Jump to content

ବ୍ୟବହାରକାରୀ:Raj K. Mohapatra (Puri)/ରମେଶ ଚନ୍ଦ୍ର ମିଶ୍ର

ଉଇକିପିଡ଼ିଆ‌ରୁ

ରମେଶ ଚନ୍ଦ୍ର ମିଶ୍ର (ଜନ୍ମ: ୨୯ ନଭେମ୍ବର ୧୯୫୮) ଜଣେ ଓଡ଼ିଆ କବି, ନାଟ୍ୟକାର, ଅଭିନେତା ଓ ନାଟ୍ୟ-ନିର୍ଦ୍ଦେଶକ । ସେ କଟକ ଜିଲ୍ଲାର ନରସିଂହପୁର (ଆଠଗଡ଼) ଅନ୍ତର୍ଗତ ଗୋପାଳପୁରରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷକତା ବୃତ୍ତିରେ ନିୟୋଜିତ ରହି ସେ ଅନୁଗୋଳ ଜିଲ୍ଲାକୁ ନିଜ କର୍ମଭୂମି ଭାବେ ଗ୍ରହଣ କରିନେଇଥିଲେ ।

ସଂକ୍ଷିପ୍ତ ଜୀବନୀ:

ଓଡ଼ିଆରେ ସ୍ନାତକୋତ୍ତର ଓ ବି ଏଡ଼ ଶିକ୍ଷା ପ୍ରାପ୍ତ ରମେଶ ଚନ୍ଦ୍ର ଆଜୀବନ ସାହିତ୍ୟ ସାଧନାରେ ବ୍ରତୀ ରହି ଅଜସ୍ର କବିତା, ଗଳ୍ପ, ପ୍ରବନ୍ଧ, ନାଟକ, ଏକାଙ୍କିକାର ପ୍ରଣୟନ କରିଥିଲେ । ନାଟକରେ ନିର୍ଦ୍ଦେଶନା, ଅଭିନୟ କରିବା ସହ ନିଜ ଗ୍ରାମ ସାପଘରାରେ 'ନବଜ୍ୟୋତି ଯୁବ ସଂସଦ' ଗଠନ, ୧୯୯୪ରେ 'ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ' ସ୍ଥାପନ କରିଥିଲେ । ତାଳଚେର ରେଙ୍ଗାଳି ଠାରେ 'ଆଞ୍ଚଳିକ ସାହିତ୍ୟ ସଂସଦ" ସ୍ଥାପନ କରି ମୁଖପତ୍ର 'ଦିପ୍ତୀ'ର ଓ ବଇଣ୍ଡା ଠାରେ 'ତ୍ରିଧାରା ସାହିତ୍ୟ ସଂସଦ' ଗଠନ କରି ତାର ମୁଖପତ୍ର 'ତ୍ରିଧାରା' ପ୍ରକାଶନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପୁନଶ୍ଚ ମୁଖପତ୍ର 'ଗଳ୍ପ ମାନସ', ତ୍ରୈମାସିକ ଶିଶୁ ଓ କିଶୋର ପତ୍ରିକା 'ତୁଳସୀ'ର ସମ୍ପାଦନା କରିବା ସହିତ ବହୁ ସାରସ୍ୱତ ପ୍ରତିଭା ଓ ସେମାନଙ୍କ କୃତି ଓ କୃତିତ୍ୱକୁ ସାର୍ବଜନୀନ କରିପାରିଛନ୍ତି ।

କ୍ରମିକ ନଂ କୃତିର ନାମ ପ୍ରକାର ଭେଦ ପ୍ରକାଶନ ମସିହା
ରକ୍ତ ମୁହୂର୍ତ୍ତ କ୍ଷୁଦ୍ର ନାଟକ ୧୯୭୭
ତମସାର ତୀରେ ଯାତ୍ରା ନାଟକ ୧୯୯୦
ଅମୃତ ପ୍ରଭାତ କବିତା ୨୦୧୦
ନାଟକ ସମ୍ଭାର ୪ଟି ନାଟକ ୨୦୧୩
ଅମୃତ କଳସ ଭଜନ ୨୦୧୪
ମଧୁ କ୍ଷରନ୍ତି ସିନ୍ଧବଃ କବିତା ୨୦୧୫
କାଳିଦାସ କ୍ଷୁଦ୍ର ନାଟକ ଅଗଷ୍ଟ, ୨୦୧୭
ତ୍ରିମୂର୍ତ୍ତି ଦର୍ଶନ ପୌରାଣିକ ମଞ୍ଚ ନାଟକ ୧୪-୦୧-୨୦୧୮
ଦିବ୍ୟ ଚେତନା ଇ-ବୁକ୍ www.banamalli.org ଦ୍ୱାରା ସଂପାଦିତ
୧୦ ଗୀତରେ କଥାରେ ଗପଚାଙ୍ଗୁଡ଼ି www.banamalli.org ଦ୍ୱାରା ସଂପାଦିତ
୧୧ କୋକିଳର ମଧୁ ଝଙ୍କାର କବିତା ୨୦୧୯
୧୨ ତ୍ରିଶଙ୍କୁ ଗପ ୨୦୧୯
୧୩ ମନ୍ଥିତ ପାରାବାର ଆଧୁନିକ କବିତା ୨୦୧୯
୧୪ ଅମୃତ ବିନ୍ଦୁ ଭଜନ ୨୦୨୦
୧୫ ଜୀବନର ସମ୍ବିଧାନ ଗୀତା ସଂସ୍କୃତ ଭାଗବତ୍ ଗୀତାର

ଭାବାନୁବାଦ

୨୦୨୨
୧୬ ଭକ୍ତି ନୈବେଦ୍ୟ ରାମାୟଣ ଆଧାରିତ ଗଳ୍ପ

ଓ ପ୍ରବନ୍ଧ

୨୦୨୨
୧୭ ଶବ୍ଦର ନୂପୁର କବିତା ୨୦୨୨
୧୮ ବାପ ପିଠିରେ ଢୋଲ ସାମାଜିକ ମଞ୍ଚ ନାଟକ ୧୧-୦୬-୨୦୨୩
୧୯ ସ୍ମୃତି ଶତଦଳ ପ୍ରେମ-ବିରହର ବିଷାଦ ଗୀତିକା ୨୦୨୪
୨୦ ଅଥ ଚାଣକ୍ୟ ଉବାଚ ଅନୁବାଦ ୨୦୨୪
୨୧ ସେ ଏମିତି ଠାକୁର ଜଣେ ଆଧ୍ୟାତ୍ମିକ କବିତା ୧୯-୦୮-୨୦୨୪

ସମ୍ମାନ ଓ ସମ୍ବର୍ଦ୍ଧନା:

  • ପଞ୍ଚଧାର ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ନାଟ୍ୟକାର ସମ୍ମାନ ୧୯୯୭
  • ସାପଘରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ଲାଟିନମ୍ ଜୁବୁଲି ଉତ୍ସବ ଅବସରରେ ଶ୍ରେଷ୍ଠ ଛାତ୍ର(ଲେଖକ) ସମ୍ମାନ - ମଇ, ୨୦୦୮
  • ରାମଦେଓ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଶ୍ରେଷ୍ଠ ସାହିତ୍ୟିକ ଓ ସଂଗଠକ ସମ୍ମାନ ୨୦୧୩
  • ରାଜ୍ୟ କଳା ଓ ଗବେଷଣା ପରିଷଦରୁ କବି ଭାବରେ ରଜ୍ୟସ୍ତରୀୟ ସମ୍ମାନ ୨୦୧୩
  • ପଦ୍ମଲୋଚନ ପାଠାଗାର, ପାଖର(ସୋରୋ), ବାଲେଶ୍ୱର ତରଫରୁ 'କବି-ପଦ୍ମ' ସମ୍ମାନ ୨୦୧୪
  • କବି ପ୍ରଫୁଲ୍ଲ ରାୟ ସ୍ମୃତି ସଂସଦ, ଲୋକିପୁର, ଖୋର୍ଦ୍ଧା ତରଫରୁ ପ୍ରଶଂସା ପତ୍ର ୨୦୧୪
  • ଦଶମ ଅନୁଗୋଳ ଜିଲ୍ଲା ପୁସ୍ତକ ମେଳା ଶିଶୁ ସାହିତ୍ୟ ସମାରୋହରେ ମାନପତ୍ର ୨୦୧୫
  • ବିଶ୍ୱନାଥ ସିଂହ ସ୍ମୃତି ପରିଷଦ, ଲୋକିପୁର, ଖୋର୍ଦ୍ଧା ଦ୍ୱାରା ମାନପତ୍ର ୨୦୧୫
  • ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ତରଫରୁ ପ୍ରଶଂସା ପତ୍ର ୨୦୧୫
  • ସାରସ୍ୱତ ସାହିତ୍ୟ ସଂସଦ, ଛେଣ୍ଡିପଦା, ଅନୁଗୋଳ ତରଫରୁ ସମ୍ମାନ ପତ୍ର ୨୦୧୬
  • ନବ-ଦିଗନ୍ତ ସାହିତ୍ୟ ସଂସଦ, ରିଆମାଳ ପକ୍ଷରୁ କବି ଭାବରେ ସମ୍ବର୍ଦ୍ଧିତ ୨୦୧୬
  • ମା' ମଙ୍ଗଳା ସାହିତ୍ୟ ସେବା ସଂସ୍କାର ସଂସଦ,ଜରିପୁତ, ଖୋର୍ଦ୍ଧାରୁ କବି ସମ୍ବର୍ଦ୍ଧନା ୨୦୧୭
  • ମହାପର୍ବତ ସାହିତ୍ୟ ସଂସଦ, ଢଁସର, ବାଙ୍କିରୁ ନାଟ୍ୟକାର ଭାବେ ସମ୍ବର୍ଦ୍ଧିତ ୧୯-୦୩-୦୧୭
  • ମା' ନାରାୟଣୀ ସାହିତ୍ୟ ସଂସଦ,ଇଟାକୁଦ, ଡଭାର, ଗୋପ, ପୁରୀରୁ ୦୨-୦୪-୨୦୧୭ରେ କବି ଭାବରେ ସମ୍ବର୍ଦ୍ଧିତ
  • ବନ୍ଦନା ସାହିତ୍ୟ ଓ ସଂସ୍କୃତି ପରିଷଦ, ସାକ୍ଷୀଗୋପାଳ, ପୁରୀ ତରଫରୁ ୦୨-୦୭-୨୦୧୭ରେ ବନ୍ଦନା ସାରସ୍ୱତ ସମ୍ମାନ
  • ପତିତପାବନ ସାହିତ୍ୟ ସଂସଦ, (କଣ୍ଡଳ) ଦେବଗଡ଼ରୁ ୦୮-୧୦-୨୦୧୭ରେ 'ଜ୍ଞାନସାରଥି' କବି ସମ୍ମାନରେ ସମ୍ବର୍ଦ୍ଧିତ
  • ସେତୁବନ୍ଧ ସାହିତ୍ୟ ସଂସଦ, ନୟାଗଡ଼ରୁ ୦୩-୧୨-୨୦୧୭ରେ ବରିଷ୍ଠ କବି ସମ୍ମାନ
  • ଟିକିତାରା ସାହିତ୍ୟ ସଂସଦ, ପୁରୀ ଦ୍ୱାରା ୨୮-୧୨-୨୦୧୭ ଶିକ୍ଷକ କବି ଭାବେ ସମ୍ବର୍ଦ୍ଧିତ
  • ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦ ଦ୍ୱାରା ତା ୧୪-୦୧-୨୦୧୮ରେ 'ତ୍ରିଧାରା ସାହିତ୍ୟ ସଂସଦ' ଅନୁଷ୍ଠାନର ଫଳକ ପ୍ରାପ୍ତି
  • ଶିବମ୍ ସାହିତ୍ୟ ଓ ସଂସ୍କୃତି ବିଭାଗ, ସୋହଡ଼ା, ଧାମଙ୍ଗର, ଭଦ୍ରକରୁ ୧୧-୦୨-୨୦୧୮ରେ ;ଦୀନବନ୍ଧୁ ସମ୍ମାନ' ପ୍ରାପ୍ତ
  • ସାଂସ୍କୃତିକ କଳା ପରିଷଦ ଅନୁଗୋଳରୁ ତ୍ରିଧାରା ସାହିତ୍ୟ ସଂସଦ ଦକ୍ଷ ସଂସଦ ଭାବେ ଫଳକ ପ୍ରାପ୍ତି
  • କୁରୁମ ବୌଦ୍ଧପୀଠ ବିକାଶ ପରିଷଦ, (ଯମଧର୍ମ)ଚାରିଗାଁ, ବାଲିଦୋକା, କୋଣାର୍କ, ପୁରୀରୁ ୩୦-୦୪-୨୦୧୮ରେ 'କଳା କୁମୁଦ' ଉପାଧିରେ ସମ୍ବର୍ଦ୍ଧିତ