Jump to content

କର୍ଣମ ମଲ୍ଲେଶ୍ୱରୀ

ଉଇକିପିଡ଼ିଆ‌ରୁ
୨୨:୩୬, ୫ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Karnam Malleswari") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କର୍ଣାମ ମାଲେଶ୍ଵରୀ , ଜଣେ ପୂର୍ବତନ ଭାରତୀୟ ଭାର  ଉତ୍ତୋଳକ ଆଥଲେଟ । ସେ ୧୯୯୪ ଓ ୧୯୯୫ ମସିହା ରେ ୫୪ କିଲୋଗ୍ରାମ ଓଜନ ବିଭାଗ ରେବିଶ୍ଵ ଚମ୍ପିୟାନ ରହିବା ସହ ୧୯୫୩ ଓ ୧୯୫୬ ମସିହା ରେ ତୃତୀୟ ସ୍ଥାନ ରେ ରହିଥିଲେ । ସେ ୨୦୦ ମସିହା ଅଲିମ୍ପିକ[] କ୍ରିଡା ରେ କଂଶ୍ୟ ପଦକ ପାଇବା ପରେ ଅଲିମ୍ପିକ ରେ ପଦକ ପାଇବାରେ ଭାରତ ର ପ୍ରଥମ ମହିଳା ଆଥଲେଟ[] ହେବାର ଗୌରବ ଅର୍ଜନ କରିଥିଲେ । ଖେଳ ପାଇଁ ଭାରତ ରେ ଥିବା ସର୍ବାଧିକ ସମ୍ମାନଜନକ ପୁରସ୍କାର "ରାଜୀବ ଗାନ୍ଧୀ ଖେଳ ରତ୍ନ "[] ତାଙ୍କୁ ୧୯୯୫ ମସିହା ରେ ଭାରତ ସରକାର ଙ୍କ ତରଫ ରୁ ଦିଆ ଯାଇଥିଲା । ୧୯୯୯ ମସିହା ରେ ସେ ସମ୍ମାନଜନକ ନାଗରିକ ପୁରସ୍କାର " ପଦ୍ମଶ୍ରୀ " ମଧ୍ୟ ପାଇଥିଲେ । []

କର୍ଣାମ ୧୯୭୫ ଜୁନ ୧ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ୪ ଜଣ ଭଉଣୀ ସମସ୍ତେ ଭାର ଉତ୍ତୋଳନ ରେ ତାଲିମ ନେଇଥିଲେ । ୧୯୯୭ ମସିହା ରେ ସେ ଜଣେ ସାଥି ଭାର ଉତ୍ତୋଳନ କ୍ରୀଡାବିଦ ରାଜେଶ ତ୍ୟାଗୀ ଙ୍କୁ ବିବାହ କରିଥିଲେ । ୨୦୦୧ ମସିହା ରେ ସେ ଏକ ପୁତ୍ର ସନ୍ତାନ ର ଜନନୀ ହେବ ସତ୍ବେ ମଧ୍ୟ ୨୦୦୨ ମସିହା କମନୱେଲ୍ଥ ଖେଳ ରେ ଭାଗ ନେବା ପାଇଁ ପ୍ରସ୍ତୁତି କରିଥିଲେ , କିନ୍ତୁ ଦୁର୍ଭାଗ୍ୟ ବଶତଃ ସେହି ସମୟ ରେ ତାଙ୍କର ପିତା ଙ୍କ ପରଲୋକ ଘଟିବାରୁ ସେ ବାଧ୍ୟ ହେଇ ଦଳ ରୁ ଓହରି ଯାଇଥିଲେ । ୨୦୦୪ ମସିହା ଅଲିମ୍ପିକ ପାଇଁ ଔ ସେ ଯୋଗ୍ୟତା ହାସଲ କରି ପାରିନଥିଲେ ।[]

ଆଧାର ସମୂହ 

  1. Karnam Malleswari. sports-reference.com
  2. Ganguly, Meenakshi (27 December 2000) Conversations: 'I Did What I Could For My Country'.
  3. List of Rajiv Gandhi Khel Ratna Awardees. sportsauthorityofindia.nic.in
  4. {{cite web}}: Empty citation (help)
  5. Malleswari lifts Indian Olympic hopes – ‘I’m enjoying my preparation for a second medal.