ନଳିନୀବାଳା ଦେବୀ
Nalini Bala Devi |
---|
ଜନ୍ମ ଓ ଜନ୍ମସ୍ଥାନ23 March 1898
Guwahati, Assamମୃତ୍ୟୁ24 December 1977ବୃତ୍ତିPoet, writerଭାଷାAssameseଜାତୀୟତାIndianନାଗରିକତାIndianସାହିତ୍ୟ କୃତିSondhiyara Sur
Alakanandaପୁରସ୍କାରSahitya Akademi Award
Padma ShriଜୀବନସାଥୀJibeswar Changkakotiନଲିନୀ ବାଳା ଦେବୀ ଆସାମିୟ ଭାଷା ର ଜଣେ ପ୍ରଖ୍ତ୍ୟତ ମହିଲା କବି .ଓ ଲେଖିକା । [୧] ତାଙ୍କର ଲେଖା ଗୁଡିକ ରେ ଜାତିୟାବାଦୀ ର ଛାପ ରହିଥାଏ । .[୨] ଭାରତ ସରକାର ତାଙ୍କୁ ୧୯୫୭ ମସିହା ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ୧୦୬୮ ମସିହା ରେ ସେ ଭାରତ ର ଶ୍ରେଷ୍ଠ ସହିତ୍ୟ କୃତି ସମ୍ମାନ କେନ୍ଦ୍ର ସହିତ୍ୟ ଏକାଡେମି ପୁରସ୍କାର ତାଙ୍କର କବିତା ସଂକଳନ ପୁସ୍ତକ " ଅଳକାନନ୍ଦା " ପାଇଁ ପାଇଥିଲେ ।
ପ୍ରାରମ୍ଭିକ ଜୀବନୀ ଓ କାର୍ଯ୍ୟ ଅବଦାନ
ତାଙ୍କର ଜନ୍ମ ଆସାମ ଠାରେ ୧୮୯୮ ମସିହା ରେ ହେଇଥିଲା । ତାଙ୍କ ପିତା କର୍ମବୀର ନବୀନ ଚନ୍ଦ୍ର ବର୍ଦୋଲୋଇ ( ୧୮୭୫-୧୯୩୬ ) ଜଣେ ପ୍ରଶିଧ୍ହ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଓ ଆସାମୀୟ ଲେଖକ ଥିଲେ । ନଲିନୀ ଦେବୀ ତାଙ୍କର ପ୍ରଥମ କବିତା " ପିତା " ମାତ୍ର ୧୦ ବର୍ଷ ବୟସ ରେ ଲେଖିଥିଲେ ଓ ତାଙ୍କର ବିବାହ ମାତ୍ର ୧୨ ନରଷା ରେ ହେଇଥିଲା । କିନ୍ତୁ ତାଙ୍କର ଦୁର୍ଭାଗ୍ୟ , ତାଙ୍କର ପତିଙ୍କ ଅକାଳ ଦେହାନ୍ତ ହେଲା ବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହେଇଥିଲା । ସେ ଖୁବ ଅଳ୍ପ ବୟସ ରେ ତାଙ୍କର ଦୁଇଜଣ ପୁତ୍ର ଙ୍କୁ ମଧ୍ୟ ହରେଇଥିଲେ । ତେବେ ସେ ନିରାଶ ନ ହେଇ କବିତା ଲେଖା ରେ ନିଜକୁ ନିଯୋଜିତ କରିଥିଲେ । ତାଙ୍କ କବିତା ରେ ଦେଶ ଭକ୍ତି , ହୃଦୟତା , ଓ ନିଷ୍ଠା ଭାରି ରହିଥାଏ । ତାଙ୍କ ଦ୍ଵାରା ରଚିତ ହେଇଥିବା ସାହିତ୍ୟ କୃତି ସବୁ ଏବେ ମଧ୍ୟ ଅସମୀୟ ଭାଷା ରେ ଆଦୃତ ରହିଛି । [୩][୪]
ତାଙ୍କର ପ୍ରଥମ କବିତା ସଂକଳନ " ସନ୍ଧ୍ୟା ର ସୁର " ୧୯୨୮ ମସିହା ରେ ପ୍ରକାଶିତ ହେଇଥିଲା ଓ ତାହା ଗୌହାଟି ଓ କଲିକତା ବିଶ୍ୱବିଦ୍ୟାଳୟ ରେ ପାଠ୍ୟ ପୁସ୍ତକ ଭାବରେ ଗୃହିତ ହେଇଥିଲା । [୫]
ତାଙ୍କର ଅନ୍ୟ କୃତି ସବୁ " ଅଳକାନନ୍ଦା " ," ସୋପୁନାର ସୁର " , ପରଶମଣି , " ଯୁଗ ଦେବତା " , " ଶେଷ ପୂଜା " " ପାରିଜାତ ର ଅଭିଷେକ " " ମେଘଦୂତ " ଆଦି ଖୁବ ଜନପ୍ରିୟ ।
ଲେଖାବଳି
- Sandhiyar Sur (Evening Melody, 1928)
- Sopunar Sur (Melody of Dreams, 1943)
- Smritir Tirtha (Biography, 1948)
- Paroshmoni (Touchstone, 1954)
- Jagriti (Awakening, 1962)
- Alakananda (1967)[୪]
ପୁରସ୍କାର ସମୂହ
ସେ ତାଙ୍କର କବିତା ସଂକଳନ " ଆଲକାନନ୍ଦା" ପାଇଁ କେନ୍ଦ୍ର ସହିତ୍ୟ ଏକାଡେମି ପୁରସ୍କାର ୧୯୬୮ ମସିହା ରେ ପାଇଥିଲେ । [୬]ଏହା ପୂର୍ବରୁ ଭାରତ ସରକାର ତାଙ୍କୁ ୧୯୫୭ ମସିହା ରେ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ । .[୭]
୨୪ ଡିସେମ୍ବର ୧୯୭୭ ରେ ତାଙ୍କର ପରଲୋକ ହେଇଥିଲା ।
ଆଧାର ସମୂହ
- ↑ "An author & a trailblazer personality". The Telegraph. 9 February 2004. Retrieved 18 September 2012.
- ↑ Das, p. 197
- ↑ "Nalinibala Devi remembered". Assam Tribune. 1 January 2009. Retrieved 18 September 2012.
- ↑ ୪.୦ ୪.୧ Natrajan, p. 31
- ↑ Barua, p. 15
- ↑ "Sahitya Akademi Award year wise". Official listings, Sahitya Akademi website.
- ↑ "Padma Awards Directory (1954–2009)" (PDF). Ministry of Home Affairs.
ପୁନଶ୍ଚ ପଠନ
- Das, Sisir Kumar (1995). History of Indian Literature: 1911–1956: struggle for freedom: triumph and tragedy, Vol. 2. Sahitya Akademi. ISBN 978-81-7201-798-9.
- Nalini Natarajan; Emmanuel Sampath Nelson (1996). Handbook of Twentieth-Century Literatures of India. Greenwood Publishing Group. ISBN 0313287783.
- Preeti Barua (2000). Nalinibala Devi. Sahitya Akademi. ISBN 8126009160.