Jump to content

ବ୍ୟବହାରକାରୀ:Sriabinashdas/ଅବିନାଶ ଦାସ

ଉଇକିପିଡ଼ିଆ‌ରୁ


ପ୍ରଥମ ମାଟିର ସ୍ପର୍ଶ ହୁଏ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ଅଧିନରେ ଥିବା କୁଶପଦା ନାମକ ଗ୍ରାମ ।

ଶିକ୍ଷା ଆରମ୍ଭ ହୁଏ ସରସ୍ୱତୀ ଶିଶୁ ମନ୍ଦିର, କେମ୍ପସଡ଼ା ( ଗାଁ ପାଖରେ ) । ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେଠାରେ ପଢି ଉଚ୍ଚ ଶ୍ରେଣୀରେ ନାମ ଲେଖାଏ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବଣିଆପାଟ ରେ....

  ଇତି ମଧ୍ୟରେ ଶିକ୍ଷା ବିକାଶ ସମିତିଙ୍କ ମାସିକ ପତ୍ରିକା ଶିକ୍ଷା ସୃଜନୀରେ ପ୍ରକାଶିତ ହୋଇଥାଏ ମୋର ଏକ ଚିତ୍ର । ଚିତ୍ରଟି ଥାଏ ଅଖଣ୍ଡ ଭାରତ । ଏବଂ ସେ ପତ୍ରିକାର ପ୍ରଚ୍ଛଦରେ ମଧ୍ୟ ଅଖଣ୍ଡ ଭାରତର ପୂଜାରୀ ଶ୍ରୀ ଅରବିନ୍ଦଙ୍କର ଚିତ୍ର ।

  ପ୍ରଥମକରି ବହିରେ ବାହାରିଥାଏ ମୋର ଚିତ୍ର ହେଲେ ମୋର ଫୋଟ ବାହାରିବା କଥା କିଛି ନୂଆ ନଥାଏ କାରଣ ପ୍ରାଦେଶିକ ସ୍ତର ଜ୍ଞାନ ବିଜ୍ଞାନ ମେଳା, ଭାରତୀକୃଷ୍ଣ ଗଣିତ ମେଧା ଏବଂ ସରକାରୀ ବୃତ୍ତିର ସଫଳତା ମୋ ପାଖରେ ଥାଏ ।

   ସପ୍ତମ ଶ୍ରେଣୀରେ ଗୋଟିଏ ବିଦ୍ୟାଳୟ ଛାଡି ଅନ୍ୟ ଏକ ବିଦ୍ୟାଳୟ ଯାଉଥିବାରୁ ସେ ବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ପୁରସ୍କୃତ ହୁଏ । ସେହି ବାର୍ଷିକ ଉତ୍ସବରେ ଉପସ୍ଥିତ ଥାଆନ୍ତି ଇଂ. ଅମରବର ଖଟୁଆ ( ବୈଦିକ ଗଣିତ ବହିର ସଂକଳକ ) ଏବଂ ମୁଖ୍ୟ ଅତିଥିର ଆସନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବରିଷ୍ଠ କାର୍ଯ୍ୟ କର୍ତ୍ତା ଆସିଥାଆନ୍ତି । ( ନାମ ମନେ ପଡୁନି ) ହେଲେ ନିମନ୍ତ୍ରଣ ପତ୍ରରେ ଲେଖାଥାଏ ଏବଂ ପରିଚୟ ଲେଖାଥାଏ ସ୍ୱୟଂ ସେବକ ଏବଂ ବନ୍ଧନୀ ମଧ୍ୟରେ ଲେଖାଥାଏ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । ସେ  କିଛି ବହି ମଧ୍ୟ ଲେଖିଥିଲେ ସେ ସମୟରେ ଏବଂ ସେ ବିଦ୍ୟାଳୟର ବେଦମତୀ ଗୁରୁମା ମୋତେ ସେ ବହି କୁ ଦେଖାଇ କହନ୍ତି -" ଅବିନାଶ ଭାଇ... ତୁମେ କଣ ଏପରି ବହି ଲେଖିପାରିବ ? "

   ବାସ୍ ହଜିଯାଏ କେଉଁ ଅଜଣା ରାଜ୍ୟରେ...  ଲକ୍ଷ୍ୟରହେ ବହି ଲେଖିବି... ହେଲେ ସେ ବହି ଲେଖିଛନ୍ତି ଆଉ ତାଙ୍କ ପଦବୀ ସ୍ୱୟଂ ସେବକ ଏବଂ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ କାମ କରନ୍ତି... ମୁ ସଂଘ ବିଷୟରେ  ଅଜ୍ଞ ସେ ସମୟରେ ... ତେଣୁ ଭାବେ ବହୁତ ପଢିବାକୁ ହେବ ତେବେ ସେଇ ସ୍ତର କୁ ପହଞ୍ଚିପାରିବି ।

  ନୂତନ ବିଦ୍ୟାଳୟ ପ୍ରବେଶ ନିମନ୍ତେ ମୌଖିକ ପରୀକ୍ଷା ଦେବା ନିମନ୍ତେ ଯାଏ ସହରର ଏକ ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବଣିଆପାଟ । ସେଠାର ପ୍ରଧାନ ଗୁରୁଜୀ ମୋର ପରିଚୟ ନେବାପରେ ମୋର ପ୍ରଗତୀ ପତ୍ର ଦେଖି ପଚାରନ୍ତି ମୋ ଜୀବନର ଲକ୍ଷ୍ୟ କଣ ? ହଠାତ୍ ବାହାରି ପଡେ ସ୍ୱୟଂ ସେବକ ବୋଲି ... ଗୁରୁଜୀ ହସି ହସି କହିଲେ ସ୍ୱୟଂ ସେବକ ହୋଇ କଣ କରିବ ? ନିର୍ବାକ୍ ହୋଇ ଛିଡା ହୋଇଥାଏ ... ଏହାପରେ ଗୁରୁଜୀ ଗୋଟେ ଇଲେଟ୍ରୋନିକ୍ ଘଣ୍ଟି ବଜାଇଲେ... ଜଣେ ଅପା ଆସିଲେ ଆଉ ମୋତେ ମାଟିଆ ରଙ୍ଗର ବେଲ୍ଟ୍ ଏବଂ ଦୈନନ୍ଦିନୀ  ଦେଲେ । ମୁଁ ଖୁସି ହେଇ କିଛି ନକହି ସେଠାରୁ ଦୌଡିକି ବାହାରକୁ ଆସିଲି ଆଉ ବାପାଙ୍କୁ କହିଲି ବାପା ମୋର ଆଡ୍ମିଶନ୍ ହୋଇଗଲା...ବାପା ଟିକିଏ ସ୍ମିତ ହସ ଦେଲେ କାରଣ ସେ ମଧ୍ୟ ଗୋଟିଏ ଶିଶୁ ମନ୍ଦିରର ସଂପାଦକ କାର୍ଯ୍ୟ ଭାର ନେଇଥିଲେ ।

   ବଣିଆପାଟ ବିଦ୍ୟା ମନ୍ଦିରରେ ନିଜେ ପ୍ରଧାନ ଗୁରୁଜୀ ଫ୍ରି ରେ ସମର୍ କୋଚିଂ ଦେଲେ ଏବଂ ଆମେ ଅଷ୍ଟମ ଶ୍ରେଣୀର ସବୁ ଭାଇ ଭଉଣୀ ସକାଳ ୭ ରୁ ୯ ଯାଏ ସେଠାରେ ଆସି ପଢୁ...

  ସେଇ କୋଚିଂ ସମୟରେ ଗୁରୁଜୀ ହଠାତ୍ ତାଙ୍କ ପ୍ରକୋଷ୍ଠକୁ ଡାକିଲେ .... ମୋତେ ମୋ ପାଖରେ ବସିଥିବା କେତେ ଜଣ ଡରେଇଦେଲେ ... କହିଲେ ଯା ଏବେ ହେଡୁ ପାଖରୁ ଭଲସେ ଶୁଣିବୁ .... ମୁଁ ବି ଡରିଗଲି କାରଣ ନୂଆ ଆଡ୍ମିଶନ୍ ହେବା ପରେ କ୍ଲାସ୍ ବି କରିନଥାଏ ... କୋଚିଂ ସମୟରେ ଗୁରୁଜୀ ସେଦିନ ଦେଖିଦେଇଥିଲେ ମୁ ମୋ ପାଖ ପିଲା ସହ ଗପୁଥିବାର.... ଡର ଲାଗୁଥିଲେ ବି ଗଲି ହେଲେ ଜାଣିନଥିଲି ହଠାତ୍ ବୈଶାଖରେ ମଳୟ ବହିବ ବୋଲି