Jump to content

ବ୍ରାକ୍ଟନ୍ ହିକ୍ସ ସଂକୋଚନ

ଉଇକିପିଡ଼ିଆ‌ରୁ
Braxton Hicks contractions
Practice contractions, false labor, prodromal labor[]
A pregnant women
ବିଭାଗObstetrics
ଲକ୍ଷଣCrampy abdominal discomfort or pain[][]
ଆକ୍ରାନ୍ତ ସମୟ>20 wks of pregnancy[]
ଅବଧିAbout 30 sec[]
କାରଣUnknown[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, confirmed by vaginal exam[]
ସଠିକ ରୋଗ ନିର୍ଣ୍ଣୟLabor, round ligament pain, placental abruption, preeclampsia[][]
ପୁନଃପୌନିକCommon[]

ବ୍ରାକ୍ଟନ୍ ହିକ୍ସ ସଂକୋଚନ (ଇଂରାଜୀ ଭାଷାରେ Braxton Hicks contractions), ମିଥ୍ୟା ପ୍ରସବ ଶ୍ରମ ବା ଲେବର ଭାବରେ ମଧ୍ୟ ଜଣାଶୁଣା, ଗର୍ଭାବସ୍ଥାରେ ସାମୟିକ ଗର୍ଭାଶୟ ସଂକୋଚନ‌କୁ କୁହାଯାଏ ।[] ଯଦିଓ ଏହି ସଂକୋଚନ ଗର୍ଭଧାରଣର ଆରମ୍ଭରୁ ହୋଇପାରେ, ଗର୍ଭଧାରଣର ୨୦ ସପ୍ତାହ ପର୍ଯ୍ୟନ୍ତ ତାହା ସାଧାରଣତଃ ଅନୁଭବ କରିହୁଏ ନାହିଁ ।[][] ସେମାନେ ଗର୍ଭଧାରଣର ଏକ ସାଧାରଣ ଅଂଶ ଏବଂ ସାଧାରଣତ ପ୍ରସବ ସମୟରେ ଅଧିକ ସାଧାରଣ ହୋଇଯାଏ ।[]

ଅସହଜ ଥିବାବେଳେ ଯନ୍ତ୍ରଣା ସାଧାରଣତଃ କେବଳ ଉଦର ଆଗରେ ଅନୁଭବ ହୁଏ ।[] [] ଯନ୍ତ୍ରଣା ଦିନକୁ କିଛି ଥର ହୋଇପାରେ ଏବଂ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରହିପାରେ ।[] ପ୍ରସବ ଶ୍ରମ ପରି ସଙ୍କୋଚନ ଅଧିକ ଶକ୍ତିଶାଳୀ ହୁଏ ନାହିଁ, ଅଧିକ ବାରମ୍ବାର ହୁଏ ନାହିଁ କିମ୍ବା ସମୟ ଅତୀତ ହେବା ସହିତ ଅଧିକ ରହେ ନାହିଁ ।[] କିଛି ତରଳ ପଦାର୍ଥ ପାନ କଲେ କିମ୍ବା ବିଶ୍ରାମ ନେଲେ ମଧ୍ୟ ଉପଶମ ହୋଇଯାଏ ।[]

ଏହାର କାରଣ ଅସ୍ପଷ୍ଟ ରହିଛି । [] ରୋଗୀ ସକ୍ରିୟ ହେଲେ, ପୂର୍ଣ୍ଣ ମୂତ୍ରାଶୟ ଥିଲେ କିମ୍ବା ନିର୍ଜଳନ ଅବସ୍ଥା ଥିଲେ ଏହି ସଙ୍କୋଚନ ଟ୍ରିଗର ହୋଇପାରେ ।[] ପରୀକ୍ଷଣରେ କେବଳ ଗର୍ଭାଶୟର କିଛି ଅଂଶ ସଙ୍କୁଚିତ ହେଉଥିବା ଜଣାଯାଏ କିନ୍ତୁ ଯୋନୀପଥ ପରୀକ୍ଷାରେ ଗର୍ଭାଶୟ ଗ୍ରୀବା ସ୍ଫିତ ହେବା ଜଣାଯାଏନାହିଁ ।[] [] ଇଂରାଜୀ ଚିକିତ୍ସକ ଜନ୍ ବ୍ରାକ୍ସଟନ୍ ହିକ୍ସଙ୍କ ନାମରେ ଏହି ଅବସ୍ଥା ନାମିତ କରାଯାଇଛି ଯିଏ ପ୍ରଥମେ ପାଶ୍ଚାତ୍ୟ ଚିକିତ୍ସା କ୍ଷେତ୍ରରେ ଏହା ବର୍ଣ୍ଣନା କରିଥିଲେ। []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Raines, Deborah A.; Cooper, Danielle B. (2020). "Braxton Hicks Contractions". StatPearls. Treasure Island, FL: StatPearls Publishing. PMID 29262073. Archived from the original on 2022-04-04. Retrieved 2020-10-29.
  2. ୨.୦ ୨.୧ "Signs that labour has begun". nhs.uk (in ଇଂରାଜୀ). 1 December 2020. Archived from the original on 23 December 2023. Retrieved 16 January 2024.
  3. ୩.୦ ୩.୧ ୩.୨ ୩.୩ ୩.୪ "How to Tell When Labor Begins". www.acog.org (in ଇଂରାଜୀ). Archived from the original on 16 November 2023. Retrieved 16 January 2024.
  4. ୪.୦ ୪.୧ Services, Department of Health & Human. "Pregnancy - premature labour". www.betterhealth.vic.gov.au (in ଇଂରାଜୀ). Archived from the original on 4 November 2023. Retrieved 16 January 2024.
  5. ୫.୦ ୫.୧ ୫.୨ ୫.୩ "Contractions". NHS inform. Archived from the original on 4 October 2023. Retrieved 16 January 2024.
  6. Dunn PM (1999). "John Braxton Hicks (1823–97) and painless uterine contractions". Arch. Dis. Child. Fetal Neonatal Ed. 81 (2): F157–58. doi:10.1136/fn.81.2.F157. PMC 1720982. PMID 10448189.