Jump to content

ତିଲ୍ଲା ଯୋଗିଆ

ଉଇକିପିଡ଼ିଆ‌ରୁ
୧୭:୪୦, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tilla Jogian") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Tilla Jogian Hindu temple complex
1st-century BC Tilla Jogian Hindu temple complex
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictMandi Bahauddin District, Gujrat District, Jhelum District and Chakwal District
Location
ସ୍ଥାନSalt Range
StatePunjab
CountryPakistan
ତିଲ୍ଲା ଯୋଗିଆ

ତିଲ୍ଲା ଯୋଗିଆ (in Punjabi ٹلہ جوگیاںଉର୍ଦ୍ଦୁ: ٹلہ جوگیاں),[] ପାକିସ୍ଥାନ ର ପୂର୍ବାଞ୍ଚଳ ପର୍ବତମାଳା ଲବଣ ପର୍ବତ ରେ ରହିଥିବା ପ୍ରଥମ ଶତାବ୍ଦୀ ର  ଏକ ପ୍ରଖ୍ଯାତ ହିନ୍ଦୁ ଓ ଶିକ୍ଷା ଧର୍ମସ୍ଥଳୀ । .

ଅବସ୍ଥିତି 

ସମୁଦ୍ରପତ୍ତାନ ଠାରୁ 3200 ଫୁଟ ଉପରେ ରହିଥିବା  ତିଲ୍ଲା ଯୋଗିଆ ଝେଲମ ସହର ଠାରୁ 25 କିଲୋମିଟର ପଶ୍ଚିମ ରେ ଓ ଖୁଖା ଗ୍ରାମ ଠାରୁ 10 କିଲୋମିଟର ଦୂର ରେ ଅବସ୍ଥିତ ।  ତିଲ୍ଲା ଯୋଗିଆ ର ଶିକ୍ଷାର ଉପରୁ ଚତୁର୍ଦିଗ ର ଦୃଶ୍ୟ ଅତୀବ ରମଣୀୟ । ଏଠାରୁ 7 କିଲୋମିଟର ଦୂରରେ ଥିବା "ରୋହଟାସ ଦୁର୍ଗ"  କ୍ରମବର୍ଦ୍ଧିସ୍ତୁ ସହର "ଦିନା " ଏଠାରୁ ଦ୍ରୁଷ୍ଟି ଗୋଚର ହେଇଥାଏ । 

ତିଲ୍ଲା ଯୋଗିଆ ପର୍ବତ ଶିଖର ମାଣ୍ଡୀ ବାହାଉଦ୍ଦୀନ , ଗୁଜୁରାଟ , ଝେଲମ , ଓ ଚକବାଳ ଠାରୁ ଦୃଷ୍ଟିଗୋଚର ହେଇଥାଏ । ଏହା ଝେଲମ ନଦୀ ର ଏକ ମୁଖ୍ୟ ସ୍ଥାନ ରେ ଅବସ୍ଥିତ । 

ତିଲ୍ଲା ଯୋଗିଆ ମନ୍ଦିର ପରିସର 

ଏଠାରେ ଥିବା ମନ୍ଦିର ପରିସର 2000 ବର୍ଷ ଧରି ହିନ୍ଦୁ ଉପାସନା କେନ୍ଦ୍ର ରହି ଆସିଛି । ଏଠାରେ ଗୁରୁ ଗୋରଖନାଥ ପ୍ରଥମ ଶତାବ୍ଦୀ ରେ ମନ୍ଦିର ସ୍ଥାପନ କରିଥିବାର ଜଣାଯାଏ । ଏପରିକି ସେଇ ସ୍ଥାନ ର ନାମ ମଧ୍ୟ ପଞ୍ଜାବୀ ଭାଷା ରେ 'ସନ୍ଥ ମାନଙ୍କ ପାହାଡ " ଅର୍ଥ ରେ ବୁଝା ଯାଇଥାଏ । ସେଠାରେ ପ୍ରଥମ କରି ମନ୍ଦିର କରି ଉପାସନା କରୁଥିବା ଯୋଗୀ ସଂପ୍ରଦାଯ ଙ୍କୁ " କାନଫଟା " ଯୋଗୀ କୁହାଯାଉଥିଲା , କାରଣ ସେମାନେ କଣ ରେ କ୍ଷୀଦର କରି ଅଳଙ୍କାର ଧାରଣ କରୁଥିଲେ । ସେ ଯୁଗରେ ସେଇଟା ଏକ ଅଭିନବ କଥା ଥିଲା ଯାହା ଆଜିକାଲି ଆଧୁନିକ ସମାଜ ରେ ଏକ ଷ୍ଟାଇଲ ରେ ପରିଣତ । ତେବେ " କାନଫଟା ଯୋଗୀ  " ମାନେ  ପରବର୍ତୀ କାଳ ରେ ଏକ ଯୋଗୀ ସଂପ୍ରଦାଯ ଭାବରେ ରହିଥିଲେ । .[]

ତିଲ୍ଲା ଯୋଗିଆ  ଠାରେ ହିନ୍ଦୁ ମନ୍ଦିର 3 ଟି ଗୃହ ଥିବା ସହ ଦୁଇଟି କ୍ଷୁଦ୍ର ବନ୍ଧ ମଧ୍ୟ ରହିଛି । ଏଠାରେ ପହଞ୍ଚିବା ପାଇଁ ରୋହଟାସ ଦୁର୍ଗ ପତରୁ ଆସିଲେ ବା ଝେଲମ ନଦୀ ନିକଟ ରୁ ସାଂଘି ପାଟ ରୁ ଆସିଲେ ପହଞ୍ଚି ହେବ । 

ପ୍ରସିଦ୍ଧ କାହାଣୀ " ହିର ରଞ୍ଝା " ର ଜୀବନ୍ତ ନାୟକ ମୁରାଦ ବକ୍ସ ଏଠାକୁ ଯୋଗୀ ସଂପ୍ରଦାଯ ଦ୍ଵାରା ପ୍ରଭାବିତ ହେଇ ସେଥିରେ ଯୋଗଦାନ କରିବାକୁ ଆସିଥିଲେ । ଶିକ୍ଷା ସଂପ୍ରଦାଯ ର ପ୍ରତିଷ୍ଠାତା ଗୁରୁ ନାନକ ( 1469-1539 ) ମଧ୍ୟ ଏଠାରେ 40 ଦିନ ଧରି ତପସ୍ୟା କରିଥିଲେ । ମୋଗଲ ସମ୍ରାଟ ଆକବର ( 1542-1605 ) ଏଠାକୁ 2 ଥର ପରିଦର୍ଶନ ରେ ଆସି ଜଳକୁଣ୍ଡ ନିର୍ମାଣ କରେଇଥିଲେ । ସମ୍ରାଟ ଜାହାଙ୍ଗୀର ( 1605-1627 ) ଏଠାକୁ ଆସି ପରିଦର୍ଶନ କରିଥିଲେ । ପରେ ଆହମଦ ଶାହ ଅବ୍ଦଳି ଏଠାରେ ଆଶ୍ରମ କୁ ଲୂଟକରିଥିଲେ .[] ପରେ ମହାରାଜ ରଣଜୀତ ସିଂହ ( 1780-1839 ) ଏଠାକୁ ଆସି ଏଠାରେ ଏକ ବଡ ଜଳାଶୟ ନିର୍ମାଣ ର ବ୍ୟବସ୍ଥା କରିଥିଲେ । ଗୁରୁ ନାନକ ଉପାସନା କରିଥିବା ପିଠା ଠାରେ ନିର୍ମିତ ହେଇଥିବା ସ୍ମାରକୀ ଭଗ୍ନ ଅବସ୍ଥା ରେ ଥିଲେ ମଧ୍ୟ ଶିକ୍ଷା ସଂପ୍ରଦାଯ ଙ୍କ ପାଇଁ ତାହା ଏକ ପବିତ୍ର ସ୍ଥଳୀ ଭାବରେ ଆଦୃତ । ବ୍ରିଟିଶ ଶାସନ କାଳ ରେ ଏଠାକୁ ରାସ୍ତା ନିର୍ମିତ ହେବା ସହ ପୁଷ୍କରିଣୀ ମଧ୍ୟ ଖୋଦିତ ହେଇଥିଲା । ତେବେ ବର୍ତମାନ ହିନ୍ଦୁ ମନ୍ଦିର ଓ ମଠ ମଧ୍ୟ ଭଗ୍ନାବସ୍ଥା ରେ ରହିଛି । []

ସାହିତ୍ୟ ରେ ତିଲ୍ଲା ଯୋଗିଆ

ତିଲ୍ଲା ଯୋଗିଆ ପ୍ରକ୍ଷାତ ସାହିତ୍ୟ ହିର ରଞ୍ଝା ରେ ଉଲ୍ଲିଖିତ ହେଇଥିଲା । ଏହାର ନାୟକ ଏଠାକୁ ଆସି ଗୁରୁ ଗୋରଖନାଥ ଙ୍କ ସଂପ୍ରଦାଯ ରେ ଯୋଗ ଦେଇଥିଲେ । .[]

ପାକିସ୍ଥାନ ର ପ୍ରଧାନ ମନ୍ତ୍ରୀ ଏହି ସ୍ଥଳ କୁ ପରିଦର୍ଶନ ରେ ଆସି ଏହାର ପ୍ରକୃତିକ ସୌନ୍ଦର୍ଜ୍ୟ ର ରକ୍ଷଣ ପାଇଁ ବ୍ୟବସ୍ଥା କରିଥିଲେ । 

Tilla Jogain at sunset, viewed from a village across the Jehlum river, in District Gujrat, Tehsil Sarai Alamgir.

ବାହ୍ୟ ସଂଯୋଗ ସବୁ  

ପୁନଶ୍ଚ ଦେଖଣା 

ଛାଞ୍ଚ:Col div

ଛାଞ୍ଚ:Col div end

ଆଧାର ସମୂହ