ବିକ୍ରମ ଶେଠ

ଉଇକିପିଡ଼ିଆ‌ରୁ

 ବିକ୍ରମ ସେଠ୍ , ( ଜନ୍ମ ୨୦  ଜୁନ ୧୯୫୨ ) ଜଣେ ଭାରତୀୟ ଉପନ୍ୟାସକାର ଓ କବି । ସେ ଅନେକ ଉପନ୍ୟାସ ଓ କବିତା ପୁସ୍ତକ ଲେଖିଛନ୍ତି । ସେ ପଦ୍ମଶ୍ରୀ ସମେତ ଭାରତୀୟ ସାହିତ୍ୟ ଏକାଡେମି ପୁରସ୍କାର , ପ୍ରବାସି ଭାରତୀୟ ସମ୍ମାନ  , ଡବ୍ଲୁ . ଏଚ .ସ୍ମିଥ ସାହିତ୍ୟ ପୁରସ୍କାର ( WH Smith literary Award ) ଓ କ୍ରଶୱାର୍ଡ ପୁସ୍ତକ ପୁରସ୍କାରର ବିଜେତା ।  ଭାରତୀୟ ଇଂରାଜୀ ଭାଷା ପାଇଁ ତାଙ୍କର କବିତା ସଂଗ୍ରହ "ମେପିଂସ" (mappings)  ଓ "ବିସ୍ତଲି ତେଲସ୍ "(Beastly  Tales)ର ଅବଦାନ ଉଲ୍ଲେଖନୀୟ ।

ଆକ୍ସଫୋର୍ଡଠାରେ ବିକ୍ରମ ଶେଠ

 

ପ୍ରଚ୍ଛଦ [ସମ୍ପାଦନା]

ବିକ୍ରମ ଶେଠଙ୍କ ଜନ୍ମ ୨୦ ଜୁନ ୧୯୫୨ ମସିହାରେ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ହେଇଥିଲା । ତାଙ୍କ ପିତା ପ୍ରେମନାଥ ଶେଠ ବାଟା କମ୍ପାନୀର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ ଓ ମାଁ ଲେଇଲା ଶେଠ ଜଣେ ବାରିଷ୍ଟର ଭାବରେ କାର୍ଯ୍ୟ କରି ଜଣେ ମହିଳା ଭାବରେ  ଦିଲ୍ଲୀ ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ । .[୧]

ବିକ୍ରମ ପାଟଣାଠାରେ ଥିବା ସେଣ୍ଟ ମାଇକେଲଙ୍କ ହାଇସ୍କୁଲ ଓ ପରେ ଦେହେରାଡୁନସ୍ଥିତ ଡୁନ ସ୍କୁଲରେ ଶିକ୍ଷା ପ୍ରାପ୍ତ କରିଥିଲେ । ଡୁନଠାରେ ଗ୍ରାଜୁଏସନ କଳା ପରେ ସେ ଇଂଲଣ୍ଡର ଟନବ୍ରିଜ ସ୍କୁଲକୁ ତାଙ୍କର ଏ- ସ୍ତର [୨][୩][୪]ଶିକ୍ଷା ପାଇଁ ଯାଇଥିଲେ । ସେହି ଇଂଲଣ୍ଡଠାରେ ସେ କର୍ପସ  ଚ୍ରିଷ୍ଟି କଲେଜ ( Corpus Christi College)ରେ ଦର୍ଶନଶାସ୍ତ୍ର , ରାଜନୀତି ଓ ଅର୍ଥନୀତିରେ ଅଧ୍ୟୟନ କରିଥିଲେ । ସେ ଷ୍ଟାନଫୋର୍ଡ  ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । [୫][୬][୭]

ଇଂଲଣ୍ଡ ଦେଶରେ ବିକ୍ରମ ବହୁଦିନ ଅବସ୍ଥାନ କରିବା ସହ ସେ ରହୁଥିବା ସାଲିସବରୀ ଅଞ୍ଚଳରେ ସ୍ଥାନୀୟ ସାହିତ୍ୟିକ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ସେ ସେଠାରେ ଥିବା ଏଙ୍ଗ୍ଲିକାନ( anglican )  କବି ଜର୍ଜ ହୋବାର୍ଟ [୮]ଙ୍କ ବାସଗୃହକୁ ୧୯୯୬ ମସିହାରେ କିଣି ତାହାକୁ ପୁନର୍ନିର୍ମାଣ କରିଥିଲେ । 

୨୦୦୬ ମସିହାରେ ସେ ସମଲିଙ୍ଗିମାନଙ୍କ ବିରୁଦ୍ଧରେ ଥିବା ଭାରତୀୟ ପେନାଲ୍ କୋଡ  ର ଧାରା ୩୭୭କୁ ବିରୋଧ କରି ଆନ୍ଦୋଳନ କରିଥିଲେ । ତାଙ୍କ ମାତା ତାଙ୍କର ଳିଙ୍ଗ ଭେଦ ରହିଥିବା କଥା  ଭାବରେ ସ୍ୱୀକାର କରିଥିଲେ ।  [୯]

ବିକ୍ରମ ଶେଠ
ବିବିସି ରେଡିଓରେ ବିକ୍ରମ ଶେଠଙ୍କ ସ୍ୱରରେ

କାର୍ଯ୍ୟ [ସମ୍ପାଦନା]

ଶେଠ ତାଙ୍କର ପ୍ରଥମ  କବିତା " ମେପିଂସ " ୧୯୮୦ ମସିହାରେ ରଚନା କରିବା ପରେ " A Suitable Boy " ନାମକ ଏକ ଦୀର୍ଘ ଉପନ୍ୟାସ ରଚନା କରି ଲୋକନଜରକୁ ଆସିଥିଲେ । ଏହି ଉପନ୍ୟାସ ପାଇଁ ସେ ସମ୍ମାନଜନକ WH Smith ସାହିତ୍ୟିକ ପୁରସ୍କାର ପ୍ରାପ୍ତ ହେଇଥିଲେ । ଏକ ଭାଇଓଲିନ ବାଦକର ବିଫଳ ପ୍ରେମ କାହାଣୀକୁ ନେଇ ଲେଖିଥିବା " Two Lives" ୨୦୦୫ ମସିହାରେ ପ୍ରକାଶିତ ହେଇଥିଲା । ସେ ସମୁଦାୟ ୬ଟି କବିତା ପୁସ୍ତକ ଓ ୩ଟି ଉପନ୍ୟାସ ପ୍ରକାଶିତ କରିଥିଲେ । 

ତିବତ ଯାତ୍ରା ଉପରେ ସେ ଏକ ଯାତ୍ରା କାହାଣୀ Travel Through Sinkiang and Tibet"   ମଧ୍ୟ ପ୍ରକାଶ କରିବା ସହ ଇଂଲଣ୍ଡର ଜାତୀୟ ଅପେରା ପାଇଁ ଗ୍ରୀକ କିମ୍ବଦନ୍ତୀ ଉପରେ ପର୍ଯ୍ୟବସିତ ନାଟକ ରଚନା କରିଥିଲେ ।ଏହି ଅପେରା ୧୯୯୪ ମସିହାରେ ପ୍ରଦର୍ଶିତ ହେଇଥିଲା । 


ବିକ୍ରମ ସେଠ୍ଙ୍କୁ ବ୍ରିଟିଶ ସରକାର " Commander of the Order of the British Empire " ସମ୍ମାନ ୨୦୦୧ ମସିହାରେ ପ୍ରଦାନ କରିଥିଲେ । 

ଲେଖା ସମୂହ [ସମ୍ପାଦନା]

ଉପନ୍ୟାସ [ସମ୍ପାଦନା]

  •  

 କବିତା [ସମ୍ପାଦନା]

  • Mappings (1980)
  • The Humble Administrator's Garden (1985)
  • All You Who Sleep Tonight (1990)
  • Beastly Tales (1991)
  • Three Chinese Poets (1992)
  • At Evening (1993)
  • The Frog and the Nightingale (1994)
  • A Doctor's Journal Entry
  • Summer Requiem: A Book of Poems (2012)
  • The Eagle and The Beetle
  • "The Louse and the Mosquito"
  • Round And Round

ଶିଶୁ ସାହିତ୍ୟ [ସମ୍ପାଦନା]

  • ବିସ୍ତଲି ଟେଲ୍ସ ଫ୍ରମ ହିଅର ଆଣ୍ଡ ଦେୟାର (Beastly Tales from Here and There) (୧୯୯୧)

ଅଣ କାଳ୍ପନିକ ଲେଖା [ସମ୍ପାଦନା]

  • From Heaven Lake: Travels Through Sinkiang and Tibet (୧୯୮୩)
  • Two Lives (୨୦୦୫)
  • The Rivered Earth[୧୦]

ପୁରସ୍କାର ସମୂହ [ସମ୍ପାଦନା]

  • ୧୯୮୩ – ଥୋମାସ କୁକ୍ ପୁରସ୍କାର 
  • ୧୯୮୫ – ରାଜ୍ୟଗୋଷ୍ଠୀ ପୁରସ୍କାର 
  • ୧୯୮୮– ଭାରତୀୟ ସାହିତ୍ୟଏକାଡେମି ପୁରସ୍କାର 
  • ୧୯୯୩ – ଆୟର୍ଲାଣ୍ଡ ଟାଇମସ ପୁରସ୍କାର 
  • ୧୯୯୪ –ରାଜ୍ୟଗୋଷ୍ଠୀ ପୁରସ୍କାର , ଶ୍ରେଷ୍ଠ ପୁସ୍ତକ ପାଇଁ 
  • ୧୯୯୪ – WHSmith ପୁରସ୍କାର 
  • 1999 –କ୍ରସୱାର୍ଡ ପୁସ୍ତକ ପୁରସ୍କାର 
  • ୨୦୦୧- ଅର୍ଡର ଅଫ ବ୍ରିଟିଶ ଏମ୍ପାଇଆର
  • ୨୦୦୧– EMMA ପୁରସ୍କାର 
  • ୨୦୦୫- ପ୍ରବାସୀ ଭାରତୀୟ  ସମ୍ମାନ 
  • ୨୦୦୭  – ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ [୧୧]
  • ୨୦୧୩  – ୨୫ ଜଣ ଶ୍ରେଷ୍ଠ ଭାରତୀୟ କିମ୍ବଦନ୍ତୀ ପୁରୁଷ 

ଆଧାର [ସମ୍ପାଦନା]

  1. Angela Atkins (26 June 2002). Vikram Seth's Suitable Boy: A Reader's Guide. A&C Black. p. 7. ISBN 978-0-8264-5707-3.
  2. Gupta, R. (2005). Vikram Seth's Art: An Appraisal. Atlantic Publishers & Distributors. p. 2. ISBN 9788126905508. Retrieved 24 November 2015.
  3. "Vikram s Christi College, Oxford". Archived from the original on 2016-03-05. Retrieved 2017-02-05.
  4. Atkins, A. (2002). Vikram Seth's Suitable Boy: A Reader's Guide. Bloomsbury Academic. p. 8. ISBN 9780826457073. Retrieved 24 November 2015.
  5. "Vikram Seth". ekikrat.in. Archived from the original on 5 March 2016. Retrieved 24 November 2015.
  6. "The Golden Gate returns to Stanford May 30". news.stanford.edu. Retrieved 24 November 2015.
  7. Vikram Seth's Founder's Day Address, The Doon School, Penguin Books of Modern Speeches (2009) p.34 "...edited the Weekly and did other things"
  8. Lewis, Leo; Island, Jindo (29 July 2006), "Listening to God's melodies", The Times, London, retrieved 5 September 2007
  9. "Delhi High Court Chief Justice Leila Seth reveals a mother's trial with a leap of faith". Daily Mail. London.
  10. "Times of India by Shobha John, TNN: 27 Nov 2011, 05.13 am IST : 'I got drunk to write, says Vikram Seth'", The Times Of India, India, 27 November 2011.
  11. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015.
  • Chaudhuri, Amit (ed.). "Vikram Seth (born 1952)." The Vintage Book of Modern Indian Literature. New York: Vintage, 2004:508–537.

ବାହାର ଲିଙ୍କ [ସମ୍ପାଦନା]