ବିକ୍ରମ ଶେଠ
ବିକ୍ରମ ସେଠ୍ , ( ଜନ୍ମ ୨୦ ଜୁନ ୧୯୫୨ ) ଜଣେ ଭାରତୀୟ ଉପନ୍ୟାସକାର ଓ କବି । ସେ ଅନେକ ଉପନ୍ୟାସ ଓ କବିତା ପୁସ୍ତକ ଲେଖିଛନ୍ତି । ସେ ପଦ୍ମଶ୍ରୀ ସମେତ ଭାରତୀୟ ସାହିତ୍ୟ ଏକାଡେମି ପୁରସ୍କାର , ପ୍ରବାସି ଭାରତୀୟ ସମ୍ମାନ , ଡବ୍ଲୁ . ଏଚ .ସ୍ମିଥ ସାହିତ୍ୟ ପୁରସ୍କାର ( WH Smith literary Award ) ଓ କ୍ରଶୱାର୍ଡ ପୁସ୍ତକ ପୁରସ୍କାରର ବିଜେତା । ଭାରତୀୟ ଇଂରାଜୀ ଭାଷା ପାଇଁ ତାଙ୍କର କବିତା ସଂଗ୍ରହ "ମେପିଂସ" (mappings) ଓ "ବିସ୍ତଲି ତେଲସ୍ "(Beastly Tales) ର ଅବଦାନ ଉଲ୍ଲେଖନୀୟ ।
ପ୍ରଚ୍ଛଦ
ବିକ୍ରମ ସେଠ୍ ଙ୍କ ଜନ୍ମ ୨୦ ଜୁନ ୧୯୫୨ ମସିହା ରେ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର କଲିକତା ଠାରେ ହେଇଥିଲା । ତାଙ୍କ ପିତା ପ୍ରେମନାଥ ଶେଠ ବାଟା କମ୍ପାନୀ ର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ ଓ ମାଁ ଲେଇଲା ଶେଠ ଜଣେ ବାରିଷ୍ଟର ଭାବରେ କାର୍ଯ୍ୟ କରି ଜଣେ ମହିଳା ଭାବରେ ଦିଲ୍ଲୀ ହାଇକୋର୍ଟ ର ପ୍ରଥମ ମୁଖ୍ୟ ବିଚାରପତି ଥିଲେ । .[୧]
ବିକ୍ରମ ପାଟଣା ଠାରେ ଥିବା ସେଣ୍ଟ ମାଇକେଲ ଙ୍କ ହାଇସ୍କୁଲ ଓ ପରେ ଦେହେରାଡୁନ ସ୍ଥିତ ଡୁନ ସ୍କୁଲ ରେ ଶିକ୍ଷ୍ୟା ପ୍ରାପ୍ତ କରିଥିଲେ । ଡୁନ ଠାରେ ଗ୍ରାଜୁଏସନ କଳା ପରେ ସେ ଇଂଲଣ୍ଡ ର ଟନବ୍ରିଜ ସ୍କୁଲ କୁ ତାଙ୍କର ଏ- ସ୍ତର [୨][୩][୪]ଶିକ୍ଷ୍ୟା ପାଇଁ ଯାଇଥିଲେ । ସେହି ଇଂଲଣ୍ଡ ଠାରେ ସେ କର୍ପସ ଚ୍ରିଷ୍ଟି କଲେଜ ( Corpus Christi College) ରେ ଦର୍ଶନଶାସ୍ତ୍ର , ରାଜନୀତି ଓ ଅର୍ଥନୀତି ରେ ଅଧ୍ୟୟନ କରିଥିଲେ । ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ରୁ ଅର୍ଥନୀତି ରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । [୫][୬][୭]
ଇଂଲଣ୍ଡ ଦେଶ ରେ ବିକ୍ରମ ବହୁଦିନ ଅବସ୍ଥାନ କରିବା ସହ ସେ ରହୁଥିବା ସାଲିସବରୀ ଅଞ୍ଚଳ ରେ ସ୍ଥାନୀୟ ସାହିତ୍ୟିକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରୁଥିଲେ । ସେ ସେଠାରେ ଥିବା ଏଙ୍ଗ୍ଲିକାନ( anglican ) କବି ଜର୍ଜ ହୋବାର୍ଟ [୮]ଙ୍କ ବାସଗୃହ କୁ ୧୯୯୬ ମସିହା ରେ କିଣି ତାହାକୁ ପୁନର୍ନିର୍ମାଣ କରିଥିଲେ ।
୨୦୦୬ ମସିହା ରେ ସେ ସମଲିଙ୍ଗି ମାନଙ୍କ ବିରୁଦ୍ଧରେ ଥିବା ଭାରତୀୟ ପେନାଲ୍ କୋଡ ର ଧାରା ୩୭୭ କୁ ବିରୋଧ କରି ଆନ୍ଦୋଳନ କରିଥିଲେ । ତାଙ୍କ ମାତା ତାଙ୍କର ଳିଙ୍ଗ ଭେଦ ରହିଥିବା କଥା ଭାବରେ ସ୍ଵୀକାର କରିଥିଲେ । [୯]
କାର୍ଯ୍ୟ
ଶେଠ ତାଙ୍କର ପ୍ରଥମ କବିତା " ମେପିଂସ " ୧୯୮୦ ମସିହା ରେ ରଚନା କରିବା ପରେ " A Suitable Boy " ନାମକ ଏକ ଦୀର୍ଘ ଉପନ୍ୟାସ ରଚନା କରି ଲୋକନଜର କୁ ଆସିଥିଲେ । ଏହି ଉପନ୍ୟାସ ପାଇଁ ସେ ସମ୍ମାନଜନକ WH Smith ସାହିତ୍ୟିକ ପୁରସ୍କାର ପ୍ରାପ୍ତ ହେଇଥିଲେ । ଏକ ଭାଇଓଲିନ ବାଦକ ର ବିଫଳ ପ୍ରେମ କାହାଣୀ କୁ ନେଇ ଲେଖିଥିବା " Two Lives" ୨୦୦୫ ମସିହା ରେ ପ୍ରକାଶିତ ହେଇଥିଲା । ସେ ସମୁଦାୟ ୬ ଟି କବିତା ପୁସ୍ତକ ଓ ୩ ଟି ଉପନ୍ୟାସ ପ୍ରକାଶିତ କରିଥିଲେ ।
ତିବତ ଯାତ୍ରା ଉପରେ ସେ ଏକ ଯାତ୍ରା କାହାଣୀ Travel Through Sinkiang and Tibet" ମଧ୍ୟ ପ୍ରକାଶ କରିବା ସହ ଇଂଲଣ୍ଡ ର ଜାତୀୟ ଅପେରା ପାଇଁ ଗ୍ରୀକ କିମ୍ବଦନ୍ତୀ ଉପରେ ପର୍ଜ୍ୟବେଶିତ ନାଟକ ରଚନା କରିଥିଲେ ।ଏହି ଅପେରା ୧୯୯୪ ମସିହା ରେ ପ୍ରଦର୍ଶିତ ହେଇଥିଲା ।
ବିକ୍ରମ ସେଠ୍ ଙ୍କୁ ବ୍ରିଟିଶ ସରକାର " Commander of the Order of the British Empire " ସମ୍ମାନ ୨୦୦୧ ମସିହା ରେ ପ୍ରଦାନ କରିଥିଲେ ।
ଲେଖା ସମୂହ
ଉପନ୍ୟାସ
କବିତା
- Mappings (1980)
- The Humble Administrator's Garden (1985)
- All You Who Sleep Tonight (1990)
- Beastly Tales (1991)
- Three Chinese Poets (1992)
- At Evening (1993)
- The Frog and the Nightingale (1994)
- A Doctor's Journal Entry
- Summer Requiem: A Book of Poems (2012)
- The Eagle and The Beetle
- "The Louse and the Mosquito"
- Round And Round
ଶିଶୁ ସାହିତ୍ୟ
- ବିସ୍ତଲି ଟେଲ୍ସ ଫ୍ରମ ହିଅର ଆଣ୍ଡ ଦେୟାର (Beastly Tales from Here and There) (୧୯୯୧)
ଅଣ କାଳ୍ପନିକ ଲେଖା
- From Heaven Lake: Travels Through Sinkiang and Tibet (୧୯୮୩)
- Two Lives (୨୦୦୫)
- The Rivered Earth[୧୦]
ପୁରସ୍କାର ସମୂହ
- ୧୯୮୩ – ଥୋମାସ କୁକ୍ ପୁରସ୍କାର
- ୧୯୮୫ – ରାଜ୍ୟଗୋଷ୍ଠୀ ପୁରସ୍କାର
- ୧୯୮୮– ଭାରତୀୟ ସାହିତ୍ୟଏକାଡେମି ପୁରସ୍କାର
- ୧୯୯୩ – ଆୟର୍ଲାଣ୍ଡ ଟାଇମସ ପୁରସ୍କାର
- ୧୯୯୪ –ରାଜ୍ୟଗୋଷ୍ଠୀ ପୁରସ୍କାର , ଶ୍ରେଷ୍ଠ ପୁସ୍ତକ ପାଇଁ
- ୧୯୯୪ – WHSmith ପୁରସ୍କାର
- 1999 –କ୍ରସୱାର୍ଡ ପୁସ୍ତକ ପୁରସ୍କାର
- ୨୦୦୧- ଅର୍ଡର ଅଫ ବ୍ରିଟିଶ ଏମ୍ପାଇଆର
- ୨୦୦୧– EMMA ପୁରସ୍କାର
- ୨୦୦୫- ପ୍ରବାସୀ ଭାରତୀୟ ସମ୍ମାନ
- ୨୦୦୭ – ସାହିତ୍ୟ ଓ ଶିକ୍ଷ୍ୟା ପାଇଁ ପଦ୍ମଶ୍ରୀ [୧୧]
- ୨୦୧୩ – ୨୫ ଜଣ ଶ୍ରେଷ୍ଠ ଭାରତୀୟ କିମ୍ବଦନ୍ତୀ ପୁରୁଷ
ଆଧାର ସମୂହ
- ↑ Angela Atkins (26 June 2002). Vikram Seth's Suitable Boy: A Reader's Guide. A&C Black. p. 7. ISBN 978-0-8264-5707-3.
- ↑ Gupta, R. (2005). Vikram Seth's Art: An Appraisal. Atlantic Publishers & Distributors. p. 2. ISBN 9788126905508. Retrieved 24 November 2015.
- ↑ "Vikram s Christi College, Oxford".
- ↑ Atkins, A. (2002). Vikram Seth's Suitable Boy: A Reader's Guide. Bloomsbury Academic. p. 8. ISBN 9780826457073. Retrieved 24 November 2015.
- ↑ "Vikram Seth". ekikrat.in. Retrieved 24 November 2015.
- ↑ "The Golden Gate returns to Stanford May 30". news.stanford.edu. Retrieved 24 November 2015.
- ↑ Vikram Seth's Founder's Day Address, The Doon School, Penguin Books of Modern Speeches (2009) p.34 "...edited the Weekly and did other things"
- ↑ Lewis, Leo; Island, Jindo (29 July 2006), "Listening to God's melodies", The Times, London, retrieved 5 September 2007
- ↑ "Delhi High Court Chief Justice Leila Seth reveals a mother's trial with a leap of faith". Daily Mail. London.
- ↑ "Times of India by Shobha John, TNN: 27 Nov 2011, 05.13 am IST : 'I got drunk to write, says Vikram Seth'", The Times Of India, India, 27 November 2011.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015.
{{cite web}}
: Unknown parameter|deadurl=
ignored (|url-status=
suggested) (help)
- Chaudhuri, Amit (ed.). "Vikram Seth (born 1952)." The Vintage Book of Modern Indian Literature. New York: Vintage, 2004:508–537.