Jump to content

ବ୍ୟବହାରକାରୀ:MKar/ତଥ୍ୟ

ଉଇକିପିଡ଼ିଆ‌ରୁ

ଏହି ପୃଷ୍ଠାରେ ଥିବା ତଥ୍ୟସବୁକୁ ଯେକୌଣସି ଉଇକିଆଳି ପ୍ରସଙ୍ଗରେ ବ୍ୟବହାର କରିପାରିବେ ।



ମରଣ କାଳରେ ପ୍ରଭୁଙ୍କୁ ନାମ ଛଡ଼ା ଆଉ କିଛି ସାହାଯ୍ୟ କରିବ ନାହିଁ ବୋଲି ଶଙ୍କରାଚାର୍ଯ୍ୟ ‘ମୋହ ମୁଦ୍‌ଗର’ରେ କହିଥିଲେ- “ ପ୍ରାପ୍ତେ ତୁ ସନ୍ନିହିତେ କାଳେ, ନହିନହି ରକ୍ଷତି ଡୁକୃର୍ଣ୍ଣ କରଣେ… ଭଜ ଗୋବିନ୍ଦଂ , ସ୍ୱର ଗୋବିନ୍ଦଂ , ଗୋବିନ୍ଦଂ ଭବ ମୂଢ଼ମତେ ।” ସେହିପରି ‘ମନବୋଧ ଚଉତିଶା’ରେ ଭକ୍ତଚରଣ କହିଛନ୍ତି – “ସବୁଟି ମିଛ ହରିନାମଟି ସତ / ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ଚିତ୍ତରେ,… ଶ୍ରୀକୃଷ୍ଣ ନାମ ଗୋଟି କର ଭଜନ / ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ଧ୍ୟାନରେ ।” ସାକାର ଏବଂ ସଗୁଣ ଦେବତାଙ୍କୁ ପୂଜାକଲେ ମଧ୍ୟ ସମସ୍ତଙ୍କ ଅନ୍ତରରେ ଯେ ନିରାକାର, ନିର୍ଗୁଣ ପରମେଶ୍ୱର ଅଛନ୍ତି, ଏକଥା ସ୍ପଷ୍ଟ ଭାବରେ ଭକ୍ତଚରଣ ତାଙ୍କ ଚଉତିଶାର” ଠ’ ପଦରେ ଲେଖିଛନ୍ତି – ଠିକେ ମୁଁ କହୁଅଛି କର ମୋ କଥା / ଠିକେ ତୋ ଦେହେ ଅଛି ଶୂନ୍ୟ ଦେବତାରେ ।” ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ‘ମନବୋଧ ଚଉତିଶା’ ଓଡ଼ିଆ ସାହିତ୍ୟରେ ଏକ ମହାନ, ଅମୂଲ୍ୟ ଓ ଦୁର୍ଲଭ ସୃଷ୍ଟି, ଏଥିରେ ସନ୍ଦେହ ନାହିଁ ।

ସ୍ୱୀୟ ଗୁରୁଦେବ ସ୍ୱାମୀ ତପୋବନଜୀଙ୍କ ଜୀବନ ଏବଂ କାର୍ଯ୍ୟାବଳୀ ବିଷୟରେ ଉଲ୍ଲେଖ କରିବାକୁ ଯାଇ ପରମ ପୂଜ୍ୟ ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦଜୀ କୁହନ୍ତି…. “କୌଣସି ବ୍ୟକ୍ତିବିଶେଷଙ୍କର ଜୀବନୀ ଲେଖିବା ଆରମ୍ଭ କଲେ ଲେଖକ ତାଙ୍କ ଜନ୍ମପରଠାରୁ ହିଁ ଲେଖିବା ଆରମ୍ଭ କରନ୍ତି ଏବଂ ସେହି ବ୍ୟକ୍ତିବିଶେଷଜନ୍ମ ହେବା ପୂର୍ବରୁ ମାତୃଗର୍ଭରେ ତାଙ୍କର କିପରି ଭାବରେ ବିକାଶ ହୋଇଛି ସେ ବିଷୟରେ କିଛି କହିପାରନ୍ତି ନାହିଁ । ନିତ୍ୟ ନିରନ୍ତର ପରମାତ୍ମା ଚିନ୍ତନରେ ରତ ଜଣେ ଜୀବନ୍ମୁକ୍ତ ସନ୍ନ୍ୟାସୀଙ୍କର ପୂର୍ବାଶ୍ରମ ବିଷୟରେ ବର୍ଣ୍ଣନା କରିବା ତଦନୁରୂପ ଦୁରୂହ ବ୍ୟାପର । ସନ୍ନ୍ୟାସ ବ୍ରତ ଗ୍ରହଣ କଲାପରେ ଜଣେ ସନ୍ନ୍ୟାସୀ ଏକ ନୂତନ ଜୀବନର ଅୟଆରମ୍ଭ କରନ୍ତି ଏବଂ ଭିନ୍ନ ଏକ ଜଗତରେ ବାସ କରନ୍ତି । ପରମାତ୍ମାଙ୍କ କୋଳରେ ତାଙ୍କର ଦିବ୍ୟଜନ୍ମ ହୁଏ । ତାଙ୍କ ଅତୀତ ବିଷୟରେ ସେ ସମ୍ପୂର୍ଣ୍ଣ ବୀତସ୍ପୃହା ତଥାପି ଏହିଭଳି ଜୀବନ୍ମୁକ୍ତ ମହାପୁରୁଷଙ୍କର ପୂର୍ବାଶ୍ରମ ବିଷୟରେ ଏବଂ ସେ କିପରି ଭାବରେ କେଉଁ ସବୁ ସାଧନା କରି ଉଚ୍ଚତମ ବ୍ରାହ୍ମୀ ସ୍ଥିତିରେ ଉପନୀତ ହୋଇଛନ୍ତି, ଏକଥା ଜାଣିବା ପାଇଁ ସାଧକ ଓ ଜିଜ୍ଞାସୁମାନଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଲକ୍ଷ୍ୟ କରାଯାଏ । ସେହି ମହାନ୍ ବ୍ୟକ୍ତିଙ୍କର ଜୀବନ ଚରିତ ଯେ ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ ଏଥିରେ କୌଣସି ଦ୍ୱିମତ ନାହିଁ ।”

ଅଦ୍ୱୈତବେଦାନ୍ତର ମୁର୍ଦ୍ଧନ୍ୟ ପୁରୁଷ ଶିବାବତାର ଭଗବାନ୍ ଆଦି ଶଙ୍କରାଚାର୍ଯ୍ୟଙ୍କର ଜନ୍ମଭୂମି କେରଳ ପ୍ରଦେଶର ପାଲଘାଟ ଜିଲ୍ଲାର ମୁଦପ୍ପାଲୁର ଗ୍ରାମରେ ଅଚ୍ୟୁତନ ନାୟାର୍ ଓ ବାଲାମ୍ୱା ବାସ କରୁଥିଲେ । ସାତ୍ତ୍ୱିକ ଗୁଣରେ ପରିପୂର୍ଣ୍ଣ ଏହି ଧର୍ମପ୍ରାଣ ଦମ୍ପତ୍ତିଙ୍କ ଔରସରୁ ୧୮୮୬ ମସିହା ଶୁକ୍ଳପକ୍ଷ ଏକାଦଶୀ ତିଥି ଗୀତା ଜୟନ୍ତି ଦିନ ସ୍ୱାମୀ ତପୋବନଜୀ ମହାରାଜଙ୍କର ଦିବ୍ୟଶରୀର ଧରାବତରଣ ହୋଇଥିଲା । ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଶ୍ରୀମୁଖ ନିଃସୃତ ବାଣୀ ଶ୍ରୀମଦ୍ଭାଗବଦ୍ଗୀତାର ଯେଉଁ ତିଥିରେ ଜନ୍ମ ସେହି ମଂଗଳ ମୟ ତିଥିରେ ଏହି ଦିବ୍ୟଶିଶୁର ଆବିର୍ଭାବ ଏହା ସ୍ପଷ୍ଟ ଭାବରେ ସୂଚାଇ ଦେଉଥିଲା ଯେ ଭବିଷ୍ତରେ ସେ ନିଶ୍ଚିତ ଭାବରେ ଅଧ୍ୟାତ୍ମ ଜଗତର ଶିଖର ଦେଶରେ ଉପନୀତ ହେବେ । ଯଦିଓ ପିତାମାତା ତାଙ୍କ ନାମ ରଖିଥିଲେ ସୁବ୍ରମନ୍ୟ, ତଥାପି ଆଦରରେ ତାଙ୍କୁ ‘ଚିପୁକୁଟ୍ଟି’ ବୋଲି ଡାକୁଥିଲେ ।

ଉପଯୁକ୍ତ ସମୟରେ ସୁବ୍ରମନ୍ୟଙ୍କର ବାଲ୍ୟଶିକ୍ଷା ଆରମ୍ଭ ହେଲା । ଖୁବ୍ କମ୍ ସମୟ ମଧ୍ୟରେ ମାତୃଭାଷା ମାଲାୟାଲମ୍ର ବର୍ଣ୍ଣମାଳାକୁ ଆୟତ୍ତକରି ସେ ଗଣେଶ, ଶିବ, ରାମ, କୃଷ୍ଣ ଏବଂ ଅନ୍ୟ ଦେବାଦେବୀମାନଙ୍କର ସ୍ତୁତିମାଳାକୁ ହୃଦୟସ୍ଥ କରିବା ଆରମ୍ଭ କଲେ । ଏହି ସ୍ତୋତ୍ର ଅଭ୍ୟାସ ତାଙ୍କର ବାଲ୍ୟକାଳର ସବୁଠାରୁ ଆନନ୍ଦ ଓ କୌତୁକପ୍ରଦ ବିଷୟ ଥିଲା । ଶୁଣାଯାଏ ଦେବାଦେବୀମାନଙ୍କର ଏହି ସବୁ ସ୍ତୋତ୍ରଗୁଡିକୁ ଆବୃତ୍ତି କରିବା ସମୟରେ ସେ ଗଭୀର ଭବରେ ବୁଡିଯାଉଥିଲେ । କୌଣସି ଦେବସ୍ଥାନ କିମ୍ୱା ମନ୍ଦିର ପରିଦର୍ଶନ କରି ସେଠିକାର ଅଧିଷ୍ଠିତ ଦେବଦେବୀଙ୍କର ପୂଜା କରିବା ସମୟରେ ତାଙ୍କ ଅନ୍ତର ଅତ୍ୟନ୍ତ ଆନନ୍ଦରେ ପରିପୂର୍ଣ୍ଣ ହୋଇଉଠୁଥିଲା ଏବଂ ଭାବଗଦ୍ଗଦ୍ ଅବସ୍ଥାରେ ନୟନଦ୍ୱୟ ଲୋତକାପ୍ଳୁତ ହୋଇଉଠୁଥିଲା । ଦେବାଳୟ ପରିଦର୍ଶନ ଉ ସାଧୁ, ମହାତ୍ମାମାନଙ୍କ ଦର୍ଶନ ତାଙ୍କ ହୃଦୟରେ ଏପରି ଆନନ୍ଦର ସଂଚାର କରୁଥିଲା ଯେ ଜୀବନର ସମସ୍ତ ଆବଶ୍ୟକତା ପରିପୂର୍ଣ୍ଣ ହୋଇଗଲା ବୋଲି ସେ ଅନୁଭବ କରୁଥିଲେ । ବିବିଧ ବିଚିତ୍ରତାରେ ପରିପୂର୍ଣ୍ଣ ଏ ସୃଷ୍ଟିକୁ ଅବଲୋକନ କରି ସୃଷ୍ଟି ରହସ୍ୟ ବିଷୟରେ ଜାଣିବାପାଇଁ ତାଙ୍କ ମନରେ ପ୍ରବଳ ଉତ୍କଣ୍ଠା ଜାଗ୍ରତ ହେଉଥିଲା ଏବଂ ବାପା, ମାଆ ଓ ଅନ୍ୟ ବୟୋଜ୍ୟେଷ୍ଠ ବୁକ୍ତିମାନଙ୍କଠାରୁ ଏ ବିଷୟକ ପ୍ରଶ୍ନର ସଠିକ ଉତ୍ତର ପାଇଲେ ସେ ଆନନ୍ଦରେ ଅଧୀର ହୋଇପଡୁଥିଲେ ।

ନିଜ ଗୃହର ଏକ ପ୍ରକୋଷ୍ଠ ମଧ୍ୟରେ ଗୋଟିଏ ଶିବଲିଙ୍ଗ ସ୍ଥାପନା କରି ଗଭୀର ଶ୍ରଦ୍ଧା ଓ ଭକ୍ତିର ସହିତ ସେ ପ୍ରତ୍ୟହ ପ୍ରତ୍ୟହ ଦେବଦେବ ମହାଦେବଙ୍କର ଆରାଧନା କରୁଥିଲେ । “ଗୀତା ଜୟନ୍ତୀ”ରେ ଜନ୍ମଗ୍ରହଣ କରିଥିବା ଏହି ଅଦ୍ଭୂତ ଶିଶୁ ପ୍ରତ୍ୟହ ପ୍ରାତଃ ମୁହୂର୍ତ୍ତରୁ ସଂପୂର୍ଣ୍ଣ ଗୀତା ଆବୃତ୍ତି ସମାପ୍ତ ନ କଲା ପର୍ଯ୍ୟନ୍ତ ପ୍ରାତଃ ଅଳ୍ପାହାର ମଧ୍ୟ ଗ୍ରହଣ କରୁନଥିଲେ । ତାଙ୍କ ଘରେ ପ୍ରତ୍ୟେକ ଦିନ ରାମାୟଣ ଓ ମହାଭାରତ ଗ୍ରନ୍ଥ ଅଧ୍ୟୟନ ହେଉଥିଲା । ଏକଦା ରାମାୟଣ ଶ୍ରବଣ ସମୟରେ ରାବଣର ଅନନ୍ତ ଧନରାଶି ଓ ସ୍ୱର୍ଣ୍ଣମୟୀ ଲଂକା ବିଷୟରେ ଶ୍ରବଣ କରି ଗଭୀର ଉଦ୍ବେଗର ସହିତ ସେ ପ୍ରଶ୍ନକଲେ… “କଣ ହେଲା ! ରାବଣ କ’ଣ ଅନ୍ନ ପରିବର୍ତ୍ତେ ସୁନା ଭକ୍ଷଣ କରି ଜୀବନ ଧାରଣ କରୁଥିଲା । ଯଦି ସେ ମଧ୍ୟ ଆମଭଳି ଅନ୍ନଜଳ ଦ୍ୱାରା ଜୀବନ ଧାରଣ କରୁଥିଲା ତାହାହେଲେ ଏତେ ସୁନା ଠୁଳ କରିବାର ଆବଶ୍ୟକତା ବା କ’ଣ ଥିଲା?” ଏଥିରୁ ଜଣାପଡେ ଶୈଶବାବସ୍ଥାରୁ ହିଁ ତାଙ୍କ ଭିତରେ ତ୍ୟାଗ ଓ ବୈରାଗର ଭାବନା ପରିପୂର୍ଣ୍ଣ ହୋଇ ରହିଥିଲା ।

ଶିକ୍ଷା

[ସମ୍ପାଦନା]

ପିତା ଅଚ୍ୟୁତନ୍ ନାୟାର୍ଙ୍କ ମନରେ ଦୃଢ ଆଶା ଓ ବିଶ୍ୱାସ ଥିଲା ଯେ ତାଙ୍କ ପୁତ୍ର ଇଂରାଜୀ ଭାଷାରେ ଉଚ୍ଚଶିକ୍ଷା ଲାଭ କରି କୌଣସି ଏକ ଉଚ୍ଚ ସରକାରୀ ପଦବୀରେ ଅଧିଷ୍ଠିତ ହେବ । ନିଜର ଉଚ୍ଚାଭିଳାଷକୁ ଚରିତାର୍ଥ କରିବା ନିମନ୍ତେ ଗ୍ରାମ ବିଦ୍ୟାଳୟରେ ଚିପୁକୁଟ୍ଟିର ମାତୃଭାଷା ଶିକ୍ଷା ସମାପ୍ତ ହେଉ ହେଉ ତାଙ୍କ ପିତା ଗ୍ରାମଠାରୁ ସୁଦୂର ଏକ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ତାଙ୍କର ନାମ ଲେଖାଇଦେଲେ । କିନ୍ତୁ ମଣିଷର ସମସ୍ତ ଆଶା ପୂରଣ ହୁଏ ନାହିଁ । ଇଂରାଜୀ ଭାଷାରେ କୁହାଯାଏ ‘Man proposes, God disposes’ । ଅଳ୍ପକେତେ ଦିନଧରି ବିଦ୍ୟାଳୟରେ ପାଠ ପଢ଼ିବା ପରେ ଗୋଟିଏ ଦିନ ଚିପୁକୁଟ୍ଟି ଆଉ ବିଦ୍ୟାଳୟକୁ ନ୍ ଯିବାର ନିଷ୍ପତ୍ତି ନେଇ ଘରକୁ ଫେରିଆସିଲେ । ପୁତ୍ରର ଏପରି ଏକ ଭୂଲ୍ ନିଷ୍ପତ୍ତିରେ ଅତ୍ୟନ୍ତ ହତାଶ ହୋଇ ବାପା କହିଲେ, ‘ଆମ ପରିବାରରେ ଏଭଳି ଏକ ମୁର୍ଖର ସୃଷ୍ଟି ହେବ ବୋଲି ମୁଁ କଳ୍ପନା ମଧ୍ୟ କରିନଥିଲି ।’ ବାପାଙ୍କର ଏହି ପ୍ରକାରର ବ୍ୟଙ୍ଗୋକ୍ତି ଶ୍ରବଣ କରି ଦୃଢ଼ ଏବଂ ସ୍ପଷ୍ଟବାଦୀ ଚିପୁକୁଟ୍ଟି ଉତ୍ତର ଦେଲେ, “ବାପା, ଇଂରାଜୀ ଭାଷାର ଏହି ଶିକ୍ଷା ପଦ୍ଧତି ଶୁଷ୍କ୍ତାର ଶ୍ରେଷ୍ଠ ନିଦର୍ଶନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପ୍ରକାରର ଶିକ୍ଷା ଲାଭକରି ମୁଁ କଣ ବା ଲାଭାନ୍ୱିତ ହେବି ?” ମୋର କୌଣସି ପଦପଦବୀ ଆବଶ୍ୟକ ନାହିଁ । ଧନ ସମ୍ପତ୍ତି ଲୋଡା ନାହିଁ । ଟଙ୍କା ପଇସା ନେଇ ମୁଁ କରିବି ବା କ’ଣ ? କେବଳ ଏହି ଶରୀରକୁ ଆତ୍ମା ସହିତ ସଂଯୋଗ କରି ରଖିବା ପାଇଁ ଖାଦ୍ୟ ମୋର ଆବଶ୍ୟକ । ତେଣୁ ଏହି ପ୍ରକାରର ଶିକ୍ଷା ମୋତେ କିପରି ଭାବରେ ସାହାଯ୍ୟ୍ କରିପାରିବ ?

କିନ୍ତୁ ଆପଣ ଆଦୌ ଭୁଲ ବୁଝନ୍ତୁ ନାହିଁ । ଯେ ପାଠପଢ଼ା ପ୍ରତି ମୋର ଆଦୌ ଆଗ୍ରହ ନାହିଁ ଏବଂ ମୁଁ ମୁର୍ଖ ହୋଇ ରହିବାକୁ ଚାହୁଁଛି । ପ୍ରକୃତ କଥା ହେଉଛି ବିଦ୍ୟାଳୟର ଏହି ତଥାକଥିତ ଶିକ୍ଷା ପଦ୍ଧତି ପ୍ରତି ମୋର ଆଦୌ ରୁଚି ନାହିଁ । କିନ୍ତୁ ଇଂରାଜୀ ଭାଷାର ଶ୍ରେଷ୍ଠ ଲେଖକ ଓ କବିମାନଙ୍କ ଦ୍ୱାରା ରଚିତ କାବ୍ୟଗୁଡିକ ପଢ଼ିବାକୁ


ନବକଳେବର ବନଯାଗ ଯାତ୍ରୀ ସଂଖ୍ୟା

୧୯୯୬ ମସିହା ୧୯୭୭ ମସିହା ୧୯୬୯ ମସିହା
ଦଇତା ପତି - ୪୪ ଜଣ ଦଇତା ପତି -୩୦ ଜଣ ଦଇତା ପତି -୨୮ ଜଣ
ପତିମହାପାତ୍ର - ୩ ଜଣ ପତିମହାପାତ୍ର -୧ ଜଣ ପତିମହାପାତ୍ର -୧ ଜଣ
-- ସୁଇମହାପାତ୍ର -୩ଜଣ --
ଲେଙ୍କା -୧ ଜଣ ଲେଙ୍କା -୧ ଜଣ ଲେଙ୍କା -୧ ଜଣ
ଦେଉଳକରଣ -୧ ଜଣ ଦେଉଳକରଣ -୧ ଜଣ ଦେଉଳକରଣ -୧ ଜଣ
ରାଜଗୁରୁ - ୪ ଜଣ -- ରାଜଗୁରୁ -୧ଜଣ
ବ୍ରାହ୍ମଣ -୨ଜଣ ବ୍ରାହ୍ମଣ -୧୨ଜଣ ବ୍ରାହ୍ମଣ ପୁରୋହିତ -୪ଜଣ
ବିଶ୍ୱକର୍ମା -୪ଜଣ କରଣ -୧ ଜଣ ବିଶ୍ୱକର୍ମା ମହାରଣା -୪ଜଣ
ଶ୍ରୀମନ୍ଦିର ପୁଲିସ -୫ ଜଣ ମନ୍ଦିର ବରକନ୍ଦାଜ -୪ଜଣ ମନ୍ଦିର ବରକନ୍ଦାଜ -୪ଜଣ
ମନ୍ଦିର ପୁରୋହିତ -୧ ଜଣ -- --
ତଢ଼ଉକରଣ -୧ ଜଣ -- --
ଦୁଇଗୋଟି ଶଗଡ଼ର ଶଗଡ଼ିଆ – ୨ ଜଣ -- --
ମୋଟ - ୬୮ ଜଣ ମୋଟ - ୫୩ଜଣ ମୋଟ -୪୪ଜଣ
ଓଡ଼ିଶା ପୁଲିସ୍ - ୧୯ ଜଣ
ଡ଼ି.ଏସ୍.ପି. – ୧ ଜଣ
ସର୍ବମୋଟ - ୮୮ ଜଣ

୧୯୯୬ ମସିହା ନବକଳେବର ବନଯୋଗଯାତ୍ରାର ବାସ୍ତବ ବିବରଣୀ:- ୧୯୯୬ ମସିହାରେ ଯୋଡ଼ା ଆଷାଢ଼ ପଡ଼ିଥିଲା । ଏହିବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀତୀଥି ତା. ୨୯.୦୩.୧୯୯୬ ଦିନ ମଧ୍ୟାହ୍ନ ଧୂପ ପରେ ଦଇତାପତିମାନଙ୍କର ଦଳପତି ଅନ୍ୟ ସମସ୍ତ ଦଇତାପତିଙ୍କ ସହିତ ଆଜ୍ଞାମାଳ ଚାରିଗୋଟିଙ୍କୁ ପତିମହାପାତ୍ରଙ୍କ ହାତରୁ ଗ୍ରହଣ କରି ପୂର୍ବୋକ୍ତ ବିଧିବିଧାନ ଅନୁଯାୟୀ ରାଜନବରକୁ ଗମନ କରିଥିଲେ । ରାଜାଙ୍କ ହସ୍ତରୁ ଅର୍ପିତ ଗୁଆଟିକୁ ରାଜଗୁରୁଙ୍କଠାରୁ ଗ୍ରହଣକରି ଜଗନ୍ନାଥବଲ୍ଲଭ ମଠକୁ ଯାଇ ସେଠାରେ ଅବସ୍ଥାନ କରିଥିଲେ । ତା’ ପରଦିନ ମଧ୍ୟରାତ୍ର ସମୟରେ ଉକ୍ତ ମଠକୁ ତ୍ୟାଗକରି କାକଟପୁର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ ।

ଉକ୍ତ ବନଯୋଗ ଯାତ୍ରାରେ ଆସିଥିଲେ, ଦଇତାପତି ୪୪ଜଣ, ପତିମହାପାତ୍ର ୩ଜଣ, ମନ୍ଦିର ପୁରୋହିତ ୧ଜଣ, ରାଜଗୁରୁ ୪ଜଣ, ବ୍ରାହ୍ମଣ ୨ଜଣ, ବିଶ୍ୱକର୍ମା ୪ଜଣ, ଲେଙ୍କା ୧ଜଣ, ଦେଉଳକରଣ ୧ଜଣ ତଢ଼ଉକରଣ ୧ଜଣ, ମନ୍ଦିର ପୋଲିସ୍ ୫ଜଣ, ଦୁଇଗୋଟି ଶଗଡ଼ ଓ ଶଗଡ଼ର ଚାଳକ ୨ଜଣ । ଏହିପରି ଭାବରେ ଶ୍ରୀମନ୍ଦିରୁ ମୋଟ ୬୮ ଜଣ । ଏମାନଙ୍କ ବ୍ୟତୀତ ଉକ୍ତ ଯାତ୍ରାର ସୁରକ୍ଷା ନିମନ୍ତେ ରାଜ୍ୟସରକାରଙ୍କ ତରଫରୁ ଜଣେ ଡ଼ି.ଏସ୍.ପି. ଓ ୧୯ ଜଣ ପୋଲିସ୍ କର୍ମଚାରୀ । ଯାତ୍ରୀ କାକଟପୁର ଉପକଣ୍ଠରେ ଥିବା ଦେଉଳିମଠ ଠାରେ ଆସି ପହଞ୍ଚିଲେ ତା.୨.୪.୧୯୯୬ ଦିନ । ସୁଦର୍ଶନଙ୍କୁ ଏକ ବୃକ୍ଷମୂଳେ, ଆଜ୍ଞାମାଳ ଥିବା ପେଡ଼ିକୁ ମଠର ଏକ କୋଠରୀ ମଧ୍ୟରେ ରଖି ସମସ୍ତ ଯାତ୍ରୀ ମଠ ପ୍ରାଙ୍ଗଣରେ ଥିବା ଅନ୍ୟ ବୃକ୍ଷମାନଙ୍କ ମୂଳରେ ବିଶ୍ରାମ ନେଲେ ।

  • -ସୁଦର୍ଶନଙ୍କ ଦାରୁ ମିଳିଲା – କଟକଜିଲ୍ଲା, ନିଆଳି-ମାଧବ ଗ୍ରାମ ନିକଟସ୍ଥ ପନିମାଳ ଗ୍ରାମରେ ।
  • -ବଳଭଦ୍ର ଙ୍କ ଦାରୁ ମିଳିଲା- କଟକ ଜିଲ୍ଲା, ସାଲେପୁର –ପାଗାହାଟ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମରେ ।
  • -ସୁଭଦ୍ରା ଦାରୁ ମିଳିଲା – ପୁରୀ ଜିଲ୍ଲା, ଅସ୍ତରଙ୍ଗ ନିକଟସ୍ଥ ମାଳଦା ଗ୍ରାମରେ ।
  • -ଜଗନ୍ନାଥଙ୍କ ଦାରୁ ମିଳିଲା – ଖୋର୍ଦ୍ଧା ନିକଟସ୍ଥ ଦଧିମାଛଗାଡ଼ିଆ ଗ୍ରାମରେ ।

ଦାରୁମାନଙ୍କୁ କର୍ତ୍ତନ ଓ ଶ୍ରୀମନ୍ଦିରକୁ ଆନୟନର ବିଧି

[ସମ୍ପାଦନା]

କାକଟପୁର ଠାରେ ମା’ ସର୍ବମଙ୍ଗଳାଙ୍କ ଠାରୁ ଚାରିଦାରୁଙ୍କ ନିମନ୍ତେ ସ୍ୱପ୍ନାଦେଶ ପାଇବା ପରେ ଦଇତାପତିମାନେ ଚାରିଦଳରେ ବିଭକ୍ତ ହୋଇଥାନ୍ତି । ଗୋଟିଏ ଦଳ ଗୋଟିଏ ଠାକୁରଙ୍କର ଆଜ୍ଞାମାଳ ଧରି ସ୍ୱପ୍ନାଦେଶ ଅନୁସାରେ ସେହି ଠାକୁରଙ୍କ ଦାରୁ ନିକଟକୁ ଯାତ୍ରା କରିଥାନ୍ତି । ଦାରୁଥିବା ସ୍ଥାନରେ ପହିଞ୍ଚିବା ପରେ ସେଠାରେ ରହିଥିବା ବୃକ୍ଷମାନଙ୍କ ମଧ୍ୟରୁ ଦାରୁ ଲକ୍ଷଣ ଅନୁଯାୟୀ ଦାରୁବୃକ୍ଷଙ୍କୁ ଚିହ୍ନଟ କରନ୍ତି । ଏହାପରେ ସାଥିରେ ଆଣିଥିବା ଆଜ୍ଞାମାଳଙ୍କୁ ସେହି ବୃକ୍ଷରେ ସ୍ପର୍ଶ କରାଇଥାନ୍ତି ଓ ସର୍ବସାଧାରଣ ଉକ୍ତ ବୃକ୍ଷଙ୍କୁ ଆଉ ସ୍ପର୍ଶ ନକରିବା ପାଇଁ ବୃକ୍ଷର ଚାରିପଟେ ଦଉଡ଼ି ବାନ୍ଧି ଏହାକୁ ଆବଦ୍ଧ କରିଦେଇଥାନ୍ତି । ଏଠାରେ ଏକ ଛାମୁଣ୍ଡିଆ ନିର୍ମାଣ କରି ବୃକ୍ଷଙ୍କୁ ଜଗିରହନ୍ତି ।

ଏହାପରେ ବୃକ୍ଷ ନିକଟରେ ଅଙ୍କୁରାରୋପଣ ଓ ହୋମଯଜ୍ଞ କରାଯିବା ପାଇଁ ଆୟୋଜନ କରାଯାଇଥାଏ । ଅଙ୍କୁରାରୋପଣ ଆରମ୍ଭର ଠିକ୍ ପୂର୍ବରୁ ଲେଙ୍କା ଉକ୍ତ ବୃକ୍ଷରେ ସୁଦର୍ଶନଙ୍କୁ ସ୍ପର୍ଶ କରାଇଥାନ୍ତି । ତତ୍ପରେ ବୃକ୍ଷ ଚାରିପଟେ ପତିମହାପାତ୍ର, ଦଇତାପତି ଓ ଲେଙ୍କା (ବ୍ରାହ୍ମଣ ଓ ବିଶ୍ୱକର୍ମାଙ୍କ ବ୍ୟତୀତ) ତିନିଥର ପରିକ୍ରମା କରିଥାନ୍ତି । ଏହାପରେ ଉକ୍ତ ବୃକ୍ଷ ନିକଟରେ ଅଙ୍କୁରାରୋପଣ ଓ ହୋମଯଜ୍ଞ ଦୁଇଦିନ ଧରି କରାଯାଇଥାଏ । ଏହି ସମୟରେ ଉକ୍ତ ବୃକ୍ଷର ତଳେ ଅସ୍ଥାୟୀ ପର୍ଣ୍ଣକୂଟୀର (ଶବର ପଲ୍ଲୀ) ଓ ଯଜ୍ଞମଣ୍ଡପ ନିର୍ମିତ ହୋଇଥାଏ । ଅଙ୍କୁରାରୋପଣ ଓ ଯଜ୍ଞ ଚାଲିଥିବା ସମୟରେ ଉପସ୍ଥିତ ସମସ୍ତ ଦଇତାପତି, ପତିମହାପାତ୍ର ଓ ଅନ୍ୟ ସେବକଗଣସଂପୂର୍ଣ୍ଣ ନିର୍ଜ୍ଜଳ ଉପବାସ କରିଥାନ୍ତି । ବରଣ ହୋଇଥିବା ବ୍ରାହ୍ମଣ ପୁରୋହିତମାନେ ନୃସିଂହ ଓ ପାତାଳନୃସିଂହ ମନ୍ତ୍ରରେ ଏକହଜାର ଏକଶତ ଆହୁତି ପ୍ରଦାନ କରିଥାନ୍ତି । ଦଇତାପତିମାନଙ୍କର ଦଳପତି (ବିଶ୍ୱାବସୁ) ଓ ପତିମହାପାତ୍ର (ବିଦ୍ୟାପତି) ନୂତନ ବସ୍ତ୍ର ପରିଧାନକରି ଯଜ୍ଞକୁଣ୍ଡ ନିକଟରେ ବସି ପ୍ରତ୍ୟେକ ଆହୁତି ପ୍ରଦାନ ବେଳେ ନମସ୍କାର କରିଥାନ୍ତି ।ଯଜ୍ଞର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଦଇତାପତି ଯଜ୍ଞନିକଟରେ ଉପସ୍ଥିତ ରହି ନୃସିଂହମନ୍ତ୍ର ଜପ କରିଥାନ୍ତି । ଯଜ୍ଞର ପୂର୍ଣ୍ଣାହୂତି ଓ ଫଳବଳି ଇତ୍ୟାଦି ନୀତି ରାଜଗୁରୁଙ୍କ ସମେତ ଅନ୍ୟ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥାଏ ।

ଯଜ୍ଞ ସମାପନ ହେବାପରେ ପ୍ରଥମେ ପତିମହାପାତ୍ର ସୁନାକୁରାଢ଼ିରେ, ତାଙ୍କ ପରେ ଦଇତାପତିଙ୍କର ଦଳପତି ରୁପା କୁରାଢ଼ିରେ ଉକ୍ତ ବୃକ୍ଷଙ୍କୁ କିଞ୍ଚିତ ଛେଦନ କରିବାପରେ ବିଶ୍ୱକର୍ମା ମହାରଣାମାନେ ଲୁହାକୁରାଢ଼ିରେ ଦାରୁଙ୍କୁ କାଟିଥାନ୍ତି । ବିଶ୍ୱକର୍ମାମାନେ ବୃକ୍ଷଙ୍କୁ କାଟିବା ସମୟରେ ବୃକ୍ଷ ଉପରେ ଚଢ଼ିବା ବେଳେ ପାଦରେ ନୂଆ କନା ବାନ୍ଧିଥାନ୍ତି । ବୃକ୍ଷର ଯେଉଁ ଗଣ୍ଡି ଅଂଶଟି ବିଗ୍ରହ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଥାଏ ତାହାକୁ ଚଉପଟ ବୋଲି କୁହାଯାଇଥାଏ । ଚଉପଟ ରଖିସାରିବା ପରେ ବୃକ୍ଷର ଅନାବଶ୍ୟକ ଡ଼ାଳପତ୍ର ଇତ୍ୟାଦିକୁ ଏକ ବିରାଟ ଗର୍ତ୍ତ କରାଯାଇ ତା ମଧ୍ୟରେ ସେ ସବୁକୁ ପୋତି ଦିଆଯାଇଥାଏ ।

ଚଉପଟଙ୍କୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଆଣିବା ନିମନ୍ତେ ବର, ତେନ୍ତୁଳି ଓ କେନ୍ଦୁ କାଠରେ ସ୍ୱତନ୍ତ୍ର ଢ଼ାଞ୍ଚାରେ ଏକ ଶଗଡ଼ ନିର୍ମାଣ କରାଯାଇ ଉକ୍ତ ଶଗଡ଼ ଉପରେ ରଖାଯାଇଥାଏ । ଚଉପଟ ଉପରେ ପାଟ୍ଟବସ୍ତ୍ରସଂପୂର୍ଣ୍ଣ ଭାବରେ ଆଚ୍ଛାଦିତ କରାଯାଇ ଉକ୍ତ ପାଟ୍ଟବସ୍ତ୍ରକୁ ଦଉଡ଼ି ସାହାଯ୍ୟରେ ଶଗଡ଼ ଦେହରେ ଖୁବ୍ ଶକ୍ତ ଭାବରେ ବାନ୍ଧିଦିଆଯାଇଥାଏ ଯେପରି ଚଉପଟର କୌଣସି ଅଂଶ କାହାରିକୁ ଦୃଶ୍ୟ ହୋଇ ପାରିନଥାଏ । କାରଣ ସ୍କନ୍ଦପୁରାଣରେ ବର୍ଣ୍ଣିତ ଅଛି ଯେ, ନଗ୍ନ ଦାରୁଙ୍କୁ ଦର୍ଶନ କଲେ ମହାପାପ ଅର୍ଜନ ହୋଇଥାଏ । ଏହାପରେ ଉକ୍ତ ଶଗଡ଼ ଲୋକମାନଙ୍କ ଦ୍ୱାରା ଗାଁ କୁ ଗାଁ ଟଣାଯାଇ ପୁରୀ ଅଭିମୁଖେ ଆଗେଇ ଚାଲିଥାଏ । ପଥମଧ୍ୟରେ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଓ ଚଉପଟଙ୍କୁ ପୂଜାର୍ଚ୍ଚନା ସାଧାରଣ ଜନତାଙ୍କ ଦ୍ୱାରା ହୋଇଚାଲିଥାଏ ।

ଦାରୁ ଆସି ପ୍ରଥମେ ପୁରୀ ଉପକଣ୍ଠସ୍ଥ ଅଠରନଳାର ଆଲାମଚଣ୍ଡୀଙ୍କ ମନ୍ଦିର କିମ୍ୱା ପୁରୀର ଗୁଣ୍ଡିଚା ମନ୍ଦିରର ଅନ୍ୟନାମ ଜନକପୁର ଓ ସୁନ୍ଦରାଚଳ ଅଟେ । ଶ୍ରୀମନ୍ଦିରରୁ ଘଣ୍ଟ, ଘଣ୍ଟା, କାହାଳୀ ଆଦି ଦେବବାଦ୍ୟ ସହ ଛତି ଇତ୍ୟାଦି ଓ ରାଧାକାନ୍ତ ମଠରୁ ସଂକୀର୍ତ୍ତନଦଳ ଆସି ଉକ୍ତ ଦାରୁଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିର ବେଢ଼ାର ଉତ୍ତର ଦ୍ୱାର ନିକଟକୁ ନେଇଯାଇଥାନ୍ତି । ପୂର୍ବରୁ ଯେଉଁଦିନ ବନଯୋଗଯାତ୍ରାର ଅନୁକୂଳ ହୋଇଥାଏ, ଠିକ୍ ସେହିଦିନ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ କୋଇଲିବୈକୁଣ୍ଠ ପୁରରେ ଦାରୁଗୃହ ଓ ଯଜ୍ଞଶାଳାର ଅନୁକୂଳ କରାଯାଇଥାଏ ଓ ଠିକ୍ ପରେ ପରେ ନିର୍ମାଣ କାର୍ଯ୍ୟ ସାରିଦିଆଯାଇଥାଏ । ବର୍ତ୍ତମାନ ଉକ୍ତ ଦାରୁଙ୍କୁ ଶଗଡ଼ ସହିତ ବେଢ଼ାର ଉତ୍ତରଦ୍ୱାର ଦେଇ କୋଇଲି ବୈକୁଣ୍ଠପୁର ମଧ୍ୟସ୍ଥ ଦାରୁଗୃହ ମଧ୍ୟକୁ ନିଆଯାଇ ସେଠାରେ ଶଗଡ଼ ସହିତ ରଖାଯାଇଥାଏ ।

ଏହିପରି ଭାବରେ ଗୋଟିକ ପରେ ଗୋଟିଏ କରି ଚାରିଦାରୁଙ୍କୁ ବିଧି ଅନୁସାରେ କଟାଯାଇ କୋଇଲିବୈକୁଣ୍ଠ ପୁରସ୍ଥ ଦାରୁଗୃହ ମଧ୍ୟକୁ ଅଣାଯାଇଥାଏ ଓ ଶଗଡ଼ ସହିତ ଉକ୍ତ ଗୃହମଧ୍ୟରେ ରଖାଯାଇ ପ୍ରତ୍ୟହ ପତିମହାପାତ୍ରଙ୍କ ଦ୍ୱାରା ପୂଜା କରାଯାଇଥାଏ । ଗୋଟିଏ ଦାରୁଙ୍କୁ ଆଣିବାର ଦାୟୀତ୍ୱ ଯେଉଁ ଦଇତାପତି ଦଳଙ୍କ ଉପରେ ରହିଥାଏ ସେହିଦଳ ସେହି ଦାରୁଙ୍କୁ ଆଣି ଦାରୁଗୃହ ମଧ୍ୟରେ ପହଞ୍ଚାଇ ଦେବାପରେ ତାଙ୍କର କର୍ତ୍ତବ୍ୟ ଶେଷ ହୋଇଯାଇଥାଏ । ଉକ୍ତ ଦଳ ଅନ୍ୟ ଦାରୁଙ୍କୁ ଆଣିବାକୁ ଆଉ ଯାଇନଥାନ୍ତି । ଜଗନ୍ନାଥଙ୍କ ଦାରୁଙ୍କ ଦଇତାପତି ଦଳଙ୍କ ସହିତ ରହିଥାନ୍ତି ବିଶ୍ୱାବସୁ, ବିଦ୍ୟାପତି, ଲେଙ୍କା ଓ ଦେଉଳକରଣ ।

ନୂତନ ବିଗ୍ରହମାନଙ୍କର ନିର୍ମାଣ ବିଧି ଓ ପ୍ରତିଷ୍ଠା ବିଧି

[ସମ୍ପାଦନା]

ପୂର୍ବର ପ୍ରତିବର୍ଷ ପରି ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା (ଜ୍ୟେଷ୍ଠ ପୂର୍ଣ୍ଣିମା) ଦିନ ସକାଳେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନ ମଣ୍ଡପ ଉପରକୁ ଅଣାଯାଇଥାଏ । ଏଠାରେ ଉକ୍ତ ଦିବସର ସ୍ନାନ କାର୍ଯ୍ୟମାନ କରାଯିବା ପରେ ତିନିଠାକୁର ଓ ସୁଦର୍ଶନଙ୍କୁ ଅଣସର ଘରକୁ ନେଇ ସେଠାରେ ରଖାଯାଏ । ଏହିଦିନ କୋଇଲିବୈକୁଣ୍ଠର ଦକ୍ଷିଣ-ପୂର୍ବ କୋଣରେ ମଣ୍ଡପ ଉପରେ ଅଙ୍କୁରରୋପଣ ଯଜ୍ଞ କରାଯାଇ ନୂତନ ବିଗ୍ରହମାନଙ୍କ ନିର୍ମାଣ କାର୍ଯ୍ୟର ଅନୁକୁଳ କରାଯାଏ । ବର୍ଦ୍ଧକି ମାନଙ୍କୁ ଅବରୁଦ୍ଧ କୋଠରୀ ମଧ୍ୟରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟପାଇଁ ରଖାଯାଏ । ସେମାନେ ଅବରୁଦ୍ଧ କୋଠରୀ ମଧ୍ୟରେ ରହି କାର୍ଯ୍ୟ କରିଥାନ୍ତି । ମୂର୍ତ୍ତି ନିର୍ମାଣପରେ ଏହା ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ଯଥାବିଧି ଅନୁସାରେ ପ୍ରତିଷ୍ଠା କରାଯାଇଥାଏ । ନବକଳେବର ଉତ୍ସବରେ ଚାରିଠାକୁରଙ୍କର ନୂତନ ପ୍ରତିମାମାନଙ୍କର ନିର୍ମାଣ ବିଧି ଓ ପ୍ରତିଷ୍ଠା ବିଧି, ଗବେଷକ ଜଗବନ୍ଧୁ ସିଂହଙ୍କର ‘ପ୍ରାଚୀନ ଉତ୍କଳ’ ପୁସ୍ତକରେ ଯାହା ଦିଆଯାଇଅଛି ତାହା ନିମ୍ନରେ ପ୍ରଦାନ କରାଗଲା । “ପ୍ରତିମା ନିର୍ମାଣ ବିଧି-ଯେତେବେଳେ ନବକଳେବର ହେବାର ଶ୍ରୀମୁଖ ଆଜ୍ଞା ହେବ,ସେତେବେଳେ ଦଇତା ଓ ପତିବଂଶୀୟ ଲୋକମାନେ ଯାଇ ବୃକ୍ଷ ଅନୁସନ୍ଧାନ କରିଆଣିବେ । ନିମ୍ୱବୃକ୍ଷ ସର୍ବାପେକ୍ଷା ଶ୍ରେଷ୍ଠ । ଏ ବୃକ୍ଷର ପରିମାଣ ମଧ୍ୟମାଙ୍ଗୁଷ୍ଠି ଯବରେ ୨୪ ଯବ ଲେଖାଏଁ ଚୌରସ ୧୬ ଯବ ଥିବ । ସେ ବୃକ୍ଷ ୪ ଶାଖା ବିଶିଷ୍ଟ ହୋଇଥିବ । ଏପରି ୪ ଗୋଟି ବୃକ୍ଷ ଆସିବ । ଏକ ଶାଖା, ଦ୍ୱିଶାଖା ବା ତ୍ରିଶାଖା ବୃକ୍ଷ ହେବ ନାହିଁ । ଏ ବୃକ୍ଷମାନ ଗ୍ରାମସନ୍ନିଧିରେ ନଥିବେ, ଚଢ଼େଇମାନେ ବସା କରିନଥିବେ, ପଞ୍ଚନଖୀ ଜନ୍ତୁ ଘସି ହୋଇନଥିବେ, ଅନ୍ୟ ବୃକ୍ଷଡ଼ାଳ ଦ୍ୱାରା ଏ ବୃକ୍ଷମାନ ଆଚ୍ଛାଦିତ ହୋଇନଥିବ, ବ୍ରଜସୂଚି ପଡ଼ି ବୃକ୍ଷ ଫାଟି ନଥିବ, ଅଗ୍ନିତେଜ ଲାଗି ନଥିବ, ଜଳ ସମୀପରେ ଥିଲେ ଉତ୍ପାଟିତ ହୋଇ ପଙ୍କରେ ପଡ଼ିନଥିବ, ଦେଖିବାକୁ ବୃକ୍ଷମାନ ଶୋଭନୀୟ ହୋଇଥିବେ । ଏ ସମସ୍ତ ଲକ୍ଷଣ ଥିବା ବୃକ୍ଷ ଗ୍ରହଣୀୟ । ବିଶ୍ୱକର୍ମା ମଧ୍ୟମାଙ୍ଗୁଷ୍ଠ ଯବ ମାପରେ ମାପିନେବ ।

  • ଶ୍ରୀ ଜଗନ୍ନାଥ ଦେବ -ଚକ୍ରାକୃତି, ଉଚ୍ଚ ୮୪ ଯବ, ମେଘଶ୍ୟାମ ବର୍ଣ୍ଣ ।
  • ଶ୍ରୀ ବଳରାମ ଦେବ -ଶଙ୍ଖାକୃତି, ଉଚ୍ଚ ୮୪ ଯବ, ଶୁଭ୍ରବର୍ଣ୍ଣ ।
  • ଶ୍ରୀ ସୁଭଦ୍ରା ଦେବୀ -ପଦ୍ମାକୃତି, ଉଚ୍ଚ ୫୨ ଓ ଅର୍ଦ୍ଧ ଯବ, ହରିଦ୍ରା ବର୍ଣ୍ଣ ।
  • ଶ୍ରୀ ସୁଦର୍ଶନ ଦେବ -ଗଦାକୃତି, ଉଚ୍ଚ ୮୪ ଯବ, ରକ୍ତବର୍ଣ୍ଣ ।

ପ୍ରତିମା ମାନଙ୍କର ଆକୃତି ଯନ୍ତ୍ର ଅନୁସାରେ ନିର୍ମିତ ।

  • ଚକ୍ର ଯନ୍ତ୍ର- ଉର୍ଦ୍ଧ୍ୱ ୧୪ ଭାଗ, ନିମ୍ନ ୧୮ ଭାଗ, ପାଦପଦ୍ମଦ୍ୱୟ ୧୫ ୧୦/୧୬ ଯବ, ଅବଶିଷ୍ଟ ଉପଯୁକ୍ତ ୧୪ଶ ଭାଗ ୫୦ ୧୨/୧୬, ପ୍ରତ୍ୟେକ ଭୁଜ ୧୮ ଯବ, ପାର୍ଶ୍ୱଭୁଜଦ୍ୱୟ ୮ ଯବ, ଭୁଜଦ୍ୱୟର ଦଶମାଂଶ ନାସିକା ରନ୍ଧ୍ର, ନାସିକାର ଅଧୋଭାଗ ୧୨ ଯବ, ଅଧୋଭାଗଠାରୁ ମସ୍ତକାବଧି ୨୫ ୧୨/୧୬ ଯବ, ଶ୍ରୀମୁଖ ଆୟତନ ୩୦ ଯବ, ହୃଦୟ ମଧ୍ୟରେ ବ୍ରହ୍ମସ୍ଥାପନ ସ୍ଥାନ ୧୪ ଯବ ।
  • ଶଙ୍ଖ ଯନ୍ତ୍ର – ମୁଖପଦ୍ମ ୩୧ ଯବ, ଶ୍ରୀମୁଖର ଉର୍ଦ୍ଧ୍ୱ ଫଳକ ୫ ଯବ, ଚତୁର୍ବନ୍ଧ ସ୍ଥାନ ୧୧ ଯବ, ହୃଦୟ ୯ ଯବ, ମଧ୍ୟଭାଗ ୧୦ ଓ ଅର୍ଦ୍ଧ ଯବ, ପ୍ରତ୍ୟେକ ଭୁଜ ୨୪ ଯବ, ସ୍କନ୍ଧୋପରି ଦେଦୀପ୍ୟମାନ ଫାଳ ଦୁଇଟି ୨ ଯବ, ନାସାରନ୍ଧ୍ର ଅର୍ଦ୍ଧ ଯବ, ନାସିକାର ଅଧୋଭାଗ ୮ ଯବ, ଉର୍ଦ୍ଧ୍ୱଭାଗ ୧୮ ଯବ, ଲଲାଟ ୧ ଯବ, କେଶ ୫ ଯବ ।
  • ପଦ୍ମ ଯନ୍ତ୍ର – ଶ୍ରୀମୁଖର ବିସ୍ତାର ୧୫ ଯବ, କେଶକଳାପ ୩ ଓ ଅର୍ଦ୍ଧ ଯବ, ଶ୍ରୀମୁଖ ୧୭ ଯବ, ମଧ୍ୟସ୍ଥଳ ୧୨ ଯବ, ପାଦପଦ୍ମ ଯୁଗଳ ୧୭ ଯବ ।
  • ଗଦାଯନ୍ତ୍ର – ଗଦାକୃତି, ପ୍ରସାର ୨୧ ଯବ ।

ଶରୀର ଗ୍ରହଣ – ଶିରା ପ୍ରଶିରା ଲାଗି ପାଟସୂତା ବଳାହୋଇ ଡୋର । ସପ୍ତାଭରଣ – ଚର୍ମ ଲାଗି ବସ୍ତ୍ର, ରକ୍ତ ନିମନ୍ତେ ନେତପାଟ, ମାଂସ ନିମନ୍ତେ ସଜଳ ସମେଦିନୀ ସୁବାସ ତୈଳ, ଅସ୍ଥି ନିମନ୍ତେ ଦାରୁ, ମଜ୍ଜା ନିମନ୍ତେ ଚନ୍ଦନ, ଶୁକ୍ର ନିମନ୍ତେ ଅଷ୍ଟକାଳୀ ।

ପ୍ରତିଷ୍ଠା ବିଧି

[ସମ୍ପାଦନା]

ପ୍ରାସାଦ ପୂର୍ବ ଭାଗରେ ପ୍ରତିଷ୍ଠା ମଣ୍ଡପ ହେବ । ମଣ୍ଡପର ଓସାର ପ୍ରାସାଦର ଦୁଇଗୁଣ ହେବ । ମଣ୍ଡପ ଚାରିଦିଗରେ ବାଡ଼ ଦିଆଯିବ । ଚାରିଦ୍ୱାର ହୋଇ ୪ ତୋରଣ ହେବ । ଅଶ୍ୱତ୍ଥ, ଉଦୁମ୍ୱର, ବଟ ଓ ପଲାଶ ଦ୍ୱାରା ୫ ହାତ ଉଚ୍ଚରେ ତୋରଣ ହେବ । ହୋମ ଧୂମ ବାହାରିଯିବା ଲାଗି ଚାଳ ଉପରେ ବାଟ ଥିବ । ମଣ୍ଡପରେ ଚାନ୍ଦୁଆ ବାନ୍ଧିବ । ଚାମର, ବସ୍ତ୍ର୍, ଘଣ୍ଟି ଓ ଫୁଲମାଳ ମାନଙ୍କ ଦ୍ୱାରା ମଣ୍ଡପ ମଣ୍ଡିତ ହେବ । ମଣ୍ଡପର ଐଶାନ୍ୟ କୋଣରେ ସ୍ନାନ ମଣ୍ଡପ ଗୋଟିଏ ହେବ । ସ୍ନାନଜଳ ବାହାରିଯିବାକୁ ଗୋଟିଏ ନଳା ରଖିବ । ମଣ୍ଡପର ଦକ୍ଷିଣ ଦିଗରେ ବେଦୀ କରିବ । ପୂର୍ବ ଦିଗରେ ଯଜ୍ଞଦ୍ରବ୍ୟମାନ ରଖିବାକୁ ସ୍ଥାନ କରିବ । ବେଦୀ ଉପରେ ଗଙ୍ଗାବାଲି ପକାଇବ । ପଞ୍ଚଗବ୍ୟ ଦ୍ୱାରା ବେଦୀ ପ୍ରକ୍ଷାଳନ କରିବ (ପଞ୍ଚଗବ୍ୟ ଦ୍ରବ୍ୟ-ଗାଈକ୍ଷୀର, ଦହି, ଘୃତ, ଗୋମୟ, ଗୋମୂତ୍ର) । ଏ ମଣ୍ଡପ ଚାରିକୋଣରେ ୪ ପ୍ରକାର ହୋମକୁଣ୍ଡ ହେବ (ଚନ୍ଦ୍ରାକାର, ଅର୍ଦ୍ଧଚନ୍ଦ୍ରାକାର, ମଣ୍ଡଳାକାର, ପଦ୍ମାକାର) । ତୋରଣ ମାନଙ୍କରେ ଫୁଲମାଳ ମଣ୍ଡନ କରିବ । ଧ୍ୱଜ ପତାକା ବାନ୍ଧିବ । ପତାକା ଲମ୍ୱ ୫ ହାତ, ଓସାର ୧୬ ଆଙ୍ଗୁଳ । ମଣ୍ଡପ ମଧ୍ୟରେ ବେଦୀ ଉପରେ ପଦ୍ମାକାର ଶୁକ୍ଳ ଚାନ୍ଦୁଆ ବନ୍ଧାହେବ । ପାଣ୍ଡୁର ବର୍ଣ୍ଣ କଳସରେ ଛଣାପାଣି ୧୨୮ ପଳ ପୁରାଇବ । ଏଥିରେ ଖଣ୍ଡିଏ ସୁବର୍ଣ୍ଣ ପକାଇବ । ନୂତନ ବସ୍ତ୍ର କଳସ ଚାରିପାଖେ ଗୁଡ଼ାଇବ । କଳସରେ ଆମ୍ୱଡ଼ାଳ ଦେଇ ନାରିକେଳ ରଖି ମାଣେ ଧାନ ଉପରେ କଳସ ଥୋଇବ । ମଣ୍ଡପ ଚାରିଦ୍ୱାରେ ଚାମର ଝୁଲାଇବ । ପରମେଶ୍ୱରଙ୍କୁ ନେଇ ଖଟ ଉପରେ ବିଜେ କରାଇବ । ପରେ ବେଦୋକ୍ତ ମନ୍ତ୍ରମାନଙ୍କରେ ବିଧି ବିଧାନ ଅନୁସାରେ ଜୀବନ୍ୟାସ ହେବ ।” ନୂତନ ବିଗ୍ରହମାନଙ୍କର ସ୍ଥାପନ ବିଧି- “ଆଷାଢ଼ ଶୁକ୍ଳ ପ୍ରତିପଦ ଦିନ ନୂତନ ନିର୍ମିତ ମୂର୍ତ୍ତି ମାନଙ୍କୁ ଏକ ନୂତନ ରଥରେ ବସାଇ ଶ୍ରୀମନ୍ଦିରର ଚାରିପଟେ ସାତଥର ବୁଲାଯାଏ ଏବଂ ସେହିଦିନ ରାତିରେ ନୂଆ ମୂର୍ତ୍ତି ଗୁଡ଼ିକୁ ଅଣସର ଘରକୁ ନିଆଯାଏ । ଏହି ରାତ୍ରରେ ଦିଅଁଙ୍କ ଠାରୁ ପରମବ୍ରହ୍ମ ନୂତନ ମୂର୍ତ୍ତି ଅଣସର ଘରୁ ଅଣାଯାଇ ଉକ୍ତ ରଥରେ ବସାଇ କୋଇଲିବୈକୁଣ୍ଠକୁ ନିଆଯାଏ । କୋଇଲିବୈକୁଣ୍ଠର ଶିଆଳିଲଟା ତଳେ ଆଗରୁ ତିନିଗୋଟି ଗାତ ଖୋଳାହୋଇ ତାମଧ୍ୟରେ ଶଯ୍ୟା କରାହୋଇଥାଏ । ସେହି ଶଯ୍ୟାରେ ପୁରୁଣା ମୂର୍ତ୍ତିମାନଙ୍କୁ ଶୁଆଇଦିଆଯାଏ । ଏଥିସହିତ ଆଗରୁ ରଥରେ ବ୍ୟବହୃତ ହୋଇଥିବା କାଠର ସାରଥୀ, ଘୋଡ଼ା ଓ ଦେବଦେବୀ ମାନଙ୍କୁ ପୁରାଇ ପୋତିଦିଆଯାଇଥାଏ ।

ପୁରାତନ ମୂର୍ତ୍ତିରୁ ନୂତନ ମୂର୍ତ୍ତି ମଧ୍ୟକୁ ବ୍ରହ୍ମ ନେବା ଗୋଟିଏ ବିଶେଷ ଆଶ୍ଚର୍ଯ୍ୟର ବିଷୟ ବୋଲି କଳ୍ପନା କରାଯାଏ । ଜଗନ୍ନାଥଙ୍କ ମୂର୍ତ୍ତି ମଧ୍ୟରେ ଗୋଟିଏ କୋଠରୀ ଥାଏ । ସେହି କୋଠରୀ ମଧ୍ୟରେ ଗୋଟିଏ ବାକ୍ସ ଥାଏ । ସେହି ବାକ୍ସ ମଧ୍ୟରେ ଦିଅଁଙ୍କର ପରମବ୍ରହ୍ମ ରଖାଯାଇଥାଏ । ଏହା ପାଲଟା କରୁଥିବା ଲୋକ ଦେଖିବାତ ଦୂରର କଥା, ତା’ର ସ୍ପର୍ଶ ମଧ୍ୟ ଅନୁଭବ କରିବା ସମ୍ଭବ ନୁହେଁ । ଏହି ପରମବ୍ରହ୍ମ ପାଲଟା କରୁଥିବା ଲୋକର ଆଖିରେ ଉତ୍ତମ ଶକ୍ତ ଅନ୍ଧପୁଟୁଳି ବାନ୍ଧିଦିଆଯାଏ । ଦୁଇହାତର ଆଙ୍ଗୁଳିରେ ମଧ୍ୟ ପାଟକନା ଗୁଡ଼ାଇ ଦିଆଯାଏ । ଏହା ଅତି ସାବଧାନ ଓ ଗୋପନରେ କରାଯାଏ । ଯାହାଦ୍ୱାରା ପରମବ୍ରହ୍ମଙ୍କ ଚିହ୍ନ କି ସନ୍ଦେଶ ଅନୁଭବ କରିପାରିବା ସମ୍ଭବସାଧ୍ୟ ହୋଇପାରେନା । ଏହି ନବକଳେବର ନିମନ୍ତେ ଦାରୁର ସନ୍ଧାନ, ନୂତନ ମୂର୍ତ୍ତି ଗଠନ, ଦିଅଁଙ୍କ ଠାରୁ ନୂତନ ମୂର୍ତ୍ତିକୁ ପରମବ୍ରହ୍ମ ପାଲଟାଇବା ଓ ପୁରୁଣା ମୂର୍ତ୍ତିଙ୍କୁ କୋଇଲିବୈକୁଣ୍ଠରେ ବିସର୍ଜନ କରିବା ଆଦି କାର୍ଯ୍ୟକ୍ରମ ଗୁଡ଼ିକର ବିଧି ବିଧାନ ଅତି ଗୋପନୀୟ ଭାବେ ପାଳନ କରାଯାଇଥାଏ ।”


ଛାଞ୍ଚ

[ସମ୍ପାଦନା]

ରଥ ତିଆରିରେ ବ୍ୟବହୃତ ଗଛ

[ସମ୍ପାଦନା]
  • ଫାସି, [][]ଅସନ, ଧଉରା, ମହି, ଶିମିଳି, ଲେମ୍ବୁରା, କଂସା, କଦମ୍ବ[] []

ଓଡିଶାର ବାନ୍ଧକଳା

[ସମ୍ପାଦନା]

ଓଡିଶାର ବାନ୍ଧକଳା [][][]

  • ଅରଟ—ସୂତା କାଟିବ ପାଇଁ ବ୍ଯବହୃତ ଏକ ଦିଗରେ ଚକ୍ର ଓ ଅନ୍ଯ ଦିଗରେ ମୁନିଆ ଦଣ୍ଡ ଲାଗିଥିବା ଯନ୍ତ୍ର
  • କୁଣ୍ଡା—ଅରଟ ମଝିରେ ଥିବା କାଠ ବା ପଥରର ହାଣ୍ଡି
  • ମାଲ— ଯେଉଁ ସୂତା ଅରଟର ଚକ ଚାରି ପାଖେ ବୁଲି ତାକୁଡ଼ିର ମଧ୍ଯ ଭାଗର ଶଗଡ଼ ଚାରି ପାଖରେ ବୁଲି ଥାଏ (ଚଳକୁ ଘୁରାଇଲେ ଏହା ଗତି କରିବା ୟୋଗୁଁ ତାକୁଡ଼ି ଘୁରେ)
  • ତାକୁଡ଼ି—ଯେଉଁ ମୁନିଆଁ ଦଣ୍ଡ ଅରଟ ଘୁରାଯିବାବେଳେ ଘୁରେ ଓ ଯହିଁ ସାହାଯ୍ୟରେ ସୂତା କଟାଯାଇ ତହିଁରେ ଗୁଡ଼ିଆ ହୋଇଥାଏ
  • ଛାଣୀ—ଅରଟର ପକ୍ଷିର ମୁଣ୍ଡରେ ବନ୍ଧା ଯାଇଥିବା ଦଉଡ଼ା
  • ଅରଟର ପକ୍ଷି—ଅରଟର ଅର

ଦରକାରୀ ପ୍ରସଙ୍ଗ

[ସମ୍ପାଦନା]

ପୁରୁଣା କଥାଚିତ୍ର ନିମନ୍ତେ ଆଧାର

[ସମ୍ପାଦନା]
  1. Amaresh Datta; various (1 January 2006). The Encyclopaedia Of Indian Literature (Volume One (A To Devo). Sahitya Akademi. pp. 880–. ISBN 978-81-260-1803-1.
  2. "Silviculture". Institute Of Forest Productivity. Retrieved 19 July 2015.
  3. Barik, Bibhuti (25 November 2014). "A garden for Lord Jagannath". The Telegraph. Retrieved 19 July 2015.
  4. "Govt plans Rath made from recycled". Times of India. 9 July 2011. Retrieved 19 July 2015.
  5. Mohapatra, Debabrata (13 July 2010). [Out of the woods, wheels of faith "www.telegraphindia.com/1100713/jsp/orissa/story_12677173.jsp"]. The Telegraph. Retrieved 19 July 2015. {{cite news}}: Check |url= value (help)
  6. "Odisha Handloom - the ultimate destination for". Retrieved 27 January 2016.
  7. "Sari Safari - the vegetal dyers of Kotpad". Retrieved 27 January 2016.
  8. "Traditional Weaves of Orissa Sari". HubPages. Retrieved 27 January 2016.
  9. "Odisha Handloom - the ultimate destination for". Retrieved 27 January 2016.
  10. "Kotpad Weaving". Retrieved 27 January 2016.
  11. "Sari Safari - the vegetal dyers of Kotpad". Retrieved 27 January 2016.
  12. "Koraput – Reviving Odisha's Timeless Craft – Storytellers of Wonder". Storytellers of Wonder. Retrieved 27 January 2016.
  13. "Sari Safari - Orissa handloom weavers". Retrieved 27 January 2016.
  14. "Odisha Handloom - the ultimate destination for". Retrieved 27 January 2016.
  15. "Habaspuri weavers seek marketing facilities". Retrieved 27 January 2016.
  16. http://www.samayaepaper.com/epaper/20160220/8.php
  17. "Against all odds". The Hindu. Retrieved 10 June 2016.
  18. "Bipin Bihari's works enrich Archives". The Telegraph. Retrieved 10 June 2016.
  19. "Remembering painter Bipin Bihari Choudhury". India Promise. Retrieved 10 June 2016.