ବ୍ୟବହାରକାରୀଙ୍କ ଆଲୋଚନା:Mamali panda

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । ଦେଖା ଯାଉଛି ଯେ ଆପଣଙ୍କ ଅବଦାନ ଗୁଡିକ କେବଳ ଜଣେ ବ୍ୟକ୍ତି ଏବଂ ତାଙ୍କ ସହ ଜଡ଼ିତ ଥିବା ଅନୁଷ୍ଠାନ ବିଷୟରେ । ତେଣୁ ଆପଣଙ୍କୁ ପେଡ ଏଡିଟର ଭାବେ ସନ୍ଦେହ କରାଯାଉଛି ।ଆପଣ ଅନ୍ୟ ପ୍ରସଙ୍ଗ ଗୁଡିକରେ ଅବଦାନ କରିବା ପାଇଁ ଅନୁରୋଧ ଏବଂ ନିଜ ଅବଦାନ ଇଛା ଵିଷୟରେ(Area of interest) ଲେଖିବା ପାଇଁ ଅନୁରୋଧ । ନହେଲେ ଆପଣଙ୍କୁ ଉଇକିପିଡ଼ିଆରେ ବଦଳ କରିବାରୁ ଅଟକାଯାଇପାରେ । ଧନ୍ୟବଦ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୫୩, ୧୬ ନଭେମ୍ବର ୨୦୧୭ (IST)[reply]

ସନ୍ଦେହଜନକ ସମ୍ପାଦନା[ସମ୍ପାଦନା]

ଆଦରର @Mamali panda:, ଉଇକିପିଡ଼ିଆରେ ସମସ୍ତ ଉଇକିଆଳିଙ୍କୁ ସମସ୍ତ ପ୍ରସଙ୍ଗରେ ଲେଖାଗୁଡ଼ିକର ସମ୍ପାଦନା ପାଇଁ ଉତ୍ସାହିତ କରାଯାଏ । ତେବେ ଆପଣଙ୍କ ଲେଖାରେ "ସୁବ୍ରତ କୁମାର ପୃଷ୍ଟି"ଙ୍କ ସମ୍ବନ୍ଧିତ ତଥ୍ୟ/ମତକୁ ବାରମ୍ବାର ବିଭିନ୍ନ ଲେଖାରେ ରଖିବା ହେତୁ ଆଗରୁ ଥରେ ଜଣେ ପରିଚାଳକଙ୍କ ବାବଦରେ ଚେତାବନୀ ଦିଆଯାଇଥିଲା । ଆପଣଙ୍କ ସମ୍ପାଦନା ବ୍ୟବହାରକାରୀ:PatiMadhusudan1958ଙ୍କ ସହ ମଧ୍ୟ ସମ୍ବନ୍ଧିତ ବୋଲି ସନ୍ଦେହ ରହିଛି ଓ ଏ ବାବଦରେ ଅନୁସନ୍ଧାନ ଚାଲୁରହିଛି । ଆପଣଙ୍କୁ ଆଉଥରେ ଅନୁରୋଧ କରାଯାଉଛି ଯେ "ସୁବ୍ରତ ପୃଷ୍ଟି"ଙ୍କ ସମ୍ବନ୍ଧିତ ତଥ୍ୟ, ଆଧାର ଓ ଫଟୋ ଆଦି କୌଣସି ପ୍ରସଙ୍ଗରେ ଯୋଡ଼ିବେ ନାହିଁ । ଏବେ ଯାଏ ଆପଣଙ୍କ ଅବଦାନକୁ ଆଧାର କରି ଆପଣଙ୍କ ଉପରେ କୌଣସି ନୀତିଗତ ପଦଃକ୍ଷେପ ନିଆଯାଇନଥିଲା । କିନ୍ତୁ ଯଦି ଆଗକୁ ଆପଣଙ୍କର ଉପରବର୍ଣିତ ସମ୍ପାଦନା ଚାଲୁରହେ ବାକି ଉଇକିଆଳିଙ୍କ ମତକୁ ଭିତ୍ତିକରି ଆପଣଙ୍କ ବ୍ୟ ବହାରକାରୀ ଖାତା ସାମୟିକ/ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇପାରେ ଓ ଆପଣଙ୍କ ପୁରୁଣା ସମ୍ପାଦନାସବୁ ଲିଭାଇଦିଆଯାଇପାରେ । ଉଇକିପିଡ଼ିଆରେ ନୀତି ଉଲ୍ଲଂଘନକୁ ଖୁବ କଡ଼ାକଡ଼ି ଭାବେ ମାନିବା ବିଧେୟ ଓ ଆପଣଙ୍କୁ ଉଇକିପିଡ଼ିଆର ନିୟମାବଳୀକୁ ଭଲ ଭାବେ ପଢ଼ି ସେହି ଅନୁସାରେ ସମ୍ପାଦନା କରିବାକୁ ଅନୁରୋଧ କରାଯାଉଛି । ଯଦି ଆଗକୁ ଆପଣ ନିୟମାବଳୀର ଉଲ୍ଲଂଘନ କରି ସମ୍ପାଦନା କରନ୍ତି ଆମେ ଆପଣଙ୍କ ବ୍ୟବହାରକାରୀ ଖାତା ବାବଦରେ ନୀତିଗତ ନିଷ୍ପତ୍ତି ନେବାକୁ ବାଧ୍ୟ ହେବ । --ସୁଭାସିସ ପାଣିଘରି (ଆଳାପ) ୦୦:୨୮, ୧୩ ସେପ୍ଟେମ୍ବର ୨୦୧୮ (IST)[reply]

ଆଦରର @ସୁଭାସିସ ପାଣିଘରି, ଆପଣଙ୍କ ସନ୍ଦେଶ “ ଉଇକିପିଡ଼ିଆରେ ସମସ୍ତ ଉଇକିଆଳିଙ୍କୁ ସମସ୍ତ ପ୍ରସଙ୍ଗରେ ଲେଖାଗୁଡ଼ିକର ସମ୍ପାଦନା ପାଇଁ ଉତ୍ସାହିତ କରାଯାଏ” ପଢିଲି। ମୁଁ ବୁଝିପାରୁନି ଏ ଉତ୍ସାହଟା କିପରି ଦିଆଯାଏ? କାହାକୁ ତୋଷାମଦି କରି ନା କାହାର ଅନୁମତିକୁ ଅପେକ୍ଷା କରି? ବାରମ୍ବାର ଆପଣଙ୍କ ଲେଖା ଖବରକାଗଜରେ ଉଇକିପିଡିଆ ବିଷୟରେ ପଢିଛି। ସେହି କାରଣରୁ ଉତ୍ସାହିତ ହୋଇ ଯାହା କିଛି ତଥ୍ୟ ଓଡିଶା ଓ ଓଡିଆ ବିଷୟରେ ପାଇଛି, ଲେଖିଛି। ଯଦି ତଥ୍ୟ ଭୁଲ ରହିଛି, ତେବେ ଆପଣମାନେ ଯାହା ନିଷ୍ପତ୍ତି ନେବେ ତାହା ମାନି ନେବାକୁ ମୁଁ ପ୍ରସ୍ତୁତ ଅଛି। ଯଦି କିଛି ଭୁଲ ନାହିଁ, ତେବେ ସତ୍ୟକୁ ସ୍ୱୀକାର କରିବାକୁ ଆପଣ ଏତେ କୁଣ୍ଠିତ କାହିଁକି? ଆପଣ ଲେଖିଛନ୍ତି –“ ଆପଣଙ୍କ ଲେଖାରେ "ସୁବ୍ରତ କୁମାର ପୃଷ୍ଟି"ଙ୍କ ସମ୍ବନ୍ଧିତ ତଥ୍ୟ/ମତକୁ ବାରମ୍ବାର ବିଭିନ୍ନ ଲେଖାରେ ରଖିବା ହେତୁ ଆଗରୁ ଥରେ ଜଣେ ପରିଚାଳକଙ୍କ ବାବଦରେ ଚେତାବନୀ ଦିଆଯାଇଥିଲା । ଆପଣଙ୍କୁ ଆଉଥରେ ଅନୁରୋଧ କରାଯାଉଛି ଯେ "ସୁବ୍ରତ ପୃଷ୍ଟି"ଙ୍କ ସମ୍ବନ୍ଧିତ ତଥ୍ୟ, ଆଧାର ଓ ଫଟୋ ଆଦି କୌଣସି ପ୍ରସଙ୍ଗରେ ଯୋଡ଼ିବେ ନାହିଁ ।“ ଏହି ଲେଖାରୁ ଜଣାପଡୁଛି ଆପଣ ସୁବ୍ରତ ପୃଷ୍ଟିଙ୍କ ପ୍ରତି ଅସହିଷ୍ଣୁ ହୋଇପଡିଛନ୍ତି ଓ ଆପଣଙ୍କର ହୀନମନ୍ୟ ଭାବନାକୁ ପ୍ରକାଶ କରିଛନ୍ତି। ତାହା ନ ହେଲେ ଏଭଳି ଚେତାବନି ଦେଇ ନ ଥାନ୍ତେ। ମୁଁ ଏଠାରେ "ସୁବ୍ରତ ପୃଷ୍ଟି"ଙ୍କ ସମ୍ବନ୍ଧିତ ତଥ୍ୟ, ଆଧାର ଓ ଫଟୋ ସଂଯୁକ୍ତ କରିନି, ବରଂ କରିଛି; ପ୍ରକାଶିତ ଲେଖାରେ ଯାହା ଆବଶ୍ୟକ ଅଛି। ଗୁଡିଏ ଭୁଲ ତଥ୍ୟ ଥିଲା, ତାହାକୁ ସଂଶୋଧନ କରି ତ୍ରୁଟିଶୂନ୍ୟ କରିବା କଣ ମୋର ଭୁଲ? ସର୍ବଭାରତୀୟ କ୍ଷେତ୍ରରେ ମାନ୍ୟତା ପାଇଥିବା ସୁବ୍ରତ ପୃଷ୍ଟିଙ୍କ ବହିରେ କଣ ଭୁଲ ତଥ୍ୟ ରହିଛି? ତେବେ ସେହି ସବୁ ଆଧାରକୁ ଭିତ୍ତି କରି ଓଡିଆଭାଷା ଶାସ୍ତ୍ରୀୟମାନ୍ୟତା ପାଇଲା କେମିତି? ସୁବ୍ରତ ପୃଷ୍ଟିଙ୍କ ଭୁଲ ତଥ୍ୟଗୁଡିକ ଏଠାରେ ଉପସ୍ଥାପନ କରନ୍ତୁ। ତାହା ନ କରି ଏଭଳି ଚେତାବନୀ ଦେବାର ଅର୍ଥ କଣ ରହିଛି ବୁଝିପାରୁନି। ଲାଗୁଛି ସତେଯେପରି ଏହି ଓଡିଆ ଉଇକିପିଡିଆର ଆପଣ ଏକମାତ୍ର ମାଲିକ ବା ସତ୍ୱାଧିକାରୀ। ଠିକ ଅଛି, ଯଦି ନିଜକୁ ସେୟା ଭାବୁଛନ୍ତି, ତେବେ ଏହାକୁ ନିଜ ଭିତରେ ରଖନ୍ତୁ। ସର୍ବସାଧାରଣପାଇଁ ଏଭଳି ଭୁଲ ତଥ୍ୟ ରଖି ଓଡିଆଭାଷା ଓ ଜାତିକୁ ଅପମାନିତ କରନ୍ତୁନି। ଆପଣଙ୍କୁ ମଧ୍ୟ ଅନୁରୋଧ କରୁଛି ଆପଣଙ୍କର ବ୍ୟକ୍ତିଗତ ଅସୂୟାକୁ ଏକ ସାର୍ବଜନୀନ ଆଲୋଚନା କ୍ଷେତ୍ର ସହିତ ଯୋଡନ୍ତୁନି।

ଆପଣ ମୋତେ ପୂର୍ବଥର ପେଡ ଏଡିଟର ବୋଲି ଉଲ୍ଲେଖ କରିଥିଲେ। ସେତେବେଳେ ମୁଁ ନୂଆନୂଆ ଲେଖୁଥିଲି। ତେଣୁ କିଛି ଉତ୍ତର ଦେବାକୁ  ଉଚିତ ମଣି ନ ଥିଲି। ଆଜି କିନ୍ତୁ ସେହି ପ୍ରଶ୍ନ ଆପଣଙ୍କୁ ପଚାରୁଛି ଯେ ସୁବ୍ରତ ପୃଷ୍ଟିଙ୍କ ବିଷୟରେ ଆପଣ ଲେଖିଥିବାରୁ ଆପଣ ପେଡ ଏଡିଟର କି? ସେହିଭଳି ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ପ୍ରତିଭା ରାୟ, ଅଚ୍ୟୁତ ସାମନ୍ତ ଆଦିଙ୍କ ବିଷୟରେ ଯେଉଁମାନେ ଲେଖିଛନ୍ତି, ସେମାନେ କଣ ପେଡ ଏଡିଟର? କି ଲଜ୍ଜାର କଥା। ଜଣେ ଭଲ କାମ କରୁଥିବା ବ୍ୟକ୍ତିଙ୍କ ବିଷୟରେ କିମ୍ବା ସର୍ବଭାରତୀୟ ସ୍ତରରେ ସ୍ୱୀକୃତ ତାଙ୍କ ଗବେଷଣାତ୍ମକ ତଥ୍ୟ ଯଦି କୌଣସି ଖୋଲା ମଞ୍ଚରେ ସ୍ଥାନ ପାଇବନି, ତେବେ କାହାର ସ୍ଥାନ ପାଇବ ତାହାର ତାଲିକା ଏଠାରେ ଉଲ୍ଲେଖ କରନ୍ତୁ। ଆମଭଳି ନୂଆ ଲେଖକମାନେ ତାହାକୁ ପଢି ସଂଶୋଧନ ବା ନୂତନ ପୃଷ୍ଠା ଯୋଡିବେ।

ଆପଣ ମୋ ଲେଖାର ତ୍ରୁଟି ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି। କେବଳ ସୁବ୍ରତ ପୃଷ୍ଟି ସମ୍ବନ୍ଧିତ ତଥ୍ୟ, ଆଧାର ଓ ଫଟୋ ସଂଯୁକ୍ତ ନ କରିବାକୁ ଚେତାବନୀ ଦେଇଚନ୍ତି। ମୁଁ କହିପାରିବିନି ଆପଣ କିମ୍ବା ଆପଣଙ୍କ ବନ୍ଧୁମାନେ ସୁବ୍ରତ ସାରଙ୍କୁ ଜାଣି ନାହାନ୍ତି ବୋଲି। କାରଣ ସେ ବିଭିନ୍ନ ଉଇକି ମେଳାରେ ଭାଗ ନେଇଥିବାର ଫଟୋ ଛାପିଛନ୍ତି। ଭିଡିଓ ଛାଡିଛନ୍ତି। ଏସବୁ ସତ୍ତ୍ୱେ ମୋର ଯାହା ଅନୁମାନ ଆପଣ କିମ୍ବା ଆପଣଙ୍କ ଗୋଷ୍ଠୀ ସୁବ୍ରତ ପୃଷ୍ଟିଙ୍କୁ ଭଲ ଭାବରେ ଜାଣି ନାହାଁନ୍ତି। ଓଡିଆଭାଷାକୁ ଆଜି ଜ୍ଞାନ ଓ ବିକାଶର ଭାଷା ଭାବରେ ପରିଣତ କରିବାପାଇଁ ଯେଉଁ କେତେଜଣଙ୍କ ନାମ ଆଲୋଚନା ପରିସରକୁ ଆସେ, ସେମାନଙ୍କ ଭିତରେ ସୁବ୍ରତ ସାରଙ୍କ ନାମ ନିଶ୍ଚିତ ଆସିବ। ତାଙ୍କରି ଗବେଷଣା ଓ ଉଦ୍ୟମରେ ଓଡିଆ ଶାସ୍ତ୍ରୀୟମାନ୍ୟତା ପାଇଲା଼ ଆଉ ଏବେ ଓଡିଆଲିପି ଭାରତର ପ୍ରାଚୀନ ଲିପି ଭାବରେ ପ୍ରମାଣିତ ହେବାକୁ ଯାଉଛି। ଏହାଠାରୁ ବଳି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମଭଳି ଯେଉଁମାନେ ସିଭିଲ ସର୍ଭିସପାଇଁ ଆଶାୟୀ ଅଛନ୍ତି, ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରି ସଫଳତା ଆଣିଦେଇଛନ୍ତି। ଆମେ, ଯେଉଁମାନେ ଓଡିଶା ବାହାରେ ଅଛୁ ବା ଓଡିଶାରେ ଥାଇ ବି ଓଡିଆତ୍ୱ ବିଷୟରେ ଅଜ୍ଞ ଥିଲୁ, ତାଙ୍କରି ବହି ପଢି, ତାଙ୍କରି ସଂସ୍ପର୍ଶରେ ଆସି ଓଡିଶା ଆଉ ଓଡିଆକୁ ଭଲ ଭାବରେ ଜାଣିଲୁ। ଆଜି ସେ ଆମ ଭଳି ଶହଶହ ଓଡିଆତ୍ୱର ଅଗ୍ନିପିଣ୍ଡୁଳା ତିଆରି କରିଛନ୍ତି, ଯେଉଁମାନେ ଏ ଜାତିପାଇଁ ଯେକୌଣସି ସମୟରେ ସବୁକିଛି କରିବାକୁ ପ୍ରସ୍ତୁତ। ତାଙ୍କରି ପରାମର୍ଶ କ୍ରମେ ଓଡିଆଭାଷାପାଇଁ ୪୫ଡିଗ୍ରୀ ଖରାରେ ପିଲାମାନେ ଶାନ୍ତିନିକେତନରୁ ସତ୍ୟବାଦୀ ସାଇକେଲରେ ଚାଲିଆସିଲେ। କୋଶଳ ମାଟିରୁ ପିଲାମାନେ ଚାଲିଚାଲି ରାଜଧାନୀକୁ ଆସିପାରିଲେ। ଆଉରି ବହୁତ କିଛି ଆଗକୁ ଅଛି। ଆପଣ ଯେତେ ଚକ୍ରାନ୍ତ କଲେ ବି ତାଙ୍କ ନାମ ଓ କାମକୁ ଲୁଚାଇ ପାରିବେନି। ହୁଏତ ଏମିତି ଗୋଟେ ଦିନ ଆସିବ, ଆପଣଙ୍କଭଳି ଉଇକିଆଳିମାନେ ତାଙ୍କ ବିଷୟରେ ଲେଖିବାପାଇଁ ପ୍ରତିଯୋଗିତା କରିବେ। ଶେଷରେ ଅନୁରୋଧ କରୁଛି କୌଣସି ଧମକ ନ ଦେଇ ଯଦି କୌଣସି ସମସ୍ୟା ଅଛି, ତେବେ ସିଧାସଳଖ ମୋ ସହ ଆଲୋଚନା କରନ୍ତୁ। ମୁଁ ଛଦ୍ମବେଶୀ ନୁହେଁ। ଆପଣଙ୍କ ସହର ବାଙ୍ଗାଲୋରରେ ରହୁଛି। ଏଇଠି ମୋର ଚାକିରି। ଏବେ ସିଭିଲ ସର୍ଭିସପାଇଁ ପ୍ରସ୍ତୁତି ଚାଲିଛି। ତେଣୁ ଆପଣ ଠିକଣା ଦେଲେ ଆପଣଙ୍କ ଘରେ ଚାହା ପିଇବାର ସୁଯୋଗ ପାଆନ୍ତି କିମ୍ବା ଆପଣ ମଧ୍ୟ ମୋର ଅତିଥି ହେଲେ ନିଜକୁ ଧନ୍ୟ ମଣିବି। ଯଦି ଏଥିପାଇଁ ଅନିଚ୍ଛୁକ, ତେବେ ଫୋନ ନମ୍ବର ଦେଲେ ଆମେ ଏ ବିଷୟରେ ଆଲୋଚନା କରିପାରିବା। ଆପଣଙ୍କ ଉତ୍ତରକୁ ଚାହିଁ ବସିଲି।- ମାମାଲି ପଣ୍ଡା

ଆଦରର [[User:|Mamali panda]], ଆପଣଙ୍କୁ ମୋ କଥା ଆଘାତ ଦେଇଥିବାରୁ କ୍ଷମା ଚାହୁଁଛି । ଆପଣଙ୍କୁ ସମ୍ପାଦନା କରିବାକୁ ଅଟକାଇବା ମୋର ଉଦ୍ଦେଶ୍ୟ ନଥିଲା । କାହା ପ୍ରତି କୌଣସି ବ୍ୟକ୍ତିଗତ ଅସୂୟା ମଧ୍ୟ ନାହିଁ । କିନ୍ତୁ ଜଣେ ଉଇକିଆଳି ଭାବେ ଆଉ ଜଣେ ଉଇକିଆଳିଙ୍କୁ ନୀତି ନିୟମ ବାବଦରେ ଅବଗତ କରାଇବା ମୋର କାମ । ତେଣୁ ଆପଣଙ୍କୁ ଆଗରୁ ନିୟମାବଳୀ ବାବଦରେ ଜଣାଇବାକୁ ଚେଷ୍ଟାକରିଥିଲି ।
ଆପଣ ନିଜ ଉତ୍ତରରେ ଲେଖିଛନ୍ତି ଯେ ଆପଣ ଆଲୋଚିତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛନ୍ତି । କେବଳ ଆପଣଙ୍କ ଜାଣିବା ନିମନ୍ତେ ଏ ପୃଷ୍ଠାଟି ଇଂରାଜୀରୁ ଆଣିଲି (ପୃଷ୍ଠାଟି ଏଯାଏ ଇଂରାଜୀରେ ଅଛି ହେଲେ ଆପଣ ଚାହିଁଲେ ଅନୁବାଦ କରିପାରିବେ ଫଳରେ ଆପଣଙ୍କର ଅନେକ ସନ୍ଦେହ ଦୂରହେବ ଆଉ ଆଗକୁ ଲେଖାଲେଖିରେ ସାହାଯ୍ୟ କରିବ) । ଏଥିରେ ଆପଣ ସ୍ପଷ୍ଟ ଭାବେ ଦେଖିପାରିବେ ଯେ ଜଣେ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଥିଲେ ତାଙ୍କ ବାବଦରେ ଲେଖିବା ବେଳେ ଅଧିକ ସଚେତନ ହୋଇ ଲେଖିବାକୁ ହେବ । ଦୁଃଖର ବିଷୟ ଆପଣଙ୍କ ମୋଟାମୋଟି ସମସ୍ତ ସମ୍ପାଦନା ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ରକରି । ଆଉ ଆପଣ ନିଜେ ସ୍ୱୀକାର କରୁଛନ୍ତି ଯେ ବ୍ୟକ୍ତିଗତ ଭାବେ ଆପଣ ତାଙ୍କୁ ଜାଣନ୍ତି । ଏହା ଉଇକିପିଡ଼ିଆର ନିୟମର ସିଧାସଳଖ ଉଲ୍ଲଂଘନ । ଆପଣଙ୍କ ସମ୍ପାଦନା (ଏଠି ଓ ଇଂରାଜୀ ଉଇକିପିଡ଼ିଆ ତଥା ଉଇକିମିଡ଼ିଆ କମନ୍ସ)ରୁ ଦେଖିବା ପରେ ଜଣେ ସ୍ଥିରନିଶ୍ଚିତ ହୋଇପାରିବ ଯେ ସମ୍ପାଦନାସବୁ ଜଣେ ବ୍ୟକ୍ତିଙ୍କୁ ନେଇ । ଏହା ଆଉ ଏକ ଉଇକିପିଡ଼ିଆ ନିୟମର ଉଲ୍ଲଂଘନ ବୋଲି ଆଉ ଜଣେ ଉଇକିଆଳିଙ୍କଠାରୁ ମୁଁ ଜାଣିବାକୁ ପାଇଲି । ଏହି ଭଳି କାରଣ ଆଧାରରେ ଆପଣଙ୍କୁ (ହୁଏତ ସାମୟିକ ଭାବେ) ଚେତାବନୀ ଦିଆଯାଇଥିଲା । ଏହାକୁ ଚେତାବନୀ ନ ଭାବି ବରଂ ସାଥି ଉଇକିଆଳିଙ୍କ ଦ୍ୱାରା କିଛି ନୀତିନିୟମ ବାବଦରେ ଜଣାଇବା ଭାବିବେ । ସବୁ ଦଳର ନିୟମ ଅଲଗା । ଉଇକିପିଡ଼ିଆ ଭିତରେ ଲେଖିବାକୁ ହେଲେ ଉଇକିପିଡ଼ିଆର ନିୟମ ମାନିବାକୁ ପଡ଼ିବ ।
ଆପଣ ବାଙ୍ଗାଲୋରରେ ରହୁଛନ୍ତି ଜାଣି ଖୁସିଲାଗିଲା । ଆମେ ଏଠି ଥିବା ଉଇକିଆଳିମାନେ ନିୟମିତ ଭେଟିବାକୁ ଚେଷ୍ଟାକରୁଛୁ । ଆଗାମୀ ମେଳଣ ପାଇଁ ଯୋଜନା ଆରମ୍ଭ ହେଲେ ଆପଣଙ୍କୁ ଜଣାଇବୁ ଫଳରେ ଆପଣ ମଧ୍ୟ ଭାଗନେଇପାରିବେ । ମୁଁ ଚା' ପିଏନାହିଁ ତେଣୁ ହୁଏତ ମେଳଣରେ ହିଁ ଦେଖାହେବ । ଆଉ ଫୋନ ନମ୍ବର ଏବେ ପାଇଁ ଦେବା ଦରକାର ନାହିଁ ବୋଲି ଭାବୁଛି । --ସୁଭାସିସ ପାଣିଘରି (ଆଳାପ) ୦୧:୩୪, ୧୪ ସେପ୍ଟେମ୍ବର ୨୦୧୮ (IST)[reply]

ଆଦରର @ସୁଭାସିସ ପାଣିଘରି, ଆପଣଙ୍କ ତ୍ୱରିତ ଉତ୍ତରପାଇଁ ଧନ୍ୟବାଦ। ମୁଁ ଜଣେ ନୂଆ ଲେଖିକା। ତେଣୁ ନିୟମ ବିଷୟରେ କିଛି ଜାଣିନାହିଁ। ଆପଣ ମୋତେ ସେତକ ଜଣାଇଥିଲେ ଭଲ ହୋଇଥାନ୍ତା। ମାତ୍ର ତାହା ନ କରି ପେଡ ଏଡିଟର କହିବା କେତେଦୂର ସମିଚୀନ ଆପଣ ବିଚାର କରନ୍ତୁ। ପରୀକ୍ଷାପାଇଁ ଓଡିଶା ବିଷୟରେ ତଥ୍ୟ ଖୋଜୁଖୋଜୁ ଅନେକ ଭୁଲ ତଥ୍ୟ ଦେଖି ତାହାକୁ ସାମାନ୍ୟ ସଂଶୋଧନ କରିବାକୁ ଚେଷ୍ଟା କରିଛି। କେବଳ ଓଡିଆ ନୁହେଁ ବରଂ ଅନେକ ଇଂଲିଶ ଲେଖା ମଧ୍ୟ ସଂଶୋଧନ କରିଛି। ଚାକିରି ଆଉ ପଢାପଢି ଭିତରେ ସୀମିତ ସମୟ ବାହାର କରି ଓଡିଶା ସଂପର୍କୀତ ଭୁଲ ତଥ୍ୟକୁ ଠିକ କରିବାକୁ ଚେଷ୍ଟା କରୁଛି। ଓଡିଶା ସମ୍ବନ୍ଧିତ ସଠିକ ତଥ୍ୟ ଉଇକିପିଡିଆରେ ରହିବା ଉଚିତ – ଏହା ଭାବି ଏସବୁ କରୁଛି। ଏହାର ଆଧାର ଭାବରେ ବିଭିନ୍ନ ବହି ସହିତ ସୁବ୍ରତ ସାରଙ୍କ ଗବେଷଣା ବହିକୁ ନେଇଛି। ଯଦି ଏସବୁ ଭୁଲ, ମୋତେ ସୂଚାଇ ଦେଲେ ତାହା ପ୍ରତ୍ୟାହାର କରିନେବି। ଆପଣ ମଧ୍ୟ ଏହାକୁ ସଂଶୋଧନ କରିପାରିବେ। ସୁବ୍ରତ ସାର ମୋର ଶିକ୍ଷାଗୁରୁ ହୋଇପାରନ୍ତି, ମାତ୍ର ଜାତି ନିକଟରେ ସବୁକିଛି ତୁଚ୍ଛ। ଆଶା କରୁଛି ମୋର ଭୁଲକୁ ଆପଣ ସଂଶୋଧନ କରିବେ ଓ ଏହି କାର୍ଯ୍ୟପାଇଁ ଆପଣ ମୋତେ ଉପଯୁକ୍ତ ଦିଗଦର୍ଶନ ଦେଇପାରିବେ। - ମାମାଲି ପଣ୍ଡା