ଏକତା କପୁର

ଉଇକିପିଡ଼ିଆ‌ରୁ
ଏକତା କପୁର
ଜନ୍ମ୭ ଜୁନ୍ ୧୯୭୫
ବୃତ୍ତିହିନ୍ଦୀ ଚଳଚ୍ଚିତ୍ର ଏବଂ ଧାରାବାହିକ ପ୍ରଯୋଜନା
ସକ୍ରିୟ ବର୍ଷ୧୯୯୫ରୁ ଏ ଯାବତ୍

୭ ଜୁନ ୧୯୭୫ରେ ଜନ୍ମିତ[୧]ଏକତା କପୁର ଜଣେ ଭାରତୀୟ ହିନ୍ଦୀ ସିନେମା ଓ ଦୂର ଦର୍ଶନ ଧାରାବାହିକ ପଯୋଜିକା । ତାଙ୍କ ପ୍ରଯୋଜନା ସଂସ୍ଥା "ବାଲାଜୀ ଟେଲି ଫିଲ୍ମସ"ର ସେ ଯୁଗ୍ମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଏକତାଙ୍କ ପିତା ହେଉଛନ୍ତି ଜଣାଶୁଣା ହିନ୍ଦୀ ଚଳଚ୍ଚିତ୍ର ନାୟକ ଜିତେନ୍ଦ୍ର ଏବଂ ମାତା ହେଉଛନ୍ତି ଶୋଭା କପୁର । ତାଙ୍କ ଛୋଟ ଭାଇ ତୁଷାର କପୁର ମଧ୍ୟ ଜଣେ ହିନ୍ଦୀ ଚଳଚ୍ଚିତ୍ର ନାୟକ । ସେ ତାଙ୍କ ସ୍କୁଲ ଶିକ୍ଷା ବମ୍ବେ ସ୍କଟିସ୍‌ ସ୍କୁଲ, ମହିମ୍ଠାରେ ଏବଂ ଉଚ୍ଚତର ଶିକ୍ଷା ମିଠିବାଇ ମହାବିଦ୍ୟାଳୟରୁ ସମାପ୍ତ କରିଛନ୍ତି ।

କର୍ମଜୀବନ[ସମ୍ପାଦନା]

ମାତ୍ର ୧୯ ବର୍ଷ ବୟସରୁ ସେ ଟେଲି ଧାରାବାହିକ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ[୩] । ସେ ଅନେକ ହିନ୍ଦୀ ଟେଲିଭିଜନ ଧାରାବାହିକ ତଥା ହିନ୍ଦୀ ସିନେମା ପ୍ରଯୋଜନା କରିଛନ୍ତି । ଜଣେ ସୃଜନଶୀଳ ନିର୍ଦ୍ଦେଶିକା ଭାବେ ମଧ୍ୟ ସେ ଜଣାଶୁଣା । ୨୦୦୧ରେ "କ୍ୟୋଁ କି ମେ ଝୂଟ ନେହିଁଁ ବୋଲତା" ପ୍ରଯୋଜନା ମାଧ୍ୟମରେ ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ । ଏହା ବ୍ୟତୀତ "ଶୁଟ୍ ଆଉଟ୍ ଆଟ୍ ଲୋଖଣ୍ଡବାଲା"ର ସେ ଥିଲେ ସହ-ପ୍ରଯୋଜକ ।

ଚଳଚ୍ଚିତ୍ର ଜଗତକୁ ଅବଦାନ[ସମ୍ପାଦନା]

୨୦୦୧ ମସିହାରେ ସେ ହିନ୍ଦୀ ଚଳଚ୍ଚିତ୍ର "କ୍ୟୋଁଁ କି ମେ ଝୁଠ୍ ନେହିଁଁ ବୋଲତା "ର ପ୍ରଯୋଜନା ପୂର୍ବକ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ । ତାଙ୍କଦ୍ୱାରା ପ୍ରଯୋଜିତ କେତେକ ହିନ୍ଦୀ ଧାରାବାହିକ ହେଲା - ହମ୍ ପାଞ୍ଚ, କ୍ୟୋଁଁ କି ଶାଶ୍ ଭି କଭି ବହୁ ଥି, କାହାନୀ ଘର୍ ଘର୍ କୀ, ପବିତ୍ର ରିସ୍ତା ଇତ୍ୟାଦି ।

ଏକତା କପୁର ପ୍ରଯୋଜିତ କିଛି ପ୍ରମୁଖ ଚଳଚ୍ଚିତ୍ର[ସମ୍ପାଦନା]

  • କ୍ୟୋଁଁ କି ମେ ଝୁଠ ନେହିଁଁ ବୋଲତା(୨୦୦୧)
  • କୁଛ୍ ତୋ ହୈ(୨୦୦୩)
  • କୃଷ୍ଣା କଟେଜ୍ (୨୦୦୪)
  • କ୍ୟା କୂଲ୍ ହୈ ହମ୍ (୨୦୦୫)
  • କୋଇ ଆପ୍ ସା (୨୦୦୫)

ଏକତା କପୁର ପ୍ରଯୋଜିତ କିଛି ପ୍ରମୁଖ ହିନ୍ଦୀ ଧାରାବାହିକ[ସମ୍ପାଦନା]

  • ହମ୍ ପାଞ୍ଚ(୧୯୯୫-୨୦୦୬)
  • କୁସୁମ୍ (୨୦୦୧-୨୦୦୫)
  • କହିଁ ତୋ ହୋଗା (୨୦୦୩-୨୦୦୭)
  • ପ୍ୟାର କୀ ୟେ ଏକ କାହାଣୀ(୨୦୧୦-୨୦୧୧)
  • ପରିଚୟ (୨୦୧୧-୨୦୧୪)
  • କାହାନୀ ଘର ଘର କୀ
  • କରମ୍ ଅପନା ଅପନା
  • କସମ୍ ସେ (୨୦୦୬-୨୦୦୯)
  • ଖ୍ୱାହିସ୍(୨୦୦୭-୨୦୦୮)
  • କସ୍ଔଟି ଜିନ୍ଦେଗୀ କେ
  • କୁଦରତ୍ ତେରି ମେରି
  • କସ୍ତୁରୀ
  • କୟାମତ୍
  • କେଶର
  • କ୍ୟୋଁଁ କୀ ଶାଶ୍ ଭି କଭି ବହୁ ଥୀ(୨୦୦୦-୨୦୦୮)
  • ବଡେ ଅଛେ ଲଗତେ ହେଁଁ(୨୦୧୧-୨୦୧୪)

ଆହୁରି ଦେଖନ୍ତୁ[ସମ୍ପାଦନା]

[୪]ଆଧାର[ସମ୍ପାଦନା]

  1. "Happy birthday Ekta Kapoor: 6 things to remind you why she is a big deal". Hindustan Times. 2016-06-07. Retrieved 2016-06-07.
  2. "Ekta Kapoor Biography". Retrieved 7 March 2017.
  3. "Ekta Kapoor height, weight etc". Retrieved 7 March 2017.
  4. Setter, Trend; Setter, Trend (2023-01-19). "Ekta Kapoor Age, Husband, Father, Net Worth & More -" (in ଆମେରିକୀୟ ଇଂରାଜୀ). Archived from the original on 2023-01-19. Retrieved 2023-01-19.