ବ୍ରହ୍ମା ମନ୍ଦିର, ଖେଦବ୍ରହ୍ମା

Coordinates: 24°02′18″N 73°02′54″E / 24.03828°N 73.04822°E / 24.03828; 73.04822
ଉଇକିପିଡ଼ିଆ‌ରୁ
ବ୍ରହ୍ମା ମନ୍ଦିର, ଖେଦବ୍ରହ୍ମା
ଖେଦବ୍ରହ୍ମାରେ ଥିବା ବ୍ରହ୍ମା ମନ୍ଦିରର ବାହ୍ୟ ଦୃଶ୍ୟ
ମନ୍ଦିରର ବାହ୍ୟ ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀBrahma
Location
ସ୍ଥାନKhedbrahma, Sabarkantha district
Stateଗୁଜରାଟ
Countryଭାରତ
ବ୍ରହ୍ମା ମନ୍ଦିର, ଖେଦବ୍ରହ୍ମା is located in Gujarat
ବ୍ରହ୍ମା ମନ୍ଦିର, ଖେଦବ୍ରହ୍ମା
Location in Gujarat
ଭୌଗଳିକ ଅବସ୍ଥିତି24°02′18″N 73°02′54″E / 24.03828°N 73.04822°E / 24.03828; 73.04822
Architecture
TypeMaru-Gurjara architecture
Completedc. 1060
Temple(s)1

ବ୍ରହ୍ମା ମନ୍ଦିର ବା ବ୍ରହ୍ମାଜୀ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜରାଟରେ ଥିବା ଖେଦବ୍ରହ୍ମାରେ ଅବସ୍ଥିତ ଓ ଏହି ମନ୍ଦିର ବ୍ରହ୍ମାଙ୍କୁ ସମର୍ପିତ ହୋଇଛି । ଏକାଦଶ ଶତାବ୍ଦୀର ତୃତୀୟ ଭାଗରେ ଏହା ତିଆରି ହୋଇଥିଲା ।

ଇତିହାସ[ସମ୍ପାଦନା]

ଭାରତରେ ବ୍ରହ୍ମାଙ୍କ ମନ୍ଦିର ଅତି ବିରଳ ।[୧][୨] ଚାଲୁକ୍ୟ ବଂଶର ରାଜା କର୍ଣ୍ଣଙ୍କ ଅମଳରେ ମନ୍ଦିର ତିଆରି ହୋଇଥିବା କଥା ମଧୁସୂଦନ ଧାକି ଲେଖିଛନ୍ତି ।[୩][୪]

ସ୍ଥାପତ୍ୟ[ସମ୍ପାଦନା]

ମନ୍ଦିତର ମାନଚିତ୍ର

ଗ୍ରାମର ମଧ୍ୟ ଭାଗରେ ମନ୍ଦିରର ମୁହଁ ପୂର୍ବ ଦିଗକୁ ଅଛି । [୫][୧] ମୂଳ ମଣ୍ଡପ, ଗମ୍ବୁଜ ଓ ପ୍ରବେଶ ପଥ ନଷ୍ଟ ହୋଇଯାଇଥିବା ଜଣାଯାଏ ଓ ତାହା ଇଟା ଓ ସିମେଣ୍ଟ ସାହାଯ୍ୟରେ ପୁନର୍ନିର୍ମାଣ କରାଯାଇଛି ।[୬] ୩୦ ଫୁଟ ଚଉଡ଼ା ଓ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ବାଲି ପଥର ଓ ସିମେଣ୍ଟ ଦେଇ ତିଆରି ହୋଇଛି ।[୭] ବତିଶ ଫୁଟ ଚଉଡ଼ାରେ ବେଦି ସମ୍ପୂର୍ଣ୍ଣ କାରୁକାର୍ଯ୍ୟରେ ସମାହିତ ହୋଇଛି । ଏହାର ପୀଠ, ବେଦିବନ୍ଧ ଓ ମନ୍ଦୋଭର ଆଦି ସୁନକ ମନ୍ଦିର ଭଳି ଦେଖାଯାଏ ।[୩] ମନ୍ଦିରର ନିମ୍ନଭାଗ ଅକ୍ଷତ ଅଛି ଓ ସେଠାରେ ବିଭିନ୍ନ ଦେବାଦେବୀ ଓ ଅପସରାମାନଙ୍କ ବିଗ୍ରହ ଅଛି ।[୬][୧]ବିଗ୍ରହଙ୍କର ଜଙ୍ଘ ଅଂଶ ସଠିକ ଭାବରେ ତିଆରି ହୋଇନି । ନନ୍ଦିକାଙ୍କର ଚାମର ବାହକ ଅତି ସୁନ୍ଦର ଭାବରେ ନିର୍ମିତ ହୋଇଛି । ଫାନସ ଛାତ ଦିଲୱାରା ଜୈନ ମନ୍ଦିର କାରୁକାର୍ଯ୍ୟ ଭଳି ଦେଖାଯାଏ ଓ ଉପରେ ଗୋଟିଏ ଘଣ୍ଟ ଅଛି ।[୩] ତିନି ପାଖରେ ବ୍ରହ୍ମାଙ୍କ ବିଗ୍ରହ ଅଛି ।[୬][୧] ମୂଳ ମଣ୍ଡପ ଚାରୋଟିର ପୁନର୍ନିମାଣ କାରୁକାର୍ଯ୍ୟ ସହିତ ହୋଇଛି । ଗଣେଶଙ୍କର ଏକ ବିଗ୍ରହ ଅଛି ।[୧] ଅଭ୍ୟନ୍ତରର କୌଣସି କାରୁକାର୍ଯ୍ୟ ନାହିଁ । ତିନି ମୁହଁ ଓ ଚାରି ହାତ ବିଶିଷ୍ଟ ବ୍ରହ୍ମା ବିଗ୍ରହର ଉଚ୍ଚତା ୫’୬ ଇଞ୍ଚ । ବିଗ୍ରହର ଉଭୟ ପାର୍ଶ୍ୱରେ ହଂସ ବିଗ୍ରହ ଅଛି । ପୁରାତନ ବିଗ୍ରହମାନଙ୍କର ସିମେଣ୍ଟ ପ୍ଲାଷ୍ଟର ଦେଇ ପୁନର୍ନିମାଣ ହୋଇଛି । [୬][୧]

ଗ୍ୟାଲେରି[ସମ୍ପାଦନା]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Cousens, Henry (1909). "The Temple of Brahma at Khed-Brahma". Annual Report of The Archaeological Survey of India 1906-07. Calcutta: Superintendent Government Printing, India. pp. 171–178.
  2. Rajgor, Shivprasad (1993). Thaker, Dhirubhai (ed.). ગુજરાતી વિશ્વકોશ [Gujarati Encyclopedia] (in ଗୁଜୁରାଟୀ). Vol. V. Ahmedabad: Gujarati Vishwakosh Trust, Ahmedabad. p. 846. OCLC 164915270.
  3. ୩.୦ ୩.୧ ୩.୨ Dhaky, Madhusudan A. (1961). Deva, Krishna (ed.). "The Chronology of the Solanki Temples of Gujarat". Journal of the Madhya Pradesh Itihas Parishad. Bhopal: Madhya Pradesh Itihas Parishad. 3: 34, 76–77.
  4. M. A., Dhaky (1975). "The Genesis and Development of Maru-Gurjara Temple Architecture". In Chandra, Pramod (ed.). Studies in Indian Temple Architecture: Papers Presented at a Seminar Held in Varanasi, 1967. Bombay: American Institute of Indian Studies. p. 128.
  5. Sompura, Kantilal F. (1968). The Structural Temples of Gujarat, Upto 1600 A.D. Gujarat University. pp. 172–173, 286.
  6. ୬.୦ ୬.୧ ୬.୨ ୬.୩ Inamdar, P A (1936). Some Archaeological Finds In The Idar State. Idar: Department of Archaeology, Idar State. pp. 12–17.
  7. Gazetteer of the Bombay Presidency: Cutch, Pálanpur, and Mahi Kántha. Government Central Press. 1880. p. 438.  This article incorporates text from this source, which is in the public domain.