ବିଷ୍ଣୁ ପ୍ରସାଦ ମିଶ୍ର

ଉଇକିପିଡ଼ିଆ‌ରୁ
ବିଷ୍ଣୁ ପ୍ରସାଦ ମିଶ୍ର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀକତରବଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-06-08)୮ ଜୁନ ୧୯୨୫
ମୃତ୍ୟୁ୧୬ ଜାନୁଆରୀ ୧୯୯୮(1998-01-16) (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଲକ୍ଷ୍ମୀପ୍ରିୟା ଦେବୀ
ବାପା/ବୋଉଶଙ୍କର ପ୍ରସାଦ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ବିଷ୍ଣୁ ପ୍ରସାଦ ମିଶ୍ର (୮ ଜୁନ ୧୯୨୫ - ୧୬ ଜାନୁଆରୀ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କତରବଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଷ୍ଣୁ ପ୍ରସାଦ ମିଶ୍ର ୧୯୨୫ ମସିହାର ଜୁନ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶଙ୍କର ପ୍ରସାଦ ମିଶ୍ର ଓ ପତ୍ନୀଙ୍କ ନାମ ଲକ୍ଷ୍ମୀପ୍ରିୟା ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଷ୍ଣୁ ପ୍ରସାଦ ମିଶ୍ର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ବିଷ୍ଣୁ ପ୍ରସାଦ ମିଶ୍ର ୧୯୯୮ ମସିହାର ଜାନୁଆରୀ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Bishnu Prasad Mishra". odishaassembly.nic.in. Odisha Assembly. Retrieved 1 November 2022.