ବ୍ୟବହାରକାରୀ:Sambit1975

ଉଇକିପିଡ଼ିଆ‌ରୁ

ପାଠ ପଢାରେ ଯନ୍ତ୍ରୀ | ବର୍ତ୍ତମାନ ଜଣେ କଳନ ଯନ୍ତ୍ରୀ ଭାବରେ କାର୍ଯ୍ୟରତ |

Internetରେ ଓଡିଆ ଭାଷାର ପ୍ରଭାବ ବିଶେଷ ବିସ୍ତାର କରି ପାରି ନାହିଁ | ଲେଖାର ଅଭାବ ଏହି ସମସ୍ୟାକୁ ତ୍ବରାନ୍ବିତ କରୁଚି | ସାହିତ୍ୟାର ବିସ୍ତାର ନିମିତ୍ତ ନୂତନ ଗଦ୍ୟ ବା ପଦ୍ୟର ଆବଶ୍ୟକତା ରହିଚି | ଲେଖକ ଓ ଲେଖିକାମାନେ ମଧ୍ୟ ଓଡିଆ ଭାଷାରେ ପାଠକ ଅଭାବ ହେତୁ ଅନେକାଂଶରେ ହତୋଃସ୍ଚାହିତ ହୋଇ ପଡୁଚନ୍ତି | ବିଶୟଗତ ପ୍ରବନ୍ଧଗୁଡିକ ପାଠକ ଗଣଂକୁ ଆକର୍ସିତ କରିପାରିବ ବୋଲି ଲେଖକଙ୍କର ଆଶା | ଓଡିଆ ଭାଷାରେ ଜ୍ଞାନକୋଷର ବିଶେଷ ପ୍ରଚଳନ ନଥିଲା | ଏକମାତ୍ର ଜ୍ଞାନକୋଷ ଜ୍ଞାନମଣ୍ଡଳ ଜ୍ଞାନମଣ୍ଡଳ ଅନେକ ବର୍ଷହେଲା ନୂତନ ସନ୍ସ୍କରଣ ଅଭାବରୁ ଅବହେଳିତ | ଏହିସମୟରେ ଆବଶ୍ୟକତା ଅଛି କିଛି ଲେଖକ ଯେଉଁମାନେ ନିଜ ସମୟର କିୟଦଂଶ ନିୟୋଜିତ କରି ବିଷୟଗତ ପ୍ରବନ୍ଧମାନ ଏହି ଖୋଲା ଜ୍ଞାନକୋଶକୁ ଅର୍ପଣ କରିପାରିବେ | ଲେଖକଙ୍କର ଅତି ସାଧାରଣ ଭାଷାଜ୍ଞାନ ଥିଲେ ମଧ୍ୟ,ଏହି ଉଦ୍ୟମରେ ସେ ସଫଳ ହୋଇପାରିବେ ବୋଲି ତାଙ୍କର ଆଶା | ପାଠକ ଗନଂକୁ ଅନୁରୋଧ ଭାଷାଗତ ତୃଟି ଗୁଡିକୁ ଅବମାନନା କରି ଲେଖକଂକୁ କ୍ଷମାକରିବେ |