ବିସିଜି ଟିକା

ଉଇକିପିଡ଼ିଆ ରୁ
Jump to navigation Jump to search
ବିସିଜି ଟିକା
Mycobacterium bovis BCG ZN.jpg
ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଉଥିବା କ୍ୟାଲମେଟ-ଗେରିନ ଜୀବାଣୁ, ଜିଲ-ନିଲସ୍ଟେମ ସ୍ଟେନ (Ziehl–Neelsen stain), magnification:1,000nn
Clinical data
AHFS/Drugs.comFDA Professional Drug Information
Pregnancy
category
  • US: C (Risk not ruled out)
Routes of
administration
Percutaneous
ATC code
Legal status
Legal status
Identifiers
ChemSpider
  • none

ବ୍ୟାସିଲସ୍ କ୍ୟାଲମେଟ-ଗେରିନ (ବିସିଜି) ଟିକା ଏକ ପ୍ରକାର ଟିକା ଯାହା ପ୍ରାଥମିକ ଭାବରେ ଯକ୍ଷ୍ମା ରୋଗ ବିରୁଦ୍ଧରେ ଦିଆଯାଉଥିଲା ।[୧] ଯକ୍ଷ୍ମା ପ୍ରବଣ ଦେଶମାନଙ୍କରେ ସୁସ୍ଥ ଶିଶୁକୁ ଜନ୍ମ ହେବା ପରେ ଯେତେ ଶିଘ୍ର ହୋଇପାରେ ଗୋଟିଏ ମାତ୍ରା/ଡୋଜ ଦେବାକୁ ସୁପାରିସ କରାଯାଏ ।[୨] ଯକ୍ଷ୍ଣା ପ୍ରବଣ ନ ଥିବା ସ୍ଥାନମାନଙ୍କରେ ଉଚ୍ଚ ସଙ୍କଟାପନ୍ନ ଶିଶୁକୁ ଟିକା ଦିଆଯାଏ ଓ ସନ୍ଦେହ ଜନ‌କ ଲୋକ‌କୁ ପରୀକ୍ଷା କରି ଚିକିତ୍ସା କରାଯାଏ । ଯକ୍ଷ୍ମା ରୋଗ ନ ଥିବା ବୟଃପ୍ରାପ୍ତ ଲୋକ ଯିଏ କି ଆଗରୁ ଟିକା ନେଇନାହିଁ ଓ ବାରମ୍ବାର ଡ୍ରଗ-ଅବରୋଧକାରୀ ଯକ୍ଷ୍ମା ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦିଆଯାଏ ।[୧]

ଏହି ଟିକାର ସୁରକ୍ଷାକାରୀ ପ୍ରଭାବ ହାରରେ ତାରତମ୍ୟ ଥାଏ; ଏହା ୧୦ରୁ ୨୦ବର୍ଷ ପର୍ଯ୍ୟନ୍ତ ଥାଏ ।[୧] ପିଲାଙ୍କ ମଧ୍ୟରୁ ଏହାଦ୍ୱାରା ୨୦ % ସୁରକ୍ଷା ପାଆନ୍ତି ଓ ସଂକ୍ରମିତ ହୋଇଥିବା ପିଲାଙ୍କ ମଧ୍ୟରୁ ଅଧା ପିଲାଙ୍କୁ ରୋଗ ହେବାରୁ ରକ୍ଷା ମିଳେ ।[୩] ଏହି ଟିକା ଇଞ୍ଜେକସନ ଆକାରରେ ଚର୍ମରେ ଦିଆଯାଏ । [୧] ଅଧିକ ମାତ୍ରା ବା ଡୋଜ ଦେଲେ କିଛି ଅଧିକ ଉପକାର ହେବାର ପ୍ରମାଣ ନାହିଁ ।[୧] କେତେକ ପ୍ରକାରର ମୂତ୍ରାଶୟ କର୍କଟକୁ ଏହାଦ୍ୱାରା ଚିକିତ୍ସା କରାଯାଏ । [୪]

କ୍ୱଚିତ ଗମ୍ଭୀର ଧରଣର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ଇଞ୍ଜେକସନ ଦିଆଯାଇଥିବା ସ୍ଥାନ ଲାଲ ପଡ଼ିଯାଏ, ଫୁଲିଯାଏ ଓ ସେଠାରେ ସାମାନ୍ୟ ଯନ୍ତ୍ରଣା ହୁଏ । ଗୋଟିଏ ଛୋଟ ଘାଆ (ulcer) ହୋଇପାରେ ଯାହା ଶୁଖିଗଲା ପରେ ସ୍କାର ରହିଯାଏ । ଇମ୍ମ୍ୟୁନିଟି ଅଭାବ ଥିଲେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ହୁଏ । ଗର୍ଭାବସ୍ଥାରେ ଏହାର ବ୍ୟବ‌ହାର ବିପଦମୁକ୍ତ ନୁହେଁ । ଏହା ପ୍ରଥମେ ମାଇକୋବ୍ୟାକ୍ଟେରିଅମ ବୋଭିସ ଜୀବାଣୁରୁ ତିଆରି କରାଯାଉଥିଲା ଯାହା ଗାଈମାନଙ୍କଠାରେ ହେଉଥିଲା । ଟିକାରେ ଏହି ଜୀବାଣୁ ଜୀବନ୍ତ ଓ ଦୁର୍ବଳ ହୋଇ ଥାଆନ୍ତି । [୧]

ବିସିଜି ପ୍ରଥମେ ସନ ୧୯୨୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହୃତ ହେଲା ।[୧]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୫] ସନ ୨୦୧୪ରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୧୬ଆମେରିକୀୟ ଡଲାର ।[୬] ଆମେରିକାରେ ଏହାର ମୂଲ୍ୟ ୧୦୦ରୁ ୨୦୦ ଡଲାର ।[୭] ପ୍ରତି ବର୍ଷ ପ୍ରାୟ ୧୦୦ ନିଯୁତ ପିଲାଙ୍କୁ ଏହି ଟିକା ଦିଆଯାଏ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "BCG Vaccine: WHO position paper" (PDF). Weekly epidemiological record. 4 (79): 25-40. Jan 23, 2014.
  2. "Revised BCG vaccination guidelines for infants at risk for HIV infection" (PDF). Wkly Epidemiol Rec. 82 (21): 193-196. May 25, 2007. PMID 17526121.
  3. Roy, A; Eisenhut, M; Harris, RJ; Rodrigues, LC; Sridhar, S; Habermann, S; Snell, L; Mangtani, P; Adetifa, I; Lalvani, A; Abubakar, I (5 August 2014). "Effect of BCG vaccination against Mycobacterium tuberculosis infection in children: systematic review and meta-analysis". BMJ (Clinical research ed.). 349: g4643. PMID 25097193.
  4. Houghton, BB; Chalasani, V; Hayne, D; Grimison, P; Brown, CS; Patel, MI; Davis, ID; Stockler, MR (May 2013). "Intravesical chemotherapy plus bacille Calmette-Guérin in non-muscle invasive bladder cancer: a systematic review with meta-analysis". BJU international. 111 (6): 977–83. PMID 23253618.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Vaccine, Bcg". International Drug Price Indicator Guide. Retrieved 6 December 2015.
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 312. ISBN 9781284057560.