ବିଶ୍ୱ ମଧୁମେହ ଦିବସ

ଉଇକିପିଡ଼ିଆ‌ରୁ
ବିଶ୍ୱ ମଧୁମେହ ଦିବସ ପାଇଁ ଲୋଗୋ

ବିଶ୍ୱ ମଧୁମେହ ଦିବସ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।[୧] ୧୯୯୧ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି ।

ମଧୁମେହ ଟାଇପ ୨ ମୁଖ୍ୟତଃ ଏକ ପ୍ରତିରୋଧଯୋଗ୍ୟ ଏବଂ ଚିକିତ୍ସାଯୋଗ୍ୟ ଅଣସଂକ୍ରାମକ ରୋଗ ଯାହା ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମଧୁମେହ ଟାଇପ ୧କୁ ପ୍ରତିରୋଧଯାଇପାରିବ ନାହିଁ କିନ୍ତୁ ଇନସୁଲିନଦ୍ୱାରା ଏହାକୁ ପରିଚାଳିତ ହୋଇପାରିବ ।[୨] ଗର୍ଭାବସ୍ଥା ମଧୁମେହ କେତେକ ମହିଳାଙ୍କୁ ଗର୍ଭଧାରଣ ସମୟରେ ଦେଖାଦେଇଥାଏ । ଆନ୍ତର୍ଜାତୀୟ ମଧୁମେହ ଫେଡେରେସନଦ୍ୱାରା ପ୍ରତ୍ୟେକ ବର୍ଷ ବିଶ୍ୱ ମଧୁମେହ ଦିବସରେ, ମଧୁମେହ ସମ୍ବନ୍ଧୀୟ ଏକ ନିର୍ଦ୍ଧିଷ୍ଟ ବିଷୟ (ଥିମ) ଉପରେ ଧ୍ୟାନ ଆକର୍ଷଣ କରାଯାଇଥାଏ । ଆନ୍ତର୍ଜାତୀୟ ମଧୁମେହ ଫେଡେରେସନଦ୍ୱାରା ବିଭିନ୍ନ ବର୍ଷରେ ରଖାଯାଇଥିବା ଥିମ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା : 'ମଧୁମେହ ଏବଂ ମାନବିକ ଅଧିକାର', 'ମଧୁମେହ ଏବଂ ଜୀବନଯାପନ ଶୈଳୀ', 'ମଧୁମେହ ଏବଂ ମେଦବହୁଳତା', 'ସମାଜରେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ମଧୁମେହ' ଏବଂ 'ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ମଧୁମେହ' । ସମ୍ପୃକ୍ତ ଥିମ ଉପରେ ପୁରା ବର୍ଷ ଚର୍ଚ୍ଚା ଓ ପ୍ରଚାର ଚାଲେ । ବିଶ୍ୱ ମଧୁମେହ ଦିବସ ଇନସୁଲିନର ସହ-ଆବିଷ୍କାରକ ସାର ଫ୍ରେଡ୍ରିକ ବାଣ୍ଟିଂଙ୍କ ଜନ୍ମଦିନରେ ପାଳନ କରାଯାଏ । ଫ୍ରେଡ୍ରିକ ୧୮୯୧ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଚାର୍ଲସ ବେଷ୍ଟ ଓ ଜନ ଜେମ୍ସ ରିକାର୍ଡ଼ ମାକଲିଓଡ଼ଙ୍କ ସହ ମିଶି ୧୯୨୨ ମସିହାରେ ଇନସୁଲିନର ଆବିଷ୍କାର କରିଥିଲେ ।[୩]

ଇତିହାସ[ସମ୍ପାଦନା]

2008ରେ ବିଶ୍ୱ ଡାଇବେଟିସ୍ ଦିବସ ପାଇଁ ହିମେଜୀ ଦୁର୍ଗ ଆଲୋକିତ ହୋଇଥିଲା |

ସମଗ୍ର ବିଶ୍ୱର ମଧୁମେହର ବ୍ୟାପକ ପ୍ରସାରକୁ ଲକ୍ଷ କରି ୧୯୯୧ ମସିହାରେ ପ୍ରଥମେ ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ' 'ବିଶ୍ୱ ମଧୁମେହ ଦିବସ' ' ପାଳନ କରାଯାଇଥିଲା ।[୨][୪]

୨୦୧୬ ମସିହା ସୁଦ୍ଧା ବିଶ୍ୱର ୧୬୦ଟି ଦେଶରେ ଥିବା ୨୩୦ରୁ ଅଧିକ ଆଇଡିଏଫ ସଦସ୍ୟ ସଙ୍ଗଠନ ତଥା ଅନ୍ୟାନ୍ୟ ସଂଗଠନ, କମ୍ପାନୀ, ସ୍ୱାସ୍ଥ୍ୟ ସେବାରେ ଥିବା ବ୍ୟକ୍ତି, ରାଜନେତା, ସେଲିବ୍ରିଟି ଏବଂ ମଧୁମେହରେ ପୀଡ଼ିତ ଲୋକ ଏବଂ ସେମାନଙ୍କ ପରିବାରଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିଲା ।[୫] ଏହି ଦିବସରେ ମଧୁମେହ ପରୀକ୍ଷା, ବେତାର ଏବଂ ଟେଲିଭିଜନରେ ମଧୁମେହ ବାବଦରେ ଶିକ୍ଷା, କ୍ରୀଡ଼ା ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇଥାଏ ।

ବିଶ୍ୱ ମଧୁମେହ ଦିବସର ଥିମ[ସମ୍ପାଦନା]

ପୂର୍ବ ବିଶ୍ୱ ମଧୁମେହ ଦିବସ ଅଭିଯାନର ବିଷୟବସ୍ତୁ ମଧୁମେହର ବିପଦ ଏବଂ ଏହାର ଜଟିଳତାକୁ ନେଇ ସ୍ଥିର କରାଯାଇଥିଲା :[୬]

  • ୨୦୧୩: ଆମର ଭବିଷ୍ୟତର ସୁରକ୍ଷା: ମଧୁମେହ ଶିକ୍ଷା ଏବଂ ପ୍ରତିରୋଧ
  • ୨୦୧୪: ସ୍ୱାସ୍ଥପ୍ରଦ ପ୍ରାତଃଭୋଜନ
  • ୨୯୧୫: ସୁସ୍ଥ ଖାଇବା
  • ୨୦୧୬: ମଧୁମେହର ଆଖି ଉପରେ ପ୍ରଭାବ
  • ୨୦୧୭: ମହିଳା ଏବଂ ମଧୁମେହ - ଏକ ସୁସ୍ଥ ଭବିଷ୍ୟତ ଆମର ଅଧିକାର
  • ୨୦୧୮-୨୦୧୯: ପରିବାର ଏବଂ ମଧୁମେହ - ମଧୁମେହ ପ୍ରତ୍ୟେକ ପରିବାରର ଚିନ୍ତା[୭]
  • ୨୦୨୦: ମଧୁମେହ ଚିକିତ୍ସାରେ ନର୍ସଙ୍କ ଭୂମିକା

ଅଧିକ ପଠନ[ସମ୍ପାଦନା]


ଆଧାର[ସମ୍ପାଦନା]

  1. us, Contact; Federation, International Diabetes. "World Diabetes Day | Diabetes: protect your family".
  2. ୨.୦ ୨.୧ "Previous campaigns". World Diabetes Day. International Diabetes Federation. Retrieved 4 November 2010.
  3. "The history of the discovery of insulin". Portsmouth Daily Times. Retrieved 14 November 2017.
  4. World Health Organization. Promoting health through the life-course: World Diabetes Day 2016. Geneva, accessed 7 November 2016.
  5. Diabetes.co.uk.Diabetes Week.
  6. "World Diabetes day: Themes and Activities". badhaai.com.
  7. "International Diabetes Federation – World Diabetes Day 2018–19". www.idf.org.

ବାହ୍ୟ ଲିଙ୍କ[ସମ୍ପାଦନା]