Jump to content

ମମତା ଖରବ

ଉଇକିପିଡ଼ିଆ‌ରୁ
୨୨:୨୪, ୨୫ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mamta Kharab") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ମମତା ଖରବ  (ଜନ୍ମ ୨୬ ଜାନୁଆରୀ ୧୯୮୨ ) ଭାରତୀୟ ଜାତୀୟ ମହିଳାହକି ଦଳ ର ଜଣେ ପୂର୍ବତନ ଖେଳାଳି ତଥା ଅଧିନାୟିକା । ,ତାଙ୍କର ଜନ୍ମ ହରିୟଣା ରାଜ୍ୟ ର ରୋହତକ ଠାରେ ହେଇଥିଲା । .[] ୨୦୦୨ ମସିହା ରେ ହେଇଥିବା କମନୱେଲ୍ଥ ଖେଳ ର ମହିଳା ହକି ର ଫାଇନାଲ ରେ ମମତା ଗୋଲ ଦେବା ଯୋଗୁଁ ଭାରତୀୟ ମହିଳା ହକି ଦଳ ସ୍ଵର୍ଣ ପଦକ ବିଜୟୀ ହେଇପାରିଥିଲା । ମହିଳା ହକି ଖେଳ କୁ ନେଇ ନିର୍ମିତ ହେଇଥିବା ହିନ୍ଦୀ ଫିଲ୍ମ  " ଚକ୍ ଦେ ଇଣ୍ଡିଆ " ରେ ମମତା ନିଜେ ମହିଳା ହକି ଖେଳାଳି କୋମଲ ଚଉତାଲା ନାମକ ଚରିତ୍ର ରେ ଅଭିନୟ କରିଥିଲେ । ସେ ବର୍ତମାନ ହରିୟଣା ରେ ପୋଲିସ ବିଭାଗ ରେ ଡେପୁଟି ସୁପରିନଟେଣ୍ଡେଣ୍ଟ ଭାବରେ କାର୍ଯ୍ୟରତ । .[] ତାଙ୍କୁ ଭାରତ ସରକାର ଅର୍ଜୁନ ପୁରସ୍କାର ରେ ସମ୍ମାନିତ କରିଛନ୍ତି । 


ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷ୍ୟା 

ହରିୟଣା ର ରୋହତକ ସହର ର ମଡେଲ ଟାଉନ ଆଞ୍ଚଲ ରେ ତାଙ୍କ ପିତା ମାତା ରହନ୍ତି ଓ ମମତା ସେଠାକାର ସ୍କୁଲ ରେ ଶିକ୍ଷ୍ୟା ଲାଭ କରିଥିଲେ । ତାଙ୍କ ପିତା ହରିପାଳ ସିଂହ ଜଣେ ସ୍କୁଲ ଶିକ୍ଷକ  ଓ ତାଙ୍କର ୬ ଜଣ ସନ୍ତାନ ସନ୍ତତି ଥିଲେ । ତେଣୁ  ନିମ୍ମ ମଧ୍ୟବିତ୍ତ ପରିବାର ର ମମତା ଙ୍କୁ ତାଙ୍କର କ୍ରୀଡାବିଦ ହେବାର ସ୍ଵପ୍ନ ପୂରଣ କରିବାକୁ କଠୋର ସଂଘର୍ଷ କରିବାକୁ ହେଇଥିଲା ।  ତଥାପି ସେ ଦୃଢ ମନୋବଳ ସହିତ ସେ ରୋହତକ ବିଶ୍ୱବିଦ୍ୟାଳୟ ରୁ ଡିଗ୍ରୀ ଶିକ୍ଷ୍ୟା ପ୍ରାପ୍ତ କରି ପାରିବା ସହ ନିଜସ୍ଵ ଉଦ୍ୟମ ରେ ହକି ଖେଳିବା ସିଖୁଥିଲେ ।ସେ ହରିୟଣା ର ମହିଳା ମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ବୋଲି କୁହାଯାଇଥାଏ ।  ତାଙ୍କ ଦୁଇ ଭଉଣୀ ପୁନମ ଓ ସୁଷମା ମଧ୍ୟ ଜାତୀୟ ସ୍ତର ରେ ହକି ଖେଳିଛନ୍ତି । 

କ୍ରିଡା ଅବଦାନ 

ଜୁନିଅର ସ୍ତର ରେ ବିଭିନ୍ନ ଜାତୀୟ ହକି ପ୍ରତିଯୋଗୀତା ରେ ରାଜ୍ୟ ତରଫ ରୁ ଖେଳି ମମତା ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ସେ ଜାତୀୟ ୨୧ ବର୍ଷ ରୁ କମ  ଜୁନିଅର ଟୁର୍ନାମେଣ୍ଟ , ୧୯୯୯ ମସିହା ରେ ଖେଳିବା ସହ ୨୦୦୦ ମସିହା ରେ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ ତୁର୍ନାମେଣ୍ଟ ରେ ଖେଳି ଦଳ କୁ ପ୍ରଥମ ସ୍ଥାନ ପାଇବାରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । କୁଆଲା ଲୁମପୁର ଠାରେ ୨୦୦୦ ମସିହା ରେ ହେଇଥିବା ୩ ଯ ମହିଳା ହକି ତୁର୍ନାମେଣ୍ଟ ରେ ଦଳ ପାଇଁ ସେ ବ୍ରୋଞ୍ଜ ପଦକ ଆଣିଥିଲେ । ଏହା ସହ ସେ ବିଶ୍ଵ କପ ସମେତ ବିଶ୍ଵ ର ସମସ୍ତ ମୁଖ୍ୟ ମହିଳା ହକି ପ୍ରତିଯୋଗୀତା ରେ ଦେଶ ର ପ୍ରତିନିଧିତ୍ଵ କରିଥିଲେ ଓ ସମୟ କ୍ରମେ ଦଳ ର ଅଧିନାୟିକା ହେଇଥିଲେ । 

ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୦୦୨ ମସିହା କମନୱେଲ୍ଥ ମହିଳା ହକି ରେ ରହିଥିଲା । ଏଥିରେ ଫାଇନାଲ ରେ ସେ ଗୋଲ ଦେଇ ଦଳ ପାଇଁ ସ୍ଵର୍ଣ ପଦକ ପାଇବାରେ ମୁଖ୍ୟ ଅଂଶ ନେଇଥିଲେ ।    


ପୁରସ୍କାର ଓ ସମ୍ମାନ 

ମମତା ଙ୍କୁ ତାଙ୍କର ଅବଦାନ ପାଇଁ ବହୁ ପୁରସ୍କାର ମିଳିଛି । ଭାରତ ସରକାର ତାଙ୍କୁ ୨୦୦୩ ମସିହା ରେ ଅର୍ଜୁନ ପୁରସ୍କାର ଦେଇଥିଲେ । ହରିୟଣା ରାଜ୍ୟ ସରକାର ମଧ୍ୟ ତାଙ୍କୁ  ସମ୍ମାନ ଜନକ " ଭୀମ ପୁରସ୍କାର " ପ୍ରଦାନ କରିଥିଲେ । ତାଙ୍କୁ ରାଜ୍ୟ ସରକାର ପୋଲିସ ବାହିନୀ ରେ ଚାକିରି ପ୍ରଦାନ କରିଛନ୍ତି ଓ ସେ ବର୍ତମାନ ହରିୟଣା ପୋଲିସ ର ଜେନ ଡେପୁଟି ସୁପାରିନଟେଣ୍ଡାନ୍ତ ଭାବରେ ଅବସ୍ଥାପିତ । 

ଆଧାର ସମୂହ 

  1. Pandey, Vineeta (10 April 2008). "Hockey eves embark for Olympic berth mission". Newstrack India. Retrieved 2008-04-12. {{cite web}}: Cite has empty unknown parameter: |coauthors= (help)
  2. "LEVELLING THE FIELD". Entertainment. Indian Express. 30 September 2007. Retrieved 2008-04-12.

ବାହ୍ୟ ସଂଯୋଗ