ବୀର ସିପ୍‌କା

ଉଇକିପିଡ଼ିଆ‌ରୁ
ବୀର ସିପ୍‌କା
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୯
ପୂର୍ବ ଅଧିକାରୀଭାରତ ଭୂଷଣ ବେମାଲ
ପର ଅଧିକାରୀପୁଷ୍ପେନ୍ଦ୍ର ସିଂହ ଦେଓ
ନିର୍ବାଚନ ମଣ୍ଡଳୀଧର୍ମଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1956-02-01)ଫେବୃଆରୀ ୧, ୧୯୫୬
ମୃତ୍ୟୁ୩ ମାର୍ଚ୍ଚ ୨୦୨୦(2020-03-03) (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଯଶୋବନ୍ତି ସିପ୍‌କା
ବାପା/ବୋଉବାସୁ ସିପ୍‌କା (ବାପା)
ବୃତ୍ତିରାଜନୀତିଜ୍ଞ

ବୀର ସିପ୍‌କା (୧ ଫେବୃଆରୀ ୧୯୫୬ - ୩ ମାର୍ଚ୍ଚ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ବୀର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଗୋଲାମୁଣ୍ଡାରେ ଏକ ଆଇନ ମହାବିଦ୍ୟାଳୟ ସ୍ଥାପନ କରିଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବୀର ସିପ୍‌କା ୧୯୫୬ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାସୁ ସିପ୍‌କା ଏବଂ ପତ୍ନୀଙ୍କ ନାମ ଯଶୋବନ୍ତି ସିପ୍‌କା । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ବୀର ସିପ୍‌କା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଏବଂ ପୂର୍ବରୁ ସେ ଜନତା ଦଳରେ ମଧ୍ୟ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

ବୀର ସିପ୍‌କା ୨୦୨୦ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "ପୁର୍ବତନ ବିଧାୟକଙ୍କ ପରଲୋକ". Nitidin. ଭବାନୀପାଟଣା. 3 March 2020. Retrieved 31 May 2021.
  2. ୨.୦ ୨.୧ "Shri Bira Sipka". odishaassembly.nic.in. Odisha Assembly. Retrieved 3 March 2020.
  3. "ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପକାଙ୍କର ୬୪ ବର୍ଷ ବୟସରେ ପରଲୋକ | Sambad". ସମ୍ବାଦ. sambad.in. 3 March 2020. Retrieved 3 March 2020.