ବିଶ୍ୱ କବିତା ଦିବସ
Appearance
ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳିତ ହୁଏ ।[୧] ଏହି ଆନ୍ତରଜାତୀୟ ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ ।
ଉଦ୍ଦେଶ୍ୟ
[ସମ୍ପାଦନା]ୟୁନେସ୍କୋର ଘୋଷଣାନାମା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ହେଲା ସାରା ବିଶ୍ୱରେ କବିତା ଲେଖିବା, ପଢ଼ିବା, ପ୍ରକାଶନ କରିବା ଦିଗରେ ପ୍ରୋତ୍ସାହନ ଦେବା ସହ କବିମାନଙ୍କୁ ସମ୍ମାନିତ କରିବା । ଏଥି ସହ କ୍ଷେତ୍ରୀୟ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ ଦେବା ।[୨]
ଇତିହାସ
[ସମ୍ପାଦନା]୧୯୯୯ ମସିହାରେ ୟୁନେସ୍କୋଦ୍ୱାରା ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା ।[୩]
ଆଧାର
[ସମ୍ପାଦନା]- ↑ "World Poetry Day". UNESCO (in ଇଂରାଜୀ). Retrieved 21 November 2018.
- ↑ "ବିଶ୍ବ କବିତା ଦିବସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 March 2023. Retrieved 21 March 2023.
- ↑ "World Poetry Day". www.timeanddate.com (in ଇଂରାଜୀ). Retrieved 21 November 2018.