ବି. ଧନଞ୍ଜୟ

ଉଇକିପିଡ଼ିଆ‌ରୁ
ବି. ଧନଞ୍ଜୟ
ଜନ୍ମ (1981-09-08) ୮ ସେପ୍ଟେମ୍ବର ୧୯୮୧ (ବୟସ ୪୨)
ବୃତ୍ତି(ସମୂହ)ନୃତ୍ୟ ନିର୍ଦ୍ଦେଶକ, ଅଭିନେତା
ସକ୍ରିୟ ବର୍ଷ୧୯୯୩–ଏବେଯାଏଁ

ବି. ଧନଞ୍ଜୟ (ଜନ୍ମ: ୮ ସେପ୍ଟେମ୍ବର ୧୯୮୧) ଜଣେ ଭାରତୀୟ କଥାଚିତ୍ର ନୃତ୍ୟ ନିର୍ଦ୍ଦେଶକ ଏବଂ ଅଭିନେତା ଯିଏକି ମୁଖ୍ୟତଃ କନ୍ନଡ଼ କଥାଚିତ୍ର ଜଗତରେ କାମ କରନ୍ତି । ସେ ଇମ୍ରାନ ସର୍ଦ୍ଦାରିୟାଙ୍କ ନିର୍ଦ୍ଦେଶିତ କଥାଚିତ୍ର ଉପ୍ପୁ ହୁଲି ଖରାର ଅନ୍ୟତମ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ ।[୧][୨]

ପେଷା[ସମ୍ପାଦନା]

ଇମ୍ରାନ ସର୍ଦ୍ଦାରିୟାଙ୍କ ନିର୍ଦ୍ଦେଶିତ କନ୍ନଡ଼ କଥାଚିତ୍ର ଉପ୍ପୁ ହୁଲି ଖରାର ଅନ୍ୟତମ ହିରୋ ଥିଲେ ଧନଞ୍ଜୟ ।[୩] ତାଙ୍କର ପରିଚୟ ଗୀତକୁ ଅଭିନେତା କିଚ୍ଚା ସୁଦୀପ ଗାଇଥିଲେ ।[୪][୫]

ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ସେ ୪୦ରୁ ଅଧିକ ଗୀତର ନିର୍ଦ୍ଦେଶନା ଦେଇଛନ୍ତି । ସେ ଅନନ୍ତୁ ଭର୍ସେସ୍ ନୁସରତ କଥାଚିତ୍ର ପାଇଁ ସେ ଅଭିନେତା ବିନୟ ରାଜକୁମାରଙ୍କୁ ତାଲିମ ଦେଇଥିଲେ ।[୬] ସେ ଭିକ୍ଟର ୨ କଥାଚିତ୍ରରେ ସ୍ଥାନିତ "କୁଟ୍ଟୁ କୁଟ୍ଟୁ କୁଟ୍ଟପ୍ପା" ଗୀତରେ ଅଭିନେତା ଶରଣ ଓ ଅପୂର୍ବାଙ୍କୁ ନୃତ୍ୟ ଶିଖାଇଥିଲେ । ଏହି ଗୀତଟି ମୁକ୍ତିଲାଭ ପରେ ଲୋକପ୍ରିୟତା ପାଇଥିଲା ।[୭]

ନୃତ୍ୟ ନିର୍ଦ୍ଦେଶନା[ସମ୍ପାଦନା]

କଥାଚିତ୍ର ଗୀତ ବର୍ଷ ଭାଷା ମନ୍ତବ୍ୟ
ଅନନ୍ତୁ ଭର୍ସେସ୍ ନୁସରତ "ଇଗା ତାନେ ଜାରିୟାଗିଡେ" ୨୦୧୮ କନ୍ନଡ଼
ଭିକ୍ଟର ୨ "କୁଟ୍ଟୁ କୁଟ୍ଟୁ କୁଟ୍ଟପ୍ପା" କନ୍ନଡ଼
ରଗ୍‌ଡ୍ "ନିନ୍ନେ ପ୍ରିତିସୁଭେ" ୨୦୧୯ କନ୍ନଡ଼
ପଡ୍ଡେ ହୁଲି "୭ ସଙ୍ଗସ୍" କନ୍ନଡ଼
ଅମର "ମାରେଟୁହୋୟିଟେ" କନ୍ନଡ଼
ଆଦ୍ୟାକ୍ସା ଇନ୍ ଆମେରିକା ସମୁଦାୟ ଗୀତ କନ୍ନଡ଼

ଆଧାର[ସମ୍ପାଦନା]

  1. "'Uppu Huli Khara' Review: A Heist Drama for the Youth". The New Indian Express.
  2. "Uppu Huli Khara Review {2.5/5}: Go give this film a try. You may just walk out entertained". The Times of India.
  3. "Meet the other two boys of Uppu Huli Khara". epaper.timesgroup.com.
  4. "'Sudeep's voice adds to the energy in our Ganesha song' - Times of India". The Times of India.
  5. "Sudeep's voice sounded divine when he recorded the track on Ganesha, says Uppi Huli Khara director". The New Indian Express.
  6. "Rajkumar's grandson to make his debut with 'Siddartha'". The Hindu. 2 May 2014 – via www.thehindu.com.
  7. "Apoorva's makes right dance moves in Victory sequel". The New Indian Express.

ବାହାର ଲିଙ୍କ୍[ସମ୍ପାଦନା]