ଟ୍ରେନ ଦ ଟ୍ରେନର ୨୦୨୦ରେ ଆସାମୀ, ବଙ୍ଗାଳି, ହିନ୍ଦୀ, ତେଲୁଗୁ, ମରାଠୀ, ତୁଳୁ, ମାଲାୟାଲମ, ତାମିଲ, ସାନ୍ତାଳୀ ଏବଂ ପଞ୍ଜାବୀ ଗୋଷ୍ଠୀରୁ ଅଂଶଗ୍ରହଣକାରୀ ମାନେ ଯୋଗଦାନ କରିଥିଲେ ।
ଅନେକ କିଛି ଲୋକଙ୍କ ସହିତ କଥାବାର୍ତ୍ତାଦ୍ୱାରା ସେମାନଙ୍କର ତାଙ୍କର ମାତୃଭାଷା ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ମତେ ଓଡ଼ିଆ ପ୍ରତି ମୋର ଭଲ ପାଇବା ଆହୁରି ବଢ଼ାଇବାକୁ ପ୍ରେରଣା ଯୋଗାଇଥିଲା । ବହୁକିଛି ଅନ୍ୟମାନଙ୍କଠାରୁ ଶିଖିବାକୁ ମିଳିଲା । ନିମ୍ନରେ କିଛି ମୁଖ୍ୟ ଶିକ୍ଷଣୀୟ ପ୍ରସଙ୍ଗ ଯାହା ମୋତେ ଭଲ ଲାଗିଲା ଉଲ୍ଲେଖ କରୁଛି:
- Wikibooks (ହିନ୍ଦୀ ଗୋଷ୍ଠୀ)
- ଏଥିରେ ନିଜର ନୋଟ ତିଆରି କରିବା ଭଳି କିଛି ପୁସ୍ତକଗୁଡ଼ିକୁ ମିଶାଇ ଏକ ବହି ଲେଖି ହେବ (ପାଠ୍ୟକ୍ରମ ସଂକ୍ରାନ୍ତ ବହି ମୁଖ୍ୟତଃ )
- Wikivoyage (ବଙ୍ଗାଳୀ ଗୋଷ୍ଠୀ)
- ପର୍ଯ୍ୟଟନ ସ୍ଥାନଗୁଡ଼ିକ ବିଷୟରେ ଏଥିରେ ଲେଖାଯାଏ (କେମିତି ଯିବ, କଣ ଦେଖିବ, କଣ ଖିଆପିଆ କରିବ ଇତ୍ୟାଦି)
- Wikilibrary (ଟୁଳୁ ଏବଂ କନ୍ନଡ ଗୋଷ୍ଠୀ)
- ଖାରାବଳୀ ଗୋଷ୍ଠୀ ଉଇକିପିଡ଼ିଆରେ ଆଧାର ଦେବା ପାଇଁ ୩୦,୦୦୦ ଟଙ୍କା ବିନିଯୋଗ କରି ବହି (କପିରାଇଟ ଯୁକ୍ତ) କିଣିଥିଲେ । ଏହି ବହିଗୁଡ଼ିକୁ ଏକ ପାଠାଗାର ଭଳି ରଖି, ଏଥିରୁ ପଢ଼ି ଛାତ୍ରୀଛାତ୍ରମାନେ ଉଇକିପିଡ଼ିଆରେ ଲେଖନ୍ତି ।
- Copyright coverage (Plagiarism checker) tool, https://tools.wmflabs.org/copyvios/
- ଏହି ଟୁଲ ଉପଯୋଗ କରି ଯଦି କୌଣସି ଉଇକିପିଡ଼ିଆ ପୃଷ୍ଠା ବାହାର ତଥ୍ୟ ସିଧାସଳଖ କପି ପେଷ୍ଟ କରୁଛି ତେବେ ଜାଣିହେବ
- ମୁଁ ଆରମ୍ଭ କରିଥିବା କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ ପୃଷ୍ଠାକୁ ୪୧% ସିଧାସଳଖ କପି ପେଷ୍ଟ ହୋଇଛି ବୋଲି ଦେଖାଉଛି । ଯାହାକି ଭୁଲ ଅଟେ । ତେଣୁ ବିଚାର କରି ଏହି ଟୁଲ ଉପଯୋଗ କଲେ ଲାଭଦାୟକ ହୋଇପାରେ ।
- Pseudoscience ପୃଷ୍ଠା ତିଆରି ଉପରେ ସମୀକ୍ଷା (ଗୁଜୁରାଟୀ ଗୋଷ୍ଠୀ)
- ଉଇକିପିଡ଼ିଆରେ ବିଜ୍ଞାନ ସମ୍ବନ୍ଧିତ ମିଛ ତଥ୍ୟକୁ ସତ୍ୟ ଭାବେ ଉପସ୍ଥାପନା କଲେ କିଭଳି ତାହାଲୁ ଗୋଷ୍ଠୀ ଆୟତ୍ତ କରିବେ ତାହା ଉପରେ ଏହି ଆଲୋଚନା ରହିଥିଲା
- ମୋର ପ୍ରଶ୍ନ ଥିଲା: ଅତ୍ୟାଧୁନିକ ବିଜ୍ଞାନ ପ୍ରସଙ୍ଗ ମୁଁ ଲେଖୁଛି , ଯାହା ଗୋଷ୍ଠୀର ପ୍ରାୟତଃ ଅନ୍ୟାନ୍ୟ ବ୍ୟକ୍ତି ଅଜାଣତ, ମୁଁ ମିଛ ସତ ଲେଖିଲେ, ଏହି କ୍ଷେତ୍ରରେ କିଭଳି ପଦକ୍ଷେପ ନେଇହବ , କିଛି ଆଶାନୁରୂପ ଉତ୍ତର ମିଳିନଥିଲା ।
- ବିଶ୍ବବିଦ୍ୟାଳୟଗୁଡ଼ିକ ସହିତ ସନ୍ଧି ରଖି ଛାତ୍ରୀଛାତ୍ରଙ୍କୁ ଶିକ୍ଷଣ (ତେଲୁଗୁ, ମରାଠୀ ଏବଂ କନ୍ନଡ଼ ଗୋଷ୍ଠୀ)
- ଏଥିରେ ଉଇକିପିଡ଼ିଆରେ ଅବଦାନ ପାଇଁ ୫୦ ମାର୍କରେ ନମ୍ବର ଛାତ୍ରୀଛାତ୍ରଙ୍କୁ ମିଳୁଛି, ତେଣୁ ସେମାନେ ଆଗ୍ରହ ଦେଖାଉଛନ୍ତି
- ପ୍ରତି ବିଶ୍ୱବିଦ୍ୟାଳୟରେ ଗୋଟିଏ ଗୋଟିଏ ଉଇକି କ୍ଲବ ମଧ୍ୟ ଗଢ଼ାଯାଇଛି
- ପୁସ୍ତକମେଳାରେ ଉଇକିପିଡ଼ିଆ ପ୍ରକଳ୍ପ ବିଷୟରେ ତେଲୁଗୁ ଉଇକିପିଡ଼ିଆ ଲୋକଙ୍କର ଆଲୋଚନା (ତେଲୁଗୁ ଗୋଷ୍ଠୀ)
- ପ୍ରତିବର୍ଷ ହାଇଦରାବାଦ ପୁସ୍ତକମେଳାରେ ତେଲୁଗୁ ଉଇକିପିଡ଼ିଆ ଏକ ଷ୍ଟଲ ସ୍ଥାପନ କରି ଲୋକଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛି
- ଆଗ୍ରହୀ ବ୍ୟକ୍ତିଙ୍କୁ ଶିବିର ଆୟୋଜନ କରି ଶିକ୍ଷା ଦିଆଯାଇଥାଏ
- କୌଣସି ବିଷୟରେ ଜାଣିବାକୁ ହେଲେ କର୍ମଶାଳା ଆୟୋଜନ ପ୍ରକ୍ରିୟା
- କର୍ମଶାଳା କିଭଳି ଆୟୋଜନ କରିବ, ଶେଷ ମୁହୂର୍ତ୍ତରେ ଅଘଟଣ କିଭଳି ଟାଳି ହେବ ତାହାର ଆଲୋଚନା ହୋଇଥିଲା
- ଉତ୍ତନ ଗ୍ରାମର କେଉଟମାନଙ୍କର ସିଧା ସଳଖ କଥାବାର୍ତ୍ତା କରି ସେମାନଙ୍କର ସମସ୍ୟା ଜାଣିବା ଏବଂ ଫୋଟୋ ଡକୁମେଣ୍ଟସନ
- ଏଥିରେ ସାମ୍ବାଦିକତାରେ କିଭଳି ଜଣେ ଦି ଜଣଙ୍କ ମତ ଉପରେ ଅଧିକ ଧ୍ୟାନ ନଦେଇ କିଭଳି ଏକ ସର୍ବାଙ୍ଗୀନ ତଥ୍ୟ ସଂଗ୍ରହ କରିହେବ ତାହା ଶିଖିବାକୁ ମିଳିଥିଲା
- କୌଣସି ଗଣ-ସମ୍ପାଦନ ପାଇଁ ମେଟା ପୃଷ୍ଠା ଗଠନ ପ୍ରକ୍ରିୟା ଏବଂ ଦରକାରୀ ଉତ୍କୃଷ୍ଟ ଅଭ୍ୟାସଗୁଡ଼ିକ: https://outreachdashboard.wmflabs.org/training
- ସିଆଇଏସ କର୍ମଚାରୀଗଣଙ୍କଠାରୁ କୌଣସି ଉଇକିପ୍ରକଳ୍ପ ବିଷୟରେ କେହି (ଜଣେ ଏକୁଟିଆ କିମ୍ବା ସାମୁହିକ ବ୍ୟକ୍ତିଗଣ) ଶିଖିବାକୁ ଚାହୁଁଥିଲେ ଏହି ଲିଙ୍କରେ ଆବେଦନ କରିପାରିବେ: https://www.wikidata.org/wiki/Wikidata:WikiProject_India/Skill_sharing