପଛପାଖରେ ଯନ୍ତ୍ରଣା ଓ ବ୍ରୁଇସିଙ୍ଗ ହୁଏ । [୨]

ଆଙ୍ଗୁଠି ଟିପର ହାଇପରଫ୍ଲେକସନ (over bending) ଯୋଗୁ ଏହି ରୋଗ ହୁଏ । [୨] ସିଧା ରହିଥିବା ଆଙ୍ଗୁଠିରେ ବଲ ବାଜିଲେ ଏହି ମାଲେଟ ଫିଙ୍ଗର ହୁଏ ।[୨] ଏହି ଆଘାତ ଯୋଗୁ ଟେଣ୍ଡନ ଛିଣ୍ଡିଯାଏ ବା ଟେଣ୍ଡନ ଲାଗିଥିବା ସ୍ଥାନରୁ ଛୋଟ ଅସ୍ଥି ଖଣ୍ଡେ ଭାଙ୍ଗିଯାଏ (tendon pulling off a bit of bone) ।[୨] ଲକ୍ଷଣ ଦେଖି ଓ ଏକ୍ସ-ରେ (X-rays) ଚିତ୍ର ଦେଖି ରୋଗ ନିର୍ଣ୍ଣୟ କରିହୁଏ । [୨]

ଆଙ୍ଗୁଠି ସିଧା ରଖି ୮ ସପ୍ତାହ ନିମନ୍ତେ ସ୍ପ୍ଲିଣ୍ଟ (splint) ଦିଆଯାଏ । [୨] ଆଘାତପ୍ରାପ୍ତ ହେବାର ଏକ ସପ୍ତାହ ମଧ୍ୟରେ ଏହି ଚିକିତ୍ସା ଆରମ୍ଭ କରାଯାଏ ।[୨] ଏହି ସମୟ ଅବଧିରେ ଆଙ୍ଗୁଠି ବଙ୍କାହୋଇଗଲେ ଭଲ ହେବାକୁ ଅଧିକ ସମୟ ଲାଗେ । [୨] ବଡ଼ ହାଡ଼ ଖଣ୍ଡେ ଭାଙ୍ଗିଥିଲେ ଅପରେଶନ ଦରକାର ହୁଏ ।[୨] ଉପ‌ଯୁକ୍ତ ଚିକିତ୍ସା ନହେଲେ ସ୍ଥାୟୀ ଭାବରେ ବଙ୍କା ରହିଯାଏ । [୧]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Leggit, JC; Meko, CJ (1 March 2006). "Acute finger injuries: part I. Tendons and ligaments". American Family Physician. 73 (5): 810–6. PMID 16529088.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ "Mallet Finger (Baseball Finger)". OrthoInfo - AAOS. March 2015. Archived from the original on 23 October 2017. Retrieved 15 October 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ