Jump to content

ବ୍ରାକ୍ଟନ୍ ହିକ୍ସ ସଂକୋଚନ

ଉଇକିପିଡ଼ିଆ‌ରୁ
Braxton Hicks contractions
Practice contractions, false labor, prodromal labor[]
A pregnant women
ବିଭାଗObstetrics
ଲକ୍ଷଣCrampy abdominal discomfort or pain[][]
ଆକ୍ରାନ୍ତ ସମୟ>20 wks of pregnancy[]
ଅବଧିAbout 30 sec[]
କାରଣUnknown[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, confirmed by vaginal exam[]
ସଠିକ ରୋଗ ନିର୍ଣ୍ଣୟLabor, round ligament pain, placental abruption, preeclampsia[][]
ପୁନଃପୌନିକCommon[]

ବ୍ରାକ୍ଟନ୍ ହିକ୍ସ ସଂକୋଚନ (ଇଂରାଜୀ ଭାଷାରେ Braxton Hicks contractions), ମିଥ୍ୟା ପ୍ରସବ ଶ୍ରମ ବା ଲେବର ଭାବରେ ମଧ୍ୟ ଜଣାଶୁଣା, ଗର୍ଭାବସ୍ଥାରେ ସାମୟିକ ଗର୍ଭାଶୟ ସଂକୋଚନ‌କୁ କୁହାଯାଏ ।[] ଯଦିଓ ଏହି ସଂକୋଚନ ଗର୍ଭଧାରଣର ଆରମ୍ଭରୁ ହୋଇପାରେ, ଗର୍ଭଧାରଣର ୨୦ ସପ୍ତାହ ପର୍ଯ୍ୟନ୍ତ ତାହା ସାଧାରଣତଃ ଅନୁଭବ କରିହୁଏ ନାହିଁ ।[][] ସେମାନେ ଗର୍ଭଧାରଣର ଏକ ସାଧାରଣ ଅଂଶ ଏବଂ ସାଧାରଣତ ପ୍ରସବ ସମୟରେ ଅଧିକ ସାଧାରଣ ହୋଇଯାଏ ।[]

ଅସହଜ ଥିବାବେଳେ ଯନ୍ତ୍ରଣା ସାଧାରଣତଃ କେବଳ ଉଦର ଆଗରେ ଅନୁଭବ ହୁଏ ।[] [] ଯନ୍ତ୍ରଣା ଦିନକୁ କିଛି ଥର ହୋଇପାରେ ଏବଂ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରହିପାରେ ।[] ପ୍ରସବ ଶ୍ରମ ପରି ସଙ୍କୋଚନ ଅଧିକ ଶକ୍ତିଶାଳୀ ହୁଏ ନାହିଁ, ଅଧିକ ବାରମ୍ବାର ହୁଏ ନାହିଁ କିମ୍ବା ସମୟ ଅତୀତ ହେବା ସହିତ ଅଧିକ ରହେ ନାହିଁ ।[] କିଛି ତରଳ ପଦାର୍ଥ ପାନ କଲେ କିମ୍ବା ବିଶ୍ରାମ ନେଲେ ମଧ୍ୟ ଉପଶମ ହୋଇଯାଏ ।[]

ଏହାର କାରଣ ଅସ୍ପଷ୍ଟ ରହିଛି । [] ରୋଗୀ ସକ୍ରିୟ ହେଲେ, ପୂର୍ଣ୍ଣ ମୂତ୍ରାଶୟ ଥିଲେ କିମ୍ବା ନିର୍ଜଳନ ଅବସ୍ଥା ଥିଲେ ଏହି ସଙ୍କୋଚନ ଟ୍ରିଗର ହୋଇପାରେ ।[] ପରୀକ୍ଷଣରେ କେବଳ ଗର୍ଭାଶୟର କିଛି ଅଂଶ ସଙ୍କୁଚିତ ହେଉଥିବା ଜଣାଯାଏ କିନ୍ତୁ ଯୋନୀପଥ ପରୀକ୍ଷାରେ ଗର୍ଭାଶୟ ଗ୍ରୀବା ସ୍ଫିତ ହେବା ଜଣାଯାଏନାହିଁ ।[] [] ଇଂରାଜୀ ଚିକିତ୍ସକ ଜନ୍ ବ୍ରାକ୍ସଟନ୍ ହିକ୍ସଙ୍କ ନାମରେ ଏହି ଅବସ୍ଥା ନାମିତ କରାଯାଇଛି ଯିଏ ପ୍ରଥମେ ପାଶ୍ଚାତ୍ୟ ଚିକିତ୍ସା କ୍ଷେତ୍ରରେ ଏହା ବର୍ଣ୍ଣନା କରିଥିଲେ। []

  1. 1 2 3 4 5 6 7 8 9 10 Raines, Deborah A.; Cooper, Danielle B. (2020). "Braxton Hicks Contractions". StatPearls. Treasure Island, FL: StatPearls Publishing. PMID 29262073. Archived from the original on 2022-04-04. Retrieved 2020-10-29.
  2. 1 2 "Signs that labour has begun". nhs.uk (in ଇଂରାଜୀ). 1 December 2020. Archived from the original on 23 December 2023. Retrieved 16 January 2024.
  3. 1 2 3 4 5 "How to Tell When Labor Begins". www.acog.org (in ଇଂରାଜୀ). Archived from the original on 16 November 2023. Retrieved 16 January 2024.
  4. 1 2 Services, Department of Health & Human. "Pregnancy - premature labour". www.betterhealth.vic.gov.au (in ଇଂରାଜୀ). Archived from the original on 4 November 2023. Retrieved 16 January 2024.
  5. 1 2 3 4 "Contractions". NHS inform. Archived from the original on 4 October 2023. Retrieved 16 January 2024.
  6. Dunn PM (1999). "John Braxton Hicks (1823–97) and painless uterine contractions". Arch. Dis. Child. Fetal Neonatal Ed. 81 (2): F157–58. doi:10.1136/fn.81.2.F157. PMC 1720982. PMID 10448189.