ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

ଉଇକିପିଡ଼ିଆ ରୁ
Jump to navigation Jump to search

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ପାଳନ କରାଯାଇଥାଏ । ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡିତ ସାମାଜିକ ଅପବାଦର ବିଲୋପ କରିବା ଏହାର ଲକ୍ଷ୍ୟ ।[୧]

ଇତିହାସ[ସମ୍ପାଦନା]

World Federation for Mental Health ନାମକ ସଂସ୍ଥାର ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁଁ ଏହି ଦିବସ ୧୯୯୨ ମସିହାରେ ପାଳିତ ହେଲା । [୨] ଏହି ଦିବସ ପାଳନ ଅବସରରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ତଥା ଏହାର ନିରାକରଣ ନିମିତ୍ତ ବିଶ୍ୱସମୁଦାୟର ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କ ମନରେ ସଚେତନତା ସୃଷ୍ଟି କରିବା ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

ଯୁକ୍ତରାଷ୍ଟ୍ରର ୨୦୦୮ ସମ୍ମେଳନରେ ହୋଇଥିବା (CRPD)-2008 ବା "Convention of the Rights of persons with Disabilities"ରେ ଭାରତ ଏକ ସଦସ୍ୟ ରାଷ୍ଟ୍ର ହିସାବରେ ବିକଳାଙ୍ଗ ତଥା ମାନସିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କୁ ମାନବିକ ଅଧିକାର ତଥା ସାମାଜିକ ନ୍ୟାୟ ଯୋଗାଇଦେବା ନିମିତ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତନ୍ମଧ୍ୟରୁ ଜାତୀୟ ଆଇନସେବା ପ୍ରାଧୀକରଣଦ୍ୱାରା ପ୍ରଣୀତ ମାନସିକ ଅନଗ୍ରସରଙ୍କୁ ଆଇନ ସେବା ଯୋଜନା-୨୦୧୦ ଅନ୍ୟତମ । ଭାରତର ଉଚ୍ଚଚ୍ତମ ନ୍ୟାୟାଳୟଙ୍କଦ୍ୱାରା ଏହି ଯୋଜନା ୮.୧୨.୨୦୧୦ ଠାରୁ ଲାଗୁ କରାଯାଇଛି । ଇତ୍ୟବସରରେ ଜାତୀୟ ଆଇନ ସେବା ପ୍ରାଧୀକରଣ ତରଫରୁ ରାଜ୍ୟ ତଥା ଜିଲ୍ଲା ଓ ତାଲୁକ ଆଇନ ସେବା ପ୍ରାଧୀକରଣ ଗୁଡିକୁ ମନସିକ ଅନଗ୍ରସର ମାନଙ୍କୁ ଆଇନ ସେବା ଯୋଗାଇଦେବା ସହ ନିମ୍ନଲିଖିତ ମାର୍ଗଦର୍ଶିକା ଗୁଡିକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।[୩]

  • ମାନସିକ ବେମାରୀ ସାଧାରଣତଃ ଚିକିତ୍ସାସାଧ୍ୟ ।
  • ମାନସିକ ରୋଗୀ ସାଧାରଣ ଭାବେ ସମସ୍ତ ମାନବିକ ଅଧିକାର ତଥା ମୌଳିକ ସୁବିଧା ସୂଯୋଗ ତଥା ସ୍ୱାଧୀନତାର ହକଦାର ଅଟନ୍ତି ।
  • ଆଇନ ସେବା ପ୍ରାଧୀକରଣ ତଥା ସମସ୍ତ ନ୍ୟାୟୀକ ଅନୁଷ୍ଠାନ ମାନସିକ ରୋଗୀଙ୍କ ମଧ୍ୟରେ ଅନ୍ତର୍ନିହିତ ଗୌରବ ତଥା ସମ୍ମାନ ବଜାୟ ରଖିବା ସହ ସେମାନଙ୍କ ସ୍ୱାଧୀନତା କ୍ଷୂର୍ଣ୍ଣ ହେବାକୁ ଦେବେନାହିଁ ।
  • ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାର ପାତର ଅନ୍ତର କରାଯିବ ନାହିଁ ।
  • ମାନସିକ ରୋଗର ସଠିକ ଚିକିତ୍ସା ପାଇବା ସେମାନଙ୍କର ଅଧିକାର ଅନ୍ତର୍ଭୁକ୍ତ ।
  • ମାନସିକ ରୋଗୀଟିଏର ଚିକିତ୍ସା କରାଇବା ପୂର୍ବରୁ ତାହାର ସମ୍ମତି ନେବା ଅନିର୍ବାଯ୍ୟ । ଯଦି ସେ ସମ୍ମତି ଦେବାପାଇଁ ସକ୍ଷମ ନ ଥାଏ ସେପରି ସ୍ଥଳେ ରୋଗୀର ନିକଟ ସଂପର୍କୀୟ କିମ୍ବା କେହି ଯଦି ନ ଥାଆନ୍ତି ତେବେ ମାନସିକ ସ୍ୱାସ୍ଥ୍ୟ ଅଧିନିୟମ- ୧୯୮୭ ପ୍ରକାରେ ଅଦାଲତଙ୍କ ଅନୁମତି ଜରୁରୀ ହେବ । ଅତଏବ ସମସ୍ତ ମାନସିକ ରୋଗୀ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର, ନର୍ସ ତଥା ଅନ୍ୟ ପାରା ମେଡିକଲ କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ଆବଶ୍ୟକୀୟ ତାଲିମ ଦେବା ପାଇଁ ରାଜ୍ୟ ଆଇନ ସେବା ପ୍ରାଧୀକରଣ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ବ୍ୟବସ୍ଥା କରାଯାଇଥାଏ ।
  • ମାନସିକ ରୋଗୀ ଯେମିତି ସଠିକ ବାସଗୂହ ବା ରହିବା ପାଇଁ ଉପଯୁକ୍ତ ସ୍ଥାନ ପାଇପାରିବେ, ସେ ସଂପର୍କୀୟ ବ୍ୟବସ୍ଥା ମଧ୍ୟ ସ୍ଥାନୀୟ ଆଇନ ସେବା ଅନୁଷ୍ଠାନ ଗ୍ରହଣ କରିବେ ।
  • ମାନସିକ ରୋଗୀଙ୍କ କ୍ଷେତ୍ରରେ ସ୍ଥାନୀୟ ଆଇନ ସେବା ପ୍ରଧୀକରଣ ଏ କଥା ନିଶ୍ଚିତ କରିବେ ଯେ ମାନସିକ ସ୍ୱାସ୍ଥ୍ୟ କାରଣରୁ ୟେପରି କେହି ତାଙ୍କର ସମସ୍ତ ଆଇନଗତ ଅଧୀକାରରୁ ବଞ୍ଚିତ ନ ହୁଅନ୍ତି ।

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଆଇନଗତ ମାମଲାରେ ଉପଯୁକ୍ତ ନ୍ୟାୟ ଦେବା ଉଦ୍ଦେଶ୍ୟରେ ୨୦୧୦ରେ କାର୍ଯ୍ୟକାରିତା ହୋଇଥିବା ଆଇନକୁ ସମୀକ୍ଷା ତଥା ସଂଶୋଧନ କରାଯାଇ "ମାନସିକ ଅନଗ୍ରସରଙ୍କୁ ଆଇନ ସେବା ଯୋଜନା-୨୦୧୫" '[୪]

ଉପରୋକ୍ତ ନୂତନ ଆଇନ ଅନୁସାରେ:

  • ମାନସିକ ରୋଗୀ କ୍ଷେତ୍ରରେ ଯଦି ସମ୍ପତ୍ତିଗତ କୌଣସି ବିବାଦ ଥାଏ, ଅଥବା ମାନସିକ ରୋଗୀଙ୍କ ଅସହାୟତାର ସୂଯୋଗ ନେଇ ତାଙ୍କ କୌଣସି ସମ୍ପତ୍ତି ଯଦି କେହି ଆତ୍ମସାତ କରିବାକୁ ଚାହୁଁଥାନ୍ତି, ତେବେ ଏହି ନୂତନ ଆଇନ ଆଧାରରେ ତଙ୍କୁ ମାଗଣା ଆଇନ ସାହାୟତା ଯୋଗାଇ ଦିଆଯାଇ ନ୍ୟାୟ ପ୍ରଦାନ କରାଯିବ ।[୪]
  • ମାନସିକ ରୋଗୀ କ୍ଷେତ୍ରରେ ସରକାରଙ୍କଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୂଯୋଗ ଯୋଗାଇଦେବାରେ ଆଇନ ସହାୟତା ଅନୁଷ୍ଠାନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ ।
  • ମାନସିକ ରୋଗୀଙ୍କ କ୍ଷେତ୍ରରେ ସମସ୍ତ ଆଇନଗତ ସୁବିଧା ସୂଯୋଗ ସଂପର୍କରେ ଜନ ସଚେତନତା ସକାଶେ ଆଇନ ସହାୟତା ଅନୁଷ୍ଠାନ ବିଭିନ୍ନ ସମୟରେ ଆଇନ ବେତ୍ତା ବା ସ୍ଥାନୀୟ ଓକିଲ ମନଙ୍କୁ ନେଇ ସଚେତନତା ଶିବିର, ସଭାସମିତିମାନ ଆଯୋଜନ କରିବେ । ଏଭଳି କାର୍ଯ୍ୟକ୍ରମରେ ଆଇନଗତ ଅନୁଷ୍ଠାନ ମାନସିକ ରୋଗୀ ମାନଙ୍କ କ୍ଷେତ୍ରରେ ପ୍ରଦତ୍ତ ସମସ୍ତ ସୁବିଧା ତଥା ଆଇନଗତ ପ୍ରାବଧାନ ସଂପର୍କରେ ଆଲୋଚନା କରିବେ ଏବଂ ସାଧାରଣ ଜନତା ପ୍ରଶ୍ନୋତ୍ତର ମାଧ୍ୟମରେ ତାଙ୍କ ସଂଦେହ ଦୂର କରିବା ସହ କିଛି ମାନସିକ ରୋଗ ବିଶେଷଜ୍ଞ ମଧ୍ୟ ଏଥିରେ ଭାଗ ନେଇ ଲୋକଙ୍କୁ ଏ ବିଷୟରେ ସଚେତନ କରିପାରିବେ ।
  • ଯଦି କୌଣସି ଜେଲରେ ଅପରାଧ ପ୍ରବଣ ହୋଇ ନ ଥିବା କୌଣସି ଅଭିଯୁକ୍ତ ରହିଥାଏ, ତେବେ ପ୍ୟାନେଲ ଓକିଲଙ୍କ ମାଧ୍ୟମରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ପ୍ରାବଧାନ ରହିଛି । ଏହି ଉଦ୍ଦେଶ୍ୟରେ ରାଜ୍ୟ ଆଇନ ସେବା ପ୍ରାଧୀକରଣ ସ୍ଥାନୀୟ ଜିଲ୍ଲା ଆଇନ ସେବା ପ୍ରାଅଧୀକରଣଙ୍କ ସହଯୋଗରେ ସମସ୍ତ ଜେଲ ପରିଦର୍ଶନ କରନ୍ତି ଓ ଏହିଭଳି ଆଇନ ସହାୟତା ପାଇବାକୁ ହକଦାର ଥିବା ବନ୍ଦୀ ଯଦି ନଜରକୁ ଆସେ ତେବେ ଏହି ପ୍ରାବଧାନ ଅନୁଯାୟୀ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରନ୍ତି ।
  • ମାନସିକ ସ୍ୱାସ୍ଥ୍ୟ ଆଇନ ୧୯୮୭ର ଧାରା ୨୩ ଅନୁସାରେ ମାନସିକ ରୋଗୀଟିଏ ଏଣେତେଣେ ବୁଲୁଥିବା ଯଦି ଦେଖିବାକୁ ମିଳେ ତବେ ସ୍ଥାନୀୟ ଥାନାର ନିରୀକ୍ଷକ ସେହି ବ୍ୟକ୍ତିବିଶେଷଙ୍କୁ ସ୍ଥାନୀୟ ଜୁଡିସିୟାଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀଙ୍କ ସମ୍ମୁଖରେ ହାଜର କରାଇବେ ଏବଂ ଉକ୍ତ ମାଜିଷ୍ଟ୍ରେଟ ଉକ୍ତ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ନିକଟସ୍ଥ ମାନସିକ ଚିକିତ୍ସାଳୟରେ ପହଞ୍ଚାଇ ଚିକିତ୍ସା କରାଇବା ନିମିତ୍ତ ଆଦେଶ ପ୍ରଦାନ କରିବେ ।

କାର୍ଯ୍ୟକ୍ରମ[ସମ୍ପାଦନା]

ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ଉପରୋକ୍ତ ଯୋଜନା ପ୍ରଣୟନ କରିବା ପାଇଁ ତାଲୁକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ନିମ୍ନ ଲିଖିତ ଅନେକ ପଦକ୍ଷେପ ନିଆଯାଉଛି ।

  • ମାନସିକ ଅନଗ୍ରସରଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ଆନୁସଙ୍ଗିକ ସୁବିଧା ସୂଯୋଗ ଯୋଗାଇବାରେ ଆଇନ ସହାୟତା ଅନୁଷ୍ଠାନ ସବୁ ସ୍ଥାନୀୟ ସ୍ୱେତ୍ସାସେବୀ ଅନୁଷ୍ଠାନ ସବୁର ସହାୟତା ନିଅନ୍ତି ।[୫]
  • ମାନସିକ ଅନଗ୍ରସରଙ୍କ ସାମଜିକ ଥଇଥାନ ନିମିତ୍ତ ସ୍ଥାନୀୟ ଆଇନ ସହାୟତା ଅନୁଷ୍ଠାନ ରାଜ୍ୟ ଆଇନ ସହାୟତା ଅନୁଷ୍ଠାନର ସହଯୋଗ କ୍ରମେ ଆବଶ୍ୟକୀୟ ପଦକ୍ଷେପ ନେଇଥାଏ ।
  • ମାନସିକ ଅନଗ୍ରସରଙ୍କ ସମ୍ପତ୍ତି କେହି ଅନଧିକୃତ ବ୍ୟକ୍ତି ଆତ୍ମସାତ କରିବା ଭଳି ଅଭିଯୋଗ ପାଇଲେ, ସ୍ଥାନୀୟ ଆଇନ ସହାୟତା ଅନୁଷ୍ଠାତ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ।
  • ମାନସିକ ରୋଗୀ ଚିକିତ୍ସାଳୟରେ ଚିକିତ୍ସିତ କୌଣସି ମାନସିକ ଅନଗ୍ରସର ବ୍ୟକ୍ତିର କୌଣସି ଆଇନଗତ ସହାୟତା ଆବଶ୍ୟକ ହେଉଥିଲେ, ସ୍ଥାନୀୟ ଆଇନ ସହାୟତା ଅନୁଷ୍ଠାନ ବିହିତ ପଦକ୍ଷେପ ନେଇ ତାଙ୍କୁ ଉପଯୁକ୍ତ ଆଇନ ସାହୟତା ଯୋଗାଇଥାନ୍ତି ।
  • ମାନସିକ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଆଇନଗତ ଅଧିକାର ସଂପର୍କରେ ବିଭିନ୍ନ ସଭସମିତି ଏବଂ ଆଇନ ସଚେତନତା ଶିବିର ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଏ ।[୫]
  • ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ବିଶେଷଙ୍କ ଚିକିତ୍ସା ତଥା ବିଶେଷ ଯତ୍ନ ନେବା ଦିଗରେ ଅନେକ ସମୟରେ ରୋଗୀ ସାମଜିକ ବାସନ୍ଦର ଶିକାର ହୁଏ । ଏଭଳି ସାମଜିକ ବ୍ୟାଧୀର ମୁକାବିଲା କରିବା ପାଇଁ ନ୍ୟାୟୀକ ଅଧିକାରୀ ତଥା ପ୍ୟାନେଲ ଓକିଲଙ୍କୁ ଉପଯୁକ୍ତ ତାଲିମ ଦିଆଯାଏ ଯଦ୍ୱାର ସେମାନେ ରୋଗୀର ସଂପର୍କୀୟ ତଥା ଜନ ସାଧାରଣଙ୍କୁ ଏ ଦିଗରେ ସଚେତନ କରାନ୍ତି ।
  • ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ବିଶେଷଙ୍କ କୌଣସି ଆଇନଗତ ସମସ୍ୟା ଥିଲେ ତାହାର ଉପଯୁକ୍ତ ସମାଧାନ ନିମିତ୍ତ ଜିଲ୍ଲା ସ୍ତରରେ ସ୍ଥାନୀୟ ଚିକିତ୍ସାଳୟରେ ଏକ ଆଇନ ସହାୟତା କ୍ଳିନିକ ଖୋଲାଯାଇଛି ଯଦ୍ୱାରା ଏଭଳି ବ୍ୟକ୍ତି ବିଶେଷ ଏହି କ୍ଳିନିକ ଜରିଆରେ ଯୋଗାଯୋଗ ମାଧ୍ୟମରେ ଉପଯୁକ୍ତ ଆଇନ ସହାୟତା ପାଇପାରିବେ ।[୫]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jenkins, Rachel; Lynne Friedli; Andrew McCulloch; Camilla Parker (2002). Developing a National Mental Health Policy. Psychology Press. p. 65. ISBN 1-84169-295-6.
  2. Watson, Robert W. (2006). White House Studies Compendium, Volume 5. Nova Science Publishers. p. 69. ISBN 1-60021-542-4.
  3. "NATIONAL LEGAL SERVICES AUTHORITY" (PDF). www.chdslsa. Retrieved 1 November 2019.
  4. ୪.୦ ୪.୧ "F.A.Q. on NALSA (Legal Services to theMentally ill and MentallyDisabled Persons) Scheme, 2015" (PDF). www.jhalsa.org. Retrieved 1 November 2019.
  5. ୫.୦ ୫.୧ ୫.୨ "Matters Related to Mentally Ill Persons | Assam State Legal Services Authority | Government Of Assam, India". aslsa.assam.gov.in. Retrieved 28 October 2019.