ବିଶ୍ୱ ଶାକାହାରୀ ଦିବସ
ଦେଖଣା
ଅକ୍ଟୋବର ୧ ତାରିଖରେ ପୃଥିବୀର ଚାରିଆଡ଼େ ବିଶ୍ୱ ଶାକାହାରୀ ଦିବସ ପାଳନ କରାଯାଏ । ଏହା ୧୯୭୭ ମସିହାରେ ଉତ୍ତର ଆମେରିକୀୟ ଶାକାହାରୀ ସୋସାଇଟିଦ୍ୱାରା ପ୍ରତିଷ୍ଠିତ ଏବଂ ୧୯୭୮ରେ ଆନ୍ତର୍ଜାତୀୟ ଶାକାହାରୀ ସଂଘଦ୍ୱାରା ଅନୁମୋଦିତ । ଜୀବନରେ ଆନନ୍ଦ, କରୁଣା ଏବଂ ଜୀବନ ବୃଦ୍ଧିର ସମ୍ଭାବନାକୁ ପ୍ରୋତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ ।[୧]
ଲକ୍ଷ୍ୟ
[ସମ୍ପାଦନା]ବିଶ୍ୱ ଶାକାହାରୀ ଦିବସର ୱେବସାଇଟ୍ ଅନୁଯାୟୀ ମାଂସାହାର ତୁଳନାରେ ଏକ ଶାକାହାରୀ ଖାଦ୍ୟର ମଧ୍ୟ ଅନେକ ଲାଭ ଅଛି । ପଶୁ ଏବଂ ପକ୍ଷୀ ଜୀବନ ବଞ୍ଚାଇବା ସହ ପୃଥିବୀକୁ ବଞ୍ଚାଇବାରେ ସାହାଯ୍ୟ କରିବା ସହ କରୁଣାର୍ଦ୍ଦ ଲୋକଙ୍କ ପାଇଁ ଏକ ବିକଳ୍ପ ତଥା ଶ୍ରେଷ୍ଠ ଖାଦ୍ୟ ଭାବେ ଶାକାହାରକୁ ପ୍ରଓତ୍ସାହିତ କରିବା ନିମିତ୍ତ ଏହି ଦିନଟି ଉଦ୍ଦିଷ୍ଟ ।[୨]
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |