ବ୍ୟବହାରକାରୀଙ୍କ ଆଲୋଚନା:Tfwyoudontknow

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Tfwyoudontknow, ଧନ୍ୟବାଦ – ~~~~

--ସୁଭ (ଆଳାପ) ୧୫:୫୦, ୨୭ ଅପ୍ରେଲ ୨୦୨୧ (IST)[reply]

ଆପଣଙ୍କ ନିକଟର ସମ୍ପାଦନା[ସମ୍ପାଦନା]

ଆଦରର @Tfwyoudontknow:: ଆପଣ ନିକଟରେ ଅତି ଦୀର୍ଘ କେତୋଟି ପ୍ରସଙ୍ଗ ସିଧାସଳଖ ଗୁଗୁଲ ଟ୍ରାନ୍ସଲେଟ ବା ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଭଳି ମେସିନ ଅନୁବାଦକ ସାହାଯ୍ୟରେ କରିଛନ୍ତି । ମୁଁ ସେ ପ୍ରସଙ୍ଗରେ ଥିବା କେତୋଟି ବିଷୟରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲେଖୁଛି ।

  • ଦୟାକରି ପ୍ରସଙ୍ଗଟିଏ ଇଂରାଜୀରୁ ଅନୁବାଦ କଲା ପରେ ତାକୁ ସମ୍ପାଦନା କରି ଆପେଆପେ ଅନୁବାଦ ହେଲା ପରେ ସେଥିରେ ଥିବା ଭୁଲ ସୁଧାରନ୍ତୁ । ଆପଣ ଆଗରୁ ଅନେକ ନୂଆ ଆଉ ଲମ୍ବା ପ୍ରସଙ୍ଗ ନ ସୁଧାରି ନିକଟରେ ଆଉ ଏକ ଲମ୍ବା ପ୍ରସଙ୍ଗ ଏଡାପାଡି କରୁପ୍ପା ପାଲାନିସ୍ୱାମୀ ତିଆରି କରିଛନ୍ତି । ସେଥିରେ ଥିରେ ସମସ୍ତ ଭୁଲ ଯଥାରୀତି ରହିଛି । ଆଉ ସପ୍ତାହେ ଭିତରେ ଅର୍ଥାତ ଅପ୍ରେଲ ୨୪ ତାରିଖ ଭିତରେ ସେସବୁ ସୁଧରା ନ ଗଲେ ପ୍ରସଙ୍ଗଟିକୁ ଲିଭାଇ ଦିଆଯିବ ।
  • ଉଇକିପିଡ଼ିଆରେ ସକ୍ରିୟ ଉଇକିଆଳିଙ୍କ ସଂଖ୍ୟା ଖୁବ କମ । ଏଣୁ ଅନ୍ୟମାନେ ତିଆରି କରୁଥିବା ପ୍ରସଙ୍ଗକୁ ସୁଧାରିବା ପାଇଁ ପୁରୁଖା ଉଇକିଆଳିଙ୍କ ପାଖେ ଯଥେଷ୍ଟ ସମୟ ନ ଥାଏ । ଆଗରୁ ବହୁ ବାର ଏଭଳି ଅସୁବିଧା ହୋଇଛି ଆଉ ନିମ୍ନମାନର ପ୍ରସଙ୍ଗ ତିଆରି ହୋଇ ବର୍ଷ ବର୍ଷ ଧରି ରହିଛି । ତାହା ପାଠକମାନଙ୍କୁ ସୂଚନା ଦେବା ବଦଳରେ ତାଙ୍କ ପାଇଁ ଅପଠନୀୟ ହୁଏ । ଆଶା ଆପଣ ଏ ଦିଗରେ ଧ୍ୟାନ ଦେବେ । ମୋର ଅନୁରୋଧ ଛୋଟ ଓ ଭଲ ଭାବରେ ସମ୍ପାଦନା ହୋଇଥିବା ପ୍ରସଙ୍ଗ ତିଆରି କରନ୍ତୁ ।
  • ଆପଣଙ୍କୁ ଅନୁରୋଧ ବାୟୁରୁ-ବାୟୁ କ୍ଷେପଣାସ୍ତ୍ରରେ ଥିବା ଇଂରାଜୀ ଉଇକିପିଡ଼ିଆର ଲିଙ୍କସବୁ କାଢ଼ି ଓଡ଼ିଆ ଲିଙ୍କ ଦେବା ପାଇଁ । ଗୋଟିଏ ଉଇକିପିଡ଼ିଆ ଭିତରେ ଆଉ ଗୋଟେ ଉଇକିପିଡ଼ିଆର ଲିଙ୍କ ଏ ଭଳି ଦିଆଯାଏ ନାହିଁ । ଓଡ଼ିଆରେ ଅନେକ ପ୍ରସଙ୍ଗ ନାହିଁ ତେଣୁ ସେସବୁ ନାଲି ଦିଶିବ । ଭବିଷ୍ୟତରେ ସେ ପ୍ରସଙ୍ଗସବୁ ତିଆରି ହେଲେ ନୀଳ ଦିଶିବ ।
  • ଅନେକ ଦିନ ଧରି ସମ୍ପାଦନା ହୋଇନଥିବାରୁ ଆପଣଙ୍କ ତିଆରି ଶ୍ରୀଲଙ୍କାର ଭାଷା ପ୍ରସଙ୍ଗ ଲିଭାଇଦିଆଗଲା । ଅନୁରୋଧ ଆପଣ ଆଗକୁ ପ୍ରସଙ୍ଗ ସଂଖ୍ୟା ଓ ପ୍ରସଙ୍ଗର ଲମ୍ବ ବଦଳରେ ପ୍ରସଙ୍ଗର ଗୁଣାତ୍ମକ ମାନ ଉପରେ ଧ୍ୟାନଦେବେ । ଆପଣ ଜଣେ ସ୍ୱେଚ୍ଛାସେବୀ ଭାବେ ନିଜର ବହୁମୂଲ୍ୟ ସମୟ ଦେଇ ଉଇକିପିଡ଼ିଆରେ ଲେଖିବା ଖୁବ ଉତ୍ସାହଜନକ । କିନ୍ତୁ ଆମେ ଧୀରେ ଧୀରେ ଉଇକିପିଡ଼ିଆରେ ପ୍ରସଙ୍ଗର ମାନ ଉପରେ ଅଧିକରୁ ଅଧିକୁ ଧ୍ୟାନ ଦେଉଛୁ । ଆଶା ଆପଣ ଆଗରୁ ଲେଖିଥିବା ପ୍ରସଙ୍ଗ ଓ ଭବିଷ୍ୟତର ପ୍ରସଙ୍ଗଗୁଡ଼ିକୁ ଦେଖିବେ ।

ଆମ ଭିତରୁ କାହାର ସାହାଯ୍ୟ ଲୋଡ଼ାଥିଲେ ଉଇକିପିଡ଼ିଆ:ଚାଟସଭାରେ ପଚାରିପାରିବେ ଓ ଉଇକିପିଡ଼ିଆ:ନିୟମାବଳୀରୁ ଅଧିକ ଶିଖିପାରିବେ । --ସୁଭ (ଆଳାପ) ୧୬:୦୧, ୨୭ ଅପ୍ରେଲ ୨୦୨୧ (IST)[reply]