ବ୍ୟବହାରକାରୀ:Ssgapu22/କାଲିପାଇଁ କାଲିର ସିନେମା

ଉଇକିପିଡ଼ିଆ‌ରୁ

ଓଡ଼ିଶା ସିନେମା ଇତିହାସ ଉଜାଗର ହେଉ। ସେଥିପାଇଁ ରୂପ ପାଇଛି ‘କାଲି ପାଇଁ କାଲିର ସିନେମା’। ଏହି ପୁସ୍ତକରେ ତଥ୍ୟ ଓ ନଥିକରଣକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ୨୧ଟି ସିନେମାର କୁହା ଓ ଅକୁହା କଥା ରହିଛି। ଯେଉଁ ଅଭିନେତା ଓ ବ୍ୟକ୍ତି ବିଶେଷ ଯେଉଁ ଫିଲ୍ମ ସହ ଜଡ଼ିତ, ନଥିପତ୍ର ସଂଗ୍ରହ କରି ସେମାନଙ୍କ ସହ ହୋଇଥିବା ସିଧାକଥା ବହିରେ ରହିଛି। ସେମାନଙ୍କୁ ଭେଟି ମିଳିଥିବା ଅନୁଭୂତିର କଥାକୁ ଉଲ୍ଲେଖ କରାଯାଇଛି। ଫିଲ୍ମ ଲଳିତା, ଶ୍ରୀଜଗନ୍ନାଥ, ଭାଇ ଭାଉଜ, କିଏ କାହାର, ସ୍ତ୍ରୀ, ମାୟା ମିରିଗ, କା’, ସଂସାର, ରକ୍ତଗୋଲାପ, ଭକ୍ତସାଲବେଗ ପ୍ରଭୃତି ସିନେମା ଏଥିରେ ରହିଛି। ୧୯୪୮ରୁ ୧୯୮୬ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଫିଲ୍ମ ଗୁଡ଼ିକ ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି।

ଫିଲ୍ମଗୁଡ଼ିକ ପ୍ରଯୋଜନା ସମୟର ପଛ କଥାକୁ ବହିରେ ଯୋଡ଼ା ଯାଇଛି। ଫିଲ୍ମଗୁଡ଼ିକ କେଉଁଠି ସୁଟିଂ ହୋଇଥିଲା, କେତେଟଙ୍କା ଖର୍ଚ୍ଚ ହୋଇଥିଲା, ସୁଟିଂ ବେଳେ ଘଟିଥିବା ଘଟଣା ଓ ଦୁର୍ଘଟଣାକୁ ବହିରେ ସ୍ଥାନ ଦିଆଯାଇଛି। ସମ୍ବାଦପତ୍ରରେ ଫିଲ୍ମ ସହ ଜଡ଼ିତ କଥୋପକଥନ ଓ ବିଭିନ୍ନ ନିର୍ଭରଯୋଗ୍ୟ ସୂତ୍ରରୁ ହସ୍ତଗତ ଫଟୋ ସଂଗ୍ରହ କରି ବହିରେ ଦିଆଯାଇଛି ।[୧]

  1. "ସୂର୍ଯ୍ୟ ଦେଓ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର". Odisha Reporter. ଭୁବନେଶ୍ୱର. 22 July 2022. Archived from the original on 22 July 2022. Retrieved 22 July 2022.