ବ୍ରୋଙ୍କିଓଲାଇଟିସ ଓବଲିଟରାନ୍ସ

ଉଇକିପିଡ଼ିଆ‌ରୁ
ବ୍ରୋଙ୍କିଓଲାଇଟିସ ଓବଲିଟରାନ୍ସ
ଇଂରାଜୀ ଭାଷାରେ ପ୍ରତିଶବ୍ଦ obliterative bronchiolitis (OB),[୧]
constrictive bronchiolitis (CB),[୨]
bronchiolitis obliterans syndrome (BOS),
popcorn lung
ଉଚ୍ଚ ରିଜୋଲ୍ୟୁସନ ସମ୍ପନ୍ନ ସିଟି ସ୍କାନରେ ଫୁସଫୁସ ଅସ୍ୱଚ୍ଛ ଦେଖାଯାଉଛି, ଅବରୁଦ୍ଧ ବାୟୁ ଓ ମୋଟା ବ୍ରୋଙ୍କସ କାନ୍ଥ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpulmonology[*]
ଆଇସିଡ଼ି-୯-ସିଏମ୍491.8
ରୋଗ ଡାଟାବେସ1704
MeSHD001989

ବ୍ରୋଙ୍କିଓଲାଇଟିସ ଓବଲିଟରାନ୍ସ (ଇଂରାଜୀ ଭାଷାରେ Bronchiolitis obliterans ବା ବିଓ/(BO) ରୋଗରେ ଫୁସଫୁସର କ୍ଷୁଦ୍ରତମ ବାୟୁନଳୀରେ (bronchioles) ପ୍ରଦାହ (inflammation) ହେବାଦ୍ୱାରା ବାୟୁ ଚଳାଚଳ ପଥ ଅବରୋଧ ହୋଇଯାଏ ।[୧] ଏହି ରୋଗରେ ଶୁଖିଲା କାଶ ହୁଏ, ଛୋଟ ଶ୍ୱାସକ୍ରିୟା ହୁଏ, ହୁଇସିଲ ଶବ୍ଦ (wheezing) ଶୁଣାଯାଏ ଓ ଥକ୍କା ଲାଗେ (feeling tired) ।[୧] ସପ୍ତାହ ଓ ମାସ ସମୟ କ୍ରମେ ଏହାର ଲକ୍ଷଣ ଅଧିକ ଖରାପ ହୁଏ । ଅର୍ଗାନାଇଜିଙ୍ଗ ନିମୋନିଆ (organizing pneumonia) ସ‌ହିତ ଏହାର ସମ୍ପର୍କ ନାହିଁ ।[୩]

ପ୍ରଶ୍ୱାସରେ ବିଷାକ୍ତ ଧୁଆଁ ଗଲେ, ଶ୍ୱାସନଳୀ ସଂକ୍ରମଣ ଓ ସଂଯୋଜକ ତନ୍ତୁ ବେମାରୀ (connective tissue disorder) ଯୋଗୁ କିମ୍ବା ଅସ୍ଥି ମଜ୍ଜା (bone marrow) ଓ ହୃତ୍‌ପିଣ୍ଡ-ଫୁସଫୁସ ପ୍ରତିରୋପଣ (heart-lung transplant) ପରେ ଏହି ରୋଗ ହୁଏ । ବିଷାକ୍ତ ଧୁଆଂ ସଂସ୍ପର୍ଷ ବା ସଂକ୍ରମଣ ହେବାର ୨ରୁ ୮ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯାଇ ନ ପାରେ । ଏହି ରୋଗରେ ପ୍ରଦାହ ଯୋଗୁ ସ୍କାର ତନ୍ତୁ (scar tissue) ତିଆରି ହୋଇ ଶ୍ୱାସନଳୀ ଅବରୋଧ ହୁଏ । ସିଟି ସ୍କାନ (CT scan), ପଲମୋନାରି ଫଙ୍କସନ ଟେଷ୍ଟ (pulmonary function test) ବା ଫୁସଫୁସ ବାୟୋପ୍ସି (biopsy) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ସାଧା ଛାତି-ଏକ୍ସ‌ରେ ଅଧିକାଂଶ ସମୟରେ ସାଧାରଣ ଥାଏ ।[୩]

ଚିକିତ୍ସାଦ୍ୱାରା ଏହି ରୋଗ ସୁସ୍ଥ ଅବସ୍ଥାକୁ ଆସେନାହିଁ କିନ୍ତୁ ଅଧିକ ଖରାପ ଦିଗକୁ ଯିବା ରୋକିହୁଏ । କର୍ଟିକୋସ୍ଟିରଏଡ (corticosteroids) ବା ଇମ୍ମ୍ୟୁନୋସପ୍ରେସିଭ ଔଷଧ immunosuppressive medication ସାହାଯ୍ୟରେ ଏହା ସମ୍ଭବପର ହୁଏ ।[୧] ଫୁସଫୁସ ପ୍ରତିରୋପଣ (lung transplant) କରାଯାଇପାରେ । ଏହି ରୋଗର ଫଳାଫଳ ଅତି ଖରାଫ, ଲୋକମାନେ କିଛି ମାସରୁ କିଛି ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରନ୍ତି ।[୩]

ସାଧାରଣ ଜନତାଙ୍କ ମଧ୍ୟରେ ବ୍ରୋଙ୍କିଓଲାଇଟିସ ଓବଲିଟରାନ୍ସ କ୍ୱଚିତ ଦେଖାଯାଏ । ଫୁସଫୁସ ପ୍ରତିରୋପଣ କରାଯାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୫% ଓ ଅନ୍ୟଠାରୁ ଆଣି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିବା ଲୋକଙ୍କ ମଧ୍ୟରୁ ୧୦% ଲୋକଙ୍କର ଏହି ରୋଗ ହୁଏ । ସନ ୧୯୮୧ରେ ଏହି ରୋଗ ବିଷୟରେ ପ୍ରଥମେ ସବିଶେଷ ବର୍ଣ୍ଣନା କରାଯାଇଥିଲା ।[୩] ଏହ ପୂର୍ବରୁ ସନ ୧୯୫୬ରେ ମଧ୍ୟ ଏହି ବିଷୟରେ ଲେଖାହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Bronchiolitis obliterans". GARD. 2012. Retrieved 13 September 2016.
  2. Schlesinger, C.; Meyer, C.; Veeraraghavan, S.; Koss, M. (Jan 1998). "Constrictive (obliterative) bronchiolitis: diagnosis, etiology, and a critical review of the literature". Annals of Diagnostic Pathology. 2 (5): 321–334. doi:10.1016/S1092-9134(98)80026-9. PMID 9845757.
  3. ୩.୦ ୩.୧ ୩.୨ ୩.୩ Lynch JP, 3rd; Weigt, SS; DerHovanessian, A; Fishbein, MC; Gutierrez, A; Belperio, JA (October 2012). "Obliterative (constrictive) bronchiolitis". Seminars in respiratory and critical care medicine. 33 (5): 509–32. PMID 23001805.{{cite journal}}: CS1 maint: numeric names: authors list (link)
  4. Gourtsoyiannis, Nicholas C.; Ros, Pablo R. (2005). Radiologic-Pathologic Correlations from Head to Toe: Understanding the Manifestations of Disease (in ଇଂରାଜୀ). Springer Science & Business Media. p. 154. ISBN 9783540266648.