ବ୍ୟବହାରକାରୀଙ୍କ ଆଲୋଚନା:Prabhat dbconcepts

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Prabhat dbconcepts, ଧନ୍ୟବାଦ – ~~~~

--ସୁଭ (ଆଳାପ) ୧୯:୪୭, ୨୮ ଅଗଷ୍ଟ ୨୦୨୦ (IST)[reply]

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ ଓ ଉଇକିପିଡ଼ିଆର ଲିଖନ ଶୈଳୀ[ସମ୍ପାଦନା]

ଆଦରର @Prabhat dbconcepts:, ଆପଣ ନିକଟରେ ସୂଚନା ପ୍ରଯୁକ୍ତିବିଦ୍ୟା ନାମରେ ନୂଆ ପ୍ରସଙ୍ଗଟିଏ ତିଆରି କରିଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ ଓ ଉଇକିପିଡ଼ିଆରେ ପ୍ରଥମ ପ୍ରସଙ୍ଗ ପାଇଁ ଶୁଭେଚ୍ଛା । ଏ ପ୍ରସଙ୍ଗରେ ଜାଣତରେ କିମ୍ବା ଅଜାଣତରେ କିଛି ଭୁଲ ରହିଯାଇଛି ଓ ମୁଁ ଆପଣଙ୍କୁ ସେ ବାବଦରେ ଜଣାଇବା ପାଇଁ ଏଠି ଲେଖୁଛି । ପ୍ରସଙ୍ଗଟି ସମ୍ଭବତ ଗୁଗୁଲ ଟ୍ରାନ୍ସଲେଟ ଭଳି ମେସିନ ଟ୍ରାନ୍ସଲେଟ ବ୍ୟବହାର କରି ଲେଖାଯାଇଛି ଫଳରେ ସେଥିରେ ଅନେକ ବାକ୍ୟଗଠନ, ବ୍ୟାକରଣଗତ ଓ ବନାନଗତ ଭୁଲ ରହିଛି । ଅନୁରୋଧ ଆପଣ ପୂରା ଲେଖାକୁ ପଢ଼ି ଏସବୁ ଭୁଲକୁ ସୁଧାରିବେ । ଉଇକିପିଡ଼ିଆରେ ନିୟମିତ ଲେଖୁଥିବା ଲୋକଙ୍କ ସଂଖ୍ୟା ଖୁବ କମ । ଏଣୁ ଏଭଳି ବଡ଼ ଲେଖାଗୁଡ଼ିକର ଭୁଲ ସଜାଡ଼ିବା ପାଇଁ ହୁଏତ ଅନେକ ସମୟ ଲାଗିପାରେ । ଲେଖା ହେବା ମାତ୍ରେ ସେସବୁ ସମସ୍ତେ ପଢ଼ିପାରନ୍ତି । ଫଳରେ ଭୁଲଭଟକା ଥିବା ଲେଖା ଅନେକ ଦିନ ଧରି ପାଠକମାନେ ପଢ଼ିବେ । ପ୍ରସଙ୍ଗଟିରେ କୌଣସି ଆଧାର ଦିଆଯାଇନଥିବାରୁ ଲେଖାର ବିଶ୍ୱସନୀୟତା ଉପରେ ମଧ୍ୟ ପାଠକଙ୍କର ସନ୍ଦେହ ହେବ । ଆଶା ଆପଣ ଆଗକୁ ଲେଖାର ଶବ୍ଦ ସଂଖ୍ୟା ବଦଳରେ ବ୍ୟାକରଣ, ବାକ୍ୟଗଠନ ଓ ବନାନ ମେସିନ ଟ୍ରାନ୍ସଲେସନ ପରେ ପଢ଼ି ବଦଳାଇ ଠିକ କରି ତା' ପରେ ପ୍ରକାଶ କରିବେ । ଉଇକିପିଡ଼ିଆ:ନିୟମାବଳୀରେ ଉଇକିପିଡ଼ିଆରେ ଲେଖା ବାବଦରେ ଅଧିକ ସୂଚନା ରହିଛି । --ସୁଭ (ଆଳାପ) ୧୯:୫୧, ୨୮ ଅଗଷ୍ଟ ୨୦୨୦ (IST)[reply]