ତିଲ୍ଲା ଯୋଗିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ତିଲ୍ଲା ଯୋଗିଆ ହିନ୍ଦୁ ମନ୍ଦିର ପରିସର
1st-century BC Tilla Jogian Hindu temple complex
1st-century BC Tilla Jogian Hindu temple complex
ତିଲ୍ଲା ଯୋଗିଆ ହିନ୍ଦୁ ମନ୍ଦିର ପରିସର is located in Pakistan
ତିଲ୍ଲା ଯୋଗିଆ ହିନ୍ଦୁ ମନ୍ଦିର ପରିସର
ତିଲ୍ଲା ଯୋଗିଆ ହିନ୍ଦୁ ମନ୍ଦିର ପରିସର
Hindu temple at Tilla Jogian
ଭୌଗୋଳିକ ଅବସ୍ଥିତି
ଦିଗବାରେଣି33°23′59″N 73°17′59″E / 33.3997°N 73.2997°E / 33.3997; 73.2997Coordinates: 33°23′59″N 73°17′59″E / 33.3997°N 73.2997°E / 33.3997; 73.2997
ଦେଶPakistan
ରାଜ୍ୟPunjab
ଜିଲ୍ଲାMandi Bahauddin District, Gujrat District, Jhelum District and Chakwal District
ଅବସ୍ଥିତିSalt Range
ପରମ୍ପରା
ମୁଖ୍ୟ ଆରାଧ୍ୟShiva, Surya
ତିଲ୍ଲା ଯୋଗିଆ

ତିଲ୍ଲା ଯୋଗିଆ (in Punjabi ٹلہ جوگیاںଉର୍ଦ୍ଦୁ: ٹلہ جوگیاں),[୧] ପାକିସ୍ଥାନର ପୂର୍ବାଞ୍ଚଳ ପର୍ବତମାଳା ଲବଣ ପର୍ବତରେ ରହିଥିବା ପ୍ରଥମ ଶତାବ୍ଦୀର  ଏକ ପ୍ରଖ୍ଯାତ ହିନ୍ଦୁ ଓ ଶିକ୍ଷା ଧର୍ମସ୍ଥଳୀ । .

ଅବସ୍ଥିତି [ସମ୍ପାଦନା]

ସମୁଦ୍ରପତ୍ତାନ ଠାରୁ 3200 ଫୁଟ ଉପରେ ରହିଥିବା  ତିଲ୍ଲା ଯୋଗିଆ ଝେଲମ ସହର ଠାରୁ 25 କିଲୋମିଟର ପଶ୍ଚିମରେ ଓ ଖୁଖା ଗ୍ରାମ ଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ ।  ତିଲ୍ଲା ଯୋଗିଆର ଶିକ୍ଷାର ଉପରୁ ଚତୁର୍ଦିଗର ଦୃଶ୍ୟ ଅତୀବ ରମଣୀୟ । ଏଠାରୁ 7 କିଲୋମିଟର ଦୂରରେ ଥିବା "ରୋହଟାସ ଦୁର୍ଗ"  କ୍ରମବର୍ଦ୍ଧିସ୍ତୁ ସହର "ଦିନା " ଏଠାରୁ ଦ୍ରୁଷ୍ଟି ଗୋଚର ହେଇଥାଏ । 

ତିଲ୍ଲା ଯୋଗିଆ ପର୍ବତ ଶିଖର ମାଣ୍ଡୀ ବାହାଉଦ୍ଦୀନ , ଗୁଜରାଟ , ଝେଲମ , ଓ ଚକବାଳ ଠାରୁ ଦୃଷ୍ଟିଗୋଚର ହେଇଥାଏ । ଏହା ଝେଲମ ନଦୀର ଏକ ମୁଖ୍ୟ ସ୍ଥାନରେ ଅବସ୍ଥିତ । 

ତିଲ୍ଲା ଯୋଗିଆ ମନ୍ଦିର ପରିସର [ସମ୍ପାଦନା]

ଏଠାରେ ଥିବା ମନ୍ଦିର ପରିସର 2000 ବର୍ଷ ଧରି ହିନ୍ଦୁ ଉପାସନା କେନ୍ଦ୍ର ରହି ଆସିଛି । ଏଠାରେ ଗୁରୁ ଗୋରଖନାଥ ପ୍ରଥମ ଶତାବ୍ଦୀରେ ମନ୍ଦିର ସ୍ଥାପନ କରିଥିବାର ଜଣାଯାଏ । ଏପରିକି ସେଇ ସ୍ଥାନର ନାମ ମଧ୍ୟ ପଞ୍ଜାବୀ ଭାଷାରେ 'ସନ୍ଥ ମାନଙ୍କ ପାହାଡ " ଅର୍ଥରେ ବୁଝା ଯାଇଥାଏ । ସେଠାରେ ପ୍ରଥମ କରି ମନ୍ଦିର କରି ଉପାସନା କରୁଥିବା ଯୋଗୀ ସଂପ୍ରଦାଯଙ୍କୁ " କାନଫଟା " ଯୋଗୀ କୁହାଯାଉଥିଲା , କାରଣ ସେମାନେ କଣରେ କ୍ଷୀଦର କରି ଅଳଙ୍କାର ଧାରଣ କରୁଥିଲେ । ସେ ଯୁଗରେ ସେଇଟା ଏକ ଅଭିନବ କଥା ଥିଲା ଯାହା ଆଜିକାଲି ଆଧୁନିକ ସମାଜରେ ଏକ ଷ୍ଟାଇଲରେ ପରିଣତ । ତେବେ " କାନଫଟା ଯୋଗୀ  " ମାନେ  ପରବର୍ତୀ କାଳରେ ଏକ ଯୋଗୀ ସଂପ୍ରଦାଯ ଭାବରେ ରହିଥିଲେ । .[୨]

ତିଲ୍ଲା ଯୋଗିଆ  ଠାରେ ହିନ୍ଦୁ ମନ୍ଦିର 3ଟି ଗୃହ ଥିବା ସହ ଦୁଇଟି କ୍ଷୁଦ୍ର ବନ୍ଧ ମଧ୍ୟ ରହିଛି । ଏଠାରେ ପହଞ୍ଚିବା ପାଇଁ ରୋହଟାସ ଦୁର୍ଗ ପତରୁ ଆସିଲେ ବା ଝେଲମ ନଦୀ ନିକଟରୁ ସାଂଘି ପାଟରୁ ଆସିଲେ ପହଞ୍ଚି ହେବ । 

ପ୍ରସିଦ୍ଧ କାହାଣୀ " ହିର ରଞ୍ଝା "ର ଜୀବନ୍ତ ନାୟକ ମୁରାଦ ବକ୍ସ ଏଠାକୁ ଯୋଗୀ ସଂପ୍ରଦାଯଦ୍ୱାରା ପ୍ରଭାବିତ ହେଇ ସେଥିରେ ଯୋଗଦାନ କରିବାକୁ ଆସିଥିଲେ । ଶିକ୍ଷା ସଂପ୍ରଦାଯର ପ୍ରତିଷ୍ଠାତା ଗୁରୁ ନାନକ ( 1469-1539 ) ମଧ୍ୟ ଏଠାରେ 40 ଦିନ ଧରି ତପସ୍ୟା କରିଥିଲେ । ମୋଗଲ ସମ୍ରାଟ ଆକବର ( 1542-1605 ) ଏଠାକୁ 2 ଥର ପରିଦର୍ଶନରେ ଆସି ଜଳକୁଣ୍ଡ ନିର୍ମାଣ କରେଇଥିଲେ । ସମ୍ରାଟ ଜାହାଙ୍ଗୀର ( 1605-1627 ) ଏଠାକୁ ଆସି ପରିଦର୍ଶନ କରିଥିଲେ । ପରେ ଆହମଦ ଶାହ ଅବ୍ଦଳି ଏଠାରେ ଆଶ୍ରମକୁ ଲୂଟକରିଥିଲେ .[୧] ପରେ ମହାରାଜ ରଣଜୀତ ସିଂହ ( 1780-1839 ) ଏଠାକୁ ଆସି ଏଠାରେ ଏକ ବଡ ଜଳାଶୟ ନିର୍ମାଣର ବ୍ୟବସ୍ଥା କରିଥିଲେ । ଗୁରୁ ନାନକ ଉପାସନା କରିଥିବା ପିଠାଠାରେ ନିର୍ମିତ ହେଇଥିବା ସ୍ମାରକୀ ଭଗ୍ନ ଅବସ୍ଥାରେ ଥିଲେ ମଧ୍ୟ ଶିକ୍ଷା ସଂପ୍ରଦାଯଙ୍କ ପାଇଁ ତାହା ଏକ ପବିତ୍ର ସ୍ଥଳୀ ଭାବରେ ଆଦୃତ । ବ୍ରିଟିଶ ଶାସନ କାଳରେ ଏଠାକୁ ରାସ୍ତା ନିର୍ମିତ ହେବା ସହ ପୁଷ୍କରିଣୀ ମଧ୍ୟ ଖୋଦିତ ହେଇଥିଲା । ତେବେ ବର୍ତମାନ ହିନ୍ଦୁ ମନ୍ଦିର ଓ ମଠ ମଧ୍ୟ ଭଗ୍ନାବସ୍ଥାରେ ରହିଛି । [୧]

ସାହିତ୍ୟ ରେ ତିଲ୍ଲା ଯୋଗିଆ[ସମ୍ପାଦନା]

ତିଲ୍ଲା ଯୋଗିଆ ପ୍ରକ୍ଷାତ ସାହିତ୍ୟ ହିର ରଞ୍ଝାରେ ଉଲ୍ଲିଖିତ ହେଇଥିଲା । ଏହାର ନାୟକ ଏଠାକୁ ଆସି ଗୁରୁ ଗୋରଖନାଥଙ୍କ ସଂପ୍ରଦାଯରେ ଯୋଗ ଦେଇଥିଲେ । .[୩]

ପାକିସ୍ଥାନର ପ୍ରଧାନ ମନ୍ତ୍ରୀ ଏହି ସ୍ଥଳକୁ ପରିଦର୍ଶନରେ ଆସି ଏହାର ପ୍ରକୃତିକ ସୌନ୍ଦର୍ଜ୍ୟର ରକ୍ଷଣ ପାଇଁ ବ୍ୟବସ୍ଥା କରିଥିଲେ । 

Tilla Jogain at sunset, viewed from a village across the Jehlum river, in District Gujrat, Tehsil Sarai Alamgir.

ବାହ୍ୟ ସଂଯୋଗ ସବୁ  [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

ଛାଞ୍ଚ:Col div

ଛାଞ୍ଚ:Col div end

ଆଧାର ସମୂହ [ସମ୍ପାଦନା]

  1. ୧.୦ ୧.୧ ୧.୨ Tilla Jogian Hindu heritage
  2. Gorakhnāth and the Kānphaṭa Yogīs, George Weston Briggs, Motilal Banarsidass Publishers, 1938, [//en.wikipedia.org/wiki/Special:BookSources/9788120805644 ISBN 9788120805644, .
  3. The social space of language: vernacular culture in British colonial Punjab, Farina Mir, University of California Press, 2010, [//en.wikipedia.org/wiki/Special:BookSources/9780520262690 ISBN 9780520262690, .