Jump to content

ବ୍ରୋଡାଲୁମାବ

ଉଇକିପିଡ଼ିଆ‌ରୁ
ବ୍ରୋଡାଲୁମାବ
Monoclonal antibody
TypeWhole antibody
SourceHuman
TargetInterleukin 17 receptor A
Clinical data
Trade namesSiliq, Kyntheum
SynonymsKHK4827, AMG 827
AHFS/Drugs.commonograph
data
Routes of
administration
SubQ[]
Legal status
Legal status
Chemical and physical data
FormulaC6372H9840N1712O1988S52
Molar mass୧,୪୩,୯୦୫.୯୩ g·mol−1
  (verify)

ବ୍ରୋଡାଲୁମାବ, ବେପାର ନାମ ସିଲିକ୍ ଏବଂ କିନ୍ଥେମ୍, ଏକ ଔଷଧ ଯାହା ପ୍ଲେକ ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ମଧ୍ୟମରୁ ଗୁରୁତର ରୋଗ ପାଇଁ ବ୍ୟବହୃତ ହୁଏ ଯେଉଁଥିରେ ଅନ୍ୟ ଚିକିତ୍ସାରେ ଉନ୍ନତି ହୋଇନଥାଏ ।[] ଚମ ତଳେ ଏହା ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, ତରଳ ଝାଡ଼ା, ଗଳା ଯନ୍ତ୍ରଣା, ବାନ୍ତି, ସ୍ୱଳ୍ପ ଶ୍ୱେତ ରକ୍ତକଣିକ ଏବଂ ଟିନିଆ ସଂକ୍ରମଣ ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ କ୍ରନ୍ ରୋଗ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ ୧୭କୁ ଅବରୋଧ କରିଥାଏ । []

୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଏହା ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] [] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ମସିହାରେ ୧୩୦୦ ପାଉଣ୍ଡ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୨,୮୦୦ ଡଲାର ଅଟେ । []

  1. 1 2 3 4 "DailyMed - SILIQ- brodalumab injection". dailymed.nlm.nih.gov. Archived from the original on 18 March 2021. Retrieved 11 January 2022.
  2. 1 2 3 "Kyntheum". Archived from the original on 13 September 2021. Retrieved 11 January 2022.
  3. 1 2 3 "DailyMed - SILIQ- brodalumab injection". dailymed.nlm.nih.gov. Archived from the original on 18 March 2021. Retrieved 11 January 2022.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1300. ISBN 978-0857114105.
  5. "Brodalumab Prices, Coupons & Savings Tips - GoodRx". GoodRx. Retrieved 11 January 2022.