ବ୍ରଜ ନାଥ ମିଶ୍ର
ବ୍ରଜ ନାଥ ମିଶ୍ର (ଜନ୍ମ ୧୯ ନଭେମ୍ବର ୧୯୩୦) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ବ୍ରଜ ନାଥ ମିଶ୍ରଙ୍କ ଜନ୍ମ ୧୯ ନଭେମ୍ବର ୧୯୩୦ରେ ହୋଇଥିଲା । ଲଣ୍ଡନରୁ ଆଇନରେ ଡିଗ୍ରୀ (LL.M. and Bar-at-Law.) ହାସଲ କରିବା ପରେ ସେ ୧୯୫୨ ମସିହାର ଅଗଷ୍ଟ ମାସରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର୍ରେ ଯୋଗ ଦେଇ କଟକରେ ଏକ ଆଇନଜୀବୀ ଭାବେ ପେଶା ଆରମ୍ଭ କଲେ । ୩୧ ଜୁଲାଇ ୧୯୬୮ରେ ସେ ଓଡ଼ିଶା ସୁପିରିୟର ନ୍ୟାୟିକ ସେବାରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ ଭାବେ ନିଯୁକ୍ତି ପାଇଲେ । ଏହି କ୍ରମରେ ସେ ୧୮ ମେ ୧୯୭୦ରୁ ୨୧ ଏପ୍ରିଲ୍ ୧୯୭୨ ପର୍ଯ୍ୟନ୍ତ ଓଡ଼ିଶା ସରକାର, ଆଇନ ବିଭାଗରେ ସୁପରିନ୍ଟେଣ୍ଡେଣ୍ଟ ଏବଂ ଲିଗାଲ ରିମେମ୍ରାନ୍ସର ଭାବେ କାର୍ଯ୍ୟ କରିଛନ୍ତି । ପୁଣି ପରବର୍ତ୍ତୀ ସମୟରେ ୧ ମେ ୧୯୭୨ରୁ ୨୫ ଜୁଲାଇ ୧୯୭୫ ପର୍ଯ୍ୟନ୍ତ ଜିଲ୍ଲା ଏବଂ ଦୌରା ବିଚାରପତି ଭାବେ କାମ କରିଛନ୍ତି ।
ଏହାପରେ ପୁଣି ୨୩ ଜୁନ ୧୯୭୭ରୁ ୩୧ ଅଗଷ୍ଟ ୧୯୭୯ ପର୍ଯ୍ୟନ୍ତ ଓଡ଼ିଶା ସରକାର, ଆଇନ ବିଭାଗର ସଚିବ ଭାବେ ନିଯୁକ୍ତ ହୋଇଥିଲେ ଏବଂ ପୁନଃ ୧୦ ସେପ୍ଟେମ୍ବର ୧୯୭୯ରୁ ୧୪ ମେ ୧୯୮୦ ପର୍ଯ୍ୟନ୍ତ ଜିଲ୍ଲା ଏବଂ ଦୌରା ବିଚାରପତି ଭାବେ କାର୍ଯ୍ୟ ସଂପାଦନ କଲେ । ୧୪ ମେ ୧୯୮୦ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଶାସକ ଭାବେ ନିଯୁକ୍ତ ହୋଇଥିଲେ । 1960ରୁ 1964 ପର୍ଯ୍ୟନ୍ତ ବିଦେଶରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଲଣ୍ଡନର କମନ୍ୱେଲଥ ଆଇନ କମିଟିରେ ଗବେଷଣା ଅଫିସର ଭାବେ କାମ କରିଥିଲେ । ୧୯୬୬ରେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକର ପ୍ରଧାନ ଓ ଆଇନ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ ।
୫ ଜାନୁଆରୀ ୧୯୮୧ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହେଲେ । ୫ ଜାନୁଆରୀ ୧୯୮୧ରୁ ୯ ଜୁଲାଇ ୧୯୮୬ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ୧୦ ଜୁଲାଇ ୧୯୮୬ରେ ଆଲାହାବାଦ ଉଚ୍ଚ ନ୍ୟାୟଲୟକୁ ତାଙ୍କର ବଦଳି ହୋଇଥିଲା । ୨୦ ଜାନୁଆୟାରୀ ୧୯୯୦ରେ ସିକ୍କିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିବା ପରେ ୯ ନଭେମ୍ବର ୧୯୯୨ରେ କାର୍ଯ୍ୟରୁ ଅବସର ନେଇଥିଲେ ।[୧][୨][୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-08.
- ↑ "Hon'ble Mr. Justice Braja Nath Mishra | High Court of Sikkim". hcs.gov.in (in ଇଂରାଜୀ). Retrieved 8 January 2025.
- ↑ "Hon'ble Dr. Brajanath Misra". www.allahabadhighcourt.in. Retrieved 2025-01-08.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |