Topic on ବ୍ୟବହାରକାରୀଙ୍କ ଆଲୋଚନା:Soumendrak

Ansumang (ଆଲୋଚନାଅବଦାନ)

ଭାଇ, ଆମକୁ ଆପଣଙ୍କ ଭଳି ଅଧିକ ଉଇକିଆଳି ଆବଶ୍ୟକ ଯେଉଁମାନେ ଓଡ଼ିଆ ଉଇକିପିଡ଼ିଆରେ ଗୋଟିଏ ବା ଦୁଇ ଧାଡ଼ି ଥିବା ଲେଖା, ଆଧାର ନଥିବା ଛୋଟ ଲେଖା, ଏବଂ ଯେଉଁ ଲେଖା ଏଠି ରଖିବା ପାଇଁ ଯୋଗ୍ୟ ନୁହେଁ, ସେମିତି ଲେଖା ଖୋଜି ଲିଭାଇବା ପାଇଁ ମନୋନୀତ କରିପାରିବେ । ଏହି କାମରେ ଆପଣଙ୍କ ସମୟ ପାଇଁ ଧନ୍ୟବାଦ । "ଲିଭାନ୍ତୁ" ଛାଞ୍ଚ ପକାଇବ ପରେ, ଲେଖାଟି ଯାହା ଦ୍ୱାରା ଆରମ୍ଭ କରାଯାଇଛି, ତାଙ୍କ ଆଲୋଚନା ପୃଷ୍ଠାରେ ସେହି ଲେଖା ବିଷୟରେ ତାଙ୍କୁ ଜଣାଇବା ପାଇଁ ଅନୁରୋଧ, ଯଦି ଲେଖାଟି ପଞ୍ଜିକୃତ ସଭ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିବ । ତାଙ୍କୁ କେବଳ ଜଣାଇବେ କଣ ପାଇଁ ଲେଖାଟିକୁ ଲିଭାଇବା ପାଇଁ ମନୋନୀତ କରାଯାଉଛି । ଧନ୍ୟବାଦ ।

Soumendrak (ଆଲୋଚନାଅବଦାନ)

ଧନ୍ୟବାଦ @Ansumang ଅଂଶୁମାନ ଭାଇ, ବହୁତ ଦିନପରେ ଆପଣଙ୍କୁ ଏଠାରେ ଦେଖି ଖୁସି ଲାଗିଲା । ହଉ ଠିକ ଅଛି ଆପଣଙ୍କ କହିବା ମୁତାବକ ଏବେଠୁ ସେପରି କରିବା ।