ବ୍ୟବହାରକାରୀଙ୍କ ଆଲୋଚନା:Anos Vordigoad

ଉଇକିପିଡ଼ିଆ ରୁ
ଲେଉଟାଣି ପୃଷ୍ଠା
Jump to navigation Jump to search

ଏକାଧିକ ବ୍ୟବହାରକାରୀ ପୃଷ୍ଠା ତିଆରି[ସମ୍ପାଦନା]

ଆଜି ଆପଣ କରିଥିବା ଏକ ବ୍ୟବହାରକାରୀ ପୃଷ୍ଠାର ସମ୍ପାଦନା ଇତିହାସରୁ ଜାଣିଲି ଯେ:

ଆକାଉଣ୍ଟ ତିଆରି ନ କରି ବ୍ୟବହାରକାରୀ:ମିହିର ପାତ୍ର ଭଳି ପୃଷ୍ଠା ତିଆରି କରାଯାଇପାରିବ ନାହିଁ । ଏ ପୃଷ୍ଠାଟିକୁ ଲିଭାଇବା ପାଇଁ {{tl:ଲିଭାନ୍ତୁ}} ଛାଞ୍ଚ ପକାଇ ଅନୁରୋଧ କରିପାରିବେ ।

--ସୁଭ (ଆଳାପ) ୨୧:୧୨, ୨୫ ଅକ୍ଟୋବର ୨୦୨୦ (IST)

ମାନନୀୟ, ମୋର ସବୁ ଦୋଷ କ୍ଷମା କରିବେ, ମୁଁ ବ୍ଯବହାରକାରୀ ପେଜ୍ ବିଷୟରେ ବିଶେଷ କିଛି ଜାଣି ନାହିଁ। ତେଣୁ ଭୁଲ ଗୁଡିକୁ ସୁଧାରି ଦିଅନ୍ତୁ। Anos Vordigoad (ମୋ ଆଲୋଚନା) ୧୦:୨୦, ୨୬ ଅକ୍ଟୋବର ୨୦୨୦ (IST)
@Anos Vordigoad:
  • ଦୟାକରି ମୋତେ କେବଳ ଶୁଭାଶିଷ ବା ଶୁଭ ବୋଲି ଡାକନ୍ତୁ । ମୁଁ ସାର, ମହୋଦୟ, ମାନନୀୟ ଆଦି ଓଜନିଆ ଉପାଧିକୁ ଭଲ ପାଏନି । ଅଧିକନ୍ତୁ ଉଇକିପିଡ଼ିଆ କମ୍ୟୁନିଟି ଭିତରେ ଉପାଧି ଯଥାସମ୍ଭବ କମାଇବା ପାଇଁ ସଦା ଚେଷ୍ଟା । ଏଠି କି ପରିଚାଳକ କି ନୂଆ ଉଇକିଆଳି ବୟସ-ବୃତ୍ତି-ଅଭିଜ୍ଞତା ଭିତ୍ତିରେ ସମସ୍ତେ ସମାନ ।
  • ଯଦି ଗୋଟେ ଜାଗାରେ ଏକ ଆଲୋଚନା ଆରମ୍ଭ ହୋଇଛି ସେଇ ବିଭାଗଟିକୁ ସମ୍ପାଦନା କରି ତା' ତଳେ ନିଜ ପ୍ରଶ୍ନ/ମତ ଲେଖିଲେ ସୁବିଧା ହେବ । ଧରନ୍ତୁ ଏ ଆଲୋଚନାଟି ଆପଣଙ୍କ ଆଲୋଚନା ପୃଷ୍ଠାରେ ଆରମ୍ଭ ହୋଇଥିଲା । ତେଣୁ ଏ ଉପର ବର୍ଣ୍ଣିତ ସବୁ ବିଷୟ ତଳକୁ ତଳ ରହିପାରିବ ।
  • ଉପରେ ମୁଁ ଲିଙ୍କ ସହ ଲେଖିଛି କେମିତି ବ୍ୟବହାରକାରୀ ପୃଷ୍ଠା ପରିଚାଳନା କରାଯାଏ । ଆପଣ କେବଳ ତାକୁ ଦେଖି ନିଜ ଆଡୁ ଯାହା କରିବା କଥା କରିଦେଲେ ଯେକୌଣସି ଜଣେ ପରିଚାଳକ ବ୍ୟବହାରକାରୀ:ମିହିର ପାତ୍ର ପୃଷ୍ଠାଟିକୁ ଲିଭାଇ ଦେବେ । କିନ୍ତୁ ସେଥିରେ ଆପଣଙ୍କୁ {{tl:ଲିଭାନ୍ତୁ}} ଛାଞ୍ଚ ପକାଇବାକୁ ପଡ଼ିବ । ଆଉ ଆପଣ ବାକି ଦୁଇଟି ବ୍ୟବହାରକାରୀ ପୃଷ୍ଠା ବ୍ୟବହାରକାରୀ:ମିହିର କୁମାର ପାତ୍ରବ୍ୟବହାରକାରୀ:Anos Vordigoad ନିଜେ ପରିଚାଳନା କରୁଥିଲେ ଏହି ପୃଷ୍ଠାରେ ଥିବା ସୂଚନା ଅନୁସାରେ ବଦଳାଇବେ ଓ ଆଗକୁ କେବଳ ଗୋଟେ ଆକାଉଣ୍ଟରୁ ସମ୍ପାଦନା କରିବେ । ଆରଟି REDIRECT ହୋଇ ରହିବ । --ସୁଭ (ଆଳାପ) ୧୨:୧୭, ୨୬ ଅକ୍ଟୋବର ୨୦୨୦ (IST)

ଇନଫୋବୋକ୍ସ ଓ ଅନ୍ୟାନ୍ୟ ଛାଞ୍ଚ[ସମ୍ପାଦନା]

ଛାଞ୍ଚଗୁଡ଼ିକ ସିଧାସଳଖ କପି ନ କରି ସାଧାରଣତଃ ବିଶେଷ:import ବ୍ୟବହାର କରି ଇଂରାଜୀରୁ (କିମ୍ବା ଅନ୍ୟ ଉଇକିରୁ) ଅଣାଯାଏ । ତେଣୁ କୌଣସି ପରିଚାଳକଙ୍କୁ ଏଥି ପାଇଁ ଅନୁରୋଧ କରିପାରିବେ । ଦ୍ୱିତୀୟରେ ଛାଞ୍ଚର ମୂଳ ଉଦ୍ଦେଶ୍ୟ ହେଲା ଉଇକିଆଳିମାନଙ୍କୁ (ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ଆପଣ ଓ ମୋ ଭଳି ସ୍ୱେଚ୍ଛାସେବୀ ସମ୍ପାଦକ) ସାହାଯ୍ୟ କରିବା । "ଜ୍ଞାନସନ୍ଦୁକ" ଭଳି ଆଗରୁ ବ୍ୟବହାର ହୋଇନଥିବା ଶବ୍ଦ ନୂଆ କରି ଆରମ୍ଭ କରିବା ଆଗରୁ ଦୟାକରି ଉଇକିପିଡ଼ିଆ:ଆଲୋଚନା ସଭାରେ ଆଲୋଚନା କରିବା ପାଇଁ ଅନୁରୋଧ । ଅନ୍ୟଥା ଏହାର ଅର୍ଥ ବୁଝିବା ବାକିମାନଙ୍କ ପାଇଁ କାଠିକର ପାଠ । ପୁଣି ଆଗରୁ କେଇଶହ ଇନଫୋବକ୍ସ ଥିବ । ସେସବୁ ଇଂରାଜୀରେ ରହିଛି କେବଳ ଉଇକିଆଳିମାନଙ୍କ କାମ ସହଜ କରିବା ପାଇଁ । ପାଠକ ସେସବୁ ଦେଖିପାରନ୍ତି ନାହିଁ । ଅପ୍ରଚଳିତ ଓ ହିନ୍ଦୀରୁ ସିଧା ଉତରା ଏ ଭଳି ଶବ୍ଦ (ଓଡ଼ିଆ ସନ୍ଦୁକ ନୁହେଁ ସିନ୍ଧୁକ ଲେଖାଯାଏ ଆଉ ସେ ପୁଣି ଅତି ପୁରୁଣା କାଳିଆ ଯାହାକୁ ଏକ ଟେକନିକାଲ ଶବ୍ଦ ଭାବେ ବ୍ୟବହାର କରିବାର କୌଣସି ନଜିର ବା ଆବଶ୍ୟକତା ପଡ଼ିନାହିଁ) ଅନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇବ । ମୋର ନିହାତି ଅନୁରୋଧ ଆଗରୁ ସବୁକିଛି ଓଡ଼ିଆରେ ଅନୁବାଦ ନ କରି ବରଂ ଧୀରେ ଧୀରେ ଅନ୍ୟମାନଙ୍କ ସହ ଆଲୋଚନା କରି ଏଭଳି ବଡ଼ ସିଦ୍ଧାନ୍ତ ନେବା ପାଇଁ । ବଡ଼ ଓ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ପାଇଁ ସର୍ବଦା ଉଇକିପିଡ଼ିଆ:ଆଲୋଚନା ସଭା ରହିଛି । --ସୁଭ (ଆଳାପ) ୧୫:୫୨, ୨୯ ଅକ୍ଟୋବର ୨୦୨୦ (IST)

ଶୁଭବାବୁ ମୁଁ ତ ଏପରି ଅନେକ ଛାଞ୍ଚ ତିଆରି କରିସାରିଲିଣି ଯାହାର ଶୀର୍ଷକ ଓଡ଼ିଆରେ ରହିଛି । ବିଶେଷ କରି ଟାକ୍ସୋନୋମିରେ । ଆଗକୁ ମୁଁ ଆଉ ସେପରି କରିବିନି । Anos Vordigoad (ମୋ ଆଲୋଚନା) ୧୧:୨୪, ୩୦ ଅକ୍ଟୋବର ୨୦୨୦ (IST)
ଚଳିବ । ଆପଣ ଜାଣତରେ କରିନାହାନ୍ତି । କେହି ସବୁ ଜିନିଷ ଆରମ୍ଭ କଲାବେଳେ ଜାଣିନଥାଏ । ଧୀରେଧୀରେ ସମସ୍ତେ ଶିଖନ୍ତି । ମୋଟାମୋଟି ଭାବେ ଆଗକୁ ଖୁବ ବଡ଼ ବଦଳ କଲାବେଳେ ଉଇକିପିଡ଼ିଆ:ଆଲୋଚନା ସଭାରେ ଆଲୋଚନା କରିପାରିବେ । ସାଧାରଣ ଭାବେ ଉଇକିପିଡ଼ିଆରେ ନୂଆ ଶବ୍ଦାବଳୀ ସୃଷ୍ଟିକରାଯାଏ ନାହିଁ । ଆଉ ନିହାତି ଆବଶ୍ୟକ ନଥିଲେ ବୈଷୟିକ ଶବ୍ଦାବଳୀ ମୂଳ ଶବ୍ଦର ଭାଷା ଯାହା ହେଉନା କାହିଁକି ବହୁପ୍ରଚଳିତ ଶବ୍ଦ ବ୍ୟବହାର କରାଯାଏ । ତେଣୁ "ଶୂନଗାଡ଼ି" ବା "ଦ୍ୱିଚକ୍ରଯାନ" ବଦଳରେ ସାଇକେଲ ଓ ମୋଟରସାଇକେଲ, "ସଂଗଣକ ଯନ୍ତ୍ର" ବଦଳରେ "କମ୍ପ୍ୟୁଟର", "ଭ୍ରାମ୍ୟଭାଷ" ବଦଳରେ "ମୋବାଇଲ" ବ୍ୟବହାର ହୁଏ । ତେବେ ଟେମ୍ପଲେଟ ବଦଳରେ "ଛାଞ୍ଚ" ଆଉ "Village Pump"କୁ ଆଲୋଚନା ସଭା ("ଗ୍ରାମ ପମ୍ପ" ନୁହେଁ) ଭଳି ଭାବାନୁବାଦ ସକ୍ରିୟ ଉଇକିଆଳିଙ୍କ ମତକୁ ଆଧାର କରି କରାଯାଇଛି । --ସୁଭ (ଆଳାପ) ୧୫:୦୨, ୩୦ ଅକ୍ଟୋବର ୨୦୨୦ (IST)

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

Wikipedia Asian Month Logo.svg ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।