ବ୍ୟବହାରକାରୀ:Mamali panda

ଉଇକିପିଡ଼ିଆ‌ରୁ

ଆଦରର @ସୁଭାସିସ ପାଣିଘରି, ଆପଣଙ୍କ ତ୍ୱରିତ ଉତ୍ତରପାଇଁ ଧନ୍ୟବାଦ। ମୁଁ ଜଣେ ନୂଆ ଲେଖିକା। ତେଣୁ ନିୟମ ବିଷୟରେ କିଛି ଜାଣିନାହିଁ। ଆପଣ ମୋତେ ସେତକ ଜଣାଇଥିଲେ ଭଲ ହୋଇଥାନ୍ତା। ମାତ୍ର ତାହା ନ କରି ପେଡ ଏଡିଟର କହିବା କେତେଦୂର ସମିଚୀନ ଆପଣ ବିଚାର କରନ୍ତୁ। ପରୀକ୍ଷାପାଇଁ ଓଡିଶା ବିଷୟରେ ତଥ୍ୟ ଖୋଜୁଖୋଜୁ ଅନେକ ଭୁଲ ତଥ୍ୟ ଦେଖି ତାହାକୁ ସାମାନ୍ୟ ସଂଶୋଧନ କରିବାକୁ ଚେଷ୍ଟା କରିଛି। କେବଳ ଓଡିଆ ନୁହେଁ ବରଂ ଅନେକ ଇଂଲିଶ ଲେଖା ମଧ୍ୟ ସଂଶୋଧନ କରିଛି। ଚାକିରି ଆଉ ପଢାପଢି ଭିତରେ ସୀମିତ ସମୟ ବାହାର କରି ଓଡିଶା ସଂପର୍କୀତ ଭୁଲ ତଥ୍ୟକୁ ଠିକ କରିବାକୁ ଚେଷ୍ଟା କରୁଛି। ଓଡିଶା ସମ୍ବନ୍ଧିତ ସଠିକ ତଥ୍ୟ ଉଇକିପିଡିଆରେ ରହିବା ଉଚିତ – ଏହା ଭାବି ଏସବୁ କରୁଛି। ଏହାର ଆଧାର ଭାବରେ ବିଭିନ୍ନ ବହି ସହିତ ସୁବ୍ରତ ସାରଙ୍କ ଗବେଷଣା ବହିକୁ ନେଇଛି। ଯଦି ଏସବୁ ଭୁଲ, ମୋତେ ସୂଚାଇ ଦେଲେ ତାହା ପ୍ରତ୍ୟାହାର କରିନେବି। ଆପଣ ମଧ୍ୟ ଏହାକୁ ସଂଶୋଧନ କରିପାରିବେ। ସୁବ୍ରତ ସାର ମୋର ଶିକ୍ଷାଗୁରୁ ହୋଇପାରନ୍ତି, ମାତ୍ର ଜାତି ନିକଟରେ ସବୁକିଛି ତୁଚ୍ଛ। ଆଶା କରୁଛି ମୋର ଭୁଲକୁ ଆପଣ ସଂଶୋଧନ କରିବେ ଓ ଏହି କାର୍ଯ୍ୟପାଇଁ ଆପଣ ମୋତେ ଉପଯୁକ୍ତ ଦିଗଦର୍ଶନ ଦେଇପାରିବେ। - ମାମାଲି ପଣ୍ଡା