ବ୍ୟବହାରକାରୀ:Rajmishra757/ପରଖଘର

ଉଇକିପିଡ଼ିଆ‌ରୁ

ରାଜନୀତି (୧୯୮୪-୧୯୮୭) :[ସମ୍ପାଦନା]

୧୯୮୪ ମସିହାରେ ବଚ୍ଚନ ଅଭିନୟରୁ ଅବସର ନେଇ ନିଜ ବନ୍ଧୁ ରାଜୀବ ଗାନ୍ଧୀଙ୍କୁ ସମର୍ଥନ କରିବା ପାଇଁ ରାଜନୀତିରେ ପ୍ରବେଶ କରିଥିଲେ । ସେ ୮ମ ଲୋକସଭା ନିର୍ବାଚନରେ ଆଲ୍ଲାହାବାଦରୁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମ‌ବତୀ ନନ୍ଦନ ବ‌ହୁଗୁଣାଙ୍କ ପ୍ରତିଦ୍ୱନ୍ଦୀ ଭାବରେ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ରେକର୍ଡ଼୍ ସଂଖ୍ୟକ ଭୋଟ୍‌ରେ (୬୮.୨ ପ୍ରତିଶତ ଭୋଟ୍‌ରେ) ବିଜୟୀ ହୋଇଥିଲେ । ତେବେ ରାଜନୀତିରେ ତାଙ୍କ ଭୂମିକା ଖୁବ୍ ଅଳ୍ପ ସମୟ ପାଇଁ ଥିଲା । ମାତ୍ର ତିନି ବର୍ଷ ପରେ ସେ ରାଜନୀତିକୁ ମଳକୁଣ୍ଡ (ମଇଳା ଟାଙ୍କି)ର ଆଖ୍ୟା ଦେଇ ସେଥିରୁ ଇସ୍ତଫା ଦେଇଥିଲେ । ବୋଫର୍ସ୍ ଦୁର୍ନୀତିରେ ତାଙ୍କର ଓ ତାଙ୍କ ଭାଇଙ୍କର ସଂପୃକ୍ତିକୁ ନେଇ ଚର୍ଚ୍ଚା ହେବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହି ଦୁର୍ନୀତିରେ ନିଜର ଓ ନିଜ ଭାଇଙ୍କର ସଂପୃକ୍ତିକୁ ଖଣ୍ଡନ କରି ସେ ଏହି କେସ୍‌କୁ ଅଦାଲତ ପର୍ଯ୍ୟନ୍ତ ନେବା ପାଇଁ ପ୍ରତିଜ୍ଞା କରିଥିଲେ । ପରବର୍ତ୍ତୀ ସମୟରେ ବଚ୍ଚନ ଏହି କେସ୍‌ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ।[୧][୨]

  1. Sumit Joshi. Bollywood Through Ages. Best Book Reads. pp. 100–. ISBN 978-1-311-67669-6.
  2. "Big B relieved as Bofors whistle- blower holds him not guilty".