Topic on ଉଇକିପିଡ଼ିଆ:ଆଲୋଚନା ସଭା

ଭର୍ଚୁଆଲ ସମ୍ମିଳନୀ କିମ୍ବା ଭେଟ ଆୟୋଜନ କରିବା ପାଇଁ ପ୍ରସ୍ତାବ ।

7
2401:4900:313A:3BE6:FC46:57B4:6DCB:3E7 (ଆଲୋଚନାଅବଦାନ)

ପାଖାପାଖି ବର୍ଷେ କି ଦୁଇ ବର୍ଷ ଉପରେ ହେବ ସମସ୍ତେ ଏକା ସାଙ୍ଗେ ଭେଟ ହେବାର। କରୋନା ସ୍ଥିତି ଦେଖିକି ଲାଗୁଛି ଆଗାମି ୬-୭ ମାସ ମଧ୍ୟ ସେମିତି ସ୍ଥିତି ରହିବ । ଏବେ ଲାଗୁଛି ସମସ୍ତେ ଭିନ୍ନ-ଭିନ୍ନ କାମରେ ମଧ୍ୟ ବ୍ୟସ୍ତ ରହୁଛନ୍ତି, ସେଥିପାଇଁ ଭାବିଲି ଯଦି ଆମେ କିଛି ସମୟ ବାହାର କରି ଗୋଟେ ଭର୍ଚ୍ଯୁଆଲ୍ ସମ୍ମିଳନୀଟେ ଆୟୋଜନ କରିବା ଯେଉଁଥିରେ ସମସ୍ତେ କେମିତି ଅଛନ୍ତି ତା' ବିଷୟରେ ଜାଣିବା ଓ ଆଗକୁ କଣ କରି ହେବ ସେହି ବିଷୟରେ କିଛି ଆଲୋଚନା କରିବା । ଅନ୍ୟମାନେ ନିଜର ମତ ଦେବାକୁ ଅନୁରୋଧ।

Saileshpat (ଆଲୋଚନାଅବଦାନ)

ଲଗ-ଇନ କରିବାକୁ ଭୁଲିଯାଇଥିଲି #ମଥାରେହାତ ।

Hellohappy (ଆଲୋଚନାଅବଦାନ)

ନିଶ୍ଚିତ କରାଯାଉ । ଆଉ ତୁରନ୍ତ କରାଯାଉ । କେଉଁ ବିଷୟରେ ଆଲୋଚନା କରାଯିବ, ସେକଥା ବି ସମସ୍ତେ ଲେଖନ୍ତୁ ।

ଅଗଷ୍ଟ ୧୫/୧୬ ଦୁଇଦିନ ଭିତରେ କରାଯାଉ । ମୋର ଇଚ୍ଛା, ପୁରୁଣା ପ୍ରସଙ୍ଗରେ ଯାହା ଟିକେ ଟିକେ ଅସୁବିଧା ଅଛି, ତାକୁ ସୁଧୁରା ଯାଉ । ଭାଷା, ବନାନ, ଓ ଆଧାର ଏହି ୩ଟି ଦିଗରେ କାମ କରାଯାଉ ।

Radhadwibedi (ଆଲୋଚନାଅବଦାନ)

ହଁ ରଖାଯାଉ । ୧୫ ତାରିଖ ରଖିଲେ ଭ‌ଲହେବ ।

Psubhashish (ଆଲୋଚନାଅବଦାନ)

ଭଲ ହେବ । ତେବେ କେତେ ସମୟ କଥା ଭାବୁଚ? ଯଦି କେଇ ଘଣ୍ଟା ପାଇଁ ତାହେଲେ ଅଗଷ୍ଟ ୧୫ କି ଆସନ୍ତା ସପ୍ତାହ ହେଲେ ଚଳିବ । ଯଦି ପୂରା ଦିନ କିଛି ଦିନ ପ୍ରସ୍ତୁତି ହେଇ ଟିକେ ଯୋଜନା ହେଇ ଆଲୋଚନା ହେଲେ ଭଲ । ମୋର ଭାରି ଇଚ୍ଛା ଅଧାଗଢ଼ା ପ୍ରସଙ୍ଗସବୁକୁ ଆମେ ଯଦି ମିଶିକି ସଜାଡ଼ି ପାରନ୍ତେ । ବଟତିଆରି ଡାଇନୋସର ଭଳି କିଛି ପ୍ରସଙ୍ଗ ସଂଖ୍ୟାରେ ଅଧିକ ହେଲେ ଓଡ଼ିଆରେ ଲେଖାହୋଇନି କି ସାମାଜିକ ଆବଶ୍ୟକତା ହୁଏତ ନାହିଁ ଏବେ । କିନ୍ତୁ ଅନେକ ପ୍ରସଙ୍ଗ ଆମ ଉଇକିଆଳିଙ୍କ ତିଆରି ଆଉ ସେସବୁକୁ ଆମେ ମିଶି ସଜାଡ଼ି ସେଥିରେ ତଥ୍ୟ ଆଧାର ଆଦି ଯୋଡ଼ିପାରନ୍ତେ । ହୁଏତ ଆଗାମୀ ସପ୍ତାହ ଆମେ ଘଣ୍ଟେ ଦି ଘଣ୍ଟା ଆଲୋଚନା କରନ୍ତେ ଆଉ ଆଗାମୀ ୫-୬ ମାସ ଯେଉଁ କରୋନା ରହିବା କଥା ଲେଖିଚ ସେ ସମୟରେ କି କି ଅନଲାଇନ କାର୍ଯ୍ୟକ୍ରମ ମିଶି କରିବା ତା' ବାବଦରେ କଥାହୁଏନ୍ତେ ।

Prateek Pattanaik (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ । ମିଶିକି ଏଡିଟ କରିପାରିବା । ଅନିର୍ଦ୍ଦିଷ୍ଟ କାଳ ଯାଏଁ ସବୁ ସ୍ଥଗିତ । କିଛି ଧାରଣା ନ ଥାଇ ଦିଶାହୀନ ଭଳିଆ ବସିରହିବାଠୁଁ ଭଲ ଗୋଟିଏ ଆଲୋଚନା ହୋଇ କିପରି କିଛି ଉପଯୋଗୀ କାମ କରିହେବ ସେ ବାଟ ଖୋଜିବା ।

Saileshpat (ଆଲୋଚନାଅବଦାନ)

ସମସ୍ତେ ସ‌ହମତ ଅଛନ୍ତି, ତାହାଲେ ଆସନ୍ତା ୨୩ କିମ୍ବା ୩୦ ଆଡ଼େ ଗୋଟେ ୯୦ ମିନିଟର ପ୍ରୋଗ୍ରାମଟେ ରଖିବା? ନହେଲେ ସେଇ ଦୁଇ ରବିବାର ୯୦-୯୦ ମିନିଟ ଧରି ଭେଟିବା? ମୁଁ ସମସ୍ତଙ୍କୁ ଗୁଗୁଲ କ୍ୟାଲେଣ୍ଡରରେ ନିମନ୍ତ୍ରଣ କରିଦେଉଛି ।

"ଭର୍ଚୁଆଲ ସମ୍ମିଳନୀ କିମ୍ବା ଭେଟ ଆୟୋଜନ କରିବା ପାଇଁ ପ୍ରସ୍ତାବ ।"ଙ୍କୁ ଉତ୍ତର